Wednesday, April 29, 2026 10:45 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଜେଏନୟୁରେ ହମଲା, ଛାତ୍ରସଂଘ ସଭାପତିଙ୍କ ସମେତ ୪୦ ରକ୍ତାକ୍ତ

by Our Correspondent
06 Jan, 2020- 02:14 AM
in Latest News, National, News
1 min read
0
ଜେଏନୟୁରେ ହମଲା, ଛାତ୍ରସଂଘ ସଭାପତିଙ୍କ ସମେତ ୪୦ ରକ୍ତାକ୍ତ
ନୂଆଦିଲ୍ଲୀ: ଦିଲ୍ଲୀର ପ୍ରସିଦ୍ଧ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ରେ ବଡ଼ ଧରଣର ହମଲା ହୋଇଛି । ମୁଖାପିନ୍ଧା ଗୁଣ୍ଡାମାନେ ସଂଘବଦ୍ଧ ହୋଇ ଅତର୍କିତ ଆକ୍ରମଣ କରିଛନ୍ତି । ଜେଏନୟୁ ଛାତ୍ରସଂଘ ସଭାପତି ଆଇଶି ଘୋଷଙ୍କୁ ସେମାନେ ସେମାନେ ଠେଙ୍ଗାରେ ପିଟି ରକ୍ତାକ୍ତ କରିଛନ୍ତି । ଶିକ୍ଷକମାନଙ୍କୁ ମଧ୍ୟ ସେମାନେ ଛାଡ଼ିନାହାନ୍ତି । ଦୁର୍ବୃତ୍ତଙ୍କ ଠେଙ୍ଗା ଓ ପଥର ମାଡ଼ରେ ଆଇଶିଙ୍କ ସମେତ ୩୦ ଛାତ୍ରଛାତ୍ରୀ ଏବଂ ୧୨ ଜଣ ପ୍ରଫେସର ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ଏମସ୍ ରେ ଭର୍ତ୍ତି କରାଯାଇଛି ।
ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ବିବାଦରୁ ଏହି କାଣ୍ଡ ହୋଇଛି । ବିଜେପିର ଛାତ୍ର ସଂଗଠନ ଏଭିପିପି ଗୁଣ୍ଡାମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଜେଏନୟୁରେ ଏହି ହମଲା ଦେଶବାସୀଙ୍କୁ ସ୍ତବଧ୍ କରିଛି । ପୁଲିସର ଆଢ଼ୁଆଳରେ ଏଭଳି ଆକ୍ରମଣ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ।
ରବିବାର ସଂଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ୫୦ରୁ ଉଦ୍ଧ୍ୱର୍ ଯୁବକ ଜେଏନୟୁ କ୍ୟାମ୍ପସ୍ ରେ ପ୍ରବେଶ କରିଥିଲେ । ନିଜ ମୁହଁ ଲୁଚାଇବା ପାଇଁ ସମସ୍ତେ ମାସ୍କ ଭିଡ଼ିଥିଲେ । ସମସ୍ତଙ୍କ ହାତରେ ଥିଲା ଲାଠି ଏବଂ ବୋଲଡର୍ । କେହି କିଛି ବୁଝିବା ପୂର୍ବରୁ ସେମାନେ ବିଭିନ୍ନ ହଷ୍ଟେଲ୍ ରେ ପଶି ରବାବ୍ ଆରମ୍ଭ କରିଥିଲେ । ଅଶ୍ଲୀଳ ଭାଷାରେ ଗାଳି କରିବା ସହ ବୋଲଡର୍ ମାଡ କରିଥିଲେ । ଏଥିଯୋଗୁଁ ଅନେକ କାର୍ ଭାଙ୍ଗିରୁଜି ଯାଇଛି ।
ସୂଚନା ଅନୁଯାୟୀ, ଦୁବୃର୍ତ୍ତମାନେ ଜେଏନୟୁ ଛାତ୍ରସଂଘ ସଭାପତି ଆଇଶି ରହୁଥିବା ହଷ୍ଟେଲ୍ କୁ ପଶି ତାଙ୍କୁ ଘୋଷାରି ଆଣିଥିଲେ । ବିଧା,ଗୋଇଠା ମାରିବା ସହ ଲାଠିରେ ମୁଣ୍ଡକୁ ପ୍ରହାର କରିଥିଲେ । ରକ୍ତାକ୍ତ ଅବସ୍ଥାରେ ସେ ତଳେ ପଡ଼ି ଛଟପଟ ହେଉଥିବା ବେଳେ ଆକ୍ରମଣକାରୀମାନେ ଅନ୍ୟ ହଷ୍ଟେଲ୍ ମୁହାଁଇଥିଲେ । ବିପକ୍ଷ ଛାତ୍ରଗୋଷ୍ଠୀକୁ ଖୋଜି ଖୋଜି ଅନୁରୂପ ଢ଼ଙ୍ଗରେ ଆକ୍ରମଣ କରିଥିଲେ । ଦୁର୍ବୃତ୍ତଙ୍କ କବଳରୁ ସେମାନଙ୍କୁ ଉଦ୍ଧାର କରିବାକୁ କିଛି ପ୍ରଫେସର ଉଦ୍ୟମ କରିବାରୁ ଆକ୍ରମଣକାରୀଙ୍କଠାରୁ ପ୍ରହାର ଖାଇଥିଲେ । ସେମାନଙ୍କ କାର୍ ଗୁଡ଼ିକୁ ପଥରମାଡ଼ କରି ଭାଙ୍ଗିଥିଲେ । କ୍ୟାମ୍ପସ୍ ରେ ଦୀର୍ଘ ସମୟ ଧରି ସେମାନଙ୍କ ଉତ୍ପାତ ଓ ଆତଙ୍କରାଜ ଚାଲିଥିଲା ।
ଖବର ପାଇ ପୁଲିସ କ୍ୟାମ୍ପସ୍ ରେ ପହଞ୍ଚି ଛଟପଟ ଅବସ୍ଥାରେ ଥିବା ଆହତମାନଙ୍କୁ ଡାକ୍ତରଖାନା ପଠାଇଥିଲା । ଗୁରୁତର ଆହତ ଛାତ୍ର ସଂସଦ ସଭାନେତ୍ରୀଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେଉଥିବାରୁ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି ।
ନିଜକୁ ଅଜଣା ସଜାଇଥିବା ଆକ୍ରମଣକାରୀମାନେ ଏବିଭିପି ଗୁଣ୍ଡା ବୋଲି ଜେଏନୟୁରେ ହମଲା, ଛାତ୍ରସଂଘ ପକ୍ଷରୁ ଟୁଇଟ୍ କରାଯାଇଛି ।
ଅନ୍ୟପକ୍ଷରେ ଏହି କାଣ୍ଡ ବାମ ସମର୍ଥିତ ଏସଏଫଆଇ, ଏଆଇଏସଏ ଏବଂ ଡିଏସଏଫ ଛାତ୍ରଗୋଷ୍ଠୀ ଭିଆଇଥିବା ଏବିଭିପି ପାଲଟା ଅଭିଯୋଗ କରିଛି । ଆକ୍ରମଣରେ ୨୫ ଜଣ ଏବିଭିପି ସମର୍ଥକ ଛାତ୍ର ଆହତ ଏବଂ ୧୧ ଜଣ ନିଖୋଜ ହୋଇଥିବା ଦାବି କରାଯାଇଛି ।
ଗୃହମନ୍ତ୍ରୀ ଅମିତ୍ ଶାହା ଘଟଣା ଉପରେ ତୀକ୍ଷଣ ନଜର ରଖି ଦିଲ୍ଲୀ ପୁଲିସକୁ ସତର୍କ କରାଇଛନ୍ତି । ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ଦିଲ୍ଲୀ ପୁଲିସକୁ ଘଟଣା ସମ୍ପର୍କରେ ଜେଏନୟୁ ଆଟାକ୍ ଖବର ପାଇବା କ୍ଷଣି ପ୍ରିୟଙ୍କା ଗାନ୍ଧୀ ଏମସରେ ପହଞ୍ଚି ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି । ରାହୁଲ ଗାନ୍ଧୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ।
ଜେଏନୟୁର ସମସ୍ତ ଗେଟ୍ ଓ ସଂଲଗ୍ନ ରାସ୍ତାକୁ ବନ୍ଦ କରାଯାଇ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।
Previous Post

‘ଓଡ଼ିଶା ମୋ ପରିବାର’ ଆରମ୍ଭ; ସେବାରେ ରାଜନୀତିକୁ ମୁଖ୍ୟମନ୍ତ୍ରୀଙ୍କ ନା

Next Post

ଚିହ୍ନା ହେଲେଣି ଜେଏନୟୁ ହମଲାର ମାଷ୍ଟରମାଇଣ୍ଡ!

Next Post
ଚିହ୍ନା ହେଲେଣି ଜେଏନୟୁ ହମଲାର ମାଷ୍ଟରମାଇଣ୍ଡ!

ଚିହ୍ନା ହେଲେଣି ଜେଏନୟୁ ହମଲାର ମାଷ୍ଟରମାଇଣ୍ଡ!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA