Tuesday, May 26, 2026 04:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦଳୀୟ କ୍ଷମତାକୁ ଫେରିଲେ ରଘୁ ମହାନ୍ତି

by Our Correspondent
16 Mar, 2018- 07:30 PM
in Latest News, Politics
1 min read
0
ଦଳୀୟ କ୍ଷମତାକୁ ଫେରିଲେ ରଘୁ ମହାନ୍ତି
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ଦୁଃଖ ଓ ପ୍ରତୀକ୍ଷାର ଅନ୍ତ ଘଟିଛି । ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଶେଷରେ ତାଙ୍କୁ ତାଙ୍କର ପୁରୁଣା ଦାୟିତ୍ୱକୁ ଫେରାଇ ଆଣିଛନ୍ତି । ଦୀର୍ଘ ୬ ବର୍ଷ ପରେ ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ପୁଣିଥରେ ଦଳର ଉପସଭାପତି ନିଯୁକ୍ତ କରିଛନ୍ତି । ଢ଼େଙ୍କାନାଳ ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ଦାୟିତ୍ୱ ମଧ୍ୟ ଦେଇଛନ୍ତି । ଅର୍ଥାତ୍ ଦାମୋଦର ରାଉତଙ୍କ ହାତରେ ଥିବା ପୂର୍ବ ସାଂଗଠନିକ କ୍ଷମତା ମିଳିଛି ରଘୁଙ୍କୁ । ଏଥିସହ ସେ ବିଜେପିରେ ମିଶୁଥିବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି ।
ଏକଦା ମୁଖ୍ୟମନ୍ତ୍ରୀଙ୍କର ଏକଦା ବିଶ୍ୱସ୍ତ ଥିଲେ ରଘୁନାଥ ମହାନ୍ତି । ଶିଳ୍ପ, ଖଣି ଓ ସଂସଦୀୟ ବ୍ୟାପାର ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ । ମାତ୍ର ୨୦୧୩ ମାର୍ଚ୍ଚ ମାସରେ ପାରିବାରିକ ବିବାଦରେ ଫସିଯାଇଥିଲେ ସେ । ବୋହୁ ବର୍ଷାସୋନି ଚୌଧୁରୀ ତାଙ୍କ ବିରୋଧରେ ଆଣିଥିଲେ ଯୌତୁକ ନିର୍ଯାତନା । ପରବର୍ତ୍ତୀ ସମୟରେ କୋଲକତାରୁ ଗିରଫ ହୋଇଥିଲେ ରଘୁ ଓ ତାଙ୍କ ପତ୍ନୀ । ତେବେ ଏହି ମାମଲାରେ ରଘୁଙ୍କ ମନ୍ତ୍ରୀ ପଦ ଚାଲିଯିବା ସହ ଦଳର ଉପସଭାପତି ପଦରୁ ବିଦା ହୋଇଥିଲେ । ୨୦୧୪ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟରୁ ବଞ୍ଚିତ ହୋଇଥିଲେ ଏହି ପାଞ୍ଚ ଥରର ବିଧାୟକ । ରଘୁ ବିଜେଡ଼ିରେ ଥିଲେ ବି ଏକଦମ୍ ଅଲୋଡ଼ା ହୋଇପଡ଼ିଥିଲେ ।
ଗତବର୍ଷ ଜୁନ୍ ୧୯ ତାରିଖରେ ରଘୁଙ୍କୁ ହଠାତ ନବୀନ ନିବାସରେ ଦେଖିବାକୁ ମିଳିଥିଲା । ବାଲେଶ୍ୱର ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକଙ୍କ ସହ ନବୀନ ନିବାସ ଯାଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଦଳ ପାଇଁ କାର୍ଯ୍ୟ କରିବାକୁ ନବୀନ ତାଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଏହି ଭେଟ ପରେ ରଘୁଙ୍କର ପୁର୍ନଜନ୍ମ ହେଲା ବୋଲି କୁହାଗଲା । ମାତ୍ର ପରବର୍ତ୍ତୀ ସମୟରେ ସେଭଳି କିଛି ଦେଖିବାକୁ ମିଳିଲାନି । ରଘୁଙ୍କୁ କୌଣସି ଦଳୀୟ ଦାୟିତ୍ୱ ମିଳିଲା ନାହିଁ । ଫଳରେ ଅସନ୍ତୁଷ୍ଟ ହୋଇପଡ଼ିଥିଲେ ରଘୁ । ବିଜେପିରେ ସେ ମିଶୁଥିବା ନେଇ ଜୋର୍ ଚର୍ଚ୍ଚା ହୋଇଥିଲା । ମାତ୍ର ଆଜି ତାଙ୍କର ପୁରୁଣା ‘ଉପସଭାପତି’ ଦାୟିତ୍ୱ ମିଳିବା ପରେ ସେହି ଚର୍ଚ୍ଚାରେ ଅବସାନ ଘଟିଛି ।
Previous Post

ବିଜେପୁର ସକ୍ ଟ୍ରିଟମେଣ୍ଟ! ଧର୍ମେନ୍ଦ୍ରଙ୍କ ସ୍ୱାଗତରେ କମ୍ପିବ ରାଜରାସ୍ତା

Next Post

ପ୍ରସାଦଙ୍କ ପାୱାର:୯ କଂଗ୍ରେସ ବିଧାୟକଙ୍କୁ ଝଟକା

Next Post
ପ୍ରସାଦଙ୍କ ପାୱାର:୯ କଂଗ୍ରେସ ବିଧାୟକଙ୍କୁ ଝଟକା

ପ୍ରସାଦଙ୍କ ପାୱାର:୯ କଂଗ୍ରେସ ବିଧାୟକଙ୍କୁ ଝଟକା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA