Sunday, July 26, 2026 12:08 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦାମ ନୁହେଁ, ଧର୍ମେନ୍ଦ୍ରଙ୍କୁ ସାଇଜ୍‍ ଯୋଜନା

by Our Correspondent
25 Jan, 2016- 07:55 PM
in Politics
1 min read
0
ଦାମ ନୁହେଁ, ଧର୍ମେନ୍ଦ୍ରଙ୍କୁ ସାଇଜ୍‍ ଯୋଜନା

ଭୁବନେଶ୍ୱର (ମିଡ-ଡେ ଓଡ଼ିଶା): କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଘରେ ଗୁପ୍ତ ମନ୍ତ୍ରଣାକୁ ନେଇ ବିଜେଡ଼ି ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିବା ପ୍ରଚାର ହେଉଥିଲେ ମଧ୍ୟ ତାହା ସୁଦୁ ମିଛ ବୋଲି ଜଣାପଡ଼ିଲାଣି । ଦେବାଶିଷଙ୍କ ଘରେ ବିଷ୍ଣୁ ଦାସ ଓ ପ୍ରଶାନ୍ତ ମୁଦୁଲି ଏକାଠି ହୋଇ କବାଟକିଳା ବୈଠକ କରିବା ବର୍ତ୍ତମାନର ପରିସ୍ଥିତିରେ ଦାମ ବିରୋଧୀ ମେଳି ବୋଲି ଯିଏ କେହି ଭାବିବ । ମାତ୍ର ମେଳିରେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତି ଗୋପନ ବୈଠକର ଅଲଗା ଦିଗ ଦେଖାଇଛି ।

ଏହା ସତ ଯେ ଦାମଙ୍କ ସହ ଅତନୁଙ୍କର ସମ୍ପର୍କ ଅତି ନିବିଡ଼ । ଆଗରୁ ନ ଥିଲା । ମାତ୍ର ଏଇ ଦି ବର୍ଷ ଭିତରେ ତାହା ବଦଳିଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ଦାୟିତ୍ୱ ନେଲା ପରେ ଅତନୁ ତାଙ୍କ ପୂର୍ବସୂରୀ ଦାମଙ୍କଠାରୁ ବିଭାଗର କାର୍ଯ୍ୟ କୌଶଳ ସମ୍ପର୍କରେ ସହଯୋଗ ଲୋଡିଥିଲେ । ଦାମଙ୍କ ପରାମର୍ଶକୁ ସେ ଅବଜ୍ଞା କରି ନ ଥିଲେ । ଅତନୁଙ୍କର ଏହି ସମ୍ମାନ ଓ ନମ୍ରତା ଦାମଙ୍କ ଭଳି ବିଚକ୍ଷଣ ଓ ପରିପକ୍ୱ ରାଜନେତାଙ୍କ ମନରେ ସ୍ନେହ ଓ ଶ୍ରଦ୍ଧା ଆଣିଦେଇଛି । ପ୍ରଣବ ପ୍ରକାଶ ଦାସଙ୍କ କ୍ଷେତ୍ରରେ ବି ସମାନ ଅବସ୍ଥା । ଦାମଙ୍କ ଆଗରେ ରାଜନୀତିର ଖଡ଼ି ଧରିଛନ୍ତି ପ୍ରଣବ । ଯଦିଓ ଘଟଣାକ୍ରମରେ ପ୍ରଣବ ଆଜି ପ୍ରଭାବଶାଳୀ ମନ୍ତ୍ରୀ ଓ ତୃତୀୟ ମହଲାର ବ୍ଲୁ ଆଇଡ ବୟ୍‍, ମାତ୍ର ଦାମଙ୍କୁ ସେ କେବେ ବି ଅବଜ୍ଞା କରିନାହାନ୍ତି । ରାଜନୈତିକ ଶତ୍ରୁ ହେବାର କୌଣସି କାରଣ ବି ନାହିଁ । ତେଣୁ ଅତନୁ ଓ ପ୍ରଣବ ଦାମ ବିରୋଧୀ ଅଭିଯାନର ନେତୃତ୍ୱ ନେବା ମୂଳରୁ ବିଶ୍ୱାସଯୋଗ୍ୟ ନୁହେଁ  କି ତାହାର କୌଣସି ଭିତ୍ତି ନାହିଁ ।

ଯଦି ତୃତୀୟ ମହଲାର ନିର୍ଦ୍ଦେଶରେ ଏଭଳି ମେଳି ହୋଇଥିବା ବିଶ୍ୱାସ କରାଯାଏ ତେବେ ତାହା ମୂର୍ଖାମୀ ଛଡ଼ା କିଛି ନୁହେଁ । କାରଣ ଦାମଙ୍କୁ ହଟାଇବା ପାଇଁ ଯଦି ମୁଖ୍ୟମନ୍ତ୍ରୀ ମନସ୍ଥିର କରିଛନ୍ତି ତେବେ ମେଳି ଫେଳିର ଆବଶ୍ୟକତା ନାହିଁ । ଆଉ ଯଦି ବା କୌଣସି  ପ୍ରଚ୍ଛନ୍ନ ଇଙ୍ଗିତରେ ଏଭଳି ମେଳି ହେବାର ଥିଲା ତେବେ ଦୁଇମନ୍ତ୍ରୀ କଟକ ଯାଇ ଦେବାଶିଷ ସାମନ୍ତରାୟଙ୍କ ଘରେ କବାଟକିଳା ବୈଠକ କରିବା ପଛରେ ଯୁକ୍ତି ଓ କାରଣ ନାହିଁ । ଭୁବନେଶ୍ୱରରେ ଜାଗାର ଅଭାବ ନାହିଁ ଯେ ସମସ୍ତେ କଥାବାର୍ତ୍ତା ହୋଇ ଦାମଙ୍କ କଟର୍‍ ବିରୋଧୀ ଭାବେ ଜଣାଶୁଣା ଦେବାଶିଷଙ୍କ ଘରେ ଯାଇ ବସିବେ । ସୁତରାଂ ଏକଥା ନିଶ୍ଚିତ ଯେ ଏହି ମେଳି ଦାମ ବିରୋଧୀ ଚକ୍ରାନ୍ତର ମେଳି ନ ଥିଲା । ଏକଥା ଖୋଦ୍‍ ଦାମବାବୁ ବି ଜାଣିଛନ୍ତି । ଅବଶ୍ୟ ମିଡ଼ିଆରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହେଲା କ୍ଷଣି ଦାମଙ୍କୁ ତାଙ୍କ ଘରେ ଯାଇ ଭେଟିଥିଲେ ଅତନୁ । ଏଭଳି ପ୍ରଚାର ଦ୍ୱାରା କିଛି ଭୁଲ୍‍ ବୁଝାମଣା ନ ହେଉ ବୋଲି ଅତନୁ ତାଙ୍କୁ ଜଣାଇ ଥିବା ଏକ ସୂତ୍ରରୁ ଖବର ମିଳିଛି । ଆଉ ଦାମ ବି କଥାକୁ ହାଲକା ଭାବେ ନେଇ ଗୋପନ ବୈଠକର ଉଦ୍ଦେଶ୍ୟ ତାଙ୍କ ଆଡୁ ଗପିଥିଲେ ।

ସୁତରାଂ ଏତିକି ଜଣାପଡ଼ିଛି ଯେ ରବିବାର ସଂଧ୍ୟାର ମେଳି ସମ୍ପୂର୍ଣ୍ଣ ଅଚାନକ ଥିଲା । ଆଉ ଚା କପ୍‍ ରେ ବସି ଆଲୋଚନା ହୋଇଥିଲା ନରେନ୍ଦ୍ର ମୋଦିଙ୍କ ପାରାଦ୍ୱୀପ ଗସ୍ତକୁ ନେଇ । ଧର୍ମେନ୍ଦ୍ର ପ୍ରଧାନ ଆଇଓସିଏଲ୍‍ କୁ ଧରି ସାରା ରାଜ୍ୟରେ ଯେଭଳି ମୋଦି ପ୍ରଚାରରେ ମାତିଛନ୍ତି ତାହାର କାଉଣ୍ଟର ଯୋଜନା ଥିଲା ଆଲୋଚନାର ବିଷୟବସ୍ତୁ । ଖାସ୍‍ କରି ଆଇଓସିଏଲ୍‍ ପଇସାରେ ୩୦ ଟି ଗାଡ଼ି ବୁଲିବା ଏବଂ ସରକାରୀ ପ୍ରଚାର ପତ୍ରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଲାଗିବାକୁ ନେଇ ବ୍ୟାପକ ଆଲୋଚନା ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । ସରକାରୀ ପ୍ରଚାରପତ୍ରରେ ମନ୍ତ୍ରୀଙ୍କ ଫଟୋ ଲଗାଇ ସୁପ୍ରିମ୍‍କୋର୍ଟ ନିର୍ଦ୍ଦେଶ ଉଲ୍ଲଂଘନ କରାଯାଇଥିବାରୁ ତାହାର ମୁକାବିଲା କୌଶଳ ଥିଲା ଆଲୋଚନାର ବିଷୟବସ୍ତୁ । ଦାମ ଏକଥା ମୂଳରୁ ଜାଣି ସାରିଥିବାରୁ ତାଙ୍କ ବିରୋଧରେ ମେଳି ଖବରକୁ ଆଦୌ ଗ୍ରହଣ କରିନାହାନ୍ତି । ଏଥିରେ ସେ ନିଜେ ଖୁସି ଓ ଅନ୍ତତଃ ଭାବେ ଅତନୁ ଓ ପ୍ରଣବ ବି ଖୁସି ।

Previous Post

ହୃଦୟ ଥିଲେ ବୁଝିପାରନ୍ତେ

Next Post

ପ୍ରସାଦ-ଲୁଲୁ ମୁହାଁମୁହିଁ

Next Post
ପ୍ରସାଦ-ଲୁଲୁ ମୁହାଁମୁହିଁ

ପ୍ରସାଦ-ଲୁଲୁ ମୁହାଁମୁହିଁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA