ଭୁୁବନେଶ୍ୱର: ଦେଶରେ ରେକର୍ଡ ଭାଙ୍ଗୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଆକ୍ରାନ୍ତ ହୋଇଛନ୍ତି ୩୮,୯୦୨ । ମହାରାଷ୍ଟ୍ରରେ ସର୍ବାଧିକ ୮,୩୪୮, ତାମିଲନାଡୁରେ ୪,୮୦୭, କର୍ଣ୍ଣାଟକରେ ୪,୫୩୭, ଆନ୍ଧ୍ରପ୍ରଦେଶରେ ୩,୯୬୩ ଏବଂ ପଶ୍ଚିମବଙ୍ଗରେ ୨,୧୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ଦିନକରେ ୫୪୩ ଜଣଙ୍କର ଜୀବନ ନେଇଛି କରୋନା ।
ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭୭ ହଜାର ୬୧୮ ଏବଂ ମୃତ୍ୟୁ ସଂଖ୍ୟା ୨୬,୮୧୬ କୁ ବୃଦ୍ଧି ପାଇଛି ।
ଏପଟେ, ଆମ ରାଜ୍ୟରୁ ଆଉ ୭୩୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚିକିତ୍ସାରେ ଥିବା ୫ ଆକ୍ରାନ୍ତଙ୍କ ଜୀବନ ଯାଇଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୫୫ ଜଣ ସ୍ଥାନୀୟ ଅଞ୍ଚଳରୁ(ଲୋକାଲ୍ କଣ୍ଟାକ୍ଟସ୍) ସଂକ୍ରମିତ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୨୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ୭୦ ବର୍ଷୀୟା ମହିଳା ଏବଂ ୪୪ ଓ ୩୯ ବର୍ଷୀୟ ଦୁଇ ଯୁବକ । ଜଗତସିଂହପୁର ଜିଲ୍ଲାର ଜଣେ ୬୭ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ଜିଲ୍ଲାର ଏହା ପ୍ରଥମ କରୋନା ମୃତୁ୍ୟ । ସୁନ୍ଦରଗଡ଼ ଜିଲ୍ଲାର ଜଣେ ୬୫ ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଛି ।
ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭, ୪୩୭ କୁ ବୃଦ୍ଧି ପାଇଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୫,୫୨୭ ଆକ୍ରାନ୍ତ ହୋଇଛନ୍ତି । ସେହିଭଳି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୧ କୁ ବୃଦ୍ଧି ପାଇଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୪ ଜଣଙ୍କର ଜୀବନ ନେଲାଣି କରୋନା ।
ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ଅନୁଗୁଳ-୨୨, ବାଲେଶ୍ୱର-୩୩, ବରଗଡ଼-୩, ଭଦ୍ରକ-୫, ବଲାଙ୍ଗୀର-୪, ବୈାଦ୍ଧ-୮, କଟକ-୨୭, ଢ଼େଙ୍କାନାଳ-୧, ଗଜପତି-୩୯, ଗଞ୍ଜାମ-୨୪୭, ଜଗତସିଂହପୁର-୪୦, ଯାଜପୁର-୪୦, କଳାହାଣ୍ଡି-୨, କେନ୍ଦ୍ରାପଡ଼ା-୭, ଖୋର୍ଦ୍ଧା-୧୦୭, କେନ୍ଦୁଝର-୧, କୋରାପୁଟ-୪୫, ମାଲକାନଗିରି-୧୮, ମୟୁରଭଞ୍ଜ-୧୨, ନବରଙ୍ଗପୁର-୧, ନୟାଗଡ଼-୧୦, ପୁରୀ-୧୪, ରାୟଗଡ଼ା-୮, ସମ୍ବଲପୁର-୨୫, ସୁନ୍ଦରଗଡ଼-୧୭ ।
ଗତ ୨୪ ଘଣ୍ଟାରେ ୬୦୭ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୫,୩୮୧ ।