Tuesday, April 21, 2026 08:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଡିଜିସିଏ କ୍ଲିନଚିଟ୍ ଉପରେ ପ୍ରଶ୍ନ: ବୈଜୟନ୍ତଙ୍କ ମତ ଆଧାରରେ ରିପୋର୍ଟ ପ୍ରସ୍ତୁତ ହୋଇଛି

by Our Correspondent
01 Nov, 2018- 07:57 PM
in Latest News, News
1 min read
0
ଡିଜିସିଏ କ୍ଲିନଚିଟ୍ ଉପରେ ପ୍ରଶ୍ନ: ବୈଜୟନ୍ତଙ୍କ ମତ ଆଧାରରେ ରିପୋର୍ଟ ପ୍ରସ୍ତୁତ ହୋଇଛି

ଭୁବନେଶ୍ୱର: ବୈଜୟନ୍ତ ପଣ୍ଡାଙ୍କ ବିବାଦୀୟ ହେଲିକପ୍ଟର ଉଡ଼ାଣ ଉପରେ ଡିଜିସିଏ(ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ) କ୍ଲିନଚିଟ୍ ର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି । ରାଜ୍ୟର ଜଣାଶୁଣା ଗବେଷକ ତଥା ନବନିର୍ବାଚିତ ପ୍ରାଣୀ ମଙ୍ଗଳ ବୋର୍ଡ ଅଧ୍ୟକ୍ଷ ଅନୀଲ ଧୀର ବିଭିନ୍ନ ବୈଷୟିକ ଦିଗକୁ ନେଇ ଏହା ଉପରେ ଆପତ୍ତି ଉଠାଇଛନ୍ତି । ସେ କହିଛନ୍ତି, ଗତ ସେପ୍ଟେମ୍ବର ୧୫ ତାରିଖରେ ବୈଜୟନ୍ତଙ୍କ ଦ୍ୱାରା ଚିଲିକା ଉପରେ ହେଲିକପ୍ଟର ଉଡ଼ାଣର ପୂର୍ଣ୍ଣ ରେକର୍ଡକୁ ଯାଞ୍ଚ କରାଯାଇନାହିଁ । ବୈଜୟନ୍ତଙ୍କ ମତାମତକୁ ଡିଜିସିଏ ଏକପାଖିଆ ବିଚାରକୁ ନେଇ ରାୟ ଶୁଣାଇଛନ୍ତି । ଡିଜିସିଏ ରିପୋର୍ଟରେ ଆବଶ୍ୟକ ତଥ୍ୟ ନ ଥିବା ଦର୍ଶାଇ ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ ସ୍ପଷ୍ଟୀକରଣ ମାଗିଥିବାରୁ ତାହାକୁ ଯଥାର୍ଥ ଦର୍ଶାଇଛନ୍ତି ଶ୍ରୀ ଧୀର ।

ଶ୍ରୀ ଧୀର କହିଛନ୍ତି, ଡିଜିସିଏ ତାଙ୍କ ଚିଠିରେ ବ୍ୟବହାର କରିଥିବା ଶବ୍ଦ ପ୍ରତି ଯଥେଷ୍ଟ ଯତ୍ନଶୀଳ(କେୟାରଫୁଲି ୱର୍ଡେଡ ଲେଟର୍) ହୋଇଛନ୍ତି । ଚିଲିକା ଉପରେ ଉଡ଼ିଥିବା ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଡିଜିସିଏ ରୁଲସ୍ ଆଣ୍ଡ ରେଗୁଲେସନ୍ ଉଲ୍ଲଂଘନ କରିନାହିଁ । ଚିଲିକା ଉପରେ ହେଲିକପ୍ଟରଟି ବିପଦପୂର୍ଣ୍ଣ ଭାବେ ଉଡ଼ିନାହିଁ କି ଚିଲିକା ଜଳରାଶିକୁ ଛୁଇଁନାହିଁ । ତଥ୍ୟ ଏବଂ ପ୍ରମାଣରୁ ଏହି ନିଷ୍କର୍ସ ବାହାରିଥିବା ଏହି ଚିଠିରେ ଉଲ୍ଲେଖ କରାଯାଇଛି ।
ଶ୍ରୀ ଧୀର ପଚାରିଛନ୍ତି, କେଉଁ ତଥ୍ୟ ଓ ପ୍ରମାଣ ଆଧାରରେ ଡିଜିସିଏ ଏହି ସିଦ୍ଧାନ୍ତରେ ଉପନୀତ ହେଲେ? ଚିଲିକା ଉପରେ ଉଡିଥିବା ହେଲିକପ୍ଟର ସିଲ୍ ହୋଇ ହ୍ୟାଙ୍ଗର ରେ ଅଛି । ଫ୍ଲାଇଟ୍ ଡାଟା ରେକର୍ଡର, କକପିଟ୍ ଭଏସ୍ ରେକର୍ଡର ଏବଂ ଜିପିଏସ୍ ତଥ୍ୟ ତଦନ୍ତକୁ ନିଆଯାଇନାହିଁ । ଡିଜିସିଏ କେବଳ ହେଲିକପ୍ଟର(ଆର-୪୪)ର ଗତିବିଧିକୁ ବିଚାରକୁ ନେଇଛନ୍ତି । ଯାହା ଫ୍ଲାଇଟ୍ ପ୍ଲାନ୍ ରେ ଆଗରୁ ଉଲ୍ଲେଖ ରହିଛି । ଆଶ୍ଚର୍ଯ୍ୟର ବିଷୟ କି ବୈଜୟନ୍ତ ଗତ ୨୪ ସେପ୍ଟେମ୍ବରରେ ଡିଜିସିଏରେ ହାଜର ହୋଇ ଯାହା କହିଥିଲେ ଡିଜିସିଏ କେବଳ ତାହାକୁ ବିଚାରକୁ ନେଇ ନିଜର ରିପୋର୍ଟ ପ୍ରସ୍ତୁତ କରିଛି ବୋଲି ଶ୍ରୀ ଧୀର କହିଛନ୍ତି ।
ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ଏସ.ସି.ହୋତା ଗତ ସେପ୍ଟମ୍ବର ୧୮ ତାରିଖରେ କହିଥିଲେ, ବୈଜୟନ୍ତ ପଣ୍ଡା ଚିଲିକା ଆକାଶର କଟକଣା ଅଞ୍ଚଳରେ ନିଜର ହେଲିକପ୍ଟର ଉଡ଼ାଇଥିଲେ ନା ନାହିଁ ତାହା ଆମେ କହିପାରିବୁ ନାହିଁ । କିନ୍ତୁ ସେ ଉଡ଼ାଣ ପାଇଁ ଅନୁମତି ନେଇଥିଲେ ଏବଂ ତାଙ୍କର ଫ୍ଲାଇଟ୍ ପ୍ଲାନ୍ ଦେଇଥିଲେ । ଯେତେବେଳେ ବିମାନ ଭୂପୃଷ୍ଠଠାରୁ ୫୦୦ ଫୁଟ୍ ଉଚ୍ଚତା ଭିତରେ
ଉଡ଼େ ସେତେବେଳେ ବିମାନ ଉଡ଼ାଣ ବାବଦରେ ତଥ୍ୟ ଜାଣିବା ସମ୍ଭବ ନୁହେଁ । ଭିଜୁଆଲ୍ ଫ୍ଲାଇଟ୍ ନିୟମ ଅନୁଯାୟୀ, ୧୦-୧୫ ମାଇଲ୍ ଦୂରତା ଯିବାପରେ ବିମାନ ବନ୍ଦର କଣ୍ଟ୍ରୋଲ୍ ରୁମ୍ ସହ ଯୋଗାଯୋଗ ଛିନ୍ନ ହୁଏ । ନିର୍ଦ୍ଦେଶକ ମାନିଥିଲେ ଯେ ୧୫ ମାଇଲ୍ ରେଂଜ ଅତିକ୍ରମ କଲା ପରେ ସେମାନଙ୍କ ପାଖରେ ହେଲିକପ୍ଟର ଉଡାଣ ଉଚ୍ଚତାର ଡାଟା ନାହିଁ ।
ଭିଟି-ବିଡ଼ିପିରେ ଗାରମିନ୍ ଜିଡ଼ିୟୁ ୭୦୦ ଏଲ ଟିଏକ୍ସଆଇ ଜିପିଏସ ଟେକ୍ନୋଲୋଜି ସଂଯୋଗ ଅଛି । ଯାହାର ‘ସେଭ୍ ଫ୍ଲାଇଟ୍ ଡାଟା’ ଫଙ୍କସନ୍ ଅଛି । ସେଥିରୁ ହେଲିକପ୍ଟର ଉଡ଼ାଣର ସମୟ, ଅବସ୍ଥିତି, ଅକ୍ଷାଂଶ, ଦିଗ ଏବଂ ବେଗ ଜାଣିହେବ । ବୈଜୟନ୍ତ ପଣ୍ଡା ତାଙ୍କ ହେଲିକପ୍ଟରର ଏହି ଫଙ୍କସନ୍ କୁ ଯଦି ବନ୍ଦ କରି ନ ଥାନ୍ତି ତେବେ ହେଲିକପ୍ଟର ଉଡ଼ାଣର ସବୁ ରେକର୍ଡ ପାଇହେବ । ଏହା ହିଁ ସତ୍ୟକୁ ସାମନାକୁ ଆଣିବ ବୋଲି ଶ୍ରୀ ଧୀର କହିଛନ୍ତି ।
Previous Post

ତିତଲି ପ୍ରଭାବିତଙ୍କ ପାଇଁ ପ୍ୟାକେଜ୍ ଘୋଷଣା

Next Post

କାଲିକୁ ସମୟ ନେଲେ ଅଭିଜିତ୍ ଆୟାର

Next Post
କାଲିକୁ ସମୟ ନେଲେ ଅଭିଜିତ୍ ଆୟାର

କାଲିକୁ ସମୟ ନେଲେ ଅଭିଜିତ୍ ଆୟାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA