Tuesday, June 23, 2026 09:53 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାତି ଅଧରେ ବିଧାୟକଙ୍କ କି ପାଲା?

by Our Correspondent
16 Jan, 2020- 11:11 PM
in Latest News, News
1 min read
0
ରାତି ଅଧରେ ବିଧାୟକଙ୍କ କି ପାଲା?

ଭୁବନେଶ୍ୱର: କାହାରିକୁ ସାନ୍ତ୍ୱନା ଦେବା ଆଳରେ ରାତି ଅଧରେ ତାଙ୍କ ଘରକୁ ଯିବା ଠିକ୍ କି? ଯେତେ ନିଜର ହେଲେ ବି ରାତି ଅଧରେ ଯିବାକୁ ବିବେକ ଅନୁମତି ଦେବ କି? ଯଦି ସେ ଚିହ୍ନାଜଣା ନୁହଁନ୍ତି, ଆଉ ରାତି ଅଧରେ ତାଙ୍କ ଘରେ ପଶି ଶୋଇବା ଘରର କବାଟ ବାଡ଼ାଯାଏ.. ?? ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀ ଭଳି ରାଜଧାନୀର ଏକ ନମ୍ବର ସମ୍ବ୍ରାନ୍ତ ଅଞ୍ଚଳକୁ ପ୍ରତିନିଧିତ୍ୱ କରୁଥିବା ଅନନ୍ତ ନାରାୟଣ(ବୁନୁ) ଜେନା ନିଃସଙ୍କୋଚରେ ଏମିତି କାର୍ଯ୍ୟ କରିଛନ୍ତି । ସମବେଦନା ନାଁରେ ଆଉଟସାଇଡର୍ ପୁଲିସ ବାବୁଙ୍କୁ ସାଙ୍ଗରେ ନେଇ ଯାଇଛନ୍ତି । ଜଣେ ବିଧାୟକଙ୍କ ଏଭଳି ଆଚରଣକୁ ସବୁଆଡୁ ନାପସନ୍ଦ କରାଯାଇଛି ।

ଲକ୍ଷ୍ମୀସାଗର ଅଞ୍ଚଳର ଭଗବାନ ଆପାର୍ଟମେଣ୍ଟ ନିକଟରେ ପରବିନ୍ଦର୍ ପାଲଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଗତକାଲି ଦିନ ତମାମ ହଇଚଇ ସୃଷ୍ଟି ହେଲା । ରାଜନୈତିକ ବୟାନବାଜିରେ ଜାତି, ରାଜନୀତିର ରଙ୍ଗ ଲାଗିଲା । ରାଜ୍ୟ ସରକାର ମାମଲାକୁ ଗମ୍ଭୀରତାର ସହ ନେଲେ । ପୁଲିସ ଡିଜି, କମିଶନରଙ୍କ ନିଦ ହଜିଗଲା । ଆକ୍ରମଣ ବେଳେ ଦର୍ଶକ ସାଜିଥିବା ପିସିଆର୍ ଇନଚାର୍ଜଙ୍କୁ ଚାକିରିରୁ ବହିଷ୍କାର କରାଗଲା । ୩ ଦୋଷୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଗଲା । ଆଉ କୋର୍ଟ ରୁ ସେମାନଙ୍କୁ ତୁରନ୍ତ ଜାମିନ୍ ମିଳିଗଲା ।
ଦୋଷୀଙ୍କ ବିରୋଧରେ ପୁଲିସ କେଉଁ ଦଫା ଲଗାଇଲା ଯେ ସେମାନଙ୍କୁ ଜାମିନ୍ ମିଳିଗଲା ତାହା ଏବେ ସାନି ବିବାଦ ଘେରକୁ ଆସିଲାଣି । ଯାହା ବି ହେଉ, ପୁଲିସ ଉପସ୍ଥିତିରେ ଖୋଦ୍ ରାଜଧାନୀ ରାସ୍ତା ମଝିରେ ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯିବା ଘଟଣାକୁ କେହି ସହଜରେ ଗ୍ରହଣ କରୁନାହାନ୍ତି । ଏହା ନିଶ୍ଚିତ ଭାବେ ଏକ ସାଘାଂତିକ ଘଟଣା । ପୁଣି ଆକ୍ରମଣର ଶିକାର ବ୍ୟକ୍ତିଜଣଙ୍କ ଅଣଓଡ଼ିଆ ଏବଂ ଶିଖ୍ ସମ୍ପ୍ରଦାୟର ହୋଇଥିବାରୁ ରାଜ୍ୟ ସରକାରଙ୍କ ପାଇଁ ଅଧିକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଛି ।
ଏଭଳି ସମୟରେ ବିଧାୟକ ଅନନ୍ତ ନାରାୟଣ ଜେନା ରାତିଅଧରେ ଜଣେ ଜିଲ୍ଲା ବାହାର ଡିଏସପି ଅନୂପ କାନୁନଗୋଙ୍କୁ ସାଙ୍ଗରେ ଧରି ପଶୁଛନ୍ତି ପରବିନ୍ଦର୍ ପାଲଙ୍କ ଘରକୁ । ଅନୂପ ଦୀର୍ଘବର୍ଷ ଧରି କମିଶନରେଟ୍ ପୁଲିସରେ କାମ କରୁଥିଲେ । ଏବେ କିନ୍ତୁ ଖୋର୍ଦ୍ଧା ଜିଲ୍ଲାକୁ ବଦଳି ହୋଇଛନ୍ତି । ତେଣୁ ପୁଲିସ ଡ୍ୟୁଟିରେ ସେଠାକୁ ଯାଇନାହାନ୍ତି । ଏହି ଯୋଡ଼ିଙ୍କୁ ସାଙ୍ଗରେ ନେଉଛନ୍ତି ଶିଖ୍ ପ୍ରତିନିଧି ବୋର୍ଡ ମୁଖିଆ ସତପାଲ୍ ସିଂ । ରାତି ପ୍ରାୟ ଗୋଟାଏ ରେ ତାଙ୍କ ଘର ସିଡ଼ି ଚଢ଼ି ସମସ୍ତେ ଉପରକୁ ଉଠୁଛନ୍ତି । ଘରର ସିସିଟିଭି କ୍ୟାମେରାରେ ଏହି ଚିତ୍ର କଏଦ ହୋଇଛି ।
ପରିବିନ୍ଦରଙ୍କ ପତ୍ନୀ ଗଣମାଧ୍ୟମ ଆଗରେ କହିଛନ୍ତି ଯେ ରାତିଅଧରେ ତାଙ୍କ ଘରକୁ ତିନି ଚାରି ଲୋକ ଆସି କଲିଂ ବେଲ୍ ମାରିବା ସହ ଘରର କବାଟ ବାଡ଼େଇଥିଲେ । ମାତ୍ର ସେମାନଙ୍କୁ ଜାଣି ନ ଥିବାରୁ ଭୟରେ କବାଟ ଖୋଲିଲେ ନାହିଁ । ଆଜି ସକାଳୁ ଘରକୁ ବିଧାୟକ ଆସିଥିଲେ । ଆମେ ତୁମ ସାଙ୍ଗରେ ଅଛୁ, ଡରନି ବୋଲି ଆଶ୍ୱାସନା ଦେଇ ଚାଲିଗଲେ ।
ରାତିଅଧରେ ସେଠାକୁ ଯାଇଥିବା କଥାକୁ ବିଧାୟକ ମାନି ଯାଇଛନ୍ତି । ତେବେ ଶାନ୍ତ୍ୱନା ଦେବାକୁ ଯାଇଥିଲି ବୋଲି କହିଛନ୍ତି । ଆଜି ସକାଳୁ ପୁଣି ଥରେ ବିଧାୟକ ଯାଇଥିଲେ । ପରିବାରକୁ ସମବେଦନା ଜଣାଇ ସାହାଯ୍ୟ ଓ ସହଯୋଗର ନିର୍ଭର ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ।
ପ୍ରଶ୍ନ ଉଠୁଛି, ବିଧାୟକଙ୍କୁ କ’ଣ ସମୟ ମିଳିଲାନି ଯେ ରାତି ଅଧରେ ଯିବାକୁ ସ୍ଥିର କଲେ? ଯାହା ଘରକୁ ଯାଇଥିଲେ ତାଙ୍କ ପତ୍ନୀ ଓ ପିଲାପିଲି ଘରେ ଥିବା କଥା ବିଧାୟକ ଜାଣି ଥିଲେ ନା ନାହିଁ । ଭୁବନେଶ୍ୱରରେ ନିଜକୁ ପୁଲିସ ଡନ୍ ବୋଲାଉଥିବା ଅନୁପ କାନୁନଗୋଙ୍କୁ ସାଙ୍ଗରେ କାହିଁକି ନେଇଥିଲେ? ଯଦି ବିଧାୟକ ଭାବେ ବିପଦରେ ପଡ଼ିଥିବା ତାଙ୍କ ଅଞ୍ଚଳର ଲୋକଙ୍କ ଘରକୁ ରାତି ଅଧରେ ଯିବାକୁ ମନ କଲେ ତେବେ ଅନୂପ କାନୁନଗୋଙ୍କୁ ସାଙ୍ଗରେ ନେଲେ କାହିଁକି? ସତପାଲ୍ ସିଂଙ୍କୁ ସେ ବାଧ୍ୟ କରି ନେଇଥିଲେ ନା ସତପାଲ୍ ତାଙ୍କୁ ବାଧ୍ୟ କରିଥିଲେ ଆସିବାକୁ?
ବିଧାୟକ ଏହି ପ୍ରଶ୍ନଗୁଡ଼ିକର ତୁରନ୍ତ ସ୍ପଷ୍ଟ ଜବାବ ଦେବା ଦରକାର । କାରଣ ମାମଲାଟିକୁ ଆହୁରି ଗମ୍ଭୀର କରିଛନ୍ତି ସେ । ହୁଏତ ରାତିଅଧରେ ଆକ୍ରମଣର ଶିକାର ହୋଇଥିବା ପରବିନ୍ଦର୍ ଙ୍କ ଘରକୁ ବିଧାୟକ ଯାଇ ନ ଥିଲେ ମାମଲା ଆଗକୁ ବଢ଼ି ନ ଥାଆନ୍ତା । ତାଙ୍କର ଏହି କାର୍ଯ୍ୟ ତାଙ୍କ ଦଳ ଓ ସରକାରକୁ ବଦନାମ କଲାଣି । ବିଧାୟକ ଓ କାନୁନଗୋଙ୍କ ବିରୋଧରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଛନ୍ତି ।
ରୋଚକ କଥା ହେଉଛି, ସମଗ୍ର ମାମଲାକୁ ସହଜ ଭାବେ ଗ୍ରହଣ କରିଛି ଓଡ଼ିଶା ଶିଖ୍ ପ୍ରତିନିଧି ବୋର୍ଡ । ପରବିନ୍ଦର୍ ଙ୍କ ଉପରେ ଆକ୍ରମଣ ସମ୍ପୂର୍ଣ୍ଣ ଭାବେ ଆକସ୍ମିକ ଘଟଣା ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି । କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଏହାକୁ ପୁରୀ ମଙ୍ଗୁ ମଠ ସହ ଯୋଡି ଭିନ୍ନ ରଙ୍ଗ ଦେବାକୁ ଚେଷ୍ଟା କରୁଛନ୍ତି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆମେ ଓଡ଼ିଶାକୁ ସମ୍ପୂର୍ଣ୍ଣ ନିରାପଦ ମଣୁଛୁ ଏବଂ ଓଡ଼ିଶାକୁ ଘର କରିଦେଇଛୁ । ଓଡ଼ିଶାବାସୀ ଆମ ସାଙ୍ଗରେ ସବୁବେଳେ ଅଛନ୍ତି । ରାଜ୍ୟ ସରକାର ଓ ପୁଲିସ ବ୍ୟବସ୍ଥା ଉପରେ ଆମର ସମ୍ପୂର୍ଣ୍ଣ ଆସ୍ଥା ରହିଛି । ବିଧାୟକ ଅନନ୍ତ ନାରାୟଣ ଜେନା ପରବିନ୍ଦର୍ ଙ୍କ ଘରକୁ ଆସି ମୁଖ୍ୟମନ୍ତ୍ରୀଙ୍କ ଉଦବେଗ ଜଣାଇବା ସହ ସାହାଯ୍ୟ ଓ ସମର୍ଥନର ହାତ ବଢ଼େଇଛନ୍ତି । ଏହି ମାମଲାକୁ ନେଇ କୌଣସି ଗୁଜବ ଉପରେ ବିଶ୍ୱାସ ନ କରି ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବାକୁ ପ୍ରତିନିଧି ବୋର୍ଡ ସଭାପତି ଏହି ପ୍ରେସ୍ ବିଜ୍ଞପ୍ତି ଜରିଆରେ ଅନୁରୋଧ କରିଛନ୍ତି ।
Previous Post

ସମୀର ମହାନ୍ତିଙ୍କ ହାତରେ ବିଜେପି ମଙ୍ଗ

Next Post

ଆଇଏଏସ୍ ବାବୁଙ୍କୁ ସାବଧାନ!

Next Post
ଆଇଏଏସ୍ ବାବୁଙ୍କୁ ସାବଧାନ!

ଆଇଏଏସ୍ ବାବୁଙ୍କୁ ସାବଧାନ!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA