Monday, May 25, 2026 06:24 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦାମ ଫଇସଲା କାଲି !

by Our Correspondent
10 Sep, 2018- 10:45 PM
in Latest News, Politics
1 min read
0
ଦାମ ଫଇସଲା କାଲି !

ଭୁବନେଶ୍ୱର: ବିଜେଡ଼ିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ସଙ୍କେତ ମିଳିଗଲାଣି । ଦିନେ ଦି ଦିନ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନିଷ୍ପତ୍ତି ନେଇପାରନ୍ତି । ଆଜି ଜଗତସିଂହପୁର ବିଜେଡ଼ି ଜିଲ୍ଲା ସଭାପତି ବିଷ୍ଣୁ ଦାସ ଏବଂ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ଦାମଙ୍କ ବିରୋଧରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଫେରାଦ ହେବା ପରେ କଳ୍ପନାଜଳ୍ପନା ବଢ଼ିଯାଇଛି । ଖାଲି ଏହି ଦୁଇ ବିଧାୟକ ନୁହଁନ୍ତି, ବିଜେଡ଼ିର ଗୋଟେ ବଡ଼ ଗୋଷ୍ଠୀ ଦାମଙ୍କ ବିରୋଧରେ ଥାକ ଥାକ ଅଭିଯୋଗ ପ୍ରସ୍ତୁତ କରୁଥିବା ସୂଚନା ମିଳିଛି । ଦାମଙ୍କ ମନ୍ତ୍ରୀତ୍ୱ କାଳରେ ତାଙ୍କ ବିଭାଗକୁ ଖୋଳ କରିଛନ୍ତି ବୋଲି ସେମାନେ ଓଲଟି ଯୁକ୍ତି ବାଢ଼ିଛନ୍ତି । ତାଙ୍କ ବିରୋଧରେ ଭିଜିଲାନସ୍ ତଦନ୍ତ ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଫେରାଦ ହେବାକୁ ଯୋଜନା କରୁଛନ୍ତି ।

ଗତବର୍ଷ ଡିସେମ୍ବର ୨୩ ତାରିଖରେ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ ହୋଇଥିଲେ ଦାମ ରାଉତ । ବ୍ରାହ୍ମଣମାନଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ସେ ବିବାଦୀୟ ହୋଇପଡ଼ିଥିଲେ । ମନ୍ତ୍ରୀପଦରୁ ତାଙ୍କର ବରଖାସ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପରେ ପ୍ରବଳ ଚାପ ପଡ଼ିଥିଲା । ଏହାପୂର୍ବରୁ ଦାମ ବିଭିନ୍ନ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ସରକାରଙ୍କୁ ଅଡୁଆରେ ପକାଉଥିଲେ । ତାଙ୍କ କାର୍ଯ୍ୟକଳାପରେ ବିଜେପି ଏଜେଣ୍ଡା ବାରି ହୋଇପଡୁଥିଲା । ତେବେ ତାଙ୍କ ଦେହରେ ହାତ ମାରିବାକୁ ମୁଖ୍ୟମନ୍ତ୍ରୀ ସାହାସ କରି ନ ଥିଲେ । ମାତ୍ର ଶେଷରେ ପରିଣାମ ଭୋଗିଲେ ଦାମ ।
ଦାମ ମନ୍ତ୍ରୀପଦରୁ ଗଲା ପରଠୁ ଅତ୍ୟଧିକ ପ୍ରତିଶୋଧପରାୟଣ ହୋଇପଡ଼ିଛନ୍ତି । ମଝିରେ ମଝିରେ ସେ ସରକାରଙ୍କୁ ସମାଲୋଚନା କରୁଥିଲେ ବି ଏବେ ୫ ଦିନ ହେଲା ଲଗାତର ଆଟାକ୍ ଚଳେଇଛନ୍ତି । ପ୍ରତିଦିନ ଗୋଟେ ଗୋଟେ ବିଭାଗକୁ ଟାର୍ଗେଟ୍ କରି ଦୁର୍ନୀତିରେ ପେଡ଼ି ଖୋଲୁଛନ୍ତି । କୃଷି, ସମବାୟ ଓ ସ୍ୱାସ୍ଥ୍ୟ ବିଭାଗରେ ଶହ ଶହ କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି କହିସାରିଲେଣି । ଆଗକୁ ଅନ୍ୟ ବିଭାଗରେ ଦୁର୍ନୀତିର ପେଡ଼ି ଖୋଲିବେ ବୋଲି ଧମକ ଦେଇଛନ୍ତି । ନିର୍ବାଚନ ବର୍ଷରେ ଦାମଙ୍କ ଏହି ବୟାନ ସ୍ୱାଭାବିକ ଭାବେ ବିଜେଡ଼ିକୁ ଅକଳରେ ପକାଇଛି । ବିରୋଧୀଙ୍କ ପାଇଁ ଦାମ ବଢ଼ିଆ ଅସ୍ତ୍ର ସାଜିଛନ୍ତି । ଉତ୍ସାହିତ ଦାମଙ୍କୁ ଏବେ ବିଜେଡ଼ିର ସବୁ କାର୍ଯ୍ୟ ଖରାପ ଲାଗୁଛି । ଗନ୍ଧୋଉଛି ।
ବିଜେଡ଼ିର ବରିଷ୍ଠ ନେତାମାନଙ୍କ କହିବା କଥା, ନିଜକୁ ସ୍ୱଚ୍ଛ ବୋଲାଉଥିବା ଦାମବାବୁ ମନ୍ତ୍ରୀପଦରେ ଥିବା ବେଳେ ଯଦି ସରକାରଙ୍କ ଦୁର୍ନୀତି ପେଡ଼ି ଖୋଲି ଥାଆନ୍ତେ କି ଦୁର୍ନୀତି ବିରୋଧରେ ଅତିଷ୍ଠ ହୋଇ ମନ୍ତ୍ରୀ ପଦ ଛାଡ଼ିଥାଆନ୍ତେ ତାହା ହେଲେ ତାଙ୍କର ପୁରୁଷ ପଣିଆ ଜଣାପଡ଼ିଥାଆନ୍ତା । ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ବୋଲି ଡିଣ୍ଡିମ୍ ପିଟୁଥିବା ଦାମବାବୁ ସମ୍ପତ୍ତି ଆହରଣ କରିଛନ୍ତି କି ନାଇଁ ତାହା ଦଳରେ ସମସ୍ତେ ଜାଣିଛନ୍ତି । ଅବକାରୀ ବିଭାଗରେ ମନ୍ତ୍ରୀ ଥିଲା ବେଳେ ସବୁଠାରୁ ଅଧିକ ଦୁର୍ନୀତି ହୋଇଛି ବୋଲି ଜଣେ ବରିଷ୍ଠ ନେତା ଚାଲେଂଜ କରିଛନ୍ତି । ଦାମବାବୁଙ୍କର ସତ୍ ସାହାସ ଥିଲେ ସେହି ସମୟର ପେଡ଼ି ଖୋଲନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି ।
ବିଜେଡ଼ି ନେତାମାନଙ୍କ ପ୍ରତି ଦାମଙ୍କ କୁତ୍ସାରଟନା ମଧ୍ୟ ଦଳ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ମିଡ଼ିଆରେ ବୟାନବାଜି କରି ଦଳକୁ ସେ ଧ୍ୱଂସାଭିମୁଖୀ କଲେଣି ବୋଲି ସେମାନଙ୍କ ଅଭିଯୋଗ । ଦଳର ବରିଷ୍ଠ ନେତା ବିଷ୍ଣୁ ଦାସଙ୍କ ପ୍ରତି ଦାମଙ୍କ ବ୍ୟକ୍ତିଗତସ୍ତରର ହୀନ ମନ୍ତବ୍ୟକୁ ମଧ୍ୟ ସେମାନେ ସହଜରେ ହଜମ କରୁନାହାନ୍ତି । ମନ୍ତ୍ରୀ ପଦ ହରାଇଥିବା ଦାମ ଅତ୍ୟଧିକ ବିଚଳିତ ହୋଇ ସଂଯମତା ଭୁଲିଯାଇଥିବା ସେମାନେ କହିଛନ୍ତି ।
ସେପଟେ ଦାମ ବି ପୂରା ମୁକାବିଲା ସ୍ଥିତିକୁ ଆସିଛନ୍ତି । ଦଳରୁ ବହିଷ୍କାର ହେଲେ ତାଙ୍କର କିଛି କ୍ଷତି ହେବନି ବୋଲି ଦମ୍ଭ ଦେଖାଇଛନ୍ତି । ପାରାଦ୍ୱୀପରୁ ସେ ଅଲବତ୍ ନିର୍ବାଚନ ଲଢ଼ିବେ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ।
Previous Post

ଆନ୍ଦୋଳନରେ ପଲିଟିକ୍ସ, ଶିକ୍ଷକ ନେତାଙ୍କ ବ୍ଲାକମେଲିଂ!

Next Post

ନବୀନଙ୍କ ଦିଲ୍ଲୀ ଫେରନ୍ତାକୁ ଅଟକିଲା ଦାମ ଦମନ ନିଷ୍ପତ୍ତି

Next Post
ନବୀନଙ୍କ ଦିଲ୍ଲୀ ଫେରନ୍ତାକୁ ଅଟକିଲା ଦାମ ଦମନ ନିଷ୍ପତ୍ତି

ନବୀନଙ୍କ ଦିଲ୍ଲୀ ଫେରନ୍ତାକୁ ଅଟକିଲା ଦାମ ଦମନ ନିଷ୍ପତ୍ତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA