Friday, April 17, 2026 12:02 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics

ଜୋର୍‍ ଧରିଲା ବିଜେପି ଲଢ଼େଇ

by Our Correspondent
13 Jan, 2016- 03:17 PM
in Politics
1 min read
0
ଜୋର୍‍ ଧରିଲା ବିଜେପି ଲଢ଼େଇ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ରାଜ୍ୟ କଂଗ୍ରେସ ଅବସ୍ଥାଠୁଁ ବଳିପଡ଼ିଛି ବିଜେପିର ଅବସ୍ଥା । ବସନ୍ତ ପଣ୍ଡାଙ୍କୁ ରାଜ୍ୟ ସଭାପତି ଚୟନ ନେଇ ଗୋଷ୍ଠୀ ବିବାଦ ତୀବ୍ର ଆକାର ଧାରଣ କରିଛି । ଏହା ବିଜେପିକୁ ତିନିଗୋଷ୍ଠୀ କରିଦେଇଛି । ବସନ୍ତ ପଣ୍ଡାଙ୍କୁ ନେଇ ବିଦ୍ରୋହ ଦାନାବାନ୍ଧି ସାରିଲାଣି ଏବଂ ବିଧିବଦ୍ଧ ଭାବେ ଘୋଷଣା ହେଲା ପରେ ବିଦ୍ରୋହକୁ କେହି ଅଟକେଇପାରିବେନି ତେଣିକି ପାର୍ଟିର ଯାହା କ୍ଷତି ହେଉ ନା କାହିଁକି । ଏହି ଆଭାସ ବି ମିଳିସାରିଲାଣି ।

ରାଜ୍ୟ ସଂଗଠନକୁ ହାତମୁଠାରେ ରଖି ନିଜକୁ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବରେ କେନ୍ଦ୍ରମନ୍ତ୍ରୀ ହେବା ଦିନଠୁଁ ସ୍ୱପ୍ନ ଦେଖିଲେଣି ଧର୍ମେନ୍ଦ୍ର ପ୍ରଧାନ ଓରଫ୍‍ ମୁକୁ । କେନ୍ଦ୍ରରେ ତାଙ୍କର ଦବଦବା ଥିବାରୁ ତାଙ୍କ ପାଇଁ ଏହା  ଚାଲେଞ୍ଜକର ନ ଥିଲା । ସେବେଠାରୁ ସେ ବସନ୍ତ ପଣ୍ଡାଙ୍କୁ ପ୍ରୋଜେକ୍ଟ କରି ରଖିଥିଲେ । ଆଉ ଏବେ ସେ ତାହା କରିକି ଦେଖାଇବାକୁ ଯାଉଛନ୍ତି । ବସନ୍ତ ପଣ୍ଡାଙ୍କୁ ସଭାପତି ଆସନରେ ବସାଇ ସଖି କଣ୍ଢେଇ କରିବେ ଧର୍ମେନ୍ଦ୍ର।  ଆଉ ଯେମିତି ନଚାଇବେ ବସନ୍ତ ସେମିତି ନାଚିବେ । ନିଜେ ସଂଗଠନକୁ ସଜାଇ ମୁକୁମୟ କରିବେ ରାଜ୍ୟ ବିଜେପିକୁ । ୨୦୧୯ ନିର୍ବାଚନରେ ଦଳକୁ ବିଜୟୀ କରାଇ ମୁଖ୍ୟମନ୍ତ୍ରୀ ଚଉକି ଚଢ଼ିବେ ଧର୍ମେନ୍ଦ୍ର । ଏହି ସ୍ୱପ୍ନରେ ବିଭୋର ଧର୍ମେନ୍ଦ୍ର ତେଣୁ ବସନ୍ତଙ୍କ ହାତରେ ଦଳର ନେତୃତ୍ୱ ରଖିବା ପାଇଁ ଯୋଜନା କରି ସଫଳ ହେବାକୁ ଯାଉଛନ୍ତି ।

ସେପଟେ ଧର୍ମେନ୍ଦ୍ରଙ୍କ ବିରୋଧୀ ଭାବେ ଜଣାଶୁଣା ଅନ୍ୟତମ କେନ୍ଦ୍ରମନ୍ତ୍ରୀ ଜୁଏଲ୍‍ ଓରାମ୍‍ କେନ୍ଦ୍ରୀୟ ନେତୃତ୍ୱର ଧର୍ମେନ୍ଦ୍ର ହାବଭାବ ଜାଣି ନୀରବ ରହିଯାଇଛନ୍ତି । ଧର୍ମେନ୍ଦ୍ର ପ୍ରଭାବିତ ହାଇକମାଣ୍ଡ ବି ତାଙ୍କୁ ଗୁରୁତ୍ୱ ଦେଉନାହିଁ କି ପଦୁଟିଏ ପଚାରୁନି । ଅପମାନିତ ଜୁଏଲ୍‍ ମାନଭଞ୍ଜନ ପାଇଁ ଅଷ୍ଟ୍ରେଲିଆ ପଳାଇଥିବା ଖବର ମିଳିଛି ।

ତେବେ ବସନ୍ତ ପଣ୍ଡାଙ୍କୁ ସଭାପତି କରାଇ ନ ଦେବା ପାଇଁ ବିଜେପିର ପ୍ରମୁଖ ଶକ୍ତିଶାଳୀ ଗୋଷ୍ଠୀ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି । ଏହି ଗୋଷ୍ଠୀରେ ଅଛନ୍ତି କେ.ଭି.ସିଂହଦେଓ, ଦିଲ୍ଲୀପ ରାୟ, ବିଜୟ ମହାପାତ୍ର, ଜୟନାରାୟଣ ମିଶ୍ର ଓ ପ୍ରତାପ ଷଡ଼ଙ୍ଗୀଙ୍କ ଭଳି ନେତା । ଏହି ଗୋଷ୍ଠୀ କସ୍ମିନ୍‍ କାଳେ ବସନ୍ତଙ୍କୁ ସଭାପତି ଆସନରେ ବସାଇବାକୁ ଚାହୁଁନାହାନ୍ତି । ବସନ୍ତଙ୍କୁ ବ୍ୟକ୍ତିଗତ ଭାବେ ସେମାନଙ୍କ ବିରୋଧ ନାହିଁ ମାତ୍ର ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରେ ଦଳର ଚାବିକାଠି ଦେବାକୁ ସେମାନେ ଚାହୁଁନାହାନ୍ତି । ଉଚ୍ଚଆକାଂକ୍ଷୀ ଧର୍ମେନ୍ଦ୍ରଙ୍କ ହାତରେ ଡୋରି ରହିଲେ ଦଳ ବରବାଦ ହେବା ଥୟ । ଏହି ବାର୍ତ୍ତା ସେମାନେ ହାଇକମାଣ୍ଡଙ୍କୁ ଦେଇସାରିଛନ୍ତି ।

ସେମାନଙ୍କର ଯୁକ୍ତି ବିଜୟ ମହାପାତ୍ର ହିଁ ଏକମାତ୍ର ବ୍ୟକ୍ତି ଯିଏ ଦଳକୁ ସଠିକ୍‍ ମାର୍ଗରେ ପରିଚାଳିତ କରି ଶକ୍ତିଶାଳୀ କରିପାରିବେ । ତେଣୁ ତାଙ୍କୁ ସଭାପତି କରାଯାଉ । ଯଦି ସଭାପତି ହେବାକୁ ବିଜୟଙ୍କ ପାଖରେ କିଛି ଦଳୀୟ ମାନଦଣ୍ଡର ଅଭାବ ରହୁଛି ତେବେ ବରଂ କନକ ବର୍ଦ୍ଧନ ସିଂହଦେଓଙ୍କୁ ଆଉ ଥରେ ଚାନସ୍‍ ଦିଆଯାଉ । ଆଉ ଯଦି ସେୟା ସମ୍ଭବ ନ ହେଉଛି ତେବେ ପ୍ରତାପ ଷଡ଼ଙ୍ଗୀଙ୍କୁ ସଭାପତି କରାଯାଉ । ତାଙ୍କ ନେତୃତ୍ୱକୁ ସମସ୍ତେ ଗ୍ରହଣ କରିବେ ଏବଂ ମିଳିମିଶି ଦଳକୁ ଶକ୍ତିଶାଳୀ କରିପାରିବେ । କିନ୍ତୁ ଧର୍ମେନ୍ଦ୍ରଙ୍କ ହାତରେ ଦେଇ ଦଳକୁ ବରବାଦ୍‍ କର ନାହିଁ ବୋଲି ହାଇକମାଣ୍ଡଙ୍କୁ ବୁଝାଇବାକୁ ଚେଷ୍ଟା ଚଲାଇଛନ୍ତି ।

ଏହି ଶକ୍ତିଶାଳୀ ଗୋଷ୍ଠୀର ଉଦ୍ୟମକୁ ଧର୍ମେନ୍ଦ୍ର ବାଏଁ ବାଏଁ ପଣ୍ଡ କରିବାର ସାମର୍ଥ ଯୋଗାଡ଼ କରିସାରିଛନ୍ତି । ଏମିତି ଦେଖିଲେ ଧର୍ମେନ୍ଦ୍ର ବାହିନୀରେ ସୁରେଶ ପୂଜାରୀ, ମନମୋହନ ସାମଲଙ୍କ ଭଳି ହାତଗଣତି ପ୍ରଭାବଶାଳୀ ନେତା ଅଛନ୍ତି । କେନ୍ଦ୍ରୀୟ ନେତୃତ୍ୱର ଆର୍ଶିବାଦ ଧରିଥିବା ଧର୍ମେନ୍ଦ୍ରଙ୍କର ବଳ ହେଉଛନ୍ତି ଏହି ହାତଗଣତି ନେତା । ବସନ୍ତଙ୍କୁ ସଭାପତି କରିବା ପଛରେ କେନ୍ଦ୍ରୀୟ ନେତୃତ୍ୱର ମୋହର ସାଙ୍ଗକୁ ଧର୍ମେନ୍ଦ୍ର ସଂଘ ପରିବାର ସମର୍ଥନ ଚାଲ୍‍ ବି ଖେଳିଛନ୍ତି । ତେଣୁ ମୈଦାନରେ ଧର୍ମେନ୍ଦ୍ରଙ୍କ ଜିତାପଟ ସୁନିଶ୍ଚିତ ସତ ହେଲେ ଦଳ ପାଇଁ ଆଗକୁ ଘୋର ବିପଦ ଆଣିଦେବା ଜଳ ଜଳ ଦିଶିଲାଣି ।

ଇତିମଧ୍ୟରେ ନିର୍ବାଚିତ ହୋଇଥିବା ଅଧିକାଂଶ ଜିଲ୍ଲା ସଭାପତିମାନେ ବସନ୍ତ ପଣ୍ଡାଙ୍କୁ ସଭାପତି କରାଇ ନ ଦେବାକୁ ଅଡି ବସିଛନ୍ତି । ମାତ୍ର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସରୋଜ ପାଣ୍ଡେ ସମସ୍ତଙ୍କୁ ବୁଝାସୁଝା କରି ବସନ୍ତଙ୍କ ମୁଣ୍ଡରେ ମୁକୁଟ ପିନ୍ଧାଇ ଯିବାକୁ ଦିଲ୍ଲୀରୁ ନିର୍ଦେଶ ଧରି ଆସିଛନ୍ତି । ଯଦି ଶେଷ ମୁହୁର୍ତ୍ତରେ କିଛି ନ ଘଟେ ତେବେ ଆଉ ମାତ୍ର କେଇ ଘଣ୍ଟା ପରେ ବସନ୍ତ ପିନ୍ଧିବେ ସଭାପତି ମୁକୁଟ ଓ ଧର୍ମେନ୍ଦ୍ର ଧରିବେ ବିଜେପି ସଂଗଠନ ଡୋରି ।

Previous Post

ନବୀନ ଡଙ୍ଗାରେ ଦାଗୀ ପିଟ୍ରୋଡା

Next Post

ତୁଣ୍ଡ ନେବ ମୁଣ୍ଡ !

Next Post
ତୁଣ୍ଡ ନେବ ମୁଣ୍ଡ !

ତୁଣ୍ଡ ନେବ ମୁଣ୍ଡ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA