ଭୁବନେଶ୍ୱର: କରୋନା ରୋଗୀଙ୍କ ପାଇଁ ଆଶା ସଂଚାର କରିଥିବା ବିକଳ୍ପ ଔଷଧ ଓଡ଼ିଶାକୁ ଆସିଯାଇଛି । ‘ଡେକ୍ସାମେଥାସନ୍’ ଟାବଲେଟ୍ ଓ ଇଂଜେକ୍ସନ୍ ପରେ ଆଜି ଆସିଛି ‘ରେମଡେସିଭିର୍’ ଓ ‘ଫାବି ଫ୍ଲୁ’ ।
ଆଇସିଏମଆର୍ ସ୍ୱୀକୃତ ଏହି ମେଡ଼ିସିନ୍ ଓ ଇଂଜେକ୍ସନ୍ ତିନି ପର୍ଯ୍ୟାୟ କରୋନା ଆକ୍ରାନ୍ତଙ୍କୁ ଦିଆଯାଇପାରିବ । ସାମାନ୍ୟରୁ ମଧ୍ୟମ ଧରଣର ରୋଗୀଙ୍କୁ ଦିଆଯିବ ଫାବି ଫ୍ଲୁ । ମଧ୍ୟମରୁ ଗୁରୁତର ରୋଗୀଙ୍କୁ ଦିଆଯିବ ରେମଡେସିଭର । ଅତି ଗୁରୁତର ବା ସିଭିୟର୍ ଲକ୍ଷଣ ଥିବା ରୋଗୀଙ୍କୁ ଦିଆଯିବ ଡେକ୍ସାମେଥାସନ୍ । ସବୁ ହସ୍ପିଟାଲ୍ ରେ ଏହି ଔଷଧ ଉପଲବ୍ଧ ହେବ ନାହିଁ । କେବଳ କୋଭିଡ୍ ହସ୍ପିଟାଲ୍ ରେ ଉପଲବ୍ଧ ହେବ ।
ମଧ୍ୟମରୁ ଗୁରୁତର ସଂକ୍ରମଣ ଥିବା ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ରେମଡେସିଭିର୍ ମେଡ଼ିସିନ୍ ଅଳ୍ପ କିଛି ହସ୍ପିଟାଲ୍ ରେ ପହଞ୍ଚିସାରିଛି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ହିଁ ଏହା ରୋଗୀଙ୍କୁ ଦିଆଯାଇପାରିବ ।

ସାମାନ୍ୟରୁ ମଧ୍ୟମ ଧରଣର ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ମେଡ଼ିସିନ୍ ଫାବି ଫ୍ଲୁ କମ୍ ସଂଖ୍ୟାରେ ଆସିଛି । ପ୍ରଥମ ଦଫାରେ ଆସିଛି ୩୪ ଟାବଲେଟ୍ ବିଶିଷ୍ଟ ୧୨୦୦ ଷ୍ଟ୍ରିପ୍ ମେଡିସିନ୍ । ରୋଗୀଙ୍କ ଅନୁମତିକ୍ରମେ ଏହି ମେଡିସିନ୍ ଦିଆଯିବ ।






