ଭୁବନେଶ୍ଵର: ମଣିଷ ପାଇଁ ଆଜିକାଲି ଅପରିହାର୍ଯ୍ୟ ହୋଇଯାଇଛି ମୋବାଇଲ୍ । ଘରଠାରୁ ଆରମ୍ଭ କରି ଦେଶ ବିଦେଶ ସହିତ ଯୋଡି ହେବାର ଏହା ହୋଇଛି ବଳିଷ୍ଠ ମାଧ୍ୟମ । ବାଟରେ ଯିବା ବେଳେ ଏହି ମୋବାଇଲ୍ ଖଣ୍ଡିକ ଚାର୍ଜ ଅଭାବରୁ ଅଚଳ ହୋଇଗଲେ ମଣିଷ ବିବ୍ରତ ହୋଇପଡୁଛି । ପାୱାର ବ୍ୟାଙ୍କ୍ ଧରିଥିବା ମଣିଷ ପାଇଁ ସମସ୍ୟା ନାହିଁ । ତାପରେ ଏହି ପାୱାର୍ ବ୍ୟାଙ୍କ୍ କୁ ସବୁବେଳେ ପକେଟ୍ ରେ ଧରି ବୁଲିବା ବି ସମ୍ଭବ ନୁହେଁ । ସୁତରାଂ ଘର ବାହାରେ ବିନା ପାୱାର ବ୍ୟାଙ୍କ୍ ରେ ମୋବାଇଲ୍ ରିଚାର୍ଜ କରିବା ଏକ କଳ୍ପନା ହୋଇପାରେ । ମାତ୍ର ସେହି କଳ୍ପନାକୁ ବାସ୍ତବ ରୂପ ଦେଇଛନ୍ତି ଯୁବ ଟେକ୍ନୋକ୍ରାଟ୍ ସୁଶାନ୍ତ ପଟ୍ଟନାୟକ । ପକେଟ୍ ରେ ସୋଲାର୍ ଚାର୍ଜ ରଖି ସେଥିରେ ମୋବାଇଲ୍ ଚାର୍ଜ କରିବାର ଅଭିନବ ଉଦ୍ୟମରେ ସଫଳତା ପାଇଛନ୍ତି ।







