Thursday, April 30, 2026 12:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆଇଏଏସ୍ ବାବୁଙ୍କୁ ସାବଧାନ!

by Our Correspondent
17 Jan, 2020- 05:48 PM
in Latest News, News
1 min read
0
ଆଇଏଏସ୍ ବାବୁଙ୍କୁ ସାବଧାନ!
ଭୁବନେଶ୍ୱର: ଲୋକଙ୍କୁ ସରକାରୀ ସେବା ସୁବିଧା ଯୋଗାଇବାରେ ୫-ଟି କୁ ମୂଳ ଆଧାର କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଇଏଏସ୍ ବାବୁମାନଙ୍କୁ ପରାମର୍ଶ ଛଳରେ ସାବଧାନ କରିଛନ୍ତି । ‘ସାଢ଼େ ଚାରି କୋଟି ଓଡ଼ିଶାବାସୀ ହେଉଛନ୍ତି ମୋର ପରିବାର । ସେମାନଙ୍କ ଜୀବନଧାରଣର ମାନରେ ପରିବର୍ତ୍ତନ ପାଇଁ ଆପଣମାନେ କାମ କରନ୍ତୁ’ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଜିଲ୍ଲାପାଳ ହୁଅନ୍ତି କି ସଚିବ ହୁଅନ୍ତୁ, ଲୋକଙ୍କ ସମସ୍ୟା ଜଡ଼ିତ ପ୍ରସଙ୍ଗରେ କୌଣସି ସାଲିସ୍ କୁ ବରଦାସ୍ତ କରାଯିବ ନାହିଁ । ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣ ଜରିଆରେ ତାଙ୍କର ଏହି କଠୋର ଆଭିମୁଖ୍ୟ ଜଣାଇ ଦେଇଛନ୍ତି । ଖାଲି ସେତିକି ନୁହେଁ, ଏହି ମର୍ମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ମନ୍ତ୍ରୀ ଓ ବ୍ୟୁରୋକ୍ରାଟ୍ ମାନଙ୍କୁ ଶପଥପାଠ କରାଇଛନ୍ତି ।
ଆଜି ଲୋକସେବା ଭବନର ନୂତନ କନଭେନସନ ହଲ୍ ରେ ଆଇଏଏସ୍ ଅଫିସରମାନଙ୍କର ସମ୍ମିଳନୀକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ‘ମୋ ସରକାର’ କାର୍ଯ୍ୟକାରିତାରେ ତାଙ୍କର ଆଭିମୁଖ୍ୟକୁ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ସରଳ ଭାଷାରେ ବୁଝାଇ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ, ‘ପରିବାର ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆମେ ଚାହୁଁ ଯେ ଆମର ପିଲାମାନେ ଭଲ ପାଠ ପଢ଼ନ୍ତୁ । ଆମେ ଚାହୁଁ ଯେ ଆମର ଭାଇଭଉଣୀମାନେ ସବୁଠାରୁ ଭଲ ଚାକିରି ପାଆନ୍ତୁ । ଆମେ ଚାହୁଁ ଯେ ଆମର ବାପାମାଆଙ୍କୁ ଭଲ ସ୍ୱାସ୍ଥ୍ୟ ସୁବିଧା ମିଳୁ । ମୋର ବି ଗୋଟିଏ ପରିବାର ଅଛି । ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କୁ ନେଇ ମୋର ପରିବାର । ସେମାନଙ୍କ ଆର୍ଶିବାଦରେ ମୁଁ ଗତ ୨୦ ବର୍ଷ ଧରି ସେବା କରିଆସୁଛି ।’
ଆଇଏଏସ୍ ବାବୁମାନଙ୍କ ଦାୟିତ୍ୱ ସମ୍ପର୍କରେ ସାବଧାନ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ, ‘ମୁଁ ଚାହେଁ ଆମର ପିଲାମାନେ ଗୁଣାତ୍ମକ ଶିକ୍ଷା ପାଆନ୍ତୁ । ଆମର ଭାଇଭଉଣୀମାନେ ଭଲ ଚାକିରି କରନ୍ତୁ । ଆମ ପରିବାରର ବରିଷ୍ଠମାନେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଆନ୍ତୁ । ଆପଣମାନେ ସମସ୍ତେ ହେଉଛନ୍ତି ଏହି ପରିବର୍ତ୍ତନ ଧାରାର ମୁଖ୍ୟ ବାହକ । ମୁଁ ନିଶ୍ଚିତ ଯେ ଏହି ସମ୍ମିଳନୀ ଲକ୍ଷ୍ୟ ପୂରଣ ଦିଗରେ ନିଶ୍ଚିତ ସହାୟକ ହେବ ।’
ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣ ଶେଷରେ ‘ମୋ ସରକାର’ର ମୁଖବନ୍ଧ ସମ୍ପର୍କରେ ସମସ୍ତଙ୍କୁ ପୁଣି ଥରେ ଅବଗତ କରାଇଥିଲେ । ‘ମୋ ସରକାର’ ମୁଖବନ୍ଧରେ ଆମ ପ୍ରଶାସନର ବିଶେଷତ୍ୱ ପ୍ରତିଫଳିତ ହୋଇଛି । ତେଣୁ ଆପଣମାନେ ମୋ ସହିତ ଏହି ଶପଥ ନିଅନ୍ତୁ..
“ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା । ଗଣତନ୍ତ୍ରରେ ପ୍ରତିଟି ଅନୁଷ୍ଠାନ ଲୋକଙ୍କ କଲ୍ୟାଣ ପାଇଁ, ଲୋକଙ୍କ ପଇସାରେ, ଲୋକଙ୍କ ସେବା ଓ ସଶକ୍ତିକରଣ ପାଇଁ ସୃଷ୍ଟି କରାଯାଇଛି । ଏହି ପୁଲିସ ଥାନା/ଡାକ୍ତରଖାନା/କାର୍ଯ୍ୟାଳୟ ଲୋକଙ୍କ ସେବା ପାଇଁ ଅଛି । ଲୋକମାନେ ହିଁ ଏହାର ପ୍ରକୃତ ମାଲିକ । ଏହି କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟକ ବ୍ୟକ୍ତିଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରାଯିବା ସହ ବୃତ୍ତିଗତ ଏବଂ ସେବା ମନୋଭାବ ନେଇ ସେମାନଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଲୋକମାନେ ହେଉଛନ୍ତି ପ୍ରକୃତ ସରକାର ଏବଂ ଏଠାରେ କାମ କରୁଥିବା ସମସ୍ତ କର୍ମଚାରୀ ଲୋକଙ୍କ ପଇସାରେ ହିଁ ବେତନ ପାଉଛନ୍ତି ।”
ମୁଖ୍ୟମନ୍ତ୍ରୀଙ୍କ ଏହି ଶପଥପାଠକୁ ଉପସ୍ଥିତ ମନ୍ତ୍ରୀ ଓ ବ୍ୟୁରୋକ୍ରାଟ୍ ମାନେ ପାଳି ଧରିଥିଲେ । ସମ୍ମିଳନୀରେ ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ, ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।
ଉଦଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ ଯୋଗଦେଇଥିଲେ ।
Previous Post

ରାତି ଅଧରେ ବିଧାୟକଙ୍କ କି ପାଲା?

Next Post

ଜୋସ୍ ଦେଖାଇଲେ ସମୀର, ବିରୋଧୀଙ୍କ ମନଊଣା

Next Post
ଜୋସ୍ ଦେଖାଇଲେ ସମୀର, ବିରୋଧୀଙ୍କ ମନଊଣା

ଜୋସ୍ ଦେଖାଇଲେ ସମୀର, ବିରୋଧୀଙ୍କ ମନଊଣା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA