Thursday, April 30, 2026 02:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଜୋସ୍ ଦେଖାଇଲେ ସମୀର, ବିରୋଧୀଙ୍କ ମନଊଣା

by Our Correspondent
17 Jan, 2020- 07:13 PM
in Latest News, News, Politics
1 min read
0
ଜୋସ୍ ଦେଖାଇଲେ ସମୀର, ବିରୋଧୀଙ୍କ ମନଊଣା
ଭୁବନେଶ୍ୱର: ରାଜ୍ୟ ବିଜେପିରେ ସମୀର ମହାନ୍ତିଙ୍କ ଯୁଗ ଆରମ୍ଭ ହୋଇଛି । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଆନୁଷ୍ଠାନିକ ଭାବେ ସଭାପତି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେଥିପାଇଁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ରାଜ୍ୟରେ ବିଜେପି ସ୍ଥିତିକୁ ନେଇ ଜୋସ୍ ଦେଖାଇଛନ୍ତି ନୂଆ ସଭାପତି । ଆଗାମୀ ଦିନରେ ଦଳକୁ ଅଧିକ ସଂଗଠିତ କରାଯିବ ଏବଂ କେନ୍ଦ୍ରର ଜନକଲ୍ୟାଣ ଯୋଜନାକୁ ୩୭ ହଜାର ବୁଥ୍ ରେ ଥିବା ଲୋକମାନଙ୍କ ପାଖରେ ପହଞ୍ଚାଇବା ଉଦ୍ୟମକୁ ଆହୁରି ଜୋରଦାର କରାଯିବ ବୋଲି ଶ୍ରୀ ମହାନ୍ତି ଦୃଢ଼ ବିଶ୍ୱାସ ଦେଇଛନ୍ତି ।
ଜଣେ ଦକ୍ଷ ଓ ଟାଣୁଆ ସଂଗଠକ ଭାବେ ସମୀର ପରିଚିତ । ତେବେ ବର୍ତ୍ତମାନ ପାଇଁ ତାଙ୍କର ବଡ଼ ପରିଚୟ ହେଉଛି ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅତି ପାଖ ଲୋକ । ସଭାପତି ରେସ୍ ରେ ଅନ୍ୟ ସମସ୍ତଙ୍କୁ ପଛରେ ପକାଇବା କେବଳ ଧର୍ମେନ୍ଦ୍ରଙ୍କ ଯୋଗୁଁ ସମ୍ଭବପର ହୋଇଛି । ଆଜିର ସମ୍ବର୍ଦ୍ଧନା ସଭାରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଥିଲା ।
ସମୀର ତାଙ୍କ ଭାଷଣରେ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ବାପା ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କୁ ବାରମ୍ବାର ପ୍ରଶଂସା କରିଥିଲେ । ବିଜେପିରେ ତାଙ୍କ କ୍ୟାରିୟର୍ ଗଢ଼ିବା ପଛରେ ଦେବେନ୍ଦ୍ର ପ୍ରଧାନଙ୍କ ଅବଦାନକୁ ସ୍ମରଣ କରି ସେ ତାଙ୍କୁ ଗୁରୁ ବୋଲି ମାନିଥିଲେ । ସମୀରଙ୍କ ପ୍ରତି ଧର୍ମେନ୍ଦ୍ର ବି ତାଙ୍କ ଭଲ ପାଇବା ଦେଖାଇଥିଲେ । ସମୀରଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଦିଆଯାଇଥିବା ବିରାଟ ଫୁଲତୋଡ଼ାକୁ ନିଜେ ଟେକି ଧରିଥିଲେ ଧର୍ମେନ୍ଦ୍ର ।

ଅନ୍ୟପକ୍ଷରେ ଧର୍ମେନ୍ଦ୍ରଙ୍କ ବିରୋଧୀ ଗୋଷ୍ଠୀ କୁହାଯାଉଥିବା ନେତାମାନଙ୍କର ମୁହଁରେ ଆଜି ସେଭଳି ପ୍ରସନ୍ନତା ଦେଖିବାକୁ ମିଳି ନ ଥିଲା । ସମୀରଙ୍କ ନେତୃତ୍ୱ ଯୋଗୁଁ ବେଶୀ ଅସୁଖୀ କୁହାଯାଉଥିବା ଅପରାଜିତା ଷଡ଼ଙ୍ଗୀଙ୍କ ଭାଷଣରୁ ସେଭଳି ବାରି ହୋଇ ନ ଥିଲେ ମଧ୍ୟ ତାଙ୍କ ସମର୍ଥକମାନେ ମୁହଁ ଶୁଖାଇଥିଲେ । କନକ ବର୍ଦ୍ଧନ ସିଂହଦେଓ ଷ୍ଟେଜ୍ ର ପଛ ଧାଡ଼ିରେ ଆଗୁଆ ଯାଇ ବସିଥିଲେ । ମାତ୍ର କେନ୍ଦ୍ରୀୟ ନେତା ସୌଦାନ୍ ସିଂ ତାଙ୍କୁ ଟାଣି ଟାଣି ଆଗକୁ ଆଣିଥିଲେ । ସଭାପତି ଚେୟାର୍ ଆଶାରୁ ନିରାଶ ହୋଇଥିବା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ସମୀରଙ୍କ ପ୍ରଶଂସାଗାନ କରିଥିଲେ ମଧ୍ୟ ମନରେ ତାଙ୍କର ସରସ ନ ଥିଲା ।
ସଭାମଞ୍ଚରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ପ୍ରଭାରୀ ଅରୁଣ ସିଂ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୌଦାନ୍ ସିଂଙ୍କ ସମେତ ଉପସ୍ଥିତ ହେଭିୱେଟ୍ ନେତାଙ୍କ ମଧ୍ୟରେ କିନ୍ତୁ କେତେଜଣଙ୍କର ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ହୋଇଥିଲା । ଅନୁପସ୍ଥିତ ହେଭିୱେଟ୍ ଙ୍କ ମଧ୍ୟରେ ଥିଲେ ବିଜୟ ମହାପାତ୍ର, ଦୁଇ ପୂର୍ବତନ ସଭାପତି ଏବଂ ସାଂସଦ ଜୁଏଲ୍ ଓରାମ ଏବଂ ସୁରେଶ ପୂଜାରୀ, ସାଂସଦ ସଙ୍ଗୀତା ସିଂହଦେଓ ଏବଂ ବିଧାୟକ ଜୟନାରାୟଣ ମିଶ୍ର ।
ବିଦାୟୀ ସଭାପତି ବସନ୍ତ ପଣ୍ଡାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ନୂଆ ସଭାପତି ସମୀର ମହାନ୍ତି ଲିଙ୍ଗରାଜ ମନ୍ଦିର ଦର୍ଶନ କରି ଏକ ବିରାଟ ପଟୁଆରରେ ଦଳୀୟ କାର୍ଯ୍ୟାଳୟକୁ ଆସିଥିଲେ ।
Previous Post

ଆଇଏଏସ୍ ବାବୁଙ୍କୁ ସାବଧାନ!

Next Post

ପାଠକ ନୁହେଁ, ଗରାଖ ଖୋଜୁଛି ଖବର କାଗଜ

Next Post
ପାଠକ ନୁହେଁ, ଗରାଖ ଖୋଜୁଛି ଖବର କାଗଜ

ପାଠକ ନୁହେଁ, ଗରାଖ ଖୋଜୁଛି ଖବର କାଗଜ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA