Friday, April 17, 2026 06:21 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics

ଧର୍ମେନ୍ଦ୍ରଙ୍କ ପାୱାର ସୋ, କାନୁନ୍‍କୁ ଢ଼ୋ

by Our Correspondent
24 Jan, 2016- 08:30 AM
in Politics
1 min read
0
ଧର୍ମେନ୍ଦ୍ରଙ୍କ ପାୱାର ସୋ, କାନୁନ୍‍କୁ ଢ଼ୋ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଆତ୍ମଭାବୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ପାୱାର ସୋ’ ପାଇଁ ଝାଳନାଳ ଖଟାଇଛନ୍ତି । ଆସନ୍ତା ୭ ତାରିଖରେ ପାରାଦ୍ୱୀପ ରିଫାଇନରିର ଲୋକାର୍ପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଉଥିବା ଧର୍ମେନ୍ଦ୍ର ଏବେ (କେନ୍ଦ୍ର)ସରକାରୀ କଳକୁ ଫୁଲ୍‍ ଦମ୍‍ ରେ ଲଗାଇଛନ୍ତି । ଇଣ୍ଡିଆନ୍‍ ଅଏଲ୍‍ କର୍ପୋରେସନ୍‍କୁ ଢ଼ାଲ୍‍ କରି ସେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି । ପ୍ରଥମେ ପାରାଦ୍ୱୀପ ରିଫାଇନାରି ଲୋକାର୍ପଣ ଉତ୍ସବକୁ ଓଡ଼ିଶାବାସୀଙ୍କୁ ଆମନ୍ତ୍ରଣ କରାଯିବ । ଏବଂ ସେହି ଆମନ୍ତ୍ରଣ ବାହାନାରେ ମୋଦି ସରକାରଙ୍କ ଜନହିତକର କାର୍ଯ୍ୟକ୍ରମକୁ ସାରା ରାଜ୍ୟରେ ବୁଲି ବୁଲି ପ୍ରଚାର କରାଯିବ । ସେଥିପାଇଁ ଆଇଓସିଏଲ୍‍ ପ୍ରାୟୋଜିତ ୩୦ ଟି ଗାଡି ୩୦ ଯାକ ଜିଲ୍ଲାରେ ଶନିବାରଠାରୁ ୧୫ ଦିନ ବ୍ୟାପୀ ବୁଲିବା ଆରମ୍ଭ କରିଛି । ଗାଡ଼ିରେ ବିରାଟ ଏଲଇଡି ଲଗାଯାଇଛି । ଏବଂ ମୋଦିଙ୍କ କାର୍ଯ୍ୟକ୍ରମ ଓ ପାରାଦ୍ୱୀପ ରିଫାଇନରି ଉପରେ ଦୁଇଟି ଡକୁମେଣ୍ଟରୀ ଫିଲ୍ମ ପ୍ରସ୍ତୁତ ହୋଇଛି । ଗାଁ ଗାଁ ବୁଲି ଲୋକଙ୍କୁ ଏହା ଦେଖାଯିବ । ୨୩ ତାରିଖରେ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରର ଆଇଓସିଏଲ୍‍ କାର୍ଯ୍ୟାଳୟ ପରିସରରୁ ଏହି ଗାଡ଼ି ଚଳାଚଳର ଶୁଭାରମ୍ଭ କରିଛନ୍ତି ।

ଆଇଓସିଏଲ୍‍ ଏକ ସରକାରୀ ଉଦ୍ୟୋଗ । ନିଜସ୍ୱ କ୍ଷେତ୍ର ପାରାଦ୍ୱୀପ ରିଫାରିନାରୀର ପ୍ରଚାର ଓ ପ୍ରସାର କରି ଲୋକଙ୍କୁ ସଚେତନ କରାଇବା କିମ୍ବା ତାହାର ଲୋକାର୍ପଣ ଉତ୍ସବକୁ ଜନସାଧାରଣଙ୍କୁ ଆମନ୍ତ୍ରଣ କରିବାରେ କିଛି ଭୁଲ୍‍ ନାହିଁ । ମାତ୍ର ସେହି କାର୍ଯ୍ୟକ୍ରମ ସାଥୀରେ ମୋଦି ସରକାରଙ୍କ କାର୍ଯ୍ୟକ୍ରମର ସଫଳତାକୁ ଗାଁ ଗାଁରେ ବୁଲି ପ୍ରଚାର କରାଇବା ଗ୍ରହଣଯୋଗ୍ୟ ନୁହେଁ । ଆଇଓସିଏଲ୍‍ ପଇସାରେ ବିଜେପି ଏଜେଣ୍ଡା ଓ ମୋଦି ସରକାରଙ୍କ ସଫଳତା ପ୍ରଚାର କରିବା ବେଆଇନ କାର୍ଯ୍ୟ । ଖାଲି ସେତିକି ନୁହେଁ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳାର ଜବାବ ବି ରହିଛି ଉକ୍ତ ଡକୁମେଣ୍ଟରୀ ଫିଲ୍ମରେ । ଧର୍ମେନ୍ଦ୍ର ପ୍ରଧାନଙ୍କ ମାନସ ପ୍ରସ୍ତୁତ ଏହି ଅଭିନବ କାର୍ଯ୍ୟକ୍ରମରେ ଦଳୀୟ ରାଜନୀତି ସ୍ପଷ୍ଟ ହୋଇଯାଇଛି । ତେବେ ଯାହା ତ ହେଲା ହେଲା, ସେଥିରେ ଆଉ ଏକ ଭୁଲ୍‍ ହୋଇଛି ଯାହା ସାଂଘାତିକ । ସୁପ୍ରିମ୍‍ କୋର୍ଟ ନିର୍ଦ୍ଦେଶକୁ ସେଥିରେ ଦଳିଚକଟି ଦିଆଯାଇଛି ।

୩୦ ଟି ଗାଡିରେ ଜନ ଆମନ୍ତ୍ରଣ କାର୍ଯ୍ୟକ୍ରମକୁ ଉର୍ଜ୍ଜା ଉତ୍ସବ ଭାବେ ନାମିତ କରାଯାଇ ବଡ଼ ବଡ଼ ପୋଷ୍ଟର ଲଗାଯାଇଛି । ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଶୋଭା ପାଉଛି । ଆଇଓସିଏଲ୍‍ର ଏହି ବ୍ୟାନର୍‍ରେ ପେଟ୍ରୋଲିୟମ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଲାଗିବା ସୁପ୍ରିମ୍‍କୋର୍ଟର ନିର୍ଦ୍ଦେଶ।ବଳୀକୁ ଖୋଲା ଉଲ୍ଲଂଘନ କରୁଛି । କିଛି ମାସ ତଳେ ସୁପ୍ରିମ୍‍ କୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି କି କୌଣସି ସରକାରୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସୁପ୍ରିମ୍‍କୋର୍ଟ ବିଚାରପତିଙ୍କୁ ଛାଡ଼ିଦେଲେ ଅନ୍ୟ ମୁଖ୍ୟମନ୍ତ୍ରୀ କି ମନ୍ତ୍ରୀଙ୍କର ଫଟୋ ଲାଗିପାରିବନି । ମାତ୍ର ଆଇଓସିଏଲ୍‍ କିମ୍ବା ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କର ଏଥିପ୍ରତି ନଜର ପଡ଼ିଲାନି ନା ସବୁ ଜାଣି ମଧ୍ୟ ତାଙ୍କ ଫଟୋ ଲାଗିଲା ତାହା ହୁଏତ ସେମାନେ କହିପାରିବେ । ହେଲେ ସୁପ୍ରିମ୍‍କୋର୍ଟ ନିର୍ଦ୍ଦେଶ।ବଳୀକୁ ସେମାନେ ଯେ ବେଖାତିର କରିଛନ୍ତି ତାହା ସେହି ପୋଷ୍ଟର ସ୍ପଷ୍ଟ କରିଛି ।

ବାବୁ ଧର୍ମେନ୍ଦ୍ର ନିଜର ପାୱାର ସୋ ପାଇଁ ଏମିତି ବେଆଇନ ପନ୍ଥା ଧରିଲେ ତାହା ଯେ ଗ୍ରହଣଯୋଗ୍ୟ ହେବନି ବୁଝିବା ଦରକାର । ସରକାରୀ ଉଦ୍ୟୋଗ ଆଇଓସିଏଲ୍‍କୁ ମାଧ୍ୟମ କରି ଧର୍ମେନ୍ଦ୍ରଙ୍କ ଦଳୀୟ ରାଜନୀତିକୁ ଖୋଦ୍‍ ତାଙ୍କ ଦଳ ଭିତରେ ଅନେକ ଗ୍ରହଣ କରିପାରିନାହାନ୍ତି । ରାତି ପାହିଲେ ଏମିତିକା ପ୍ରସଙ୍ଗରେ ବିଜେଡ଼ିକୁ ଗାଳି କରୁଥିବା ବିଜେପି ପାଇଁ ଏହା ବୁମେରାଂ ହେବ ବୋଲି ସେମାନେ କହୁଛନ୍ତି । ଖାସ୍‍ କରି ନରେନ୍ଦ୍ର ମୋଦିଙ୍କ ଭାବମୂର୍ତ୍ତି ଏଥିରେ ନ ବଢ଼ି ବରଂ ତଳକୁ ଖସିବ ବୋଲି ସେମାନେ ଭାବୁଛନ୍ତି । ମୁଖ୍ୟମନ୍ତ୍ରୀ ମୁଦୁକ ଖାଇଥିବା ଧର୍ମେନ୍ଦ୍ର ଜୋସ୍‍ ର ସହ ଦଳର ପ୍ରଚାର ଓ ପ୍ରସାର କରୁଥିଲେ ବି ସେହି ଭିତରେ ଲୁଚିଥିବା ତାଙ୍କର ବ୍ୟକ୍ତିଗତ ଆକାଂକ୍ଷା ପୂରଣ ପାଇଁ ଏହା ଠିକ୍‍ ମାଧ୍ୟମ ନୁହେଁ ବୋଲି କିଛି ବରିଷ୍ଠ ନେତା କହିଛନ୍ତି ।

Previous Post

ଧରାପଡ଼ିଲେ ଖଣ୍ଟ ପଟ୍ଟନାୟକ

Next Post

ହୃଦୟ ଥିଲେ ବୁଝିପାରନ୍ତେ

Next Post
ହୃଦୟ ଥିଲେ ବୁଝିପାରନ୍ତେ

ହୃଦୟ ଥିଲେ ବୁଝିପାରନ୍ତେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA