Wednesday, May 6, 2026 10:17 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କାଲି ଇସ୍ତଫା ଦେବେ ବିଜୟ, ଦିଲ୍ଲୀପ; ବିଜେଡ଼ିକୁ ଯିବା ନେଇ ଚର୍ଚ୍ଚା

by Our Correspondent
29 Nov, 2018- 11:12 PM
in Latest News, Politics
1 min read
0
କାଲି ଇସ୍ତଫା ଦେବେ ବିଜୟ, ଦିଲ୍ଲୀପ; ବିଜେଡ଼ିକୁ ଯିବା ନେଇ ଚର୍ଚ୍ଚା
ଭୁବନେଶ୍ୱର: ଆସନ୍ତାକାଲି ବିଜେପିରୁ ବିଧିବଦ୍ଧ ଭାବେ ବିଦାୟ ନେବେ ଦୁଇ ଷ୍ଟଲ୍ୱର୍ଟ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ । ବିଜୟ ଜାତୀୟ କାର୍ଯ୍ୟକାରିଣୀର ସଦସ୍ୟ ଥିବା ବେଳେ ଦିଲ୍ଲୀପ ବିଧାୟକ ଅଛନ୍ତି । ଦିଲ୍ଲୀପ ଦଳ ଛାଡ଼ିବା ସାଙ୍ଗକୁ ବିଧାୟକ ପଦ ଛାଡ଼ିବେ । ସାଧାରଣ ନିର୍ବାଚନକୁ ଆଉ କେଇ ମାସ ବାକି ଥିବା ବେଳେ ବିଜୟ ଓ ଦିଲ୍ଲୀପଙ୍କର ଏହି ପଦକ୍ଷେପ ବିଜେପିକୁ ଶକ୍ତ ଝଟକା ଆଣିବାକୁ ଯାଉଛି । ଅନ୍ୟପକ୍ଷରେ ଉଭୟ ବନ୍ଧୁ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ବିଜେଡ଼ି ସୂତ୍ରରୁ କିଛି ସ୍ପଷ୍ଟ ହେଉନାହିଁ । ଫଳରେ ସେମାନଙ୍କ ଭବିଷ୍ୟତକୁ ନେଇ ରହସ୍ୟ ବଢ଼ିଯାଇଛି ।
ଚର୍ଚ୍ଚା ହେଉଛି, ଦିଲ୍ଲୀପଙ୍କର ବିଜେଡ଼ିରେ ମିଶିବା ନେଇ କୌଣସି ଦ୍ୱନ୍ଦ କି ସମସ୍ୟା ନାହିଁ । ମାତ୍ର ବିଜୟଙ୍କ କ୍ଷେତ୍ରରେ ସମସ୍ୟା ଦେଖାଦେଇଛି । ବିଜେଡ଼ିର ଅନେକ ନେତା ତାଙ୍କୁ ଗ୍ରହଣ କରିବାକୁ ଅନିଚ୍ଛୁକ । ତେବେ ସେଇ ନେତାଙ୍କ ଇଚ୍ଛା ଓ ଅନିଚ୍ଛା ଉପରେ ନବୀନଙ୍କ ନିଷ୍ପତ୍ତି ନିର୍ଭର କରୁନାହିଁ । ଯଦିଓ ନିଜେ ନବୀନ ବି ବିଜୟଙ୍କୁ ଏ ପର୍ଯ୍ୟନ୍ତ ଭଲ ଦୃଷ୍ଟିରେ ଗ୍ରହଣ କରିନାହାନ୍ତି ତେବେ ପରିବର୍ତ୍ତିତ ରାଜନୈତିକ ପରିସ୍ଥିତି ତାଙ୍କ ପାଇଁ କିଛି ବାଧ୍ୟବାଧକତା ଆଣିଛି । ଏହିକ୍ରମରେ ବିଜୟଙ୍କୁ ଦଳରେ ସାମିଲ କରିବାକୁ ବିଜେଡ଼ି ସୁପ୍ରିମୋ କୁଆଡେ ରାଜି ହୋଇଛନ୍ତି । କେନ୍ଦ୍ରାପଡ଼ା ଲୋକସଭା ଆସନରୁ ତାଙ୍କୁ ପ୍ରାର୍ଥୀ କରାଯାଇପାରେ । ବୈଜୟନ୍ତ ପଣ୍ଡାଙ୍କ ବିଦାୟ ପରେ ସେହି ଆସନ ପାଇଁ ବିଜେଡ଼ି ଉପଯୁକ୍ତି ପ୍ରାର୍ଥୀ ସନ୍ଧାନରେ ଥିଲା । ବିଜୟ ବି ସେଠାରୁ ଲୋକସଭା ଲଢ଼ିବା ପାଇଁ ସମ୍ମତି ଜଣାଇଛନ୍ତି ।
ତେବେ ଏହି ଚର୍ଚ୍ଚାର ସତ୍ୟାସତ୍ୟ ଜଣାପଡୁନାହିଁ । ନା ବିଜୟ ମହାପାତ୍ର ଏହା ଉପରେ କିଛି କହୁଛନ୍ତି ନା ବିଜେଡ଼ି ସୂତ୍ର ସ୍ପଷ୍ଟ କରୁଛି । ଏ ସମ୍ପର୍କରେ ବିଜେଡ଼ିର ଜନୈକ ଆଗଧାଡ଼ିର ମୁଖପାତ୍ର ନିଜର ଅସହାୟତା ଦେଖାଇଛନ୍ତି । ସେ କହିଛନ୍ତି, ଆମେ ଏ ସମ୍ପର୍କରେ କିଛି ବି ଜାଣିପାରୁନାହୁଁ । କ’ଣ ହେଉଛି କେବଳ ମୁଖ୍ୟମନ୍ତ୍ରୀ ହିଁ କହିପାରିବେ । ଦଳର ଅନେକ ବରିଷ୍ଠ ନେତା ଏ ସମ୍ପର୍କରେ ନିଜେ ସୂଚନା ଦେବେ କ’ଣ ଓଲଟି ସାମ୍ବାଦିକଙ୍କଠାରୁ ଜାଣିବାକୁ ଚାହୁଁଛନ୍ତି । ତେବେ ସେ ଯାହା ହେଉ ନା କାହିଁକି, ଏହା ସତ୍ୟ ଯେ ବିଜୟଙ୍କୁ ଛାଡ଼ି ଦିଲ୍ଲୀପ ଏକା ବିଜେଡ଼ିକୁ ଯିବାକୁ ଚାହୁଁନାହାନ୍ତି । ଆଉ ବିଜୟ ଓ ଦିଲ୍ଲୀପଙ୍କ ପାଇଁ ବିଜେଡ଼ି ହିଁ ଏକମାତ୍ର ବାଟ । କାରଣ ସେମାନେ କଂଗ୍ରେସ ଯିବାକୁ ଆଗ୍ରହୀ ନାହାନ୍ତି କି ଦାମ ରାଉତଙ୍କ ସହ ରହିବାକୁ ଚାହୁଁନାହାନ୍ତି ।
ସେପଟେ ବିଜୟ ଓ ଦିଲ୍ଲୀପ ବିଜେପି ଛାଡୁଥିବାରୁ ଦଳକୁ ଶକ୍ତ ଝଟକା ଆସିଛି । ବିଜୟ ଓ ଦିଲ୍ଲୀପଙ୍କର ବିଜେପିରେ ଯଥେଷ୍ଟ ସମର୍ଥକ ଥିବାରୁ ଦଳ ପାଇଁ ଭୀଷଣ ସମସ୍ୟା ସୃଷ୍ଟି କରିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ଆଶଙ୍କା କରିଛନ୍ତି । ବିଶେଷକରି ଧର୍ମେନ୍ଦ୍ର ପ୍ରଧାନଙ୍କ କାଟତି ଉପରେ ଏହା ପ୍ରଭାବ ପକାଇପାରେ । ମୋଟାମୋଟି ଭାବେ ଦଳରୁ ସେମାନଙ୍କ ବିଦାୟ ବିଦ୍ରୋହର ମଂଜି ସୃଷ୍ଟି କରିବ ବୋଲି କୁହାଯାଉଛି ।
ସୂଚନାଥାଉକି, ବିଜେପିରେ ମିଶିଲା ଦିନଠୁ ବିଜୟ ଓ ଦିଲ୍ଲୀପଙ୍କର ଦବଦବା କିଛି କମ ନ ଥିଲା । ବିଜୟ ଦୁଇ ଦୁଇ ଥର ନିର୍ବାଚନ ହାରିଥିଲେ ମଧ୍ୟ ଦଳର ଗୁରୁତ୍ୱପୂର୍ଣ୍ଣ ଜାତୀୟ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ହୋଇଥିଲେ । ରାଉରକେଲାରୁ ବିଧାୟକ ନିର୍ବାଚିତ ହୋଇଥିବା ଦିଲ୍ଲୀପ ବି ନିଜ ବାଟରେ ଶକ୍ତିଶାଳୀ ଥିଲେ । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ବିଜେପିର ସର୍ବେସର୍ବା ହେଲା ପରେ ଚିତ୍ର ବିଗିଡ଼ି ଯାଇଥିଲା । ଧର୍ମେନ୍ଦ୍ରଙ୍କ ଦ୍ୱାରା ପରିଚାଳିତ ରାଜ୍ୟ ବିଜେପିରେ ସେମାନେ ନିଜକୁ ହତାଦର ମନେ କରିଥିଲେ । ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଏବଂ ଆଇଜିଏଚ ହସ୍ପିଟାଲ୍ କୁ ସୁପର ସ୍ପେଶିଆଲିଟି ହସ୍ପିଟାଲ୍ କରାଇ ନ ଦେବା ପଛରେ ଅସହିଷ୍ଣୁ ଧର୍ମେନ୍ଦ୍ରଙ୍କ ହାତ ଥିବା ଦିଲ୍ଲୀପ ଅନୁଭବ କରିଥିଲେ । ଅନୁରୂପ ଭାବେ ବିଜୟ ବି ଦଳରେ ହତାଦର ଅନୁଭବ କରିଥିଲେ । ଫଳସ୍ୱରୂପ ସେମାନେ ଦଳ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ।
Previous Post

ଇର୍ଷାରୁ ଗାଳି! ସଲମାନ୍ ଖାନ୍ ଙ୍କ ପାଉଣାକୁ ନେଇ ନିଆଁ

Next Post

ଦଳ ଓ ପଦ ଛାଡ଼ିଲେ ଦିଲ୍ଲୀପ ରାୟ

Next Post
ଦଳ ଓ ପଦ ଛାଡ଼ିଲେ ଦିଲ୍ଲୀପ ରାୟ

ଦଳ ଓ ପଦ ଛାଡ଼ିଲେ ଦିଲ୍ଲୀପ ରାୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA