Saturday, April 18, 2026 02:01 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଜୟଙ୍କ ଅଡୁଆ ବଢ଼ିଲା, ନିଜ ଘରୁ ଘେରି

by Our Correspondent
04 Aug, 2017- 05:24 PM
in Latest News, News
1 min read
0
ଜୟଙ୍କ ଅଡୁଆ ବଢ଼ିଲା, ନିଜ ଘରୁ ଘେରି
ଭୁବନେଶ୍ୱର: ନିଜ ଦଳ ଓ ନେତାଙ୍କ କାର୍ଯ୍ୟକଳାପକୁ ପସନ୍ଦ କରୁ ନ ଥିବା ବୈଜୟନ୍ତ ଓରଫ୍ ଜୟ ପଣ୍ଡା ଏବେ ଦଳ ଛେଉଣ୍ଡ ହୋଇଯାଇଛନ୍ତି । ଅଜିତ ଯୋଗୀଙ୍କ ବାଣରେ ଘାଇଲା ଜୟଙ୍କ ଘାଆରେ ଚୂନ ମାରିଛି ତାଙ୍କ ନିଜ ନାପସନ୍ଦ ଦଳ । ‘ଅଜିତ୍ ଯୋଗୀ ଆଣିଥିବା ସାଂଘାତିକ ଅଭିଯୋଗର ଜବାବ ନିଜେ ବୈଜୟନ୍ତ ଦେବା ଉଚିତ୍’ । ବିଜେଡ଼ି ପକ୍ଷରୁ ମୁଖପାତ୍ର ତଥା ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଏହା କହିଛନ୍ତି । ସେ କହିଛନ୍ତି, ଯାହା ନାଁରେ ଅଭିଯୋଗ ନିଜେ ସେ ତାହାର ପ୍ରତିକ୍ରିୟା ରଖନ୍ତୁ । ଅଭିଯୋଗ ଠିକ୍ କି ଭୁଲ୍ ସ୍ପଷ୍ଟ କରନ୍ତୁ । ୟା ତା ଦ୍ୱାରା ପ୍ରତିକ୍ରିୟା ରଖିବା ଠିକ୍ ନୁହେଁ । ଦଳର ଅନ୍ୟତମ ମୁଖପାତ୍ର ସମୀର ଦାଶ ବି ସମାନ କଥା କହିଛନ୍ତି । ନିଜେ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ନ ରଖି ଅନ୍ୟ ଆଡକୁ(ତୃତୀୟ ମହଲା) ଦୋଷ ଠେଲିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି । ବିଜେଡ଼ି ମୁଖପାତ୍ରଙ୍କ ବୟାନ ଜୟଙ୍କୁ ଅଧିକ ବିପଦ ଘେରକୁ ଖାଲି ଟାଣିନି ବରଂ ଦଳ ତାଙ୍କୁ ପର କରିଦେଇଛି ।
ସେପଟେ ଅଜିତ୍ ଯୋଗୀ ଆଜି ପୁଣି ଥରେ ଚାଲେଞ୍ଜ ଦୋହରାଇଛନ୍ତି । ସେ ଯେଉଁ ତଥ୍ୟ ଦେଇଛନ୍ତି ଠିକ୍ । ଜୟ ପଣ୍ଡାଙ୍କର ସାହସ ଥିଲେ ସାମନା କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି । ଚିଦାମ୍ବରମ୍ ଲିଙ୍କ୍ ନେଇ ଅଜିତ୍ ଯୋଗୀଙ୍କ ଅଭିଯୋଗକୁ ସିଧା ସାମନା କରି ନ ପାରି ନିଜର ରାଜନୈତିକ ସଚିବଙ୍କ ଦ୍ୱାରା ତୃତୀୟ ମହଲାର ଅଣ ଓଡ଼ିଆ ଅଫିସରଙ୍କ ଷଡ଼ଯନ୍ତ୍ର ଆଳ ଦେଖାଇ ବାଏଁ ବାଏଁ ଉଡାଇ ଦେଇଥିଲେ ଜୟ । ମାତ୍ର ନିଜ ଦଳର ଆହ୍ୱାନ ତାଙ୍କୁ ଅଣନିଶ୍ୱାସୀ କରିଦେଇଛି । ତାଙ୍କର ନିରବତା ଧୀରେ ଧୀରେ ସ୍ୱୀକାରୋକ୍ତିର ରୂପ ନେଉଥିବା ଆଲୋଚନା ହେଉଛି ।
ସୂଚନାଯୋଗ୍ୟ ଗତକାଲି ଦିନ ତମାମ ଟୁଇଟ୍ ରେ ସକ୍ରିୟ ଥିଲେ ଜୟ । ଏଣୁତେଣୁ ଟୁଇଟ୍ କରୁଥିଲେ । ହେଲେ ଯୋଗୀଙ୍କ ଅଭିଯୋଗ ଉପରେ ଟୁଇଟ୍ ହାଣ୍ଡଲ ଅଚଳ ଥିଲା । ଆଜି ବି ସେୟା । ଟୁଇଟରେ ଅଛନ୍ତି ହେଲେ ନିଜ ସତୀତ୍ୱ(!)ର ଚେହେରାକୁ ଟୁଇଟ୍ କରୁନାହାନ୍ତି । କୁଆଡେ ନ ହେଲେ ନାହିଁ ନିଜ ଟିଭିରେ ବି ପ୍ରତିକ୍ରିୟା ରଖିବାର ସାହାସ କରିପାରୁନାହାନ୍ତି । ଯୋଗୀଙ୍କ ଅଭିଯୋଗ ଉପରେ ତାଙ୍କ ପାଟି, ଟୁଇଟ୍ ସଂଧ୍ୟା ସୁଦ୍ଧା ଅଚଳ ରହିଛି ।
ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, ବିଜେଡ଼ି ସାଂସଦଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗ ଉପରେ ମୁଖ୍ୟ ବିରୋଧୀ ଦଳର ପ୍ରତିକ୍ରିୟାଶୂନ୍ୟତା ବୈଜୟନ୍ତଙ୍କ ପାଇଁ ଆର୍ଶିବାଦ ନୁହେଁ ବରଂ ଅଭିଶାପ ସାବ୍ୟସ୍ତ ହୋଇଥିବା କୁହାଯାଉଛି । ବିଜେଡି ବିରୋଧରେ କଥାକଥାକେ ଗର୍ଜୁଥିବା ରାଜ୍ୟ ବିଜେପି ତୁଣ୍ଡ ବନ୍ଦ ହୋଇଯିବା ଘଟଣା ବୈଜୟନ୍ତଙ୍କ ଅସଲ ଚେହେରାକୁ ସର୍ବସାଧାରଣ କରାଇଛି । ବିଜେପି ସହ ତାଙ୍କର ସମ୍ପର୍କ ଆଉ ଗୋପନ ନୁହେଁ ବରଂ ମଧୁର ବୋଲି ପ୍ରମାଣିତ ହୋଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଏହା ଜୟଙ୍କ ପାଇଁ କେତେ ଆର୍ଶିବାଦ ହେବ ତାହା ଜଣାପଡି ନ ଥିଲେ ମଧ୍ୟ ବିଜେଡ଼ିରୁ ଯେ ସେ ସଫା ତାହା ଅନ୍ତତଃ ପରିଷ୍କାର ହୋଇଯାଇଛି ।
Previous Post

କୁଆଡେ ଗଲେ ଟୁଇଟ୍ ମାଷ୍ଟର ?

Next Post

ଓରଟେଲ୍ : ଉପର ଚହଟ ଚିକ୍କଣ, ଭିତର ଖୋଳ

Next Post
ଓରଟେଲ୍ : ଉପର ଚହଟ ଚିକ୍କଣ, ଭିତର ଖୋଳ

ଓରଟେଲ୍ : ଉପର ଚହଟ ଚିକ୍କଣ, ଭିତର ଖୋଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA