Thursday, April 30, 2026 12:18 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଚିହ୍ନା ହେଲେଣି ଜେଏନୟୁ ହମଲାର ମାଷ୍ଟରମାଇଣ୍ଡ!

by Our Correspondent
06 Jan, 2020- 10:55 PM
in Latest News, News, Politics
1 min read
0
ଚିହ୍ନା ହେଲେଣି ଜେଏନୟୁ ହମଲାର ମାଷ୍ଟରମାଇଣ୍ଡ!
ନୂଆଦିଲ୍ଲୀ: ଜେଏନୟୁ କ୍ୟାମ୍ପସରେ ପଶି ହମଲା କରିଥିବା ମୁଖାପିନ୍ଧା ଦୃବୃର୍ତ୍ତମାନେ କିଏ? ବିଜେପିର ଛାତ୍ର ସଂଗଠନ ଏବିଭିପି ନା ବାମପନ୍ଥୀ ଏସଏଫଆଇ, ଏଆଇଏସଏ ଏବଂ ଡିଏସଏଫ ସମର୍ଥକ? ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଓ ସୋସିଆଲ୍ ମିଡ଼ିଆକୁ ଆସିଥିବା ମେଳି ପୂର୍ବର ପ୍ରସ୍ତୁତି ଫଟୋ ଏବଂ ହ୍ୱାଟସଆପ୍ ମେସେଜ୍ ରୁ ଦୃବୃର୍ତ୍ତମାନେ ଏବିଭିପି ସମର୍ଥକ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ଗୁରୁତର ଆକ୍ରମଣର ଶିକାର ଜେଏନୟୁ ଛାତ୍ରସଂଘ ସଭାପତି ଆଇଶା ଘୋଷଙ୍କ ଏକ ଭିଡ଼ିଓକୁ ଧରି ଦ୍ୱନ୍ଦ ସୃଷ୍ଟି କରିବାକୁ ଉଦ୍ୟମ କରିଛି ଗୋଦି ମିଡ଼ିଆ । କିଛି ମୁଖାପିନ୍ଧା ଯୁବକଙ୍କ ଗହଣରେ ଆଇସାଙ୍କୁ ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି ।

ତେବେ ଏବିଭିପିର ଭୂମିକା ସମ୍ପର୍କରେ ଅଧିକରୁ ଅଧିକ ତଥ୍ୟ ସାମନାକୁ ଆସିଛି । ହାତରେ ରଡ୍ ଓ ଲାଠି ଧରିଥିବା ଏକ ଗୋଷ୍ଠୀର ଫଟୋ ଭାଇରାଲ୍ ହୋଇଛି । ଜେଏନୟୁ କ୍ୟାମ୍ପସ୍ ବାହାରେ ଏହି ଫଟୋ ରବିବାର ଅପରାହ୍ନରେ ଉଠାଯାଇଛି । ଯେଉଁଥିରେ ଅଛନ୍ତି ଏବିଭିପିର ଜେଏନୟୁ କାର୍ଯ୍ୟକାରୀ କମିଟି ସଭ୍ୟ ବିକାଶ ପଟେଲ । ତାଙ୍କ ପାଖରେ ଚିହ୍ନଟ ଛାତ୍ରଜଣଙ୍କ ବି ଏବିଭିପିର । ତାଙ୍କ ନାଁ ଶିବପୂଜନ ମଣ୍ଡଳ । ଜେଏନୟୁରେ ସ୍ନାତକ ପ୍ରଥମବର୍ଷର ସେ ଛାତ୍ର । ଅନ୍ୟ ଏକ ଫଟୋରେ ଲାଠି ଓ ଲୁହା ରଡ୍ ଧାରୀ ଦଳେ ଯୁବକଙ୍କ ଗହଣରେ ମଣ୍ଡଳ ଜେଏନୟୁ କ୍ୟାମ୍ପସ୍ ରେ ପଶୁଛନ୍ତି । ଅନ୍ୟ ଏକ ଭିଡ଼ିଓରେ ମଣ୍ଡଳ ହାତରେ ରଡ୍ ଧରି ଜେଏନୟୁ କ୍ୟାମ୍ପସରୁ ଫେରୁଥିବା ଦେଖିବାକୁ ମିଳୁଛି ।
ପଟେଲ ଓ ମଣ୍ଡଳ ସୋସିଆଲ୍ ମିଡ଼ିଆ ଆକାଉଣ୍ଟକୁ ଉଡ଼ାଇ ଦେଇଥିବା ବେଳେ ଆରଏସଏସ ବନ୍ଧୁ ଗୋଷ୍ଠୀର ଏକ ହ୍ୱାଟସଆପ୍ ଗ୍ରୁପ୍ ରେ ବାମପନ୍ଥୀ ଛାତ୍ରଗୋଷ୍ଠୀ ଉପରେ ଆଟାକ୍ ପାଇଁ ଏବିଭିପି ସମର୍ଥକଙ୍କ କଥାବାର୍ତ୍ତାରର ସ୍କ୍ରିନ୍ ସଟ୍ ପଦାକୁ ଆସିଛି । ସେଥିରେ ପଟେଲ ସାମିଲ ଥିବା ତାଙ୍କ ମୋବାଇଲ୍ ନମ୍ବର ସ୍ପଷ୍ଟ କରୁଛି । ଏହି ଗ୍ରୁପ୍ ଚାଟିଂରେ ଚିହ୍ନଟ ଅନ୍ୟ ଦୁଇଜଣ ହେଉଛନ୍ତି ଜେଏନୟୁର ସଂସ୍କୃତ ଛାତ୍ର ଯୋଗେନ୍ଦ୍ର ଭରଦ୍ୱାଜ୍ ଏବଂ ପିଏଚଡି ଛାତ୍ର ସନ୍ଦୀପ ସିଂ । ସେମାନେ ଏବିଭିପିର ସମର୍ଥକ ବୋଲି ସେମାନଙ୍କ ଟୁଇଟର ଆକାଉଣ୍ଟ ପ୍ରୋଫାଇଲ୍ ରୁ ଜଣାପଡ଼ିଛି । ହ୍ୱାଟସଆପ୍ କଥାବାର୍ତ୍ତାରେ ଭରଦ୍ୱାଜ୍ ଲେଫ୍ଟ ଟେରର୍ ଖତମ୍ କରିବାକୁ ଆହ୍ୱାନ ଦେଉଛନ୍ତି । ସେମାନଙ୍କୁ ଧରି ନିର୍ଘାତ୍ ପିଟିବାକୁ କହୁଛନ୍ତି ।

ଏହି ଫଟୋ ଓ ହ୍ୱାଟସଆପ୍ କଥାବାର୍ତ୍ତାର ସ୍କ୍ରିନସଟ୍ ଗଣମାଧ୍ୟମରେ ଆସିବା ପରେ ଏବିଭିପି ଗାଲୁ ପେଲିବାକୁ ଉଦ୍ୟମ କରିଛି । ଉକ୍ତ ଫଟୋ ଓ ହ୍ୱାଟସଆପ୍ କଥାବାର୍ତ୍ତା ସତ ନୁହେଁ, ହାତତିଆରି ବୋଲି ସଫେଇ ଦିଆଯାଇଛି ।
ଅନ୍ୟ କେତେକ ମିଡ଼ିଆ ରିପୋର୍ଟରେ ଜେଏନୟୁ ହମଲାକାରୀମାନେ ଏବିଭିପିର ବୋଲି ପ୍ରମାଣ ଦିଆଯାଇଛି । ଜେଏନୟୁ ଛାତ୍ର, ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଏବଂ ଭାଇରାଲ୍ ଭିଡ଼ିଓ ଆଧାରରେ ଏହା କୁହାଯାଉଛି । ରଡ ଓ ଲାଠି ଧରିଥିବା ମୁଖାପିନ୍ଧା ଦୁବୃର୍ତ୍ତମାନେ ଜେଏନୟୁ ହଷ୍ଟେଲ୍ ସହିତ ସମ୍ପୂର୍ଣ୍ଣ ପରିଚିତ । ରୁମ୍ କୁ ରୁମ୍ ବୁଲି ସେମାନେ ବାମପନ୍ଥୀ ସମର୍ଥକଙ୍କୁ ନିର୍ଘାତ୍ ପିଟୁଥିବା ବେଳେ ଏବିଭିପି ମାର୍କା ଛାତ୍ରଙ୍କ ପାଖ ମାଡୁ ନ ଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ ଛାତ୍ରଛାତ୍ରୀ ବିଭିନ୍ନ ଗଣମାଧ୍ୟମକୁ କହିଛନ୍ତି । ଏବିଭିପିର ଜେଏନୟୁ ଛାତ୍ରସଂଘ ସଭାପତି ପ୍ରାର୍ଥୀ ମନୀଷ ଜଙ୍ଗିଡ଼ ଆକ୍ରମଣର ଶିକାର ହୋଇଥିବା ଯାହା କୁହାଯାଉଛି ତାହା ସମ୍ପୂର୍ଣ୍ଣ ମିଛ ବୋଲି ଛାତ୍ରସଂଘର କର୍ମକର୍ତ୍ତା କହିଛନ୍ତି ।
ଜେଏନୟୁ ଫି ବୃଦ୍ଧି ଓ ସିଏଏ ବିରୋଧରେ ଛାତ୍ରସଂଘର ଆନେ୍ଦାଳନକୁ ଦବାଇବା ପାଇଁ ଏହି ଗୁଣ୍ଡାଗର୍ଦ୍ଦି କରାଯାଇଥିବା କୁହାଯାଉଛି । ଖବର ଅନୁଯାୟୀ, ଶନିବାର ଦିନ ଫି ବୃଦ୍ଧି ବିରୋଧରେ ଜେଏନୟୁ ଛାତ୍ରସଂଘ ଆନେ୍ଦାଳନ କରିଥିଲା । ଅନଲାଇନ୍ ରେଜିଷ୍ଟ୍ରେସନକୁ ବନ୍ଦ କରିବା ପାଇଁ ସ୍କୁଲ୍ ଅଫ ବାଇଓଟେକନୋଲୋଜି ପାଖରେ ଥିବା କମ୍ପୁ୍ୟଟର ଇଣ୍ଟିଗ୍ରେଟେଡ଼ ସର୍ଭିସ ବ୍ଲକ୍ ସାମନାରେ ଛାତ୍ରଛାତ୍ରୀମାନେ ଏକାଠି ହୋଇଥିଲେ । ତେବେ ଏହାକୁ ନେଇ ଉତକ୍ଷିପ୍ତ ହୋଇଥିଲେ ଏବିଭିପି ସମର୍ଥକ । ଛାତ୍ରସଂଘର ମୁକାବିଲା ପାଇଁ ପ୍ରସ୍ତୁତି ହୋଇଥିଲେ ।
ମିଡ଼ିଆ ରିପୋର୍ଟ ଅନୁଯାୟୀ, ରବିବାର ମଧ୍ୟାହ୍ନରୁ ଜେଏନୟୁ ଆଡମିନିଷ୍ଟ୍ରେଟିଭ୍ ବ୍ଲକ୍ ସାମନାରେ ଏବିଭିପିର ୨୦୦ରୁ ଅଧିକ ସମର୍ଥକ ମେଳି କରିଥିଲେ । ହାତରେ ଲୁହାରଡ଼ ଓ ଲାଠି ଧରି ସଂଧ୍ୟାବେଳେ ଆଗ ସିଧା ପେରିୟାର୍ ହଷ୍ଟେଲ୍ ରେ ପଶିଥିଲେ । ବାଟରେ ଯାହାକୁ ଦେଖିଲେ ଡରେଇଲେ, ପିଟିଲେ । ଜିନିଷ, ଗାଡ଼ିମଟର ଗୁଣ୍ଡ କଲେ । ସେଠି ଅଧଘଣ୍ଟା ଉତ୍ପାତ କଲା ପରେ ସାବରମତୀ ହଷ୍ଟେଲ୍ ପଶି ଥରେଇଲେ ।
ଦୃବୃର୍ତ୍ତଙ୍କ ମାଡ଼ରେ ଗୁରୁତର ଆହତ ହୋଇଥିବା ଛାତ୍ରସଂଘର ସଭାପତି ଆଇଶା ଘୋଷ କହିଛନ୍ତି, ଜେଏନୟୁ ସୁରକ୍ଷା କର୍ମୀ ଏବଂ ଗୁଣ୍ଡାମାନଙ୍କ ସଲାସୁତରାରେ ଏହି ସଂଘବଦ୍ଧ ଆକ୍ରମଣ ହୋଇଛି । ଉପସଭାପତି ସକେତ ମୁନ୍ ଙ୍କ କହିବାନୁଯାୟୀ, ଦୁଇଘଣ୍ଟା ଧରି ଆମେ ପୁଲିସକୁ ଖବର ଦେଇ ଚାଲିଥିଲେ ମଧ୍ୟ ପୁଲିସର ଦେଖା ମିଳିଲାନି । ଆମେନଷ୍ଟି ଇଣ୍ଟର ନ୍ୟାସନାଲ୍ ଇଣ୍ଡିଆ ଜେଏନୟୁ ହମଲା ପାଇଁ ପୁଲିସକୁ ଦାୟୀ କରିଛି । ଜାମିଆ ଭଳି ଜେଏନୟୁରେ ପୁଲିସ ଫେଲ୍ ମାରିଥିବା ଦର୍ଶାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ‘ଫାସିଷ୍ଟ ସର୍ଜିକାଲ୍ ଷ୍ଟ୍ରାଇକ୍’ ବୋଲି କହିଛନ୍ତି ।
ଜେଏନୟୁ ହମଲାକୁ ନେଇ ସାରା ଦେଶରେ ଭୀଷଣ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ବିଭିନ୍ନ ବିଶ୍ୱବିଦ୍ୟାଳୟ ଛାତ୍ରସଂଘ ଓ ସଂଗଠନ ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି । ରାଜନୈତିକ ବ୍ୟକ୍ତିବିଶେଷ ଓ ବୁଦ୍ଧିଜୀବୀମାନେ ତୀବ୍ର ସମାଲୋଚନା କରିଛନ୍ତି । କଂଗ୍ରେସ ପକ୍ଷରୁ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଇସ୍ତଫା ଦାବି କରାଯାଇଥିବା ବେଳେ ବିଶ୍ୱବିଦ୍ୟାଳୟକୁ ରାଜନୈତିକ ଆଡ୍ଡା ହେବାକୁ ଦିଆଯିବନି ବୋଲି ମାନବସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖ୍ରିିୟାଲ୍ କହିଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜେଏନୟୁ ଘଟଣାକୁ ନାପସନ୍ଦ କରିଛନ୍ତି । ଛାତ୍ରମାନଙ୍କ ଉପରେ ଏଭଳି ଆକ୍ରମଣ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି ।
ଆକ୍ରମଣ ଘଟଣାକୁ ନେଇ ଜେଏନୟୁ ଛାତ୍ରଛାତ୍ରୀମାନେ ଆତଙ୍କିତ ହୋଇପଡ଼ିଛନ୍ତି । ଅଧିକାଂଶ ଛାତ୍ରଛାତ୍ରୀ ଭୟରେ ହଷ୍ଟେଲ୍ ଛାଡ଼ିଛନ୍ତି । ସେପଟେ କ୍ୟାମ୍ପସ୍ ଭିତରେ ଓ ବାହାରେ ପୁଲିସ ଛାଉଣି କରିଛନ୍ତି । ମାମଲାର ମାଷ୍ଟରମାଇଣ୍ଡ ଖୋଜିବାକୁ ଦିଲ୍ଲୀ ପୁଲିସ ଛାନଭିନ୍ ଚଳାଇଛି ।
Previous Post

ଜେଏନୟୁରେ ହମଲା, ଛାତ୍ରସଂଘ ସଭାପତିଙ୍କ ସମେତ ୪୦ ରକ୍ତାକ୍ତ

Next Post

ବର୍ଷ ବର୍ଷ ପଡୁଥିଲା, ସାତ ଦିନରେ ହେଲା

Next Post
ବର୍ଷ ବର୍ଷ ପଡୁଥିଲା, ସାତ ଦିନରେ ହେଲା

ବର୍ଷ ବର୍ଷ ପଡୁଥିଲା, ସାତ ଦିନରେ ହେଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA