Wednesday, July 29, 2026 04:44 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରସାଦଙ୍କ ପାୱାର:୯ କଂଗ୍ରେସ ବିଧାୟକଙ୍କୁ ଝଟକା

by Our Correspondent
16 Mar, 2018- 08:11 PM
in Latest News, Politics
1 min read
0
ପ୍ରସାଦଙ୍କ ପାୱାର:୯ କଂଗ୍ରେସ ବିଧାୟକଙ୍କୁ ଝଟକା
ନୂଆଦିଲ୍ଲୀ: ଦିଲ୍ଲୀରୁ ନିଜର ତାକତ୍ ଦେଖାଇଛନ୍ତି ପ୍ରସାଦ ହରିଚନ୍ଦନ । ଓଡ଼ିଶା ପାଇଁ ଆଜି ଘୋଷିତ ଏଆଇସିସିର ୭୮ ଜଣିଆ ସଭ୍ୟ ତାଲିକାରେ ୯ ଜଣ ବିଧାୟକଙ୍କୁ ସ୍ଥାନ ମିଳିନାହିଁ । ସେମାନଙ୍କ ମଧ୍ୟରେ ଅଛନ୍ତି ପ୍ରସାଦଙ୍କୁ ଖୋଲାଖୋଲି ଗାଳି କରୁଥିବା ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି, ଡାକ୍ତର ପ୍ରଫୁଲ୍ଲ ମାଝୀ ଏବଂ ଯୋଗେଶ ସିଂ । ତାଲିକାରେ ସ୍ଥାନ ପାଇ ନ ଥିବା ଅନ୍ୟ ବିଧାୟକମାନେ ହେଉଛନ୍ତି ଦେବେନ୍ଦ୍ର ଶର୍ମା, ଅଂଶୁମାନ ମହାନ୍ତି, ପ୍ରକାଶ ବେହେରା, ଜାକବ ପ୍ରଧାନ, ଚନ୍ଦ୍ରଶେଖର ମାଝୀ ଓ କେ.ସୂରିୟା ରାଓ । ପ୍ରସାଦଙ୍କ ଦୃଢ଼ ବିରୋଧୀ ଏବଂ ନିରଞ୍ଜନ ପଟ୍ଟନାୟକଙ୍କର ଦୃଢ଼ ସମର୍ଥକ ପୁରୁଖା ନେତା ଅନନ୍ତ ସେଠୀଙ୍କୁ ତାଲିକାରୁ ବାଦ ଦିଆଯାଇଛି । ସେହିଭଳି ପୂର୍ବତନ ମନ୍ତ୍ରୀ ତଥା ପିସିସି ମୁଖପାତ୍ର ଗଣେଶ୍ୱର ବେହେରା ମଧ୍ୟ ତାଲିକାରୁ ବାଦ୍ ପଡ଼ିଛନ୍ତି । ୭୮ ଜଣିଆ ଏଆଇସିସି ତାଲିକା ଏବଂ ୨୦ ଜଣିଆ ସହଯୋଗୀ ତାଲିକାରେ ପ୍ରସାଦ ହରିଚନ୍ଦନଙ୍କର ପଲା ଭାରି ରହିଥିବା କୁହାଯାଉଛି ।
ଆଜିଠାରୁ ଏଆଇସିସି କାର୍ଯ୍ୟାଳୟରେ ଆରମ୍ଭ ହୋଇଛି କଂଗ୍ରେସ ମହାଅଧିବେସନ । ରାହୁଲ ଗାନ୍ଧୀ ସଭାପତି ଦାୟିତ୍ୱ ନେଲା ପରେ କଂଗ୍ରେସର ଏହା ପ୍ରଥମ ମହାଅଧିବେସନ । ଏଆଇସିସି ଅଧିବେସନ ସହ ସଂଗଠନ ପୁର୍ନବିନ୍ୟାସ କାମ ଆରମ୍ଭ ହୋଇଛି । ଓଡ଼ିଶାରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ବିରୋଧରେ ବିଧାୟକଙ୍କ ମେଳି ଓ ଅସନ୍ତୋଷ ଉତ୍କଟ ରୂପ ଧାରଣ କରିସାରିଛି । ଦୁଇଦିନ ତଳେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ବିଧାୟକ ଦଳର ବୈଠକରେ ପ୍ରସାଦଙ୍କୁ ଗାଦିଚ୍ୟୁତ କରିବାର ଆଲୋଚନା ହୋଇଥିବା ଚର୍ଚ୍ଚା ହୋଇଥିଲା । ଇତିମଧ୍ୟରେ ଏଆଇସିସି ଅଧିବେସନ ସରିଲା ପରେ ୧୯ ତାରିଖରେ ବିଧାୟକ ଦଳ ରାହୁଲ ଗାନ୍ଧୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ପ୍ରସାଦଙ୍କୁ ଯଥାଶୀଘ୍ର ହଟାଇବାକୁ ସେମାନେ ରାହୁଲଙ୍କ ପାଖରେ ଦାବି କରିବେ ବୋଲି କିଛି ବିଧାୟକ କହିଛନ୍ତି । ତେବେ ଏଭଳି ସମୟରେ ଏଆଇସିସି ସଦସ୍ୟ ତାଲିକାରୁ ପ୍ରସାଦ ବିରୋଧୀ ବିଧାୟକ ଓ ବରିଷ୍ଠ ନେତାଙ୍କୁ ବାଦ୍ ଦିଆଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।
ଏଆଇସିସି ବୈଠକରେ ଯୋଗଦେବାକୁ ଆସିଥିବା ନିରଞ୍ଜନ ପଟ୍ଟନାୟକ ଏହା ଉପରେ ସିଧାସଳଖ କିଛି ନ କହି ତେର୍ଚ୍ଛାବାଣ ମାରିଛନ୍ତି । ପ୍ରସାଦ ପିସିସି ସଭାପତି ପଦରେ ରହିବାକୁ ନେଇ ସେ ତାତ୍ସଲ୍ୟ କରିଛନ୍ତି । ବିରୋଧୀ ଦଳ ନେତା ନରସିଂହ ମିଶ୍ର ସେଭଳି କିଛି କହି ନ ଥିଲେ ମଧ୍ୟ ଦଳରେ ନୂଆ ସମୀକରଣ ସମ୍ଭାବନାର ଇଙ୍ଗିତ ଦେଇଛନ୍ତି । ତେବେ ନୂଆ ଏଆଇସିସି ତାଲିକାକୁ ନେଇ ଓଡ଼ିଶା କଂଗ୍ରେସରେ ନୂଆ ଝଡ଼ ସୃଷ୍ଟି ହୋଇଛି । ତାଲିକାରୁ ବାଦ୍ ପଡ଼ିଥିବା ନେତାମାନେ କ୍ଷୁବ୍ଧ ହୋଇପଡ଼ିଛନ୍ତି । ରାହୁଲ ଗାନ୍ଧୀଙ୍କୁ ବଙ୍କେଇକି ଗାଳି କରିଥିବା ବେଳେ ପ୍ରସାଦଙ୍କ ଚଉଦ ପୁରୁଷ ଉଦ୍ଧାର କରିଛନ୍ତି । କଂଗ୍ରେସକୁ ଏହା ବିଭାଜନସ୍ତରକୁ ନେଇଯାଇଛି ।
Previous Post

ଦଳୀୟ କ୍ଷମତାକୁ ଫେରିଲେ ରଘୁ ମହାନ୍ତି

Next Post

ଧର୍ମେନ୍ଦ୍ର କମ୍ ବ୍ୟାକ୍

Next Post
ଧର୍ମେନ୍ଦ୍ର କମ୍ ବ୍ୟାକ୍

ଧର୍ମେନ୍ଦ୍ର କମ୍ ବ୍ୟାକ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA