Thursday, April 30, 2026 09:47 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସମୀର ମହାନ୍ତିଙ୍କ ହାତରେ ବିଜେପି ମଙ୍ଗ

by Our Correspondent
16 Jan, 2020- 04:54 PM
in Latest News, News, Politics
1 min read
0
ସମୀର ମହାନ୍ତିଙ୍କ ହାତରେ ବିଜେପି ମଙ୍ଗ
ଭୁବନେଶ୍ୱର: ଯାହା ଅନୁମାନ କରାଯାଉଥିଲା ସେୟା ହେଲା । ରାଜ୍ୟ ବିଜେପିର ମଙ୍ଗୁଆଳ ଭାବେ ସମୀର ମହାନ୍ତିଙ୍କୁ ଚୟନ କରାଯାଇଛି । ସହମତି ଭିତିରେ ଦଳର ରାଜ୍ୟ ସଭାପତି ଭାବେ ତାଙ୍କ ନାଁରେ ଲାଗିଛି ମୋହର । କେବଳ ମାତ୍ର ସାମ୍ବିଧାନିକ ପ୍ରକ୍ରିୟା ପୂରଣ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୫.୩୦ ମିନିଟ୍ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସମୟସୀମା ପୂରିଗଲା ପରେ ସମୀରଙ୍କୁ ବିଧିବଦ୍ଧ ଭାବେ ରାଜ୍ୟ ସଭାପତି ଭାବେ ଘୋଷଣା କରାଯିବ । ବସନ୍ତ ପଣ୍ଡାଙ୍କଠାରୁ ସେ ଦାୟିତ୍ୱ ନେବେ ।
ବିଜେପି ସାଂଗଠନିକ ନିର୍ବାଚନର ଶେଷ ପର୍ବରେ ଆସନ୍ତାକାଲି ହେବାକୁ ଥିବା ସଭାପତି ନିର୍ବାଚନ ପାଇଁ ଆଜି ଥିଲା ପ୍ରାର୍ଥୀପତ୍ର ଦାଖଲର ଦିନ । ସମୟ ଥିଲା ଅପରାହ୍ନ ୩ଟାରୁ ୫.୩୦ । ତେବେ ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ସହମତି ଭିତ୍ତିରେ ସଭାପତି ଚୟନର ଔପଚାରିକ ବୈଠକ ରାଜ୍ୟ କାର୍ଯ୍ୟାଳୟରେ ବସିଥିଲା ।
ମତଦାତାମଣ୍ଡଳୀର ୩୪ ଜିଲ୍ଲା ସଭାପତି, ୧୭୭ ରାଜ୍ୟ ପରିଷଦ ସଦସ୍ୟ, ବିଧାୟକ ଓ ସାଂସଦମାନଙ୍କର ବୈଠକ ନେଇଥିଲେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡ଼ିଶା ପ୍ରଭାରୀ ଅରୁଣ ସିଂ । ସମୀର ମହାନ୍ତିଙ୍କ ନାଁ ଦିଲ୍ଲୀରୁ ଚୂଡ଼ାନ୍ତ ହୋଇସାରିଥିଲା ବେଳେ କେବଳ ଔପଚାରିକତା ରକ୍ଷା କରାଯାଇଥିଲା । ସମୀରଙ୍କ ନାଁକୁ ହାତଟେକି ସମସ୍ତେ ସମର୍ଥନ କରିଥିଲେ ।
ଏହାପରେ ସମୀର ମହାନ୍ତି ଦଳର ରାଜ୍ୟ ରିଟର୍ଣ୍ଣିଂ ଅଧିକାରଙ୍କ ପାଖରେ ୫ ସେଟ୍ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରଥମ ସେଟ୍ ପ୍ରାର୍ଥୀପତ୍ରରେ ସଭାପତି ବସନ୍ତ ପଣ୍ଡାଙ୍କ ସମେତ ୧୮ ଜଣ ପ୍ରସ୍ତାବକ ଅଛନ୍ତି ।
ସଭାପତି ପଦରେ ସମୀର ମହାନ୍ତିଙ୍କ ଚୟନ ସହ ରାଜ୍ୟ ବିଜେପିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଖଣ୍ଡ ପ୍ରଭାବ ପୁଣିଥରେ ପ୍ରମାଣିତ ହୋଇଛି । କାରଣ ଧର୍ମେନ୍ଦ୍ରଙ୍କ ପ୍ରଥମ ପସନ୍ଦ ଥିଲେ ସମୀର । ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ତାଙ୍କ ପସନ୍ଦ ତାଲିକାରେ ଥିଲେ । ଏପରିକି ଶେଷ ମୁହୁର୍ତ୍ତରେ ପୃଥ୍ୱୀରାଜ ହରିଚନ୍ଦନଙ୍କ ନାଁ ଚର୍ଚ୍ଚା ହୋଇଥିଲା । ଅନ୍ୟପକ୍ଷରେ କନକ ବର୍ଦ୍ଧନ ସିଂହଦେଓଙ୍କୁ ପୁଣି ଥରେ ସଭାପତି କରିବା ପାଇଁ କିଛି କେନ୍ଦ୍ରୀୟ ନେତା ଲବି କରିଥିଲେ ମଧ୍ୟ କାମ ଦେଲାନାହିଁ ।
ରାଜ୍ୟ ବିଜେପିରେ ସମୀର ମହାନ୍ତି ଜଣେ ଟାଣୁଆ ନେତା ଭାବେ ପରିଚିତ । ତୃଣମୂଳସ୍ତରର ନେତା ଭାବେ ରାଜ୍ୟ ସଂଗଠନ ଉପରେ ତାଙ୍କର ଭଲ ଦଖଲ ରହିଛି । ୧୯୭୭ ମସିହାରେ ଏବିଭିପିରୁ କ୍ୟାରିୟର୍ ଆରମ୍ଭ କରିଥିବା ସମୀର ୧୯୮୦ ମସିହାରେ ଏବିଭିପି ରାଜ୍ୟ ଉପସଭାପତି ଦାୟିତ୍ୱ ପାଇଥିଲେ । ୧୯୮୪ ମସିହାରେ ବିଜେପି ଯୁବମୋର୍ଚ୍ଚାର ଉପସଭାପତି ହୋଇଥିଲେ ।
ପରବର୍ତ୍ତୀ ସମୟରେ ସେ ବିଡ଼ିଏରେ ସରକାରୀ ଚାକିରି କରିଥିଲେ । ୧୯୯୫ ମସିହାରେ ଚାକିରି ଛାଡ଼ି ବିଜେପିର ଭୁବନେଶ୍ୱର ଜିଲ୍ଲା ସଂଗଠନ ଦାୟିତ୍ୱ ନେଇଥିଲେ । ଭୁବନେଶ୍ୱର ମହାନଗର ନିଗମରେ ସେ ଦୁଇ ଦୁଇ ଥର କର୍ପୋରେଟର ହେବା ପରେ ୨୦୦୯ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଏକାମ୍ର ବିଧାନସଭା ଆସନରୁ ବିଜେପି ଟିକେଟରେ ଲଢ଼ିଥିଲେ । ବିଜେଡ଼ିର ଅଶୋକ ପଣ୍ଡାଙ୍କଠାରୁ ପରାଜିତ ହେବା ପରେ ଆଉ ନିର୍ବାଚନ ଲଢ଼ିନାହାନ୍ତି । ଦୀର୍ଘ ବର୍ଷ ଧରି ରାଜ୍ୟ ବିଜେପିର ମୁଖପାତ୍ର ଭାବେ କାର୍ଯ୍ୟ କରିଥିବା ସମୀର ୨୦୧୬ ମସିହାରୁ ରାଜ୍ୟ ଉପସଭାପତି ପଦରେ କାର୍ଯ୍ୟ କରୁଛନ୍ତି ।
Previous Post

ପଞ୍ଚଭୂତରେ ଲୀନ ହେଲେ ‘ନୀରବ ଝଡ଼’ ମନମୋହନ ମହାପାତ୍ର

Next Post

ରାତି ଅଧରେ ବିଧାୟକଙ୍କ କି ପାଲା?

Next Post
ରାତି ଅଧରେ ବିଧାୟକଙ୍କ କି ପାଲା?

ରାତି ଅଧରେ ବିଧାୟକଙ୍କ କି ପାଲା?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA