Friday, May 8, 2026 07:08 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବାରିପଦା ସଭା: ଦାମଙ୍କୁ ବୈଜୟନ୍ତ ତୀର, ଅଧାବାଟରୁ ଫେରିଲେ ବୈଜୟନ୍ତ

by Our Correspondent
21 Oct, 2018- 05:50 PM
in Latest News, Politics
1 min read
0
ବାରିପଦା ସଭା: ଦାମଙ୍କୁ ବୈଜୟନ୍ତ ତୀର, ଅଧାବାଟରୁ ଫେରିଲେ ବୈଜୟନ୍ତ
ବାରିପଦା: ଆଜି ବାରିପଦାରେ ଆୟୋଜିତ ଦୁର୍ନୀତି-ଭ୍ରଷ୍ଟାଚାର ବିରୋଧୀ ଜନସମାବେଶ ମାଡ଼ ଖାଇଯାଇଛି । ଡାକ୍ତର ଦାମୋଦର ରାଉତ ଏହି ସଭାରେ ଯୋଗଦେଇଥିଲେ ମଧ୍ୟ ଅଳ୍ପ ଲୋକ ହୋଇଥିବା ଖବର ପାଇ ବୈଜୟନ୍ତ ପଣ୍ଡା ସେଠାକୁ ନ ଯାଇ ବାଲେଶ୍ୱରରୁ ଭୁବନେଶ୍ୱର ଫେରି ଆସିଥିଲେ । ସେପଟେ ନବୀନ ସରକାରଙ୍କ ଦୁର୍ନୀତି ବିରୋଧରେ ଭାଷଣ ଦେଉଥିବା ଦାମଙ୍କୁ ବେଶ୍ ହଟ୍ଟହଟ୍ଟା ହେବାକୁ ପଡ଼ିଥିଲା । ସରକାରଙ୍କୁ ଚୂନ ମାରି ୮୦୦ କୋଟି ଟଙ୍କା ବିଜୁଳି ବିଲ୍ ଫାଙ୍କି ଥିବା ବୈଜୟନ୍ତ କିଭଳି ଆପଣଙ୍କ ପାଇଁ ସତୀ ହେଲେ ବୋଲି ସଭାମଞ୍ଚରେ ଦାମଙ୍କୁ ପ୍ରଶ୍ନ ଘେରର ସାମନା କରିବାକୁ ପଡ଼ିଥିଲା । ସେଥିପାଇଁ ସଭାସ୍ଥଳରେ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ବାରିପଦାର ଛଉ ପଡ଼ିଆରେ ଏହି ସଭା ଆୟୋଜିତ ହୋଇଥିଲା । ମୟୁରଭଞ୍ଜ ମିଳିତ କ୍ରିୟାନୁଷ୍ଠାନ କମିଟି ଥିଲେ ସଭାର ଆୟୋଜକ । ଅତିଥି ଭାବେ ସଭାର ମୁଖ୍ୟ ଆକର୍ଷଣ ଥିଲେ ବୈଜୟନ୍ତ ପଣ୍ଡା ଓ ଡାକ୍ତର ଦାମୋଦର ରାଉତ । ସାଙ୍ଗରେ ଆମନ୍ତ୍ରିତ ହୋଇଥିଲେ ପୂର୍ବତନ ବିଜେଡ଼ି ନେତା ଯଜେ୍ଞଶ୍ୱର ବାବୁ ଏବଂ ବରିଷ୍ଠ ସାମ୍ବାଦିକ ରବି ଦାସ । ଏହି ସମାବେଶ ପାଇଁ ବ୍ୟାପକ ପ୍ରଚାର ହୋଇଥିଲା । ୧୦ ହଜାର ଲୋକ ହେବେ ବୋଲି କୁହାଯାଇଥିଲା । ନବୀନ ପଟ୍ଟନାୟକଙ୍କ ବିରୋଧରେ ବୈଜୟନ୍ତ ଓ ଦାମ ଦୁର୍ନୀତି ବମ୍ ପକାଇବେ ବୋଲି ହୁରି ପକାଯାଇଥିଲା । ଆୟୋଜକମାନଙ୍କ ପକ୍ଷରୁ ଏଥିପାଇଁ ରିହଲସାଲ୍ ବି କିଛି କମ ନ ଥିଲା ।
ମାତ୍ର ଦେଖିଲାବେଳକୁ ସମାବେଶରେ ଖୁବ୍ କମ୍ ଲୋକ ହୋଇଥିଲେ । ଦାମ ରାଉତ ସେଠି ଆଗୁଆ ପହଞ୍ଚି ଯାଇଥିଲେ ମଧ୍ୟ ବୈଜୟନ୍ତଙ୍କର କିନ୍ତୁ ଦେଖା ନ ଥିଲା । ଏକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସକାଳୁ ସକାଳୁ ବୈଜୟନ୍ତ ଭୁବନେଶ୍ୱରରୁ ବାରିପଦା ଅଭିମୁଖେ ବାହାରି ଯାଇଥିଲେ । ତାଙ୍କ ଟିଭି ଚାନେଲ୍ ର ଓବି ଭ୍ୟାନ୍ ବି ସଭାସ୍ଥଳ ପାଖରେ ସକାଳୁ ପ୍ରସ୍ତୁତ ହୋଇ ରହିଥିଲା । ମାତ୍ର ଅଧାବାଟରେ ବୈଜୟନ୍ତ ଖବର ପାଇଲେ ଯେ ସଭାରେ ଲୋକ ହେଉନାହାନ୍ତି । ଆଶାଠାରୁ ବହୁତ କମ ଲୋକ ହୋଇଛନ୍ତି । ତେଣୁ ବୈଜୟନ୍ତ ବାଲେଶ୍ୱରରୁ ଆଉ ଆଗକୁ ବଢ଼ି ନ ଥିଲେ । ୟୁ ଟର୍ଣ୍ଣ ଦେଇ ଫେରିଆସିଥିଲେ ଭୁବନେଶ୍ୱର । ସେୟାଡ଼େ ତାଙ୍କ ଚାନେଲ୍ ର ଓବି ଭ୍ୟାନ୍ ବି ସଭାସ୍ଥଳରୁ ପଳେଇଗଲା ।
କୌଣସି କାରଣରୁ ସଭାକୁ ରବି ଦାସ ଆସି ନ ଥିଲେ । ତେଣୁ ବଡ଼ବକ୍ତା ଭାବେ କେବଳ ଦାମ ବାବୁ ଓ ଯଜେ୍ଞଶ୍ୱର ବାବୁଙ୍କୁ ନେଇ ଆୟୋଜକମାନେ ସଭା ଆରମ୍ଭ କରିଥିଲେ । ଦାମ ତାଙ୍କ ଭାଷଣରେ ଦୁର୍ନୀତି ବିରୋଧରେ କହି ମୁଖ୍ୟମନ୍ତ୍ରୀଙ୍କୁ ଗାଳି ଦେବା ଆରମ୍ଭ କରୁ କରୁ ସଭାସ୍ଥଳରୁ ହଠାତ୍ ଜଣେ ବ୍ୟକ୍ତି ପାଟି କରି ସଭାମଂଚ ଉପରକୁ ଚଢ଼ି ଯାଇଥିଲେ । ଦାମଙ୍କ ସାମନାରେ ଛିଡ଼ା ହୋଇ ତାଙ୍କୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ କାରନାମା ସମ୍ପର୍କରେ ପ୍ରଶ୍ନ କରିଥିଲେ । ବୈଜୟନ୍ତ ପଣ୍ଡା ୮୦୦ କୋଟି ଟଙ୍କାର ବିଜୁଳି ବିଲ୍ ସରକାରଙ୍କୁ ଫାଙ୍କିଛନ୍ତି । ଏହା କ’ଣ ଦୁର୍ନୀତି ନୁହେଁ । ସେହି ଟଙ୍କାରେ ଓଡ଼ିଶାର କେତେ ଗରିବ ଲୋକ ଉପକୃତ ହୋଇ ନ ଥାଆନ୍ତେ? ସେଭଳି ଲୋକଙ୍କୁ ସାଙ୍ଗରେ ରଖି ଆପଣ ଭ୍ରଷ୍ଟାଚାର ବିରୋଧରେ ସମାବେଶ କରୁଛନ୍ତି, ଲାଜ ଲାଗୁନି.. ବୋଲି ଚିଲାଇଥିଲେ ।
ସଂପୃକ୍ତ ବ୍ୟକ୍ତିଙ୍କ ଏଭଳି ପ୍ରଶ୍ନକୁ କୁହାଳିଆ ଦାମ ବାବୁ ହଠାତ୍ ସାମନା କରିପାରି ନ ଥିଲେ । ତାଙ୍କୁ ସେଠାରୁ ଭଗେଇ ଦେବାକୁ ଚେଷ୍ଟା କରିଥିଲେ । ଏହି ସମୟରେ କିଛି ଆୟୋଜକ ମଧ୍ୟ ଉକ୍ତ ବ୍ୟକ୍ତିଙ୍କୁ ସଭାମଂଚରୁ ତଳକୁ ଟାଣି ଆଣିବାକୁ ଉଦ୍ୟମ କରିଥିଲେ । ଫଳରେ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ପୁଲିସ ହସ୍ତକ୍ଷେପ କରି ସଂପୃକ୍ତ ବ୍ୟକ୍ତିଙ୍କୁ କାବୁ କରି ନେଇ ଯାଇଥିଲା । ଏହା ପରେ ଦାମ ତାଙ୍କ ଭାଷଣ ଚାଲୁ ରଖି ସେହି ପୁରୁଣା ପାଠ ଶୁଣାଇଲେ ।
ପରେ ଗଣମାଧ୍ୟମକୁ ଦାମ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ କିଛି ନ୍ୟସ୍ତସ୍ୱାର୍ଥ ଲୋକ ତାଙ୍କ ସଭାକୁ ଭଣ୍ଡୁର କରିବାକୁ ଚକ୍ରାନ୍ତ କରିଥିଲେ ।
Previous Post

ଟ୍ରେନ୍ ଆଗକୁ ମାଡ଼ି ଆସିଲେ ରାବଣପୋଡ଼ି ଦର୍ଶକ; ୫୦ରୁ ଅଧିକ ମୃତ

Next Post

ଦାମଙ୍କୁ ‘ତାମିଲ’ ରୋଗ ?

Next Post
ଦାମଙ୍କୁ ‘ତାମିଲ’ ରୋଗ ?

ଦାମଙ୍କୁ ‘ତାମିଲ’ ରୋଗ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA