Tuesday, May 26, 2026 03:19 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଝଲସିଲା ଏକାମ୍ରକ୍ଷେତ୍ର, ୧୫ ମିନିଟ୍ ପୂର୍ବରୁ ଉଠିଲା ମହାଦୀପ

by Our Correspondent
22 Feb, 2020- 12:15 AM
in Latest News, News
1 min read
0
ଝଲସିଲା ଏକାମ୍ରକ୍ଷେତ୍ର, ୧୫ ମିନିଟ୍ ପୂର୍ବରୁ ଉଠିଲା ମହାଦୀପ
ଭୁୁବନେଶ୍ୱର: ମହା ଶିବରାତ୍ରୀରେ ପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ରକ୍ଷେତ୍ରର ଚମକ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛି । ଭକ୍ତମାନଙ୍କ ପାଇଁ ଏହା ଆଣି ଦେଇଥିଲା ନିଆରା ଅନୁଭବ । ଶ୍ରୀ ଲିଙ୍ଗରାଜ ମନ୍ଦିର ଓ ଏହାର ଆଖପାଖର ସୌନ୍ଦର୍ଯ୍ୟକରଣକୁ ଭକ୍ତମାନେ ମନଭରି ଉପଭୋଗ କରିଥିଲେ । ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଯୋଗୁଁ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ଅତ୍ୟନ୍ତ ଶୃଙ୍ଖଳାର ସହ ସମାପନ ହୋଇଥିଲା । ନିର୍ଦ୍ଧାରିତ ସମୟର ୧୫ ମିନିଟ୍ ପୂର୍ବରୁ ରାତି ଠିକ୍ ୯.୪୫ରେ ଉଠିଥିଲା ମହାଦୀପ । ସେଥିପାଇଁ ଭକ୍ତମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।
ନିର୍ଦ୍ଧାରିତ କାର୍ଯ୍ୟସୂଚୀମତେ ଗୁରୁବାର ରାତି ୨ଟା ୩୦ରୁ ମନ୍ଦିର ଦ୍ୱାର ଫିଟିଥିଲା । ଭୋର ୩ଟାରୁ ୩ଟା ୩୦ ମଙ୍ଗଳ ଆରତି ଓ ଅବକାଶ ନୀତି ହୋଇଥିଲା । ୪ଟାରୁ ପୂର୍ବାହ୍ନ ୧୧ଟା ସାହାଣମେଲା ଏବଂ ପରେ ପରେ ଅନ୍ୟ ନୀତିକାନ୍ତି ଯଥା ସମୟରେ ସମ୍ପନ୍ନ ହୋଇଥିଲା । ସଂଧ୍ୟା ୭ଟାରେ ପହୁଡ଼ ପରେ ଶ୍ରୀଜୀଉଙ୍କ ସଂଧ୍ୟା ଆଳତି ହୋଇଥିଲା । ସାଢ଼େ ୭ଟାରେ ଶ୍ରୀଜୀଉଙ୍କ ମାଜଣା ଓ ବେଶ ଏବଂ ୮ଟା ୪୫ରେ ସଂଧ୍ୟା ଧୂପ ଓ ତୀର୍ଥଜଳ ଆନୟନ ହୋଇଥିଲା । ଠିକ୍ ୯ଟା ୪୫ ମିନିଟ୍ ରେ ମହାଦୀପ ଉଠିଥିଲା ।
ଜାଗର ପାଇଁ ଫୁଲ ଓ ରଙ୍ଗିନ୍ ଆଲୋକମାଳାରେ ଝଲସିଥିଲା ଶ୍ରୀଲିଙ୍ଗରାଜ ମନ୍ଦିର ଓ ଆଖପାଖ ଅଞ୍ଚଳ । ମନ୍ଦିର ଚାରିପଟ ଅଞ୍ଚଳକୁ ଜବରଦଖଲ ମୁକ୍ତ କରାଯାଇଥିବାରୁ ଶ୍ରଦ୍ଧାଳୁମାନେ ଆରାମରେ ଚଳପ୍ରଚଳ ହେବା ସହ ଠାକୁରଙ୍କ ଦର୍ଶନ କରିଥିଲେ । ତେଣୁ ପୂର୍ବବର୍ଷମାନଙ୍କ ଭଳି ସେଠାରେ ଭକ୍ତଙ୍କ ଠେଲାପେଲା ଦେଖିବାକୁ ମିଳି ନ ଥିଲା । ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍ ନିର୍ମାଣ କରାଯାଇ ଭକ୍ତଙ୍କ ଦର୍ଶନକୁ ଆହୁରି ଶୃଙ୍ଖଳିତ କରାଯାଇଥିଲା ।
ମଧ୍ୟରାତ୍ରରୁ ଲିଙ୍ଗରାଜଙ୍କ ମନ୍ଦିରରେ ଭକ୍ତଙ୍କ ଗହଳି ଲାଗି ରହିଥିଲା । ସଂଧ୍ୟାରେ ମନ୍ଦିର ଭିତରେ ଓ ବାହାରେ ଦୀପ ଜାଳିବା ପାଇଁ ଅସମ୍ଭବ ଭିଡ଼ ହୋଇଥିଲା । ମନ୍ଦିର ସାମନାରେ ଅସ୍ଥାୟୀ ଭଜନ ମଣ୍ଡପରେ ଆୟୋଜିତ ଭଜନ ସମାରୋହରେ ପ୍ରବଳ ଜନସମାଗମ ହୋଇଥିଲା । ଅନୁରାଧା ପୌଡ଼ୱାଲ୍ ଙ୍କ ଗୀତରେ ଭକ୍ତମାନେ ମଜ୍ଜି ଯାଇଥିଲେ । ମନ୍ଦିର ଅଞ୍ଚଳରେ ଶିବନାଦ ଧ୍ୱନି ସାଙ୍ଗକୁ ରଙ୍ଗବେରଙ୍ଗ ଆଲୋକମାଳା ଓ ଭକ୍ତଙ୍କ ଦ୍ୱୀପ ପ୍ରଜ୍ୱଳନର ଦୃଶ୍ୟ ବେଶ ମନୋରମ ଥିଲା । ସର୍ବୋପରି ମନ୍ଦିର ଅଞ୍ଚଳର ଏକ ନୂଆ ପରିବେଶ ସାଙ୍ଗକୁ ମନ୍ଦିରରେ ଶୃଙ୍ଖଳିତ ନୀତିକାନ୍ତି ଓ ଦର୍ଶନ ଭକ୍ତମାନଙ୍କ ମନରେ ଆନନ୍ଦ ଭରିଦେଇଥିଲା ।
Previous Post

ବଡ଼ଦାଣ୍ଡ ଭିକାରି vs ପୁଲିସ କମିଶନର; କାହାଣୀ ବନ୍ଧୁତ୍ୱର..

Next Post

ରାଜଧାନୀରେ ମାର୍ଶାଘାଇ ଯୁବକଙ୍କୁ ମର୍ଡର!

Next Post
ରାଜଧାନୀରେ ମାର୍ଶାଘାଇ ଯୁବକଙ୍କୁ ମର୍ଡର!

ରାଜଧାନୀରେ ମାର୍ଶାଘାଇ ଯୁବକଙ୍କୁ ମର୍ଡର!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA