ଭୁୁବନେଶ୍ୱର: ରାଜ୍ୟରେ କରୋନା ଆଉ ୫ ଜଣଙ୍କର ଜୀବନ ନେଇଛି । ଗତ ୨୪ ଘଣ୍ଟା ଭିତରେ ଗଞ୍ଜାମ ଜିଲ୍ଲାରୁ ୩ ଜଣ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ଏହି ୫ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ଏ ପର୍ଯ୍ୟନ୍ତ ୩୪ ଜଣଙ୍କ ଜୀବନ ନେଲାଣି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୦ ଜଣ ପ୍ରାଣ ହରାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୭ ଏବଂ କଟକ ଜିଲ୍ଲାରୁ ୪ ଜଣ ପ୍ରାଣ ହରାଇଛନ୍ତି । ପୁରୀ, ବରଗଡ଼ ଓ ଅନୁଗୁଳ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ଜୀବନ ଯାଇଛି ।
ଏପଟେ ଲଗାତର ଦ୍ୱିତୀୟ ଦିନ ପାଇଁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁତ ବଢ଼ିଯାଇଛି । ଗତକାଲି ୨୦ ଜିଲ୍ଲାରୁ ୫୬୧ ପଜିଟିଭ୍ ଚିହ୍ନଟ ହୋଇଥିଲା ବେଳେ ଆଜି ୨୪ ଜିଲ୍ଲାରୁ ୪୯୫ ନୂଆ ପଜିଟିଭ୍ କେସ୍ ଆସିଛି । ସେମାନଙ୍କ ମଧ୍ୟରୁ ୩୫୫ କ୍ୱାରେଣ୍ଟାଇନ୍ କେସ୍ ଏବଂ ୧୪୦ ଲୋକାଲ୍ କେସ୍ । ଗତକାଲି ରାଜ୍ୟରୁ ୧୩୬ ଲୋକାଲ୍ କେସ୍ ଆସିଥିଲା । ଆଜି ଆସିଥିବା ୪୯୫ ପଜିଟିଭ୍ ତାଲିକାରେ ଗଞ୍ଜାମରୁ ଅଛନ୍ତି ସର୍ବାଧିକ ୨୧୬ । ଗତକାଲି ଜିଲ୍ଲାରୁ ୨୮୩ ଆକ୍ରାନ୍ତ ହୋଇଥିଲେ ।
ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ଅନୁଗୁଳ-୨୪, ବାଲେଶ୍ୱର-୧୩, ବରଗଡ଼-୨, ଭଦ୍ରକ-୧୨, କଟକ-୧୩, ଢ଼େଙ୍କାନାଳ-୧, ଗଜପତି-୭, ଗଞ୍ଜାମ-୨୧୬, ଜଗତସିଂହପୁର-୧୨, ଯାଜପୁର-୧, ଝାରସୁଗୁଡ଼ା-୮, କନ୍ଧମାଳ-୮, କେନ୍ଦ୍ରାପଡ଼ା-୧୧, କେନ୍ଦୁଝର-୫, ଖୋର୍ଦ୍ଧା-୫୦, କୋରାପୁଟ-୫, ମାଲକାନଗିରି-୫, ମୟୁରଭଞ୍ଜ-୨୮, ନବରଙ୍ଗପୁର-୧୧, ନୟାଗଡ଼-୧, ପୁରୀ-୧୮, ସମ୍ବଲପୁର-୬, ସୋନପୁର-୨, ସୁନ୍ଦରଗଡ଼-୩୬ ।
ମୋଟାମୋଟି ଭାବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୬୦୧ । ଗତ ୨୪ ଘଣ୍ଟାରେ ୨୦୩ ରୋଗୀ ଆରୋଗ୍ୟ ହୋଇଥିବାରୁ ମୋଟ ଆରୋଗ୍ୟଙ୍କ ସଂଖ୍ୟା ହେଉଛି ୫୭୦୫ । ଏବେ ରାଜ୍ୟରେ ଆକ୍ଟିଭ୍ କରୋନା ଆକ୍ରାନ୍ତ ଅଛନ୍ତି ୨୮୫୩ ।