Tuesday, May 26, 2026 02:31 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡ଼ିରେ ଔପଚାରିକ ପର୍ବ

by Our Correspondent
23 Feb, 2020- 12:48 PM
in Latest News, News, Politics
1 min read
0
ବିଜେଡ଼ିରେ ଔପଚାରିକ ପର୍ବ
ଭୁବନେଶ୍ୱର: ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଏକ ସଫଳ ଆଞ୍ଚଳିକ ଦଳ ଭାବେ ଓଡ଼ିଶାବାସୀଙ୍କ ବିପୁଳ ସମର୍ଥନ ପାଇ ଆସୁଥିବା ବିଜୁ ଜନତା ଦଳର ସର୍ବମାନ୍ୟ ନେତା ହେଲେ ନବୀନ ପଟ୍ଟନାୟକ । ବିଜେଡ଼ିର କ୍ରମାଗତ ସଫଳତାର ରହସ୍ୟ ନିଜେ ନବୀନ ପଟ୍ଟନାୟକ । ତାଙ୍କ ନେତୃତ୍ୱ ଓ ଦିଗଦର୍ଶନ ସମ୍ଭବତଃ ଦଳର ଏକମାତ୍ର ପୁଞ୍ଜି । ତେଣୁ ନବୀନଙ୍କ କ୍ଷେତ୍ରରେ ସଭାପତି ପଦ ପାଇଁ ବିଧିବଦ୍ଧ ନିର୍ବାଚନ ଏକ ଔପଚାରିକତା ବୋଲି ବିଚାର କରାଯାଉଛି । ଏହି ଔପଚାରିକତା ପୂରଣ ପାଇଁ ଆଜି ବିଜେଡ଼ି ରାଜ୍ୟ କାର୍ଯ୍ୟାଳୟରେ କସରତ ହୋଇଛି । କ୍ରମାଗତ ସପ୍ତମ ଥର ପାଇଁ ନବୀନ ପଟ୍ଟନାୟକ ଦଳର ସଭାପତି ଆସନ ଅଳଙ୍କୃତ କରିବେ ।
ବିଧିବଦ୍ଧ ଭାବେ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡ଼ି ସୁପ୍ରିମୋ । ସକାଳ ପ୍ରାୟ ୧୦ଟା ବେଳେ ଦଳୀୟ କାର୍ଯ୍ୟାଳୟକୁ ଆସି ନାମାଙ୍କନପତ୍ର ଦାଖଲ କରିଥିଲେ । ରାଜ୍ୟ ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ ତାଙ୍କ ନାମାଙ୍କନ ପତ୍ର ଗ୍ରହଣ କରିଥିଲେ । ସଭାପତି ପଦର ନାମାଙ୍କନପରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ ପାଇଁ ୮୦ ଜଣ ନାମାଙ୍କନପତ୍ର ଦାଖଲ କରିଥିଲେ । ଆସନ୍ତା ୨୬ ତାରିଖରେ କର୍ମକର୍ତ୍ତାଙ୍କ ନାଁ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ରିଟର୍ଣ୍ଣିଂ ଅଫିସର ଶ୍ରୀ ଦେବ ସୂଚନା ଦେଇଛନ୍ତି ।
ଦଳର ସାଂଗଠନିକ ନିର୍ବାଚନର ଏହି ଅନ୍ତିମ ପର୍ଯ୍ୟାୟରେ ଆଜି ରାଜ୍ୟ କାର୍ଯ୍ୟାଳୟରେ ନେତାଙ୍କ ଭିଡ଼ ହୋଇଥିଲା । ସାଂସଦ, ବିଧାୟକ, ବିଭିନ୍ନ ଛାମୁଆ ସଂଗଠନର କର୍ମକର୍ତ୍ତା ଏବଂ ଦଳୀୟ ନେତୃବୃନ୍ଦ ସେଠାରେ ଉପସ୍ଥିତ ଥିଲେ । ସଭାପତି ନିର୍ବାଚନକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଥିଲେ ମଧ୍ୟ ଜିଲ୍ଲା ସଭାପତି ତାଲିକାକୁ ନେଇ କିଛି ନେତାଙ୍କ ଅସନ୍ତୋଷ ବାରି ହୋଇପଡୁଥିଲା ।
ସୂଚନାଯୋଗ୍ୟ, ଦୁଇଦିନ ତଳେ ଘୋଷଣା ହୋଇଛି ବିଜେଡ଼ି ଜିଲ୍ଲା ସଭାପତି ତାଲିକା । ୩୩ଟି ସାଂଗଠନିକ ଜିଲ୍ଲା ମଧ୍ୟରେ ୩ ମନ୍ତ୍ରୀ, ଜଣେ ସାଂସଦ ଏବଂ ୭ ବିଧାୟକଙ୍କୁ ସଭାପତି କରାଯାଇଛି । ତାଲିକାରେ ୧୯ ଜଣ ନୂଆ ମୁହଁ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗୀର ରାଜା ଅନଙ୍ଗ ଉଦୟ ସିଂହଦେଓଙ୍କ ପରିବାର ହାତରୁ ଜିଲ୍ଲା ନେତୃତ୍ୱ କାଢ଼ି ନିଆଯାଇଛି । ସବୁ ଜିଲ୍ଲାରେ ସହମତି ଭିତ୍ତିରେ ସଭାପତି ଚୟନ କରାଯାଇଥିବା ଦଳୀୟ ନେତୃତ୍ୱ ପକ୍ଷରୁ କୁହାଯାଉଥିଲେ ମଧ୍ୟ କିଛି ଜିଲ୍ଲାରେ ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁଁ ଛକାପଂଝା ଲାଗିରହିଛି ।
ସଂଗଠନରେ ଭାରସାମ୍ୟ ରକ୍ଷା ପାଇଁ କିଛି ଜିଲ୍ଲାରେ ସୁବିଧାବାଦୀ ତଥା ବଦନାମୀ ନେତାଙ୍କ ହାତରେ ଜିଲ୍ଲା ନେତୃତ୍ୱ ଟେକି ଦିଆଯାଇଥିବା ଦଳର ଜଣେ ବରିଷ୍ଠ ନେତା ସ୍ୱୀକାର କରିଛନ୍ତି । ବିଶେଷକରି ଭୁବନେଶ୍ୱରରେ ଅନନ୍ତ ନାରାୟଣ ଜେନା, ଖୋର୍ଦ୍ଧାରେ ବିଭୂତି ବଳବନ୍ତରାୟ, କେନ୍ଦ୍ରାପଡ଼ାରେ ଉକ୍ରଳ କେଶରୀ ପରିଡ଼ାଙ୍କ ଉପରେ ଦଳୀୟ କର୍ମୀ ଖୁସି ନାହାନ୍ତି । ଏମାନଙ୍କ ପାଇଁ ଦଳର ଭାବମୂର୍ତ୍ତି କ୍ଷୂର୍ଣ୍ଣ ହେଉଥିବା ସାଧାରଣରେ ବି ଆଲୋଚନା ହେଉଛି ।
Previous Post

ଖେଲୋ ଇଣ୍ଡିଆ ଉଦଘାଟିତ

Next Post

ପାଳଘର ଖେଳରୁ ଜଳିଗଲେ ୪ ଶିଶୁ

Next Post
ପାଳଘର ଖେଳରୁ ଜଳିଗଲେ ୪ ଶିଶୁ

ପାଳଘର ଖେଳରୁ ଜଳିଗଲେ ୪ ଶିଶୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA