Monday, May 25, 2026 07:12 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନଙ୍କ ଦିଲ୍ଲୀ ଫେରନ୍ତାକୁ ଅଟକିଲା ଦାମ ଦମନ ନିଷ୍ପତ୍ତି

by Our Correspondent
11 Sep, 2018- 02:10 PM
in Latest News, Politics
1 min read
0
ନବୀନଙ୍କ ଦିଲ୍ଲୀ ଫେରନ୍ତାକୁ ଅଟକିଲା ଦାମ ଦମନ ନିଷ୍ପତ୍ତି
ଭୁବନେଶ୍ୱର: ବିଜେଡ଼ିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ଆଜି ହୋଇନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଫେରନ୍ତା ପର୍ଯ୍ୟନ୍ତ ଏହା ଅଟକି ଯାଇଛି । ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବା ପୂର୍ବରୁ ଦାମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ବୋଲି ପୂର୍ବରୁ ସୂଚନା ମିଳିଥିଲା । ମାତ୍ର ତାହା ହୋଇନାହିଁ । ଦାମଙ୍କ ବିରୋଧରେ ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗ ଉପରେ ସେ ବିଚାର କରୁଛନ୍ତି ବୋଲି ଆଜି ଦିଲ୍ଲୀ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଦାମ ବରାବର ଦଳୀୟ ଶୃଙ୍ଖଳା ଭଙ୍ଗ କରୁଛନ୍ତି ଏବଂ ନିଜ ଜିଲ୍ଲାରେ ବିଜେଡ଼ି ବିରୋଧରେ କାର୍ଯ୍ୟ କରୁଛନ୍ତି । ଗତକାଲି ଦଳର ଜିଲ୍ଲା ସଭାପତି ବିଷ୍ଣୁ ଦାସ ଓ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାମଙ୍କ ବିରୋଧରେ ଏଭଳି ଲମ୍ବା ଅଭିଯୋଗ ଜଣାଇଲା ପରେ ଆଜି ଜିଲ୍ଲାର ବିଭିନ୍ନ ଅଞ୍ଚଳ ବିଶେଷ କରି ଦାମଙ୍କ ଜନ୍ମମାଟି ଏରସମାରୁ ହଜାର ହଜାର ବିଜେଡ଼ି କର୍ମୀ ସମାନ ଅଭିଯୋଗ ଆଣିଥିଲେ । ସକାଳେ ପ୍ରାୟ ୩ ହଜାର କର୍ମୀ ନବୀନ ନିବାସ ଆସି ଦାମଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଫେରାଦ ହୋଇଥିଲେ । ଦାମଙ୍କୁ ତୁରନ୍ତ ଦଳରୁ ବହିଷ୍କାର କରିବା ପାଇଁ ସେମାନେ ଦାବି ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ଲିଖିତ ଅଭିଯୋଗ ରଖିଥିଲେ ଏବଂ କର୍ମୀଙ୍କ ମୁହଁରୁ ଅଭିଯୋଗ ଶୁଣିଥିଲେ ।
ଏହା ଭିତରେ ଦାମ ଆଜି ବି ଚୁପ୍ ରହିନାହାନ୍ତି । ନିଜ ଦଳ ବିରୋଧରେ ଆଟାକ୍ ଜାରି ରଖିଛନ୍ତି । ବିଜେଡ଼ି ଏବେ ଜଣେ ଅଫିସର ଓ ୩ ଜଣ ବିଧାୟକଙ୍କ ଦ୍ୱାରା ଚାଲିଛି ବୋଲି ସେ ଆକ୍ଷେପ କରିଛନ୍ତି । ଏହି ତିନି ବିଧାୟକଙ୍କ ନାଁ ବି ନେଇଛନ୍ତି ଦାମ । ସେମାନେ ହେଲେ ଦେବାଶିଷ ସାମନ୍ତରାୟ, ଅରୁଣ ସାହୁ ଏବଂ ପ୍ରଣବ ପ୍ରକାଶ ଦାସ । ଦାମ କହିଛନ୍ତି, ମୁଁ ଆଉ ସେ ଦଳରେ ନାହିଁ । ମୋ ଅଜାଣତରେ ମତେ ମନ୍ତ୍ରୀ ପଦରୁ ବାହାର କରିଦେଲେ । ଉପସଭାପତି ଓ ପର୍ଯ୍ୟବେକ୍ଷକ ପଦରୁ କାଢ଼ି ଦିଆଗଲା । ଆଉ କ’ଣ ଅଛି ଯେ ମୋର କରିବେ? ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବା କଥା ନିଅନ୍ତୁ ବୋଲି ଦାମ କହିଛନ୍ତି ।
ବିଷ୍ଣୁ ଦାସ ଓ ପ୍ରଶାନ୍ତ ମୁଦୁଲିଙ୍କ ବିରୋଧରେ ମଧ୍ୟ ଖୁବ୍ ବର୍ଷିଛନ୍ତି ଦାମ । ବିଷ୍ଣୁଙ୍କ ପ୍ରତି ସେ ତାଙ୍କ ଚିରାଚରିତ କଟୁ ଭାଷା ଲଗାଇଥିବା ବେଳେ ପ୍ରଶାନ୍ତ ମୁଦୁଲିଙ୍କ ମୁଣ୍ଡକୁ କଙ୍କଡ଼ା ବିଛା କାମୁଡିଛି ବୋଲି କଟୁକ୍ତି କରିଛନ୍ତି । ଦାମଙ୍କ ଏହି ବୟାନ ବିଜେଡ଼ି ମହଲରେ ପୁଣି ହଇଚଇ ସୃଷ୍ଟି କରିଛି । ଦାମଙ୍କ ବିରୋଧରେ ଅବିଳମ୍ବେ କାର୍ଯ୍ୟାନୁଷ୍ଠାନ ପାଇଁ ଦଳର ଅନେକ ବରିଷ୍ଠ ନେତା ଦାବି କରିଛନ୍ତି । ବିଜେଡ଼ିର ଅଧିକ କ୍ଷତି କରିବାକୁ ଆଉ ଦାମଙ୍କୁ ସୁଯୋଗ ନ ଦେବାକୁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆଣିଛନ୍ତି ।
Previous Post

ଦାମ ଫଇସଲା କାଲି !

Next Post

ଦାମ ନରମିଲେ, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତିଲେ

Next Post
ଦାମ ନରମିଲେ, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତିଲେ

ଦାମ ନରମିଲେ, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତିଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA