ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ରବିଶଙ୍କରଙ୍କ ଆର୍ଟ ଅଫ୍ ଲିଭିଂ ସଂସ୍ଥା ହାତରେ ଏବେ ଟୋଲ୍ ଗେଟ୍ ସୁରକ୍ଷା ଦାୟିତ୍ୱ । କଥାଟି ଅବିଶ୍ୱାସ ହେଉଥିଲେ ମଧ୍ୟ ସତ । ସୋହେଲାର ଲୁହାରଚୁଟି ଓ ଲକ୍ଷ୍ମଣନାଥ ଟୋଲ୍ ଗେଟ୍ ଜଗୁଛନ୍ତି ଆର୍ଟ ଅଫ୍ ଲିଭିଂ ସଂସ୍ଥା କର୍ମଚାରୀ । ଗତବର୍ଷଠାରୁ ରାଜ୍ୟ ସରକାର ଏହି ସ୍ପିରୁଚାଲ୍ ସଂସ୍ଥାକୁ ଟୋଲ୍ ଗେଟ୍ ଜଗିବା ପାଇଁ ଠିକା ଦେଇଛନ୍ତି । ସେଥିପାଇଁ ଆଜି ପର୍ଯ୍ୟନ୍ତ ୧୨ ଲକ୍ଷ ଟଙ୍କା ପୈଠ ବି ସରିଲାଣି । ନିତିନ୍ ଚନ୍ଦ୍ରା ଅଳ୍ପ କେଇମାସ ଏହାର ସର୍ବୋଚ୍ଚ ଦାୟିତ୍ୱରେ ଥିବା ବେଳେ ଏହି ନିଷ୍ପତି ନେଇ ଆର୍ଟ ଅଫ୍ ଲିଭିଂ ସଂସ୍ଥାକୁ ଜଗୁଆଳି ଦାୟିତ୍ୱ ଛାଡ଼ିଦେଇଛନ୍ତି । ପ୍ରଶ୍ନ ଉଠୁଛି, ରାଜ୍ୟ ସରକାରଙ୍କ ନିଜସ୍ୱ କର୍ମଚାରୀଙ୍କର ଅଭାବ ନ ଥିଲା ବେଳେ ବିନା ଟେଣ୍ଡରରେ ଅତ୍ୟନ୍ତ ଗୋପନୀୟ ଭାବେ ଆର୍ଟ ଅଫ୍ ଲିଭିଂକୁ ସୁରକ୍ଷା ଦାୟିତ୍ୱ ଛାଡ଼ିବା ପଛରେ କ’ଣ ରହିଛି ରସହ୍ୟ ତାହା ଏବେ ଚର୍ଚ୍ଚାରେ ।