Friday, April 17, 2026 08:00 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ଧରାପଡ଼ିଲେ ଖଣ୍ଟ ପଟ୍ଟନାୟକ

by Our Correspondent
17 Jan, 2016- 04:58 AM
in News
1 min read
0
ଧରାପଡ଼ିଲେ ଖଣ୍ଟ ପଟ୍ଟନାୟକ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ବାବୁଙ୍କ ନାଁ ହେଉଛି ପ୍ରଶାନ୍ତ କୁମାର ପଟ୍ଟନାୟକ । ପି.କେ.ପଟ୍ଟନାୟକ ଭାବେ ଅଫିସରେ ତାଙ୍କୁ ସମସ୍ତେ ଜାଣନ୍ତି । ବାବୁ ତାଙ୍କ ପଦର ସର୍ବୋଚ୍ଚ ସ୍ତରକୁ ପାଇ ରାଜ୍ୟର ଚିଫ୍‍ ଟାଉନ୍‍ ପ୍ଲାନର୍‍ ପଦରେ ଅବସ୍ଥାପିତ ହୋଇଥିଲେ । ଗତ ୩୦.୦୬.୨୦୧୩ରେ ସେ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଚାକିରିରୁ ଅବସର ନେଇଥିଲେ ବି ନଗର ଉନ୍ନୟନ ବିଭାଗ ତାଙ୍କଠାରୁ ମୋହ ତୁଟାଇନି । ବର୍ଷେ ହେଲା ସେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷରେ ଟେକନିକାଲ୍‍ ଆଡଭାଇଜର୍‍ ଭାବେ କାର୍ଯ୍ୟ କରୁଛନ୍ତି । ୭୫ ହଜାର ଟଙ୍କାର ଦରମା ସାଙ୍ଗକୁ ଗାଡ଼ିମଟର ଯାବତୀୟ ଖର୍ଚ୍ଚ(ପର୍କ) ଫ୍ରି । ଏହାପୂର୍ବରୁ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ସୁଡାରେ ଟେକନିକାଲ୍‍ ଆଡଭାଇଜର ଭାବେ ୪୫ ହଜାର ଟଙ୍କିଆ ଦରମାର ଚାକିରି ପାଇଥିଲେ । ସୁତରାଂ ଅବସର ପରେ ବି ସରକାରଙ୍କ ପ୍ରେମ ବନ୍ଧନରୁ ତାଙ୍କୁ ପଦମୁକ୍ତି ମିଳିନି ।

ଚାକିରି ଜୀବନରେ ସତୀ ଚେହେରା ଧରି ତିନି ତିନିଟା ପଦୋନ୍ନତି ନେଇଥିବା ପଟ୍ଟନାୟକ ବାବୁ ଏବେ ହଠାତ୍‍ ଚର୍ଚ୍ଚାକୁ ଆସିଛନ୍ତି । ତାହା ପୁଣି ଦୁଇ ଦୁଇଟି ମାରାତ୍ମକ ଘଟଣା ପାଇଁ । ୨୦୦୧ ମସିହା ବେଳକୁ ସାର୍‍ ଥିଲେ କଟକ ଉନ୍ନୟନ କର୍ତ୍ତୃପକ୍ଷରେ ପ୍ଲାନିଂ ମେମ୍ବର । ସେତେବେଳେ ସିଡ଼ିଏ ସେକ୍ଟର-୧୦ରେ ଏକ ବାଲିପକା କାମ ହୋଇଥିଲା । କାମଟି ପାଇଁ ୮ କୋଟି ୨୮ ଲକ୍ଷ ୫୧ ହଜାର ଟଙ୍କା ବ୍ୟୟ ହୋଇଥିଲା । ନିୟମ ଅନୁଯାୟୀ ଏତେବଡ଼ ବିଶାଳ କାମ ପାଇଁ ଖବରକାଗଜ ମାଧ୍ୟମରେ ଖୋଲା ଟେଣ୍ଡର ଆହ୍ୱାନ ହେବା କଥା । ମାତ୍ର ବିନା ଟେଣ୍ଡର କି ବିନା ନୋଟିସ୍‍ରେ କାମଟିକୁ ରାଉରକେଲାର ମେସର୍ସ କେ.ସି.ଏସ୍‍ ପ୍ରାଇଭେଟ୍‍ ଲିମିଟେଡ଼ ନାମକ ସଂସ୍ଥାକୁ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଏହି ଚଞ୍ଚକତା ଜଣାପଡ଼ିବାରୁ ମାମଲାଟିକୁ ଭିଜିଲାନସ୍‍ ତଦନ୍ତ କରିଥିଲା । ଆଉ ତଦନ୍ତ କରି ବେଆଇନ କାର୍ଯ୍ୟର ଟିକନିକ୍‍ ସତ୍ୟତା ଧରିଥିଲା । ଏ ସମ୍ପର୍କିତ ରିପୋର୍ଟ(ନଂ ୯୬୨୬)କୁ ୨୭.୯.୨୦୦୧ରେ ଭିଜିଲାନ୍ସ ଦେଇଥିଲା ନଗର ଉନ୍ନୟନ ବିଭାଗକୁ । ସେହି ବେଆଇନ କାରବାରର ମୁଖ୍ୟ ନାୟକ ଥିଲେ ତକ୍ରାଳୀନ ପ୍ଲାନିଂ ମେମ୍ବର ପି.କେ.ପଟ୍ଟନାୟକ । ସେ ଏବଂ ଡେପୁଟି ପ୍ଲାନିଂ ମେମ୍ବର ଶ୍ରୀମନ୍ତ ସେନାନାୟକଙ୍କ ସହାୟତାରେ କାରସାଦି ହୋଇଥିବା ଭିଜିଲାନସ୍‍ ରିପୋର୍ଟ କରିଥିଲା । ସିଡ଼ିଏର ତକ୍ରାଳୀନ ଉପାଧ୍ୟକ୍ଷ ସଞ୍ଜୀବ କୁମାର ରାୟଙ୍କୁ ଅସ୍ତ୍ର କରି ସେମାନେ ଏହି ୮ କୋଟି ଟଙ୍କାର ବେଆଇନ କାରସାଦି କରିଥିଲେ । ସେମାନେ ସିଡ଼ିଏ ନିୟମର ଧାରା ୬୦-୭୦ ଉଲ୍ଲଂଘନ କରି ସାଂଘାତିକ ଅନୁକମ୍ପାମୂଳକ ବେଆଇନ କାମ କରିଥିବାରୁ ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଭିଜିଲାନସ୍‍ ସୁପାରିଶ କରିଥିଲା ।

ଆଶ୍ଚର୍ଯ୍ୟର କଥା, ପଟ୍ଟନାୟକଙ୍କ ବିରୋଧରେ ଏତେବଡ଼ ସଙ୍ଗୀନ ମାମଲା ଓ ଭିଜିଲାନସ୍‍ର କାର୍ଯ୍ୟାନୁଷ୍ଠାନ ସୁପାରିଶ ଥିଲେ ବି ତାଙ୍କର କିଛି ବଙ୍କା ହୋଇ ନ ଥିଲା କି ଦେହରେ ଧୂଳି ଲାଗି ନ ଥିଲା । ପଦୋନ୍ନତି ପରେ ପଦୋନ୍ନତି ପାଇଥିଲେ ପଟ୍ଟନାୟକ ବାବୁ । ୨୧.୫.୨୦୧୧ ରେ ତାଙ୍କୁ ଆସୋସିଏଟ୍‍ ଟାଉନ୍‍ ପ୍ଲାନର୍‍ ପଦୋନ୍ନତି ମିଳିଥିବା ବେଳେ ୨୮.୧୧.୨୦୧୧ ରେ ଟାଉନ୍‍ ପ୍ଲାନର୍‍କୁ ପଦୋନ୍ନତି ପାଇ ଡାଇରେକ୍ଟର, ଟାଉନ୍‍ ପ୍ଲାନର ପଦରେ ଅବସ୍ଥାପିତ ହୋଇଥିଲେ । ୨୦.୭.୨୦୧୨ ରେ ସେ ପଦୋନ୍ନତି ପାଇ ଓଡ଼ିଶା ଚିଫ୍‍ ଟାଉନ୍‍ ପ୍ଲାନର୍‍ ପଦରେ ଅବସ୍ଥାପିତ ହୋଇଥିଲେ ।
ପଟ୍ଟନାୟକ ବାବୁଙ୍କ ବିରୋଧରେ ଥିବା ସଙ୍ଗୀନ ମାମଲା ଯେ ନଗର ଉନ୍ନୟନ ବିଭାଗ ଜାଣି ନ ଥିଲା ତାହା ଭାବିବା ମୂର୍ଖାମୀ । ସବୁ ସମସ୍ତଙ୍କୁ ଜଣା ଥିଲା । ମାତ୍ର କରିତ୍‍କର୍ମା ପଟ୍ଟନାୟକ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ନିଜ କଳବଳରେ ହାତେଇ ବିଭାଗରୁ ଭିଜିଲାନସ୍‍ ଫାଇଲଟିକୁ ଗାଏବ କରିବାରେ ସମର୍ଥ ହୋଇଥିଲେ । ତେଣୁ ପଦୋନ୍ନତିରେ ତାଙ୍କ ପାଇଁ କିଛି ବାଧକ ଆସି ନ ଥିଲା । ବିଭାଗୀୟ ଅଧିକାରୀମାନେ ସବୁ ଜାଣି ପଦୋନ୍ନତି ବେଳକୁ ଗାଲେଇ ଦେଉଥିଲେ । ସୁତରାଂ ଉଭୟ ପକ୍ଷର ସଲାସୁତୁରାରେ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇଥିଲା । ୨୦୧୩ ମସିହାରେ ପଟ୍ଟନାୟକ ବାବୁ ଅବସର ନେବା ପର୍ଯ୍ୟନ୍ତ ମାମଲା ସେମିତି ଚାପି ହୋଇ ରହିଥିଲା । ତେବେ ତାଙ୍କ ପେନସନ୍‍ ପେପର ରେଡ୍ଡି ବେଳକୁ ୧୫ ବର୍ଷ ପରେ ମାମଲାଟି ଏବେ ପଦାକୁ ଆସିଛି ।

ଲୁଚି ଯାଇଥିବା ମାମଲା ଉପରେ ଭିଜିଲାନସ୍‍ ଖୋଳତାଡ଼ କରି ବାହାର କରିଛି । ଗତ ୧୦.୧୨.୨୦୧୫ରେ କଟକ ଡିଭିଜନ୍‍ ଭିଜିଲାନସ୍‍ ଏସପି ନଂ ୧୫୩୩୭ ରେ ଏକ ଚିଠି ନଗର ଉନ୍ନୟନ ବିଭାଗକୁ ଦେଇଛନ୍ତି । ଭିଜିଲାନସ୍‍ର ୨୦୦୧ ରିପୋର୍ଟ ସଂଲଗ୍ନ କରି ଏସପି ଏହା ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲେଖିଛନ୍ତି । ଖାଲି ସେତିକି ନୁହେଁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ପଟ୍ଟନାୟକଙ୍କ ବିରୋଧରେ ଭିଜିଲାନସ୍‍ ବିଭାଗର ୨୦୧୨ ମସିହାରେ ଆଉ ଏକ ମାମଲା ନଜରକୁ ଆସିଛି । କଟକ ଭିଜିଲାନସ୍‍ ପି.ଏସ୍‍.କେସ୍‍ ନଂ-୮୪/୨୮.୧୨.୧୨ ରେ ପଟ୍ଟନାୟକଙ୍କ ବିରୋଧରେ ୟୁ/ଏସ୍‍ ୧୩(୨), ଆର/ଡବ୍ଲୁ ୧୩(୧) ୧୩(୧)(ଡି), ପି.ସି.ଆକ୍ଟ ୪୨୦/୧୨୦-ବି ଧାରାରେ ମାମଲା ପେଣ୍ଡିଂ ପଡ଼ିଛି । ଖୋଦ୍‍ ନଗର ଉନ୍ନୟନ ବିଭାଗ ଗତ ୧୫.୧୨.୧୫ ଚିଠି ନଂ ୩୨୦୪୫ ରେ ଏ ବିଷୟ ଭିଜିଲାନସ୍‍କୁ ଲେଖି ମାମଲାର ବର୍ତ୍ତମାନ ସ୍ଥିତି ଜାଣିବାକୁ ଚାହିଁଛି ।

ପ୍ରଶ୍ନ ଉଠୁଛି ଏତେ ବଡ଼ ଜଣେ ଖଣ୍ଟ ଅଫିସରଙ୍କୁ ସରକାର ଖାଲି ଚାକିରିରେ ପୁରସ୍କୃତ କରି ନ ଥିଲେ । ଚାକିରି ପରେ ବି ତାଙ୍କୁ ପୁରସ୍କୃତ କରିବାକୁ ଭୁଲିନାହାନ୍ତି । ଏବେ ସବୁ କଥା ପଦାକୁ ଆସିଲା ପରେ ପଟ୍ଟନାୟକ ବାବୁଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ହେଉଛି ଦେଖିବାର କଥା । ଏଥିସହ ଯେଉଁ ବିଭାଗୀୟ ଅଧିକାରୀମାନେ ତାଙ୍କ ଭିଜିଲାନସ୍‍ ଫାଇଲଟିକୁ ଚପାଇ ରଖିଥିଲେ ସେମାନଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ହେଉଛି ତାହା ବି ଦେଖିବାର କଥା ।

Previous Post

ଜୟଙ୍କ ଅରଟେଲ୍‍-ବିଏମ୍‍ସିର ଜୋଇଁ ପୁଅ

Next Post

ଧର୍ମେନ୍ଦ୍ରଙ୍କ ପାୱାର ସୋ, କାନୁନ୍‍କୁ ଢ଼ୋ

Next Post
ଧର୍ମେନ୍ଦ୍ରଙ୍କ ପାୱାର ସୋ, କାନୁନ୍‍କୁ ଢ଼ୋ

ଧର୍ମେନ୍ଦ୍ରଙ୍କ ପାୱାର ସୋ, କାନୁନ୍‍କୁ ଢ଼ୋ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA