Tuesday, May 26, 2026 04:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡ଼ି ଚାପରେ କଥା ବାଆଁରେଇଲେ ଏମସ୍ ଡାଇରେକ୍ଟର

by Our Correspondent
22 Feb, 2020- 05:05 PM
in Latest News, News
1 min read
0
ବିଜେଡ଼ି ଚାପରେ କଥା ବାଆଁରେଇଲେ ଏମସ୍ ଡାଇରେକ୍ଟର
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଅଲ୍ ଇଣ୍ଡିଆ ମେଡ଼ିକାଲ୍ ସାଇନ୍ସ(ଏମସ୍) ରେ ଓଡ଼ିଆ ଭାଷା ବ୍ୟବହାର ଉପରେ ଲାଗିଛି କଟକଣା । କର୍ମଚାରୀମାନେ ଫାଇଲ୍ କାମ ହିନ୍ଦୀରେ କରିବାକୁ ବାଧ୍ୟତାମୂଳକ କରାଯାଇଛି । ଫାଇଲ୍ ଉପରେ ସେମାନେ ହିନ୍ଦୀରେ ଦସ୍ତଖତ କରିବେ । ରୋଗୀସେବା ପାଇଁ ବ୍ୟବହୃତ ରେଜିଷ୍ଟାରଗୁଡ଼ିକର ହିନ୍ଦୀରେ ନାମକରଣ କରାଯିବ । ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ପ୍ରବେଶିକା ଫର୍ମକୁ ବି ହିନ୍ଦୀରେ ଲେଖାଯିବ ।
କର୍ମଚାରୀମାନଙ୍କ ପାଇଁ ଗତକାଲି ଏମସ୍ କର୍ତ୍ତୃପକ୍ଷଙ୍କ ଏହି ଅଦ୍ଭୂତ ନିର୍ଦ୍ଦେଶାବଳୀ ଆସିବା ପରେ ଓଡ଼ିଆଙ୍କ ମନରେ ଭୀଷଣ ଆଘାତ ସୃଷ୍ଟି ହୋଇଛି । ଓଡ଼ିଶା ସରକାରଙ୍କ ଜମି ଓ ଭିତ୍ତିଭୂମି ଉପରେ ଛିଡ଼ା ହୋଇଥିବା ଏହି କେନ୍ଦ୍ରୀୟ ଅନୁଷ୍ଠାନର ଓଡ଼ିଆ ଭାଷା ପ୍ରତି ଘୃଣାଭାବକୁ ନେଇ ଜୋରଦାର ପ୍ରତିବାଦ ଆରମ୍ଭ କରିଛି ବିଜୁ ଜନତା ଦଳ । ମାତୃଭାଷା ଓଡ଼ିଆକୁ ଏପରି ଅଣଦେଖା କରିଥିବା ଏମସ୍ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକୁ ବରଦାସ୍ତ କରାଯିବ ନାହିଁ ବୋଲି ବିଜେଡ଼ି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ଗତକାଲି ରୋକଠୋକ ଜଣାଇଥିଲେ ।
ଆଜି ପିନାକୀ ମିଶ୍ରଙ୍କ ନେତୃତ୍ୱରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଡ. ଅମର ପଟ୍ଟନାୟକ, ଡ. ସସ୍ମିତ୍ ପାତ୍ର, ଅନୁଭବ ମହାନ୍ତି, ଶ୍ରୀମତୀ ସରୋଜିନୀ ହେମ୍ବ୍ରମ୍, ଶ୍ରୀମତୀ ଶର୍ମିଷ୍ଠା ସେଠୀ, ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ସୁଶାନ୍ତ କୁମାର ରାଉତ ଏମସ୍ ଯାଇ ନିଦେ୍ର୍ଦଶକଙ୍କୁ ଭେଟି ନିଷ୍ପତ୍ତିର ପ୍ରତିବାଦ କରିଥିଲେ । ତୁରନ୍ତ ଏହାକୁ ପ୍ରତ୍ୟାହାର ପାଇଁ ଦାବି ଜଣାଇଥିଲେ ।
ଖାଲି ସେତିକି ନୁହେଁ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କୁ ସେମାନେ ଏକ ପ୍ରତିବାଦସମ୍ବଳିତ ସ୍ମାରକପତ୍ର ଜରିଆରେ ଚରମବାଣୀ ଶୁଣାଇଛନ୍ତି । ଭାଷାଭିତ୍ତିରେ ଗଠନ ରାଜ୍ୟମଧ୍ୟରେ ଓଡ଼ିଶା ପ୍ରଥମ ରାଜ୍ୟ ହୋଇଥିବାରୁ ଏହି ରାଜ୍ୟରେ ଥିବା କୌଣସି ଅନୁଷ୍ଠାନରେ ମାତୃଭାଷା ଓଡ଼ିଆକୁ ଅଣଦେଖା କରିବାକୁ ବରଦାସ୍ତ କରାଯିବନି । ଓଡ଼ିଶାରେ ପ୍ରତିଷ୍ଠିତ ଏମସ୍ କୁ ବିଶେଷକରି ଓଡ଼ିଆ ରୋଗୀମାନେ ଆସିଥାଆନ୍ତି । ସେମାନଙ୍କ ଉପରେ ହିନ୍ଦୀ ଭାଷା ଲଦିଦେବାକୁ ଉଦ୍ୟମ ହୋଇଛି । ଏହା ଓଡ଼ିଆଙ୍କ ସ୍ୱାର୍ଥକୁ ଆଘାତ ଦେଉଛି । ଏମସ୍ କର୍ତ୍ତୃପକ୍ଷ ଜାରି କରିଥିବା ନିର୍ଦ୍ଦେଶିଶାବଳୀ ତୁରନ୍ତ ପ୍ରତ୍ୟାହାର କରିବାକୁ ଏହି ସ୍ମାରକପତ୍ରରେ କୁହାଯାଇଛି ।
ଅନ୍ୟପକ୍ଷରେ ବିଜେଡ଼ିର ତୀବ୍ର ପ୍ରତିବାଦ ପରେ ଏମସ୍ ନିର୍ଦ୍ଦେଶିକା ବି.ଗୀତାଞ୍ଜଳି ନିଜ ଦୋଷ ଲୁଚାଇବାକୁ ସମସ୍ତଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜିବାକୁ ଉଦ୍ୟମ କରିଛନ୍ତି । ନିର୍ଦ୍ଦେଶାବଳୀକୁ କୁଆଡ଼େ କେହି ଭଲରେ ବୁଝିନାହାନ୍ତି । ଏହାକୁ ଭୁଲ୍ ତର୍ଜମା କରାଯାଇଛି ବୋଲି ସେ ସଫେଇ ଦେଇଛନ୍ତି । ଭୁବନେଶ୍ୱର ଏମସ୍ ରେ ହିନ୍ଦୀ କେବଳ ପ୍ରଶାସନିକ କାର୍ଯ୍ୟ ପାଇଁ ଲାଗୁ ହେବ । ଯେଉଁମାନେ ହିନ୍ଦୀ ମିଡ଼ିୟମ୍ ରେ ପଢ଼ିଛନ୍ତି, କେବଳ ସେମାନଙ୍କ ପାଇଁ ଲାଗୁ ହେବ ବୋଲି ନିର୍ଦ୍ଦେଶିକା କହିଛନ୍ତି ।
Previous Post

ରାଜଧାନୀରେ ମାର୍ଶାଘାଇ ଯୁବକଙ୍କୁ ମର୍ଡର!

Next Post

ଖେଲୋ ଇଣ୍ଡିଆ ଉଦଘାଟିତ

Next Post
ଖେଲୋ ଇଣ୍ଡିଆ ଉଦଘାଟିତ

ଖେଲୋ ଇଣ୍ଡିଆ ଉଦଘାଟିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA