Tuesday, May 26, 2026 03:53 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦୁଲୁକିଲା ଯାଜପୁର; ଖୁସି ଭିତରେ କେଁ

by Our Correspondent
25 Mar, 2018- 08:18 AM
in Latest News
1 min read
0
ଦୁଲୁକିଲା ଯାଜପୁର; ଖୁସି ଭିତରେ କେଁ
ଯାଜପୁରରୁ ସତ୍ୟବ୍ରତ ସାମଲଙ୍କ ରିପୋର୍ଟ
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ପରେ କାଲିଠାରୁ ଦୁଲୁକୁଛି ଯାଜପୁର ସହର । ଯାଜପୁର ପୌରପାଳିକାର ୧୫୦ ତମ ପ୍ରତିଷ୍ଠା ଓ ଯାଜପୁର ଜିଲ୍ଲାର ରୌପ୍ୟ ଜୟନ୍ତୀ ସମାରୋହ ବଡ଼ ଧୂମଧାମରେ ଆରମ୍ଭ ହୋଇଛି । ସହରର ଘରଦ୍ୱାର, ଦାଣ୍ଡଘାଟ ଆଲୋକସଜ୍ଜାରେ ଝଲସୁଛି । ସବୁଆଡ଼େ ଚକାଚକ୍ । ଏହି ପର୍ବ ପାଳନ ପାଇଁ ପ୍ରାୟ ୧୦ କୋଟି ଖର୍ଚ୍ଚ ହୋଇଥିବା କୁହାଯାଉଛି । ଯାଜପୁର ପୌରପାଳିକାର ଆଡଭାନସ୍ ୧୫୦ତମ ପୂର୍ତ୍ତି ପାଳନ ପାଇଁ ଶାସକ ଦଳ ନେତା ଓ ପ୍ରଶାସନ ଝାଳନାଳ ଖଟାଇଛନ୍ତି । ଖାସ୍ ସାଧାରଣ ନିର୍ବାଚନକୁ ଆଖିରେ ରଖି ଝାକାସ୍ ପ୍ରସ୍ତୁତି ହୋଇଥିବା ଚର୍ଚ୍ଚା ହେଉଛି ।
୧୦ ଦିନ ବ୍ୟାପୀ ଏହି ମହାପର୍ବର ପ୍ରତ୍ୟେକ ଦିନ ବିଭିନ୍ନ ଆଲୋଚନା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଖୁନ୍ଦି ହୋଇଛି । ପ୍ରତି ସଂଧ୍ୟାରେ ଓଲିଉଡ଼୍ ଓ ବଲିଉଡ଼୍ ର ପ୍ରତିଷ୍ଠିତ କଳାକାରମାନେ ସେମାନଙ୍କ କାର୍ଯ୍ୟକ୍ରମ ପରିବେଷଣ କରିବେ । ଓଲିଉଡ଼୍ କଳାକାରମାନେ ଯାଜପୁରରେ ଏକପ୍ରକାର ଡେରା ପକାଇ ସାରିଥିବା ବେଳେ ବଲିଉଡ୍ ଗାୟକ ଅର୍ମାନ୍ ମଲ୍ଲିକ, ମିକା ସିଂ, ଅମିତ୍ କୁମାର,ସାନ୍, ସୁଖିବିନ୍ଦର ସିଂ ଓ ସୋନୁ ନିଗମ୍ ସଂଗୀତର ଯାଦୁରେ ଧମାକା କରିବେ । ମାର୍ଚ୍ଚ ୩୦ ତାରିଖ ସଂଧ୍ୟାର ଆକର୍ଷଣ ରହିଛି ବଲିଉଡ୍ କମେଡ଼ିଆନ୍ କ୍ରିଷ୍ଣା-ସୁଦେଶଙ୍କ କମେଡ଼ି ସୋ ।
ଏହି ମହାପର୍ବ ପାଇଁ ସମଗ୍ର ଜିଲ୍ଲାରେ ଖୁସି ଓ ଆନନ୍ଦ ଖେଳୁଥିବା ବେଳେ କିଛି କେଁ ଦେଖାଦେଇଛି । ଐତିହ୍ୟ ବହନ କରୁଥିବା ବାରୁଣୀ ମେଳା ସଂସ୍କୃତିକୁ ବଳି ଦିଆଯାଇଥିବା ଅଭିଯୋଗ ହୋଇଛି । ଯାଜପୁର ଜିଲ୍ଲାର ଐତିହ୍ୟ ତଥା ସନାତନ ହିନ୍ଦୁଧର୍ମର ବହୁ ପୁରାତନ ବାରୁଣୀ ସ୍ନାନଯୋଗ ଏବଂ ବାରୁଣୀ ମେଳା ସ୍ଥାନୀୟ ବାରୁଣୀ ପଡ଼ିଆରେ ପ୍ରତିବର୍ଷ ୧୨ ଦିନ ବ୍ୟାପି ମହାସମାରୋହରେ ପାଳନ କରାଯାଏ । କିନ୍ତୁ ଚଳିତବର୍ଷ ଏଥିରେ ବ୍ୟତିକ୍ରମ ଘଟିଛି । ପୌରପାଳିକାର ୧୫୦ ତମ ପ୍ରତିଷ୍ଠା ଓ ଯାଜପୁର ଜିଲ୍ଲାର ୨୫ତମ ପ୍ରତିଷ୍ଠା ଦିବସ ପର୍ବ ପାଇଁ ଏହାକୁ ଗୋଟିଏ ଦିନରେ ସୀମିତ ରଖାଯାଇଛି । ଏହି ପରମ୍ପରା ଭଙ୍ଗନ ଯାଜପୁରର ଐତିହ୍ୟ ଓ ସଂସ୍କୃତିପ୍ରେମୀଙ୍କ ମନରେ ଗଭୀର ଆଘାତ ସୃଷ୍ଟି କରିଛି ।
ସେହିଭଳି ଯାଜପୁର ମହାପର୍ବ ନାଁରେ ପ୍ରବଳ ସରକାରୀ ଅର୍ଥ ବାଟମାରଣା ହୋଇଥିବା ଅଭିଯୋଗ ହୋଇଛି । ନିର୍ଦ୍ଦିଷ୍ଟ କିଛି ଠିକାଦାର ଏଥିରେ ମାଲେମାଲ୍ ହୋଇଥିବା ଅଭିଯୋଗ ହୋଇଛି । ଗତ ଡିସେମ୍ବରରେ ଅନୁଷ୍ଠିତ ଯାଜପୁର ଜିଲ୍ଲା ମହୋତ୍ସବ ଅବସରରେ ସହରର ରାସ୍ତାଘାଟ ନିର୍ମାଣ ଏବଂ ରିଙ୍ଗରୋଡ୍ ବିଦ୍ୟୁତିକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ମାତ୍ର ଜିଲ୍ଲା ମହୋତ୍ସବର ମାସେ ନ ପୂରୁଣୁ ରାସ୍ତାଘାଟରୁ ପିଚୁ ଉଠି ଗାତ ହୋଇଗଲା । ଏବେ ପୌରପାଳିକା ଓ ଜିଲ୍ଲା ପର୍ବ ପାଇଁ ଏହି ରାସ୍ତାଗୁଡ଼ିକର ମରାମତି ଓ ପୁନଃନିର୍ମାଣ କରାଯାଇଛି । ତରବରିଆ ଭାବେ ହୋଇଥିବା ଏହି କାମର ସ୍ଥାୟିତ୍ୱ କେତେଦିନ ବୋଲି କିଛି ସ୍ଥାନୀୟବାସୀ ପ୍ରଶ୍ନ କରିଛନ୍ତି ।
ସୂଚନାଯୋଗ୍ୟ, ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଜପୁର ସ୍ୱପ୍ନର ପ୍ରକଳ୍ପ କୁହାଯାଉଥିବା କୁସୁମା ପୁଷ୍କରିଣୀ ଓ ପ୍ରମୋଦ ଉଦ୍ୟାନକୁ ଲୋକାର୍ପିତ କରିଥିଲେ । ମୁଖ୍ୟମନ୍ତ୍ରୀ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପ୍ରମୋଦ ଉଦ୍ୟାନ ବୁଲି ଦେଖିଥିଲେ । ୨୫ କୋଟି ବ୍ୟୟରେ ନିର୍ମିତ ଏହି ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ୧୦ ବର୍ଷ ହେଲା ଚାଲିଥିଲା । ମିନି ଷ୍ଟାଡିୟମଠାରେ ମୁଖ୍ୟମନ୍ତ୍ରୀ ଏକକାଳୀନ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ୍ ଓ ଉଦଘାଟନ କରିଥିଲେ । ସେଥିମଧ୍ୟରେ ଶିଶୁ ଓ ପ୍ରସୂତିକାଳୀନ ମାତୃ ସ୍ୱାସ୍ଥ୍ୟକେନ୍ଦ୍ର, ପଥପ୍ରାନ୍ତ ସୁବିଧା କେନ୍ଦ୍ର, ଅତ୍ୟାଧୁନି କବସ ଟର୍ମିନାଲ୍, ନୂତନ ଜିଲ୍ଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟ ଅନ୍ତର୍ଭୁକ୍ତ । ପରେ ମୁଖ୍ୟମନ୍ତ୍ରୀ ଯାଜପୁର ପୌରପାଳିକାର ୧୫୦ତମ ସ୍ମାରକୀକୁ ଉନ୍ମୋଚନ କରିଥିଲେ । ବାଳାଶ୍ରମ ପଡ଼ିଆରେ ଆୟୋଜିତ ପୂର୍ତ୍ତି ଉତ୍ସବକୁ ଶେଷରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମର ଆୟୋଜକ ଓ ମୁଖ୍ୟ ପୁରୋଧା ଥିଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ(ବବି) ଦାସ । ଉତ୍ସବରେ ଜିଲ୍ଲାର ସମସ୍ତ ବିଧାୟକ ଉପସ୍ଥିତ ଥିଲେ ।
Previous Post

ବଦଳୁଛି ବିଜେପି ସମୀକରଣ, ଆଉ ଓଡ଼ିଶା ଫେରିବେନି ଧର୍ମେନ୍ଦ୍ର !

Next Post

ଢ଼େଙ୍କାନାଳ ଜିଲ୍ଲା ଯୁବ ବିଜେଡ଼ି ସଭାପତିଙ୍କୁ ମର୍ଡର

Next Post
ଢ଼େଙ୍କାନାଳ ଜିଲ୍ଲା ଯୁବ ବିଜେଡ଼ି ସଭାପତିଙ୍କୁ ମର୍ଡର

ଢ଼େଙ୍କାନାଳ ଜିଲ୍ଲା ଯୁବ ବିଜେଡ଼ି ସଭାପତିଙ୍କୁ ମର୍ଡର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA