Thursday, April 30, 2026 08:13 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପଞ୍ଚଭୂତରେ ଲୀନ ହେଲେ ‘ନୀରବ ଝଡ଼’ ମନମୋହନ ମହାପାତ୍ର

by Our Correspondent
14 Jan, 2020- 11:36 AM
in Latest News, News
1 min read
0
ପଞ୍ଚଭୂତରେ ଲୀନ ହେଲେ ‘ନୀରବ ଝଡ଼’ ମନମୋହନ ମହାପାତ୍ର
ଭୁୁବନେଶ୍ୱର: ‘ନୀରବ ଝଡ଼’ ର ସ୍ରଷ୍ଟା ପ୍ରଯଥିଯଥା ଚିତ୍ର ନିର୍ମାତା ମନମୋହନ ମହାପାତ୍ରଙ୍କ ଅକାଳ ବିୟୋଗରେ ସ୍ତବ୍ଧ ହୋଇଯାଇଛି ଓଡ଼ିଆ ଚଳଚ୍ଚିିତ୍ର ଜଗତ । ମାତ୍ର ୬୯ ବର୍ଷ ବୟସରେ ଗତକାଲି( ସେମବାର) ଅପରାହ୍ନରେ ସେ ଚିରନିଦ୍ରାରେ ଶୋଇଗଲେ । ଗୁରୁତର ଅସୁସ୍ଥତା ଯୋଗୁଁ ୩ ଦିନ ତଳେ ସମ୍ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ଡାକ୍ତରମାନଙ୍କ ସକଳ ଚେଷ୍ଟା ସତ୍ତ୍ୱେ ତାଙ୍କ ଜୀବନ ବଞ୍ଚିପାରିଲାନି ।
ଏଭଳି ଭାବେ ହଠାତ୍ ଦୁନିଆ ଛାଡ଼ି ତାଙ୍କର ଚାଲିଯିବା କଥାକୁ କେହି ବିଶ୍ୱାସ କରିପାରୁନାହାନ୍ତି । ଭାରତୀୟ ଫିଲ୍ମ ଜଗତରେ ମୂଲ୍ୟବାନ ଅବଦାନ ଦୃଷ୍ଟିରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ । ସେହି ଅନୁଯାୟୀ ଆଜି ପୁରୀ ସ୍ୱର୍ଗଦ୍ୱାରରେ ଏହି ମହାନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପଞ୍ଚଭୂତରେ ଲୀନ ହୋଇଛନ୍ତି ଏହି ମହାନ୍ ବ୍ୟକ୍ତିତ୍ୱ । ବଡ଼ପୁଅ ଆଶୁତୋଷ ମହାପାତ୍ର ମୁଖାଗ୍ନି ଦେଇଥିଲେ ।
ମନମୋହନ ମହାପାତ୍ର ଯେଉଁ ଚଳଚ୍ଚିିତ୍ରରେ ହାତ ଦେଇଛନ୍ତି ତାହା ଶୀର୍ଷତାର ଶିଖରକୁ ଯାଇଛି । ଜୀବନକାଳ ଭିତରେ ମାତ୍ର ୧୨ ଟି ଚଳଚ୍ଚିିତ୍ର ନିର୍ମାଣ କରିଥିଲେ ହେଁ ତାହା ତାଙ୍କୁ କିମ୍ବଦନ୍ତୀ କରିଦେଇଛି । ୧୨ଟି ଚଳଚ୍ଚିତ୍ର ମଧ୍ୟରୁ ଓଡ଼ିଆରେ ୮ଟି ଚଳଚ୍ଚିିତ୍ର ନିର୍ମାଣ କରିଛନ୍ତି ଏବଂ ସବୁଗୁଡ଼ିକ ଜାତୀୟ ପୁରସ୍କାର ଲାଭ କରିଛି ।
ପୁନେ ଫିଲ୍ମ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ରୁ ଫିଲ୍ମ ନିର୍ଦ୍ଦେଶନା ଶିକ୍ଷା ଶେଷ କରି ୧୯୭୫ ମସିହାରେ ‘ଆଣ୍ଟି ମେମୋରିଜ୍’ ନାମକ ଏକ ପ୍ରାମାଣିକ ଚଳଚ୍ଚିିତ୍ର ନିର୍ମାଣ କରିଥିଲେ । ୧୯୭୬ରେ ବିଶିଷ୍ଟ ଔପନାସିକ ବିଭୂତି ପଟ୍ଟନାୟକଙ୍କ କାହାଣୀକୁ ନେଇ ‘ଶୀତରାତି’ ଫିଲ୍ମ ନିର୍ମାଣ ସହ ଓଡ଼ିଆ ଫିଲ୍ମ ଜଗତକୁ ପ୍ରବେଶ କରିଥିଲେ । ତାଙ୍କର ଏହି ଫିଲ୍ମଟି ପ୍ରବଳ ପ୍ରଶଂସା ସାଉଁଟିଥିଲା । ଏହା ଜାତୀୟ ପୁରସ୍କାର ପାଇବା ସାଙ୍ଗକୁ ଅର୍ନ୍ତଜାତୀୟ ଚଳଚ୍ଚିିତ୍ର ଉତ୍ସବରେ ବିଦେଶରେ ପ୍ରଦର୍ଶିତ ହୋଇଥିଲା ।
ଏହାପରେ ତାଙ୍କର ‘ନୀରବ ଝଡ଼’ ଫିଲ୍ମ ପ୍ରସିଦ୍ଧି ହାସଲ କରି ପୁଣି ଜାତୀୟ ପୁରସ୍କାର ହାସଲ କରିଥିଲା । ପରେ ପରେ ତାଙ୍କ ନିର୍ମିତ ‘କ୍ଲାନ୍ତ ଅପରାହ୍ନ’, ‘ମଝି ପାହାଚ’, ‘ନିଶିଦ୍ଧ ସ୍ୱପ୍ନ’, ‘କିଛି ସ୍ମୃତି କିଛି ଅନୁଭୂତି’, ‘ଅନ୍ଧ ଦିଗନ୍ତ’ ଓ ‘ଭିନ୍ନ ସମୟ’ ମଧ୍ୟ ଜାତୀୟ ପୁରସ୍କାର ଲାଭ କରିଥିଲା । ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିିତ୍ର ‘ଭିଜାମାଟିର ସ୍ୱର୍ଗ’ ନିକଟରେ ରାଜ୍ୟ ସରକାରଙ୍କ ପ୍ରଦତ୍ତ ଶ୍ରେଷ୍ଠ ଚଳଚ୍ଚିତ୍ର ଓ ନିର୍ଦ୍ଦେଶକ ପୁରସ୍କାର ଲାଭ କରିଥିଲା । ୬ଟି ବିଭାଗରେ ଏହି ଚଳଚ୍ଚିତ୍ର ପୁରସ୍କାର ପାଇଥିଲା । ଚଳଚ୍ଚିତ୍ର ଜଗତକୁ ତାଙ୍କର ସର୍ବକାଳୀନ ଅବଦାନ ଓ କୃତି ପାଇଁ ତାଙ୍କୁ ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ପୁରସ୍କାର ଜୟଦେବ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ଏହାଛଡ଼ା ରାହୁଲ ବୋଷ, ଦିୟା ମିର୍ଜା ଓ ନନ୍ଦିତା ଦାସଙ୍କ ଅଭିନୀତ ହିନ୍ଦୀ ଫିଲ୍ମ ‘ବିଟସ୍ ଆଣ୍ଡ ପିସେସ୍’ର ସେ ନିର୍ଦ୍ଦେଶନା ଦେଇଛନ୍ତି । ତ୍ରିସନ୍ଧ୍ୟା, ଅଗ୍ନିବୀଣା, ମୁହୁର୍ତ୍ତ ଭଳି ଫିଚର୍ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । କୋଣାର୍କ: ଦି ସନ୍ ଟେମ୍ପୁଲ୍, ଭଏସ୍ ଅଫ୍ ସାଇଲେନସ୍ ଭଳି ଯୁଦ୍ର ଚଳଚିତ୍ର ନିର୍ମାଣ କରି ଦର୍ଶକଙ୍କର ପ୍ରଶଂସା ସାଉଁଟିଛନ୍ତି ।
ଗତକାଲି ମନମୋହନଙ୍କ ମୃତ୍ୟୁ ଖବର ପ୍ରଚାରିତ ହେଲା ପରେ ତାଙ୍କର ଶେଷ ଦର୍ଶନ ପାଇଁ ଓଡ଼ିଆ ଚଳଚ୍ଚିତ୍ର ଜଗତର ନିଦେ୍ର୍ଦଶକ, କଳାକାରଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନଙ୍କର ସୁଅ ଛୁଟିଥିଲା । ଭୁବନେଶ୍ୱର ୟୁନିଟ୍-୯ସ୍ଥିତ ବାସଭବନରୁ ତାଙ୍କର ମରଶରୀରକୁ ଆଜି ସକାଳେ ପୁରୀ ସ୍ୱର୍ଗଦ୍ୱାର ନିଆଯାଇଥିଲା ।
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ସବୁବର୍ଗର ବିଶିଷ୍ଟ ବ୍ୟକ୍ତିମାନେ ମନମୋହନ ମହାପାତ୍ରଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
Previous Post

ଧର୍ମେନ୍ଦ୍ରଙ୍କୁ ଚେକ୍ ଦେଲେଣି ଅପରାଜିତା!

Next Post

ସମୀର ମହାନ୍ତିଙ୍କ ହାତରେ ବିଜେପି ମଙ୍ଗ

Next Post
ସମୀର ମହାନ୍ତିଙ୍କ ହାତରେ ବିଜେପି ମଙ୍ଗ

ସମୀର ମହାନ୍ତିଙ୍କ ହାତରେ ବିଜେପି ମଙ୍ଗ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA