Saturday, May 30, 2026 09:42 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଗୋଷ୍ଠୀ ସଂକ୍ରମଣ ମୁହାଁ କରୋନା !

by Our Correspondent
28 Jun, 2020- 10:11 PM
in Latest News, News
1 min read
0
ଗୋଷ୍ଠୀ ସଂକ୍ରମଣ ମୁହାଁ କରୋନା !
Spread the love
ଭୁବନେଶ୍ୱର: ଗତ ୧୦ ଦିନରେ ରାଜ୍ୟରୁ ଚିହ୍ନଟ ହେଲେଣି ୧,୯୩୭ କରୋନା ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୨୨୩ ଜଣ ହେଉଛନ୍ତି ଲୋକାଲ୍ କେସ୍ । ଅର୍ଥାତ୍ ସେମାନେ ବାହାରୁ ଆସିନାହାନ୍ତି କି ବାହାରକୁ ଯାଇନାହାନ୍ତି । ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହୋଇଛନ୍ତି । କରୋନା ବିରୋଧରେ ଲଢ଼ୁଥିବା ଫ୍ରଣ୍ଟ ଲାଇନ୍ ଯୋଦ୍ଧାମାନେ କରୋନାରେ ଆକ୍ରାନ୍ତ ହେବା ସ୍ଥିତିକୁ ଆହୁରି ଗମ୍ଭୀର କରିଛି । ତିନି ଦିନ ତଳେ ରାଜଧାନୀର ଏକ ଘରୋଇ ହସ୍ପିଟାଲରୁ ଏକକାଳୀନ ୨୭ ଷ୍ଟାଫ୍ ପଜିଟିଭ୍ ବାହାରି ଥିବା ବେଳେ ଆଜି କଟକ କ୍ୟାନସର୍ ହସ୍ପିଟାଲ୍ ର ଦୁଇ ନର୍ସ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ପୁଲିସ କର୍ମଚାରୀମାନେ କରୋନାରେ ଆକ୍ରାନ୍ତ ହେଲେଣି । ରାଜଧାନୀର ବସ୍ତି ଅଞ୍ଚଳରେ ଏବେ କାୟା ମେଲାଇଲାଣି କରୋନା ।
ଗଞ୍ଜାମ ଜିଲ୍ଲାରେ କରୋନା ଅଣାୟତ୍ତ ଅବସ୍ଥାକୁ ଚାଲିଯାଇଛି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୧ ହୋଇଥିବା ବେଳେ ୧୦ ଜଣ ମୃତ୍ୟୁବରଣ କଲେଣି । ଉଦବେଗର କଥା ହେଉଛି, ଗତ ୧୧ ଦିନରେ ୧୨୯ ଜଣ କରୋନା ଫ୍ରଣ୍ଟଲାଇନ୍ ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ୨୯ ଜଣ ପୁଲିସ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି । ଜିଲ୍ଲାରେ ଲୋକାଲ୍ କେସ୍ ବଢ଼ୁଥିବାରୁ ଆଶଙ୍କା ବଢ଼ୁଛି । ଲକ୍ ଡାଉନ୍ ରେ ଅଟକିଥିବା ଜିଲ୍ଲାର ଅନେକ ଲୋକ ରାଜଧାନୀ କର୍ମସ୍ଥଳୀକୁ ଫେରିବା ସଂକ୍ରମଣ ଆଶଙ୍କାକୁ ଆହୁରି ବଢ଼ାଇଛି ।
ଖାଲି ଗଂଜାମ ନୁହେଁ, ରାଜ୍ୟର ବିଭିନ୍ନ ଅଞ୍ଚଳରୁ ରାଜଧାନୀ କର୍ମସ୍ଥଳୀକୁ ଲୋକ ଫେରୁଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ରାଜଧାନୀର ବିଭିନ୍ନ ବଞ୍ଚି ରେ ରହନ୍ତି । ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଆକ୍ଟିଭ୍ ସ୍ଲମ୍ ସର୍ଭିଲାନ୍ସ ଟିମ୍ ଜରିଆରେ କରୋନା ହଟସ୍ପଟ୍ ୫ଟି ଜିଲ୍ଲାରୁ ଆସୁଥିବା ଲୋକଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି । ତେବେ ପଦକ୍ଷେପରେ ବିଳମ୍ବ ହୋଇଥିବାରୁ ବ୍ୟାପକ ସଂକ୍ରମଣର ଆଶଙ୍କାକୁ ଟଳାଯାଇପାରୁନାହିଁ ।
ସୂଚନାଯୋଗ୍ୟ, ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୯ରେ ପହଞ୍ଚିଛି । ୧୬୭ ଜଣ ସୁସ୍ଥ ହୋଇଥିବା ବେଳେ ୪ ଜଣ ମୃତ୍ୟୁବରଣ କରିଛନ୍ତି । ୧୧୭ ଜଣ ଏବେ ବିଭିନ୍ନ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି । ଆଜି ଚିହ୍ନଟ ୬ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ସେଥିରେ ଅଛନ୍ତି ଏକ ଘରୋଇ ହସ୍ପିଟାଲ୍ ର ଜଣେ ୨୪ ବର୍ଷୀୟା ମହିଳା ।
ଓଡ଼ିଶାରେ କରୋନା ଗୋଷ୍ଠୀ ସଂକ୍ରମଣ ଦିଗରେ ବଢ଼ୁଥିବା କହିଛନ୍ତି ଏମସ୍ ର ପୂର୍ବତନ ନିଦେ୍ର୍ଦଶକ ତଥା ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ଅଶୋକ କୁମାର ମହାପାତ୍ର । ଯେଉଁ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ହୋଇପାରୁନି ସେମାନେ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହେଉଥିବା ସ୍ପଷ୍ଟ । ଆମେ କେହି ସ୍ୱୀକାର କରୁ ବା ନ କରୁ ରାଜ୍ୟରେ କରୋନା ଗୋଷ୍ଠୀ ସଂକ୍ରମଣ ଦିଗରେ ଗତି କରୁଥିବା ଡା. ମହାପାତ୍ର କହିଛନ୍ତି ।
ଓଡ଼ିଶାରେ କରୋନା ସ୍ଥିତି(ଜୁନ୍ ୨୮, ସଂଧ୍ୟା ୫.୩୦ ସୁଦ୍ଧା)
କରୋନା ପଜିଟିଭ୍ – ୬୬୧୪
ସୁସ୍ଥ- ୪୭୪୩
ଆକ୍ଟିଭ୍- ୧୮୪୩
ମୃତ୍ୟୁ-୨୧
ଦେଶରେ କରୋନା ସ୍ଥିତି
କରୋନା ପଜିଟିଭ୍- ୫,୩୦,୯୯୭
ସୁସ୍ଥ- ୩,୧୧,୩୬୪
ଆକ୍ଟିଭ୍-୨,୦୩,୪୪୯
ମୃତ୍ୟୁ- ୧୬,୧୨୮
Previous Post

ପକେଟ୍ ରେ ସୌରଶକ୍ତିରୁ ମୋବାଇଲ୍ ଚାର୍ଜିଂ

Next Post

କରୋନା ରୋଗୀଙ୍କ ପାଇଁ ମେଡ଼ିସିନ୍

Next Post
କରୋନା ରୋଗୀଙ୍କ ପାଇଁ ମେଡ଼ିସିନ୍

କରୋନା ରୋଗୀଙ୍କ ପାଇଁ ମେଡ଼ିସିନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA