Friday, May 8, 2026 06:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦାମଙ୍କୁ ‘ତାମିଲ’ ରୋଗ ?

by Our Correspondent
22 Oct, 2018- 06:20 PM
in Gossips, Latest News
1 min read
0
ଦାମଙ୍କୁ ‘ତାମିଲ’ ରୋଗ ?
ଭୁବନେଶ୍ୱର: ବିଜେଡ଼ିରୁ ବହିଷ୍କୃତ ହେଲା ପରେ ଡାକ୍ତର ଦାମୋଦର ରାଉତ ଯଦି ବେଶୀ କାହା ବିରୋଧରେ ଗପୁ ଥାଆନ୍ତି ସେହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ୍ । ରାଜ୍ୟରେ ଯେତେ ଯେଉଁଠି ଦୁର୍ନୀତି, ଅଘଟଣ ଘଟିଛି କି ଘଟୁଛି ସବୁରି ପାଇଁ ସେ ପାଣ୍ଡିଆନ୍ ଙ୍କୁ ଗାଳି କରୁଛନ୍ତି । ମନ୍ତ୍ରୀ ପଦ ଗଲା ଦିନୁ ପାଣ୍ଡିଆନ୍ ଙ୍କ ନାଁରେ ରକ୍ତ ଚାଉଳ ଚୋବାଉଥିଲେ । ମାତ୍ର ବିଜେଡ଼ିରୁ ବହିଷ୍କୃତ ହେଲା ପରଠୁଁ ଶୋଇବା ବସିବା ସବୁଠି ତାଙ୍କୁ ପାଣ୍ଡିଆନ୍ ଦିଶୁଛନ୍ତି । ଆଜିକାଲି ପାଣ୍ଡିଆନ୍ ଙ୍କ ନାଁ ନ ନେଇ ‘ତାମିଲ’ବୋଲି କହୁଛନ୍ତି । ଦାମଙ୍କ ଏହି ତାମିଲ ପ୍ରଳାପକୁ ଦେଖି ସେ ‘ତାମିଲ’ ରୋଗରେ ଆକ୍ରାନ୍ତ ବୋଲି ଅନେକ କଟାକ୍ଷ କଲେଣି ।
ସ୍ପର୍ଶକାତର କୁନ୍ଦୁଲି ନାବାଳିକା ଧର୍ଷଣ ମାମଲାରେ ଦୁଇ ତିନି ଜଣ ‘ତାମିଲ’ କନେଷ୍ଟବଳ କୁଆଡ଼େ ସଂପୃକ୍ତ ଥିଲେ । ଧର୍ଷଣକାରୀ ତାମିଲ ହୋଇଥିବାରୁ ମାମଲାକୁ ଚପାଇ ଦିଆଗଲା ବୋଲି ଦାମ କହୁଛନ୍ତି । ମୟୁରଭଂଜ ଚାରା ଦୁର୍ନୀତି ମାମଲାକୁ ଚପାଇ ଦେବା ପାଇଁ ତାଙ୍କୁ କୋଟିଏ ଟଙ୍କା ଲାଂଚ ଯାଚିବା ପଛରେ ତାମିଲ ଅଫିସର ଥିଲେ କହୁଛନ୍ତି । ଗତକାଲି ବାରିପଦାରେ ଅନୁଷ୍ଠିତ ଭ୍ରଷ୍ଟାଚାର ବିରୋଧୀ ସମାବେଶରେ ତାଙ୍କ ହଟ୍ଟହଟ୍ଟା ପଛରେ ତାମିଲ ଲୋକର ଚକ୍ରାନ୍ତ ଥିବା କହିଛନ୍ତି । ସଭା ସରିବା ପରେ ସାମ୍ବାଦିକମାନଙ୍କ ପ୍ରଶ୍ନରେ ସେ କହିଥିଲେ ଯେ ଦୁଇ ତିନି ଦିନ ହେଲା କିଛି ବ୍ୟକ୍ତି ଏଠିକା ସଭା ଭଣ୍ଡୁର ପାଇଁ ବୁଲୁଥିଲେ । ସେମାନେ ତାମିଲ ଲୋକ ବୋଲି ସେ ଜାଣିବାକୁ ପାଇଛନ୍ତି । ଏମିତିରେ ସାମ୍ବାଦିକମାନେ ତାଙ୍କୁ ସୁହାଇଲା ଭଳି ପ୍ରଶ୍ନ ନ ପଚାରିଲେ ଦାମ ଉତକ୍ଷିପ୍ତ ହୋଇ ତାମିଲ ଅଫିସରଠାରୁ କେତେ ଟଙ୍କା ପାଇଛ ବୋଲି କହି ଗର୍ଜିବା ନିତିଦିନିଆ ଘଟଣା ହେଲାଣି ।
ସୁତରାଂ ଯେଉଁଠି ଯାହା ଅଘଟଣ ତାଙ୍କ ସାମନାକୁ ଆସୁଛି, ତାହା ପଛରେ ତାମିଲ ଛାଇ ଦେଖୁଛନ୍ତି ଦାମ । ୧୬ ବର୍ଷ ଧରି ବିଜେଡ଼ିରେ ରହି କ୍ଷମତା ଭୋଗ କଲା ବେଳେ ଦାମଙ୍କୁ ଏସବୁ ଦେଖାଯାଉ ନ ଥିଲା । ମାତ୍ର ଏବେ ତାଙ୍କୁ ସମସ୍ତେ ତାମିଲିଆ ଦେଖାଯାଉଛନ୍ତି । ବୈଜୟନ୍ତ ପଣ୍ଡାଙ୍କୁ ପ୍ରଥମେ ଏହି ତାମିଲ ରୋଗ ଧରିଥିଲା । ମାତ୍ର କହି କହି ଥକିଗଲେ । ଏବେ ଦାମଙ୍କ ତୁଣ୍ଡରେ ସେ ଏହାର ମଜ୍ଜା ନେଉଥିବା କୁହାଯାଉଛି । ତଥ୍ୟ ପ୍ରମାଣ ସହ ଦାମ ଯଦି ମନ୍ତବ୍ୟ ଦେଉଥାଆନ୍ତେ ତାହାହେଲେ ଲୋକେ ତାଙ୍କ କଥାକୁ ସିରିୟସଲି ନିଅନ୍ତେ । ମାତ୍ର ନିଜର ରାଗ ସୁଝାଇବା ପାଇଁ ଦାମ ବାବୁ ଯାହା ମନକୁ ଆସୁଛି ଗପୁଛନ୍ତି ବୋଲି ଲୋକେ ଧରିନେଲେଣି । ‘ସବୁ ସଭାରେ ଦାମ ବାବୁ ଖାଣ୍ଟି ମନଗଢ଼ା କଥା କହୁଛନ୍ତି ଏବଂ ଲୋକେ ସେଇ ସମାନ କଥା ଶୁଣି ଶୁଣି ବୋର୍ ହେଲେଣି’ ବୋଲି ଦାମଙ୍କ ସହ ବିଭିନ୍ନ ସଭାସମିତି ବୁଲୁଥିବା ଭ୍ରଷ୍ଟାଚାର ବିରୋଧୀ ଜଣେ ସାମାଜିକ କର୍ମୀ ନିଜ ନାଁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ।
ଦାମଙ୍କ ତୁଣ୍ଡ ବିଜେଡ଼ିକୁ ଘାଇଲା କରିବ କ’ଣ ଦଳ ତାଙ୍କୁ ମାନସିକ ରୋଗୀ ଆଖ୍ୟା ଦେଲାଣି । ବିଜେଡ଼ି ମୁଖପାତ୍ର କହିଛନ୍ତି, ଦାମ ବାବୁ ଜଣେ ମାନସିକ ରୋଗୀ । ତୁରନ୍ତ ନିଜର ଚିକିତ୍ସା କରନ୍ତୁ । ତାଙ୍କର ଏଭଳି ଅସୁସ୍ଥତାର ସୁଯୋଗ ନେଇ ଅନ୍ୟ ଦଳ ଓ ନେତା ତାଙ୍କୁ ବ୍ୟବହାର କରୁଛନ୍ତି କହି ଦାମଙ୍କୁ ସମବେଦନା ବି ଜଣାଇଛନ୍ତି । ବିଜେଡ଼ି ପ୍ରବକ୍ତାଙ୍କ ଏଭଳି ମନ୍ତବ୍ୟ ପରେ ଅନେକ ଲୋକ ଦ୍ୱନ୍ଦରେ ପଡ଼ିଲେଣି । ସତରେ କ’ଣ ଦାମ ବାବୁ ମାନସିକ ଭାରସାମ୍ୟ ହରାଇଛନ୍ତି କି ବୋଲି ସେମାନେ ସାମ୍ବାଦିକମାନଙ୍କଠାରୁ ଜାଣିବାକୁ ଚାହୁଁଛନ୍ତି ।

ଫେସବୁକ୍ ରେ ପ୍ରତିକ୍ରିୟା:

ବିଭିନ୍ନ ପ୍ରସଙ୍ଗକୁ ନେଇ ଫେସବୁକ୍ ରେ ସଦାବେଳେ ନିରପେକ୍ଷ ମତ ରଖୁଥିବା ଗୋପାଳ ସାହୁ ନାମକ ଜଣେ ବ୍ୟକ୍ତି ଦାମ ରାଉତଙ୍କ ଉଦ୍ଦେଶ୍ୟରେ ଲେଖିଥିବା ମନ୍ତବ୍ୟକୁ ଆମେ ଏଠାରେ ଉଦ୍ଧାର କରୁଛୁ । ସେ ଲେଖିଛନ୍ତି..
“ଚାଟାର୍ଡ ଆକାଉଣ୍ଟାଣ୍ଟ୍ ପଣ୍ଡିତେ । ପଣ୍ଡିତେ ପାଠ ପଢ଼ିଲେ ପଶୁ ଡାକ୍ତରୀ । ପଶୁ ଚିକିତ୍ସାରେ କି ପାରଦର୍ଶିତା ମା ଗଙ୍ଗେଇ ଜାଣନ୍ତି । ତାପରେ ସବୁଠୁ ଭଲ ବେଉସା ରାଜନୀତିରେ ଧସେଇ ପଶିଲେ । ସେଥିରେ ପୁଣି କୁତ୍ରା ଲୀଳା, ବ୍ରାହ୍ମଣ ପୁରାଣ, ଅଙ୍ଗନବାଡ଼ି ଚୋଖି । ୟା ଭିତରେ ପଣ୍ଡିତେ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ପାଠଟା ସାରି ଅଡିଟ୍ ସାର୍ଟିଫିକେଟ୍ ମଧ୍ୟ ଦେଲେଣି । କହିଲେ କ’ଣ ନା ପଣ୍ଡାର କୋଉଠି ଟଙ୍କାଟେ ବାକି ନାହିଁ । ଆୟେ ତମେ କ’ଣ ପଣ୍ଡା କମ୍ପାନୀ ଅଡିଟର? ଦୁନିଆଟା ଯାକର ଲୋକ ପା ଜାଣିଛନ୍ତି, ପଣ୍ଡା କମ୍ପାନୀ କାରନାମା । କୋଉଠି କେତେ ବାକି ଆଉ କୋଉଠି କେତେ ମାଫିକ୍ । ସତରେ, ସେଇଥିପାଇଁ ଆମ ଲୋକେ କହନ୍ତି ଶୁଣ୍ଢି ଶାଖି ମାତାଲ । ହଁ ଖର୍ଚ୍ଚ ବାର୍ଚ୍ଚ ଟା ମିଳୁଛି ଯେତେବେଳେ କହିବନି କିଆଁ? ହାଲିକୁ ତ କେହି ସାଙ୍ଗ ହେଲେନି, ସେଇ ଦୁର୍ଯୋଧନର ଖାଉଛ ଯେତେବେଳେ, ଶରଶଯ୍ୟାରେ ବି ଶୋଇବ ।”
ଶ୍ରୀ ସାହୁଙ୍କ ଏହି ଲେଖାକୁ ସାବାସି ଦେଇ ବହୁ ପାଠକ ସେମାନଙ୍କ ମତ ରଖିଛନ୍ତି । ଦାମଙ୍କ ପ୍ରତି ଲୋକଙ୍କ ମନରେ କି ପ୍ରକାର ଭାବନା ସୃଷ୍ଟି ହେଲାଣି ତାହା ସେମାନଙ୍କ ପ୍ରତିକ୍ରିୟାରୁ ବୁଝିହେଉଛି ।
Previous Post

ବାରିପଦା ସଭା: ଦାମଙ୍କୁ ବୈଜୟନ୍ତ ତୀର, ଅଧାବାଟରୁ ଫେରିଲେ ବୈଜୟନ୍ତ

Next Post

ଗୃହ କମିଟି ଜେରାରେ ଅଭିଜିତ୍ ସାଷ୍ଟାଙ୍ଗ୍ , କହିଲେ ମୁଁ ବୁଦ୍ଦୁ

Next Post
ଗୃହ କମିଟି ଜେରାରେ ଅଭିଜିତ୍ ସାଷ୍ଟାଙ୍ଗ୍ , କହିଲେ ମୁଁ ବୁଦ୍ଦୁ

ଗୃହ କମିଟି ଜେରାରେ ଅଭିଜିତ୍ ସାଷ୍ଟାଙ୍ଗ୍ , କହିଲେ ମୁଁ ବୁଦ୍ଦୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA