ଭୁୁବନେଶ୍ୱର: ଯାହା କହିଥିଲେ, କଲେ । ବିଧାୟକ ପଦ ଓ ବିଜେପିରୁ ଇସ୍ତଫା ଦେଲେ ଦିଲ୍ଲୀପ ରାୟ । ଆଜି ସକାଳୁ ସେ ସୋସିଆଲ୍ ମିଡ଼ିଆରେ ତାଙ୍କର ଏହି ଇସ୍ତଫା ସଂକ୍ରାନ୍ତରେ ଘୋଷଣା କରିଥିଲେ । ଦଳ ଓ ପଦ ଛାଡ଼ିବା ନିଷ୍ପତ୍ତି ତାଙ୍କ ପାଇଁ ଯନ୍ତ୍ରଣା ଓ କଷ୍ଟଦାୟକ ଥିଲା । ମାତ୍ର ରାଉରକେଲାବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ ତାଙ୍କ ପାଖରେ ଅନ୍ୟ ବିକଳ୍ପ ନ ଥିଲା ବୋଲି ଦିଲ୍ଲୀପ ତାଙ୍କ ଟୁଇଟର ଓ ଫେସବୁକ୍ ପେଜ୍ ରେ ଉଲ୍ଲେଖ କରିଛନ୍ତି । ତିନି ପୃଷ୍ଠାରେ ତାଙ୍କ ଅନ୍ତରର କଥାକୁ ରଖିଛନ୍ତି ଦିଲ୍ଲୀପ ।
ସୋସିଆଲ୍ ମିଡ଼ିଆରେ ନିଜ ନିଷ୍ପତ୍ତି ଘୋଷଣା କରିବା ପରେ ଦିଲ୍ଲୀପ ସିଧା ଯାଇଥିଲେ ବିଧାନସଭା । ବାଚସ୍ପତିଙ୍କୁ ଭେଟି ବିଧାୟକ ପଦରୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ବାଚସ୍ପତି ପ୍ରଦୀପ ଅମାତ୍ ତାଙ୍କର ଇସ୍ତଫାକୁ ମଧ୍ୟ ତୁରନ୍ତ ଗ୍ରହଣ କରିଥିଲେ । ବାଚସ୍ପତିଙ୍କୁ ଇସ୍ତଫା ଦେବାକୁ ଯିବା ପୂର୍ବରୁ ଦିଲ୍ଲୀପ ବିଜୟ ମହାପାତ୍ରଙ୍କ ନୟାପଲ୍ଲୀ ବାସଭବନ ଯାଇଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ଲମ୍ବା ସମୟ ଅେଲୋଚନା ହୋଇଥିଲା ।