Tuesday, May 26, 2026 04:29 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାଜଧାନୀରେ ମାର୍ଶାଘାଇ ଯୁବକଙ୍କୁ ମର୍ଡର!

by Our Correspondent
22 Feb, 2020- 09:49 AM
in Latest News, News
1 min read
0
ରାଜଧାନୀରେ ମାର୍ଶାଘାଇ ଯୁବକଙ୍କୁ ମର୍ଡର!
ଭୁବନେଶ୍ୱର: ରାଜଧାନୀର ଇନଫୋସିଟି ଅଞ୍ଚଳରେ ଜଣେ ଯୁବକଙ୍କ ରହସ୍ୟଜନକ ଭାବେ ମୃତ୍ୟୁ ହୋଇଛି । ଗତକାଲି ଦିନ ୨ଟା ବେଳେ ତାଙ୍କ ରୁମ୍ ରେ ଏବଂ ରୁମମେଟ୍ ଙ୍କ ଉପସ୍ଥିତିରେ ସେ ଆତ୍ମହତ୍ୟା କରିଥିବା କୁହାଯାଇଛି । ଅନ୍ୟପକ୍ଷରେ ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଆଜି କ୍ୟାପିଟାଲ୍ ହସ୍ପିଟାଲ୍ ରେ ଶବର ପୋଷ୍ଟମର୍ଟମ କରାଯାଉଥିବା ବେଳେ ମାମଲାକୁ ଚାପି ଦେବା ପାଇଁ ହୀନ ଉଦ୍ୟମ ଚାଲିଥିବା ଅଭିଯୋଗ ହୋଇଛି ।
ମୃତ ଯୁବକଙ୍କ ନାଁ ଚିନ୍ମୟ ସ୍ୱାଇଁ(୨୭) । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବାଲିସୁଆଁ ଗାଁର ଦୁଲାଳ ସ୍ୱାଇଁଙ୍କର ଏକମାତ୍ର ପୁଅ । ଡିପ୍ଲୋମା ପାସ୍ ପରେ ଚାକିରି ଅନ୍ୱେଷଣରେ ଥିବା ବେଳେ ୮ ମାସ ତଳେ ତାଙ୍କ ଗାଁର ଶକ୍ତିକାନ୍ତ(ଲୁଲୁ) ସ୍ୱାଇଁ ତାଙ୍କୁ ଭୁବନେଶ୍ୱର ଆଣି ପଟିଆସ୍ଥିତ କେ.ଏନ୍. ମିଶ୍ର କନଷ୍ଟ୍ରକ୍ସନ୍ ପ୍ରାଇଭେଟ୍ ଲିମିଟେଡ ନାମକ ଏକ ସଂସ୍ଥାରେ ସୁପରଭାଇଜର୍ ଚାକିରି କରାଇ ଦେଇଥିବା ପରିବାର ଲୋକେ କହିଛନ୍ତି । ସେଠାରେ ତାଙ୍କୁ ମାସିକ ୧୦ ହଜାର ଟଙ୍କା ଦରମା ମିଳୁଥିଲା ।
ମୃତ ଚିନ୍ମୟଙ୍କ ବାପା ଇନଫୋସିଟି ଥାନାରେ ଦେଇଥିବା ଏତଲା ଅନୁଯାୟୀ, କମ୍ପାନୀ କାମର ଟେନସନ୍ ଛଡ଼ା ପୁଅର ଅନ୍ୟ କୋ÷ଣସି ସମସ୍ୟା ନଥିଲା । ଏକମାତ୍ର ପୁଅ ଭାବେ ଅତ୍ୟନ୍ତ ଗେହ୍ଲା ହୋଇଥିବାରୁ ତାର କୌଣସି ପାରିବାରିକ ଅସୁବିଧା ନ ଥିଲା । ତେବେ କମ୍ପାନୀ ନିର୍ମାଣ କାମରେ ବ୍ୟବହୃତ ସାମଗ୍ରୀ ଚୋରିକୁ ନେଇ କିଛି ସହଯୋଗୀଙ୍କ ସହ ତାର ବେଳେ ବେଳେ ଝଗଡ଼ାଝାଟି ହେଉଥିବା ସେ ତାଙ୍କୁ ଜଣାଇଥିଲା ବୋଲି ଦୁଲାଳ ସ୍ୱାଇଁ କହିଛନ୍ତି । ଏ ସମ୍ପର୍କରେ ସେ କମ୍ପାନୀ ମାଲିକଙ୍କ ହସ୍ତକ୍ଷେପ ଲୋଡିଥିଲେ ବି ସେ ଶୁଣି ନ ଥିଲେ । ଓଲଟି ମଧ୍ୟସ୍ଥି ହୋଇ ଚାକିରି କରାଇଥିବା ଲୁଲୁ ସ୍ୱାଇଁ ଏହାର ସମାଧାନ କରିଥିଲେ ।
ଗତକାଲି ସକାଳ ୧୦.୨୮ ମିନିଟ୍ ରେ ଚିନ୍ମୟ ତାଙ୍କ ବୋଉ ସହିତ ଫୋନ୍ ରେ କଥା ହୋଇଥିଲେ । ଜାଗର ପାଇଁ ସେ ମନ୍ଦିର ଯାଇଥିବା ଏବଂ ଅନ୍ୟାନ୍ୟ ବିଷୟରେ ଉଭୟ ଭଲରେ କଥା ହୋଇଥିଲେ । ତାଙ୍କ ମନ ବେଶ୍ ଖୁସି ଓ ପ୍ରଫୁୂଲ୍ଲ ଥିଲା । ତେବେ ଅପରାହ୍ନ ୩.୪୦ ରେ ଗାଁର ଜଣଙ୍କଠାରୁ ଚିନ୍ମୟର ମୃତ୍ୟୁ ଖବର ପାଇଥିଲେ ବୋଲି ଦୁଲାଳ କହିଛନ୍ତି । ଏ ସମ୍ପର୍କରେ କମ୍ପାନୀ ମାଲିକ କିମ୍ବା ପୁଲିସ ପକ୍ଷରୁ ସେ ଖବର ପାଇ ନ ଥିଲେ । ଗାଁରୁ ଖବର ପାଇ ଭୁବନେଶ୍ୱରରେ ପହଞ୍ଚିଲା ବେଳକୁ ସଂଧ୍ୟା ସାଢ଼େ ୭ ବାଜିଥିଲା । କ୍ୟାପିଟାଲ୍ ହସ୍ପିଟାଲ୍ ରେ ପୋଷ୍ଟମର୍ଟମ ଗୃହରେ ଶବ ରହିଥିବା ଜାଣି ସେଠାରେ ପହଞ୍ଚିଥିଲେ ମଧ୍ୟ ଉପସ୍ଥିତ ପୁଲିସ କର୍ମଚାରୀମାନେ ଶବକୁ ଦେଖିବାକୁ ଦେଇ ନ ଥିଲେ ।
ଦୁଲାଳଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ପୁଅ ଏବଂ ବିକ୍ରମ ନାମକ ଜଣେ ଯୁବକ ସାଙ୍ଗ ହୋଇ ଗୋଟିଏ ରୁମ୍ ରେ ରହୁଥିଲେ । ଯେଉଁ ସମୟରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି ସେତିକିବେଳେ ବିକ୍ରମ ବି ରୁମ୍ ରେ ଥିଲେ । କିଛି ଘଣ୍ଟା ପୂର୍ବରୁ ବୋଉ ସହ ଭଲରେ କଥା ହୋଇଥିବା ଚିନ୍ମୟ ରୁମମେଟ୍ ଙ୍କ ଉପସ୍ଥିତିରେ କେମିତି ଓ କାହିଁକି ଆତ୍ମହତ୍ୟା କରିବ ବୋଲି ସେ ପ୍ରଶ୍ନ କରିଛନ୍ତି । ସର୍ବୋପରି ଏହି ଘଟଣାରେ କେ.ଏନ.ମିଶ୍ର କନଷ୍ଟ୍ରକ୍ସନ୍ କମ୍ପାନୀ ମାଲିକଙ୍କ ଭୂମିକାକୁ ସେ ସନେ୍ଦହ କରିଛନ୍ତି । ଘଟଣାକୁ ଚପାଇ ଦେବା ପାଇଁ ବି ଉଦ୍ୟମ ହେଉଥିବା ସେ କହିଛନ୍ତି ।
ତାଙ୍କ ପୁଅକୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଉଛି ବୋଲି ଦୁଲାଳ ସିଧାସଳଖ ଅଭିଯୋଗ ଆଣିଛନ୍ତି । ପୁଲିସ ଏହାର ନିରପେକ୍ଷ ତଦନ୍ତ କରି ତାଙ୍କୁ ନ୍ୟାୟ ଦେଉ ବୋଲି ସେ ଆକୁଳ ନିବେଦନ କରିଛନ୍ତି ।
ଏହି ଅଭିଯୋଗ ସଂକ୍ରାନ୍ତରେ ପୁଲିସର ପ୍ରତିକ୍ରିୟା ମିଳିନାହିଁ ।
Previous Post

ଝଲସିଲା ଏକାମ୍ରକ୍ଷେତ୍ର, ୧୫ ମିନିଟ୍ ପୂର୍ବରୁ ଉଠିଲା ମହାଦୀପ

Next Post

ବିଜେଡ଼ି ଚାପରେ କଥା ବାଆଁରେଇଲେ ଏମସ୍ ଡାଇରେକ୍ଟର

Next Post
ବିଜେଡ଼ି ଚାପରେ କଥା ବାଆଁରେଇଲେ ଏମସ୍ ଡାଇରେକ୍ଟର

ବିଜେଡ଼ି ଚାପରେ କଥା ବାଆଁରେଇଲେ ଏମସ୍ ଡାଇରେକ୍ଟର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA