Wednesday, April 29, 2026 09:05 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଟ୍ରାଫିକ୍ ଯନ୍ତ୍ରଣାରୁ ତାତିଲେ ଲୋକେ, ପୁଲିସକୁ ଦେଖାଇଲେ ତାକତ୍

by Our Correspondent
07 Sep, 2019- 05:29 PM
in Latest News, News
1 min read
0
ଟ୍ରାଫିକ୍ ଯନ୍ତ୍ରଣାରୁ ତାତିଲେ ଲୋକେ, ପୁଲିସକୁ ଦେଖାଇଲେ ତାକତ୍

– ସରକାରୀ ଗାଡ଼ି ପାଇଁ ଚେକିଂ ମାଫ୍ ଅଭିଯୋଗ
– ପିସିଆର ଭ୍ୟାନ୍ ରୁ ମିଳିଲା ବିଅର୍ ବୋତଲ
– ଲୋକଙ୍କ ଆକ୍ରୋଶରୁ ବର୍ତ୍ତିଲେନି କମିଶନର, ଡିସିପି
– ଲୋକଙ୍କୁ ଲାଠିରେ ପିଟିଲା ପୁଲିସ

ଭୁବନେଶ୍ୱର: ସାଧାରଣ ଲୋକଙ୍କୁ ଅତିଷ୍ଠ କରିଥିବା ଟ୍ରାଫିକ ଯାଞ୍ଚ ଓ ଜରିମାନା ଆଜି ବିଦ୍ରୋହର ନିଆଁ ଧରାଇଛି । ଲୋକଙ୍କ ପୁଞ୍ଜୀଭୂତ ଅସନ୍ତୋଷ ରାଜଧାନୀର ଛାତି ଉପରେ ବିସ୍ଫୋରଣ ସୃଷ୍ଟି କରିଛି । ରାଜମହଲ ଛକରେ ପୁଲିସକୁ ଦୀର୍ଘ ଅଢ଼େଇ ଘଣ୍ଟା ଧରି ମୁକାବିଲା କରିଛନ୍ତି ରାଜଧାନୀବାସୀ । ଲୋକଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଗୋଡ଼େଇ ଗୋଡ଼େଇ ଲାଠି ମାଡ଼ କରିଥିଲେ ମଧ୍ୟ ଲୋକେ ଡରିନାହାନ୍ତି । ପୁଲିସକୁ ପାଲଟା ଜବାବ ଦେଇଛନ୍ତି । ରିପୋର୍ଟ ଲେଖା ହେବା ବେଳକୁ ରାଜମହଲ ଛକରେ ଉତ୍ତେଜନା ଜାରି ରହିଛି । ସେଠାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ।
ଘଟଣା ଏମିତି । ରାଜମହଲ ଛକ ଓଭରବ୍ରିଜ୍ ତଳେ ପୁଲିସର ମୋବାଇଲ୍ ଚେକିଂ ଚାଲିଥିଲା । ନୂଆ ମୋଟରଯାନ ଆଇନ ଅନୁଯାୟୀ ବିନା ହେଲମେଟ୍ ଏବଂ ବିନା କାଗଜପତ୍ରରେ ଯାଉଥିବା ଗାଡ଼ିଚାଳକଙ୍କୁ ଯାଞ୍ଚ କରି ଚଢ଼ା ଦରରେ ଜରିମାନା ଆଦାୟ କରୁଥିଲା ପୁଲିସ । ଏହି ସମୟରେ ରାଜ୍ୟ ସରକାରଙ୍କ ମୋ ବସ୍, ବିଏମସିର ଗୋଟିଏ ଟ୍ରକ୍ ଏବଂ ଏକ ପିସିଆର୍ ଭ୍ୟାନ୍ ସେହି ବାଟରେ ଯାଉଥିଲା । ଲୋକଙ୍କ ଅଭିଯୋଗ ଅନୁଯାୟୀ, ମୋ ବସ୍ ଗାଡ଼ିରେ ଓଭରଲୋଡ଼ ଥିଲା ଏବଂ ଡ୍ରାଇଭର ସିଟ୍ ବେଲ୍ଟ ପିନ୍ଧି ନ ଥିଲେ । ବିଏମସି ଟ୍ରକ୍ ଏବଂ ପୁଲିସ ପିସିଆର ଭ୍ୟାନ୍ ର କାଜପତ୍ର ଠିକ୍ ନ ଥିଲା । ଚେକିଂ କରୁଥିବା ପୁଲିସର ଏଭଳି ପାତରଅନ୍ତର ନୀତିକୁ ସେଠାରେ ଉପସ୍ଥିତ ସାଧାରଣ ଜନତା ପ୍ରଶ୍ନ କରିଥିଲେ । ମାତ୍ର ପୁଲିସ ସେମାନଙ୍କୁ ଡରାଇ ଜୁଲମ୍ କରିଥିଲା । ପୁଲିସର ଏତାଦୃଶ କାର୍ଯ୍ୟ ବିରୋଧରେ ସ୍ଥାନୀୟ ଲୋକେ ଏବଂ ରାସ୍ତାରେ ଯାଉଥିବା ଲୋକମାନେ ଏକାଠି ହୋଇଯାଇଥିଲେ । ଉତ୍ତ୍ୟକ୍ତ ଲୋକେ ତିନୋଟିଯାକ ଗାଡ଼ିକୁ ଅଟକାଇବା ସହ ପୁଲିସକୁ ମୁକାବିଲା କରିଥିଲେ । ପୁଲିସ ବି ସେମାନଙ୍କୁ ଭୟଭୀତ କରି ଘଉଡ଼ାଇବାକୁ ଉଦ୍ୟମ କରିଥିଲା । ଉଭୟ ପକ୍ଷ ମୁହାଁମୁହିଁ ହୋଇ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିଥିଲା ।

ବଡ଼କଥା ହେଉଛି, ଅଟକ ଥିବା ପିସିଆର୍ ଭ୍ୟାନରୁ ଦୁଇଟି ବିଅର୍ ଡବା ଉଦ୍ଧାର କରିଥିଲେ କିଛି ଲୋକ । ଏହା ପ୍ରଚାର ହେଲା ପରେ ଲୋକେ ଆହୁରି ତାତି ଉଠିଥିଲେ । ପୁଲିସ ଦିନବେଳଟାରେ ବିଅର୍ ପିଇ ଡ୍ୟୁଟି କରୁଥିବା ବେଳେ ଏହା କେମିତି ଚେକିଂ ବାଲାଙ୍କ ନଜରକୁ ଆସିଲାନି ବୋଲି ପ୍ରଶ୍ନ କରି ପୁଲିସ ଉପରକୁ ମାଡ଼ି ଆସିଥିଲେ ।
ପରିସ୍ଥିତିର ମୁକାବିଲା ପାଇଁ ପୁଲିସ ବଳ ଯୋଗାଡ଼ କରୁଥିବା ବେଳେ ପୁଲିସ ବିରୋଧରେ ଅଧିକରୁ ଅଧିକ ଲୋକେ ସଂଗଠିତ ହୋଇଥିଲେ । ଜନତାଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଲାଠିମାଡ଼ ଆରମ୍ଭ କରିଥିଲା । ହେଲେ ଏଥିରେ ଦବି ଯାଇ ନ ଥିଲେ ଜନତା । ପୁଲିସ ଉପରକୁ ଢ଼େଲା ଫିଙ୍ଗିଥିଲେ । ଓଭର ବ୍ରିଜ୍ ଉପରୁ କିଛି ଲୋକ ପୁଲିସ ଉପରକୁ କାଚ ବୋତଲ ଫିଙ୍ଗିଥିଲେ । ଘଟଣାସ୍ଥଳରେ ପୁଲିସ କମିଶନର ଡ. ସୁଧାଶୁଂ ଷଡ଼ଙ୍ଗୀ, ଡିସିପି ଅନୁପ ସାହୁ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ ବି ଲୋକେ ଶାନ୍ତ ପଡ଼ି ନ ଥିଲେ । କମିଶନର ଏବଂ ଡିସିପିଙ୍କୁ ଠେଲାପେଲା କରିଥିଲେ । ଏହି ଘଟଣାରେ ଉଭୟ ପକ୍ଷରୁ କିଛି ଆହତ ହୋଇଛନ୍ତି । ପୁଲିସ କିଛି ଲୋକଙ୍କୁ ଅଟକାଇ ପଚରାଉଚୁରା କରୁଛି ।
ଉଲ୍ଲେଖଥାଉକି, ଟ୍ରାଫିକ୍ ଜରିମାନାକୁ ନେଇ ସାଧାରଣ ଲୋକ ତ୍ରାହି ତ୍ରାହି ଡାକୁଛନ୍ତି । ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଥିବା ପୁଲିସ ଓ ପରିବହନ ବିଭାଗ ଅଧିକାରୀଙ୍କ ଚେକିଂ ତରିକାକୁ ନେଇ ଅଭିଯୋଗ ହୋଇ ଆସୁଛି । ଅନେକସ୍ଥଳରେ ଚେକିଂ ଟିମ୍ ବଡ଼ବଡ଼ିଆଙ୍କ ଗାଡ଼ିର ପାଖ ମାଡୁନାହାନ୍ତି । ଉଦାହରଣସ୍ୱରୂପ, ଗତକାଲି ଗୋଟେ ଗାଡ଼ିରେ ଆଇନମନ୍ତ୍ରୀ ପ୍ରତାପ ଜେନା ଏବଂ ଭଦ୍ରକ ସାଂସଦ ବିନା ବେଲଟ୍ ରେ ଯାଉଥିଲେ ମଧ୍ୟ ପୁଲିସ ଅଟକାଇ ନ ଥିଲା । ସେହିଭଳି ସରକାରୀ ଗାଡ଼ି ଏବଂ ପୁଲିସ ଗାଡ଼ିକୁ ଚେକିଂରୁ ବାଦ୍ ଦିଆଯାଉଥିବାର ଅଭିଯୋଗ ପୂର୍ବରୁ ହୋଇ ଆସୁଛି । ଗୋଟେ ପଟେ ସାଧାରଣ ଜନତାଙ୍କ ଉପରେ ଅସହ୍ୟ ଜରିମାନା ଏବଂ ଅନ୍ୟପଟେ ବଡ଼ବଡ଼ିଆ, ସରକାରୀ ଏବଂ ପୁଲିସ ଗାଡ଼ିକୁ ଚେକିଂ କରାଯାଉ ନ ଥିବାର ଅଭିଯୋଗ ଆକ୍ରୋଶର ରୂପ ନେଇ ଆଜିର ପରିସ୍ଥିତି ସୃଷ୍ଟି କରିଛି ।
ଖୋଦ ରାଜଧାନୀର ଛାତି ଉପରେ ପୁଲିସକୁ ସାଧାରଣ ଜନତାଙ୍କ ଏଭଳି ଖୋଲା ଚାଲେଂଜକୁ ପ୍ରଥମ ଘଟଣା ବୋଲି କୁହାଯାଉଛି । ଲୋକଙ୍କଠାରୁ ଚଢ଼ା ଟ୍ରାଫିକ୍ ଜୋରିମାନା ଆଦାୟକୁ ନେଇ ରହିଥିବା ଅସନ୍ତୋଷର ଏହା ପ୍ରତିଫଳନ । ମଦୁଆଙ୍କୁ ଜେଲ୍ ପଠାଯିବ ବୋଲି ଗତକାଲି ଡିଜି ବିଜୟ ଶର୍ମା ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ଦିନ ଡ୍ୟୁଟିରେ ଥିବା ତାଙ୍କ କର୍ମଚାରୀଙ୍କ ପିସିଆର ଭ୍ୟାନରୁ ବିଅର୍ ବୋତଲ ମିଳିବା ଲଜ୍ଜାର ବିଷୟ ହୋଇଛି । ତେବେ ସେ ଯାହା ହେଉ, ଟ୍ରାଫିକ୍ ଜରିମାନାକୁ ନେଇ ସରକାରଙ୍କ ବିରୋଧରେ ବଢ଼ୁଥିବା ଜନଅସନ୍ତୋଷର ଏହା ଟ୍ରେଲର୍ ବୋଲି ରାଜଧାନୀର ବିଭିନ୍ନ ଜାଗାରେ ଚର୍ଚ୍ଚା ହେଉଛି ।
Previous Post

ଶିବନ୍ କାନ୍ଦିଲେ, ମୋଦି କୋଳେଇ ଧରିଲେ

Next Post

ମାନସ ମଙ୍ଗରାଜଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା

Next Post
ମାନସ ମଙ୍ଗରାଜଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା

ମାନସ ମଙ୍ଗରାଜଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA