Monday, May 25, 2026 06:33 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ତୃତୀୟ ପର୍ଯ୍ୟାୟରେ ୪୧୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

by Our Correspondent
22 Apr, 2019- 10:12 PM
in Latest News, News
1 min read
0
ତୃତୀୟ ପର୍ଯ୍ୟାୟରେ ୪୧୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
ଭୁବନେଶ୍ୱର: ୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ଆସନ୍ତାକାଲି ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ୧୦,୪୬୪ ବୁଥ୍ ରେ ୯୨ ଲକ୍ଷ ୫୬ ହଜାର ୯୨୨ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ୬ ଲୋକସଭା ଆସନ ପାଇଁ ୬୧ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଥିବା ବେଳେ ୪୨ ବିଧାନସଭା ଆସନରେ ଅଛନ୍ତି ୩୫୬ ପ୍ରାର୍ଥୀ ।
ଲୋକସଭା ପାଇଁ ନିଜର ଭାଗ୍ୟ ପରୀକ୍ଷା ଦେଉଥିବା ନେତାଙ୍କ ମଧ୍ୟରେ ଅଛନ୍ତି ଭର୍ତ୍ତୃହରି ମହତାବ, ପଞ୍ଚାନନ କାନୁନଗୋ, ପ୍ରକାଶ ମିଶ୍ର, ଅରୁପ ପଟ୍ଟନାୟକ, ଅପରାଜିତା ଷଡ଼ଙ୍ଗୀ, ପିନାକୀ ମିଶ୍ର, ସମ୍ବିତ ପାତ୍ର, ସତ୍ୟପ୍ରକାଶ ନାୟକ, କାମାକ୍ଷା ପ୍ରସାଦ ସିଂହଦେଓ, ରୁଦ୍ରନାରାୟଣ ପାଣି ଏବଂ ଶରତ ପଟ୍ଟନାୟକ । ସେହିଭଳି ବିଧାନସଭା ପାଇଁ ଭାଗ୍ୟ ପରୀକ୍ଷା ଦେଉଥିବା ହେଭିୱେଟ୍ ଙ୍କ ମଧ୍ୟରେ ଅଛନ୍ତି ବିଜେଡ଼ିରୁ ବଦ୍ରି ନାରାୟଣ ପାତ୍ର, ପ୍ରଫୁଲ୍ଲ ସାମଲ, ନୃସିଂହ ଚରଣ ସାହୁ, ଅଶୋକ ପଣ୍ଡା, ମହେଶ୍ୱର ମହାନ୍ତି, ଚନ୍ଦ୍ରସାରଥୀ ବେହେରା, ଦେବୀ ପ୍ରସାଦ ମିଶ୍ର, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ପ୍ରଦୀପ ମହାରଥୀ, ଦେବାଶିଷ ସାମନ୍ତରାୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ।
କଂଗ୍ରେସରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ସୁରେଶ ରାଉତରାୟ, ଜୟଦେବ ଜେନା ଏବଂ ବିଜେପିରୁ ସମୀର ଦେ, ଜୟ ନାରାୟଣ ମିଶ୍ର ପ୍ରମୁଖଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ଆସନ୍ତାକାଲିର ନିର୍ବାଚନ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତକାଲି ତାଙ୍କର ମତଦାନ ସାବ୍ୟସ୍ତ କରିବେ । ଏରୋଡ୍ରମ କଲୋନୀ ୟୁପି ସ୍କୁଲର ବୁଥ୍ ନଂ ୧୧୨ରେ ମୁଖ୍ୟମନ୍ତ୍ରୀ ସକାଳ ୯.୧୫ ମିନିଟ୍ ରେ ଭୋଟ ଦେବେ ।
ତୃତୀୟ ପର୍ଯ୍ୟାୟ ନିର୍ବାଚନମଣ୍ଡଳୀ ତାଲିକା
ସମ୍ବଲପୁର(ଲୋକସଭା): କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢ଼ାଖୋଲ, ଦେବଗଡ଼, ଛେଣ୍ଡିପଦା, ଆଠମଲ୍ଲିକ
କେନ୍ଦୁଝର(ଲୋକସଭା): ତେଲକୋଇ, ଘଷିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ
ଢ଼େଙ୍କାନାଳ(ଲୋକସଭା): ଢ଼େଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡ଼ା, ତାଳଚେର, ଅନୁଗୁଳ
କଟକ(ଲୋକସଭା): ବଡ଼ମ୍ବା, ବାଙ୍କୀ, ଆଠଗଡ଼, ବାରବାଟୀ-କଟକ, ଚୌଦ୍ୱାର-କଟକ, କଟକ ସଦର, ଖଣ୍ଡପଡ଼ା
ପୁରୀ(ଲୋକସଭା): ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର, ନୟାଗଡ଼
ଭୁବନେଶ୍ୱର(ଲୋକସଭା): ଜୟଦେବ, ବେଗୁନିଆ, ଭୁବନେଶ୍ୱର(ମଧ୍ୟ), ଭୁବନେଶ୍ୱର(ଉତ୍ତର), ଏକାମ୍ର, ଜଟଣୀ, ଖୋର୍ଦ୍ଧା
Previous Post

ଧର୍ମେନ୍ଦ୍ର ଓ ପୀତାମ୍ବରଙ୍କ ପାଇଁ ଅଲଗା ଆଇନ କି?

Next Post

ଧର୍ମେନ୍ଦ୍ର, ଅପରାଜିତାଙ୍କ ବିରୋଧରେ ବିଜେଡ଼ିର ଫେରାଦ

Next Post
ଧର୍ମେନ୍ଦ୍ର, ଅପରାଜିତାଙ୍କ ବିରୋଧରେ ବିଜେଡ଼ିର ଫେରାଦ

ଧର୍ମେନ୍ଦ୍ର, ଅପରାଜିତାଙ୍କ ବିରୋଧରେ ବିଜେଡ଼ିର ଫେରାଦ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA