ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଦ୍ୱାଦଶ ସାଉଥ୍ ଏସିଆନ୍ ଗେମ୍ର ପରିଚାଳନା ଦାୟିତ୍ୱ ନେବେ ବରିଷ୍ଠ ଆଇଏଏସ୍ ଡକ୍ଟର ତାରା ଦତ୍ତ । ଏ ନେଇ କେନ୍ଦ୍ରର ଅନୁରୋଧକୁ ରାଜ୍ୟ ସରକାର ଗ୍ରହଣ କରି ଗତ ୨୩ ତାରିଖରେ ଚିଠି କରିଛନ୍ତି । ବର୍ତ୍ତମାନ ଗୋପବଂଧୁ ପ୍ରଶାସନିକ ଏକାଡେମୀର ନିଦେ୍ର୍ଧଶକ ଅଛନ୍ତି ତାରା ଦତ୍ତ । ଏହି ଦାୟିତ୍ୱ ସହ ସାଉଥ୍ ଏସିଆନ୍ ଗେମ୍ର ସାମୟିକ ଦାୟିତ୍ୱ ତୁଲାଇବେ ସେ ।
ପ୍ରଶାସନିକ ଦକ୍ଷତାରେ ମାହିର୍ ତାରା ଦତ୍ତ ଖାଲି ଓଡ଼ିଶାରେ ନୁହେଁ ସମଗ୍ର ଦେଶରେ ବେଶ୍ ପରିଚିତ । ବହୁ ଚର୍ଚ୍ଚିତ ଦ୍ୱାଦଶ ସାଉଥ୍ ଏସିଆନ୍ ଗେମ୍ ଭଳି ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟ୍ ର ପରିଚାଳନା ଦାୟିତ୍ୱ ତାରା ଦତ୍ତଙ୍କ ଉପରେ ନ୍ୟସ୍ତ କରିବାକୁ କେନ୍ଦ୍ର ସରକାରଙ୍କ କ୍ରୀଡ଼ା ମନ୍ତ୍ରଣାଳୟ ଚାହିଁଥିଲା । ଏଥିପାଇଁ ରାଜ୍ୟ ସରକାରଙ୍କଠାରୁ ଅନୁମତି ଲୋଡିଥିଲା ମନ୍ତ୍ରଣାଳୟ । ଆଉ ଏହାକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ସଚ୍ଚୋଟ ଓ ଉଚ୍ଚ ଦକ୍ଷତାସମ୍ପନ୍ନ ତାରା ଦତ୍ତଙ୍କୁ ଏଭଳି ଦାୟିତ୍ୱ ପାଇଁ କେନ୍ଦ୍ର ସରକାର ମନୋନୀତ କରିବା ଓଡ଼ିଶା ପକ୍ଷରେ ନିଶ୍ଚିତ ଭାବେ ଗୋ÷ରବର ବିଷୟ ।