Friday, May 8, 2026 08:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରେହମାନ୍‍ ପରିବାରକୁ ପର କଲା ବିଜେଡ଼ି

by Our Correspondent
25 Dec, 2015- 07:12 PM
in News
1 min read
0
ରେହମାନ୍‍ ପରିବାରକୁ ପର କଲା ବିଜେଡ଼ି

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଅଲ୍‍ କାଏଦା ଭଳି ଦୁର୍ଦ୍ଧଶ ସଂଗଠନର ଜବରଦସ୍ତ ଏଜେଣ୍ଟ ଅବଦୁଲ୍ଲ ରେହମାନ୍‍ର ବିଜେଡ଼ି ଲିଙ୍କ୍‍ ନେଇ ଚର୍ଚ୍ଚା ଜୋର୍‍ ଧରିଛି । ତେବେ ବିଜେଡ଼ି ସହ ତାଙ୍କର କି ତାଙ୍କ ପରିବାରର କିଛି ସମ୍ପର୍କ ନାହିଁ ବୋଲି ଛାତିରେ ହାତ ମାରି କହିଛନ୍ତି ଦଳର ମୁଖପାତ୍ର ତଥା କଟକ ଜିଲ୍ଲା ବିଜେଡ଼ି ସଭାପତି ବିଧାୟକ ପ୍ରତାପ ଜେନା । ତେବେ ପ୍ରତାପଙ୍କର ଏଭଳି ଦମ୍ଭୋକ୍ତିକୁ ଆମେ ଖୋଲା ଚାଲେଞ୍ଜ ଦେଉଛୁ । ରେହମାନ୍‍ ପରିବାରର ବିଜେଡ଼ି ଲିଙ୍କ୍‍ ସମ୍ପର୍କିତ ଯଥେଷ୍ଟ ପ୍ରମାଣ ଲାଗିଛି ମିଡ-ଡେ ହାତରେ । ସାହାସ ଅଛି ତ ପ୍ରତାପ ଜେନା ତାହାକୁ ଚାଲେଞ୍ଜ କରନ୍ତୁ ।
ଆତଙ୍କବାଦୀ କାର୍ଯ୍ୟକଳାପ ଅଭିଯୋଗରେ ୨୦୦୨ ମସିହାରେ ଗିରଫ ହୋଇଥିବା ରେହମାନ୍‍ର ବଡ଼ଭାଇ ମହମ୍ମଦ ତାହେର ଅଲ୍ଲୀ ଖାଁ ବିଜେଡ଼ିର ଜଣେ ସକ୍ରିୟ ସଦସ୍ୟ । ବିଜେଡ଼ିର ଛାମୁଆ ସଂଗଠନ ସଂଖ୍ୟାଲଘୁ ସେଲ୍‍ର ସେ ଆଗଧାଡ଼ିର ନେତା । ଦଳର ଯେତେ କାର୍ଯ୍ୟକ୍ରମ ସବୁଥିରେ ତାହେରକୁ ଆଗ ଦେଖିବାକୁ ମିଳେ । ସଂଖ୍ୟାଲଘୁ ଲୋକଙ୍କ ଯୋଗାଡ଼ିଆ ଦାୟିତ୍ୱ ସେ ହିଁ ବୁଝିଥାଏ । ନିକଟରେ ଗତ ୮.୧୧.୨୦୧୫ ତାରିଖ ରବିବାର ଦିନ ସାଲେପୁର ବ୍ଲକ୍‍ ବିଜେଡ଼ି ପକ୍ଷରୁ ପଶ୍ଚିମକଚ୍ଛଠାରେ ଏକ କର୍ମୀ ସମ୍ମିଳନୀ ହୋଇଥିଲା । ମୁଖ୍ୟ ଅତିଥି ଥିଲେ କଟକ ଜିଲ୍ଲା ପରିଷଦ ସଭାପତି ପ୍ରଶାନ୍ତ ବେହେରା । ସେଥିରେ ଅନ୍ୟମାନଙ୍କ ମଧ୍ୟରେ ଥିଲେ ସଂଖ୍ୟାଲଘୁ ସେଲ୍‍ର ତାହେର ଅଲ୍ଲୀ । ଏ ସମ୍ପର୍କିତ ଖବର ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶ ପାଇଥିଲା । ପ୍ରତାପ ବାବୁ ଚାହିଁଲେ ତା ପରଦିନର ଖବରକାଗଜ ପୃଷ୍ଠାରୁ ତାହା ପଢ଼ିପାରିବେ । ଆମେ ମଧ୍ୟ ଏଠାରେ ସେହି ଖବରର ଏକ କ୍ଲିପିଂସ୍‍ ଦେଉଛୁ । ସୁତରାଂ ତାହିର ଅଲ୍ଲୀ ବିଜେଡ଼ିର ନା ନାହିଁ ତାହା ଏଥିରୁ ସ୍ପଷ୍ଟ ବୁଝିହେଉଥିବ ।
ଖାଲି ସେତିକି ନୁହେଁ ୨୦୧୪ ନିର୍ବାଚନ ବେଳେ ବିଜେଡ଼ିର ଭୋଟର ତାଲିକା ଚିରକୁଟି ଯାଇଥିଲା ରେହମାନ୍‍ ପରିବାରକୁ । ତାଲିକାରେ ତାହେରର କ୍ରମିକ ନଂ ୯୮୧ ଥିଲା ବେଳେ ରେହମାନ୍‍ର କ୍ରମିକ ନଂ ଥିଲା ୯୮୮ । ପୁଲିସ ରେକର୍ଡରେ ଥିବା ତାହେର ଓ ରେହମାନ୍‍ ଭଳି ଅପରାଧୀଙ୍କୁ ବିଜେଡ଼ି କେମିତି ପାଳି ପୋଷୁଥିଲା ଏହା ତାହାର ଆଉ ଏକ ନମୁନା । ତେବେ ଖାଲି ସେତିକି ନୁହେଁ ଦଳର ଏମପି ଓ କିଛି ବିଧାୟକଙ୍କ ସହ ତାହେର ଓ ରେହମାନ୍‍ ର ଅନ୍ତରଙ୍ଗ ଫଟୋକୁ ନେଇ ବି ଚର୍ଚ୍ଚା ହେଲାଣି । ପ୍ରତାପ ବାବୁ ଏକଥା ଭଲ ଭାବେ ଜାଣନ୍ତି ଏବଂ ରେହମାନ୍‍ ପରିବାର ସହ ତାଙ୍କ ଦଳର ସାଂସଦଙ୍କ ନିବିଡ଼ ସମ୍ପର୍କ ବିଷୟରେ ପ୍ରତାପଙ୍କଠାରୁ ନିଜ ଦଳର କାହାରିକୁ ଅଧିକ ଜଣା ନ ଥିବ ବୋଧହୁଏ । ଦଳର ସାଂସଦ ଖୋଦ୍‍ ରେହମାନ୍‍ ର ମଟରସାଇକେଲ ପଛରେ ବସି ବୁଲିବା ଓ ତାଙ୍କ ଘରେ ଖାଇବା ସେସବୁର ରେକର୍ଡ ପ୍ରତାପ ଜେନାଙ୍କ ପାଖରେ ଅଛି । ଅବଶ୍ୟ ଦଳର ମୁଖପାତ୍ର ଓ ସଚ୍ଚା କର୍ମୀ ଭାବେ ସେ ରେହମାନ୍‍ର ବିଜେଡ଼ି ଲିଙ୍କ୍‍ କୁ ଅସ୍ୱୀକାର କରିବାକୁ ବାଧ୍ୟ ହୋଇଛନ୍ତି । ତେବେ ଏଭଳି ମିଛ କହିଥିବାରୁ ତାଙ୍କ ବିବେକ ତାଙ୍କୁ କଷ୍ଟ ଦେଉଥିବ ।

Previous Post

ଚାଷୀଙ୍କ ପାଇଁ ଉତ୍ସର୍ଗ, ନବୀନଙ୍କ ପାଇଁ କ୍ୱିଣ୍ଟାଲିଆ ଫୁଲମାଳ

Next Post

ତାରା ଦତ୍ତଙ୍କୁ ସାଉଥ ଏସିଆନ୍‍ ଗେମ୍‍ ଦାୟିତ୍ୱ

Next Post
ତାରା ଦତ୍ତଙ୍କୁ ସାଉଥ ଏସିଆନ୍‍ ଗେମ୍‍ ଦାୟିତ୍ୱ

ତାରା ଦତ୍ତଙ୍କୁ ସାଉଥ ଏସିଆନ୍‍ ଗେମ୍‍ ଦାୟିତ୍ୱ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA