Saturday, August 15, 2026 05:09 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ତେଲ ତାତିରେ ଧର୍ମେନ୍ଦ୍ର ବାଉଳା

by Our Correspondent
24 May, 2018- 08:11 PM
in Latest News, News
1 min read
0
ତେଲ ତାତିରେ ଧର୍ମେନ୍ଦ୍ର ବାଉଳା
ଭୁବନେଶ୍ୱର: ପେଟ୍ରୋଲ୍ ଓ ଡିଜେଲ୍ ଦରବୃଦ୍ଧି ସାରା ଦେଶବାସୀଙ୍କୁ ହାହାକାର କରିଥିବା ବେଳେ ବିଭାଗର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଠି ଆସି କଅଁଳିଆ ଭାଷଣ ଦେଇଛନ୍ତି । ଆଜି ଓଡ଼ିଶା ସରକାରଙ୍କୁ ପରାମର୍ଶ ଦେଇଛନ୍ତି, ତମେ ତେଲ ଉପରୁ ଭାଟ୍ କମେଇଦିଅ । ଗୋଆରେ ୧୨ ପ୍ରତିଶତ ଭାଟ୍ ଥିବା ବେଳେ ଓଡ଼ିଶାରେ ତାହା ୨୬ ପ୍ରତିଶତ ବୋଲି କେନ୍ଦ୍ରମନ୍ତ୍ରୀ ତୁଳନା କରିଛନ୍ତି । ଓଡ଼ିଶା ଲୋକଙ୍କୁ ତେଲ ଦର ଦାଉରୁ ରକ୍ଷା କରିବାକୁ ବିଜ୍ଞ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ ଆଜି ଚର୍ଚ୍ଚାର ବିଷୟ ହୋଇଛି । ଏତେବଡ଼ ଦକ୍ଷ ଓ ଜ୍ଞାନୀ ହୋଇ ମଧ୍ୟ ଧର୍ମେନ୍ଦ୍ର ବାବୁ କିଭଳି ଭୁଲଭାଲ୍ ତଥ୍ୟ ସହ ଉଦ୍ଭଟ ପରାମର୍ଶ ଦେଉଛନ୍ତି ତାହା ବୁଦ୍ଧିଜୀବୀଙ୍କୁ ଆନ୍ଦୋଳିତ କରିଛି । ନିଜେ ତଥ୍ୟ ବାହାର କରିଛନ୍ତି ନା ଚେଲାଚାମୁଣ୍ଡାଙ୍କଠାରୁ ଭୁଲ ଭାଲ ତଥ୍ୟ ଆଣି ମିଡ଼ିଆକୁ ଆସୁଛନ୍ତି ତାହାକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ରାଜନୀତି କରିବାକୁ ଯାଇ ନିଜେ ଅଜ୍ଞାନ ପାଲଟି ଯାଇଥିବା ଚର୍ଚ୍ଚା ହେଉଛି । ପ୍ରଥମତଃ ଗୋଆ ତଥ୍ୟ ତ ଯାହା ଭୁଲ୍ । ସେଥିରେ କେବଳ ଗୋଆ କଥା ନ କହି ବିଜେପି ଶାସିତ ପ୍ରମୁଖ ଅନ୍ୟ ରାଜ୍ୟମାନଙ୍କ ଉଦାହରଣ କେନ୍ଦ୍ରମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଜଣାଇଥିଲେ ଭଲ ହୋଇଥାଆନ୍ତା ବୋଲି କୁହାଯାଉଛି ।
ଖୋଦ୍ ପେଟ୍ରୋଲିୟମ୍ ଓ ପ୍ଲାନିଂ ଆନାଲିସିସ୍ ସେଲ୍ ର ନଗଦ ତଥ୍ୟ(୧.୫.୨୦୧୮ ସୁଦ୍ଧା) କହୁଛି, ମହାରାଷ୍ଟ୍ରର ମୁମ୍ବାଇ, ଥାନେ ଓ ନାଭି ମୁମ୍ବାଇରେ ରାଜ୍ୟ ସରକାର ପେଟ୍ରୋଲ ଉପରୁ ୩୯.୭୮ ପ୍ରତିଶତ ଭାଟ୍ ଆଦାୟ କରୁଛନ୍ତି । ଯେଉଁଥିପାଇଁ ମୁମ୍ବାଇ ସହରରେ ଆଜି ପେଟ୍ରୋଲ୍ ଲିଟର ୮୭ ଟଙ୍କା ଡେଇଁଛି । ମହାରାଷ୍ଟ୍ରର ଅବଶିଷ୍ଟ ସ୍ଥାନରେ ପେଟ୍ରୋଲ୍ ଭାଟ୍ ହାର ହେଉଛି ୩୮.୭୬ ପ୍ରତିଶତ । ମଧ୍ୟପ୍ରଦେଶରେ ପେଟ୍ରୋଲ୍ ଉପରେ ଭାଟ୍ ହାର ହେଉଛି ୩୬.୧୪ ପ୍ରତିଶତ । ଆସାମରେ ପେଟ୍ରୋଲ ଉପରୁ ୩୦.୮୨ ପ୍ରତିଶତ ଭାଟ୍ ଆଦାୟ ହେଉଥିବା ବେଳେ ରାଜସ୍ଥାନରେ ୩୦.୮୬ ପ୍ରତିଶତ ଭାଟ୍ ସହ ପ୍ରତି ହଜାର ଲିଟର ପିଛା ୧୫୦୦ ଟଙ୍କା ସେସ୍ ଆଦାୟ ହେଉଛି । ସେହିଭଳି ଉତ୍ତରାଖଣ୍ଡରେ ପେଟ୍ରୋଲ୍ ଭାଟ୍ ହାର ୨୮.୬୬ ପ୍ରତିଶତ, ଉତ୍ତରପ୍ରଦେଶରେ ୨୮.୩୩ ପ୍ରତିଶତ, ଛତିଶଗଡ଼ରେ ୨୬.୯୯ ପ୍ରତିଶତ, ଗୋଆରେ ୧୬.୬୨ ପ୍ରତିଶତ, ଗୁଜୁରାଟରେ ୨୫.୪୪ ପ୍ରତିଶତ, ଝାଡ଼ଖଣ୍ଡରେ ୨୭.୧୨ ପ୍ରତିଶତ । ଓଡ଼ିଶାରେ ପେଟ୍ରୋଲ୍ ଉପରେ ଭାଟ ହାର ୨୪.୫୬ ପ୍ରତିଶତ ।
କେନ୍ଦ୍ରମନ୍ତ୍ରୀ ଏସବୁ ତଥ୍ୟ ଜାଣି ମଧ୍ୟ ଓଡ଼ିଶା ସରକାରଙ୍କୁ ଭାଟ୍ କମେଇବା ପାଇଁ ପରାମର୍ଶ ଦେବାକୁ ନିର୍ବୋଧତା ବୋଲି ଅନେକ କହିଛନ୍ତି । ତେଲଦରରେ ଓଡ଼ିଶାବାସୀ ଛଟପଟ ହେଉଥିବା ବେଳେ ଏହା କେନ୍ଦ୍ରମନ୍ତ୍ରୀଙ୍କ ଦରଦ ନା ଉପହାସ ବୋଲି ପ୍ରଶ୍ନ ଉଠିଛି । କେନ୍ଦ୍ରମନ୍ତ୍ରୀ ଏଠି ରାଜନୀତି ଛାଡ଼ି ତେଲଦର ବୃଦ୍ଧି ରୋକିବା ପାଇଁ ଦିଲ୍ଲୀରେ ବସି ପଦକ୍ଷେପ ନିଅନ୍ତୁ ବୋଲି ସଚେତନ ନାଗରିକମାନେ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ, କ୍ରମାଗତ ୧୧ ଦିନ ଧରି ତେଲ ଦର ବୃଦ୍ଧିର ପ୍ରତିବାଦରେ ଓଡ଼ିଶା ସମେତ ଦେଶବ୍ୟାପୀ ଅସନ୍ତୋଷର ନିଆଁ ଲାଗିଛି । ଆଜି କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଥିଲା ବେଳେ ୨୮ ତାରିଖରୁ ବିଜେଡ଼ି ଆନ୍ଦୋଳନକୁ ଓହ୍ଲାଇବ ।
Previous Post

ରଘୁଙ୍କୁ କ୍ୟାବିନେଟ୍ ପାହ୍ୟା ସହ ନିଗମ ଅଧ୍ୟକ୍ଷ

Next Post

ମହାନଦୀ ସୁରକ୍ଷା ଯାତ୍ରା ଶେଷ; ବିଜେପି ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ

Next Post
ମହାନଦୀ ସୁରକ୍ଷା ଯାତ୍ରା ଶେଷ; ବିଜେପି ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ

ମହାନଦୀ ସୁରକ୍ଷା ଯାତ୍ରା ଶେଷ; ବିଜେପି ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA