ଭୁବନେଶ୍ୱର: ଓଏମସିର ପରିଚାଳନା ନିଦେ୍ର୍ଦଶକ ତଥା ୨୦୦୫ ବ୍ୟାଚ୍ ଆଇଏଏସ୍ ଅଫିସର ଭିନୀଲ୍ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ରେ ଓଏସଡି ଭାବେ ଅତିରିକ୍ତ ନିଯୁକ୍ତି ମିଳିଛି । ତାଙ୍କୁ କୋଭିଡ୍ ପରିଚାଳନା ଦାୟିତ୍ୱ ଦିଆଯାଇଛି । ଭିନୀଲ୍ କ୍ରୀଡ଼ା ନିଦେ୍ର୍ଦଶକ ଏବଂ ଓଏମଇସିଏଲ୍ ର ଏମଡି ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ସମ୍ଭାଳୁଛନ୍ତି ।
ଜଏଣ୍ଟ ସେକ୍ରେଟାରୀ ଏବଂ ଡେପୁଟି ସେକ୍ରେଟାରୀ ପାହ୍ୟାର ଦୁଇ ଓଏଏସ୍ ଅଧିକାରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଅଣାଯାଇଛି । ଜଳସେଚନ ବିଭାଗରେ ଜଏଣ୍ଟ ସେକ୍ରୋଟାରୀ ଭାବେ କାର୍ଯ୍ୟରତ ଓଏଏସ୍ ଅଧିକାରୀ ଲାଲା ମନୋଜ କୁମାର ରାୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ରେ ଜଏଣ୍ଟ ସେକ୍ରେଟାରୀ ଏବଂ କଟକ ଉପ ଜିଲ୍ଲାପାଳ ଶୁଭ୍ରାଂଶୁ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ରେ ଡେପୁଟି ସେକ୍ରେଟାରୀ ଭାବେ ଅବସ୍ଥାପିତ କରାଯାଇଛି । ଶୁଭ୍ରାଂଶୁ ମିଶ୍ରଙ୍କ ଜାଗାରେ ପ୍ରତାପ କୁମାର ବେଉରାଙ୍କୁ କଟକ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଶ୍ରୀ ବେଉରା ସାଧାରଣ ପ୍ରଶାସନ ବିଭାଗରେ ଅତିରିକ୍ତ ଲ୍ୟାଣ୍ଡ ଅଫିସର୍ ଭାବେ କାର୍ଯ୍ୟ କରୁଥିଲେ ।