Tuesday, May 26, 2026 03:39 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଖେଲୋ ଇଣ୍ଡିଆ ଉଦଘାଟିତ

by Our Correspondent
22 Feb, 2020- 11:44 PM
in Latest News, News
1 min read
0
ଖେଲୋ ଇଣ୍ଡିଆ ଉଦଘାଟିତ
କଟକ: ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟର ସର୍ବବୃହତ୍ତ କ୍ରୀଡ଼ା ମହାକୁମ୍ଭ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଆଜି କଟକର ଜବାହାରଲାଲ୍ ନେହରୁ ଇନଡୋର୍ ଷ୍ଟାଡିୟମ୍ ରେ ଉଦଘାଟିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହାର ଉଦଘାଟନ କରିଛନ୍ତି । ଓଡ଼ିଶାରେ ଏକ ନୂଆ ଇତିହାସ ସୃଷ୍ଟି କରିଥିବା ଏହି ଇଭେଣ୍ଟ ଦେଶର କ୍ରୀଡ଼ା ଇତିହାସରେ ବଡ଼ ମୁହୁର୍ତ୍ତ ବୋଲି ପ୍ରଧାନମନ୍ତ୍ରୀ ଅଭିହିତ କରିବା ସହ କ୍ରୀଡ଼ା ବିପ୍ଲବରେ ଏହା ଦେଶକୁ ଆଗକୁ ନେବ ବୋଲି କହିଛନ୍ତି ।
ଉଦଘାଟନୀ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ କ୍ରୀଡ଼ା ପ୍ରତି ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଓଡ଼ିଶା ପାଇଁ ଏହି ଗୌରବମୟ ମୁହୁର୍ତ୍ତରେ ଆପଣମାନେ ଖୁସି ତ କି ବୋଲି ଉପସ୍ଥିତ ଦର୍ଶକଙ୍କୁ ପଚାରିଥିଲେ ମୁଖ୍ୟମନ୍ତ୍ରୀ । କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ, କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତ ବେହେରା, କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ, ଆୟୋଜକ ‘କିଟ୍’ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ ଉପସ୍ଥିତ ରହି ସମ୍ବୋଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ, କେନ୍ଦ୍ର କ୍ରୀଡ଼ା ସଚିବ ରାଧେଶ୍ୟାମ ଜୁଲାନିୟା, ରାଜ୍ୟ କ୍ରୀଡ଼ା ସଚିବ ବିଶାଲ ଦେବ, କ୍ରୀଡ଼ା ନିର୍ଦ୍ଦେଶକ ଆର.ବିନିଲ୍ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ ।
ଏହି କ୍ରୀଡ଼ା ପ୍ରଥମ କରି ଭୁବନେଶ୍ୱରର କିଟ୍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବା ଓଡ଼ିଶା ପାଇଁ ଖୁସି ଓ ଗୌରବ ଆଣିଦେଇଛି । ‘କିଟ୍’ କୁ ଆୟୋଜକ ବିଶ୍ୱବିଦ୍ୟାଳୟ ଭାବେ ଦାୟିତ୍ୱ ମିଳିଛି । ଓଡ଼ିଶାର ୫ଟି ବିଶ୍ୱବିଦ୍ୟାଳୟରୁ ମୋଟ ୧୪୮ ଜଣ ଖେଳାଳୀଙ୍କ ସମତେ ସମୁଦାୟ ୧୫୯ ବିଶ୍ୱବିଦ୍ୟାଳୟରୁ ୩୪୦୦ ଖେଳାଳୀ ଏଥିରେ ଭାଗ ନେଇଛନ୍ତି । ୧୭ଟି ଇଭେଣ୍ଟରେ ପ୍ରତିଯୋଗିତା ହେଉଛି । ଏମାନଙ୍କ ମଧ୍ୟରେ ଅଛନ୍ତି ଦେଶର ଏକ ନମ୍ବର ଧାବିକା ଦୂତି ଚାନ୍ଦ, ବ୍ୟାଡମିଣ୍ଟନ୍ ଯୁବରାଣୀ ଋତୁପର୍ଣ୍ଣା ପଣ୍ଡା, ମାଙ୍ଗଲୋର ବିଶ୍ୱବିଦ୍ୟାଳୟର ଟ୍ରିପଲ୍ ଜମ୍ପର୍ ଜୟ ଶାହା, ଧାବକ ନରେନ୍ଦ୍ର ପ୍ରତାପ ସିଂ, କୋମଲ ଜଗଦାଲେ, ୱାଇ. ଜ୍ୟୋତି ପ୍ରମୁଖ ।
ପ୍ରତିଯୋଗିତା ଲାଗି କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇ ଦେଇଥିବା ବେଳେ ଏଥିପାଇଁ ଆବଶ୍ୟକ ଭିତ୍ତିଭୂମିକୁ ‘କିଟ୍’ ମାଗଣାରେ ଦେଇଛି । ରାଜ୍ୟ ସରକାର ମଧ୍ୟ ଆନୁସଙ୍ଗିକ ସହଯୋଗ କରୁଛନ୍ତି । ‘କିଟ୍’ ଓ ‘କିସ୍’ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ପ୍ରତ୍ୟକ୍ଷ ଭାବେ ଏହାର ତତ୍ତ୍ୱାବଧାନ କରୁଛନ୍ତି । ପ୍ରତି ଖେଳାଳି ପିଛା ଦୈନିକ ୭୦୦ ଟଙ୍କା ଖର୍ଚ୍ଚ ସହ ମୋଟ ୫.୪୩ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ‘କିଟ୍’ ଭିତ୍ତଭୂମି ମାଗଣାରେ ଦେଇଥିବାରୁ ଖର୍ଚ୍ଚ ବହୁ ହାରରେ କମିଯାଇଛି । ଗୌହାଟୀରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ଖର୍ଚ୍ଚ ତୁଳନାରେ ଏଠାରେ ଏକ ଚତୁର୍ଥାଂଶ ଖର୍ଚ୍ଚରେ ପ୍ରତିଯୋଗିତା ସମ୍ଭବ ହେବ ।
Previous Post

ବିଜେଡ଼ି ଚାପରେ କଥା ବାଆଁରେଇଲେ ଏମସ୍ ଡାଇରେକ୍ଟର

Next Post

ବିଜେଡ଼ିରେ ଔପଚାରିକ ପର୍ବ

Next Post
ବିଜେଡ଼ିରେ ଔପଚାରିକ ପର୍ବ

ବିଜେଡ଼ିରେ ଔପଚାରିକ ପର୍ବ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA