Monday, May 25, 2026 07:17 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନନାଙ୍କ ସୁରକ୍ଷାରେ ମହିଆ ନନା !!

by Our Correspondent
22 Jul, 2016- 09:15 AM
in Politics
1 min read
0
ନନାଙ୍କ  ସୁରକ୍ଷାରେ ମହିଆ ନନା !!

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ନୀଳାଦ୍ରି ବିଜେ ଅଘଟଣର ଦୁର୍ଦ୍ଦାନ୍ତ ଖଳନାୟକ ଦାମୋଦର ମହାସୁଆର ଓ ସହଯୋଗୀ ଅଭିଯୁକ୍ତମାନେ ଏବେ ବିଧାୟକ ମହେଶ୍ୱର ମହାନ୍ତିଙ୍କ ସୁରକ୍ଷାରେ। ବିଶ୍ୱସ୍ତ ସୂତ୍ରର ସୂଚନା ଅନୁଯାୟୀ, ପୁଲିସକୁ ଚକମା ଦେଖାଇ ଫେରାର ହୋଇଯାଇଥିବା ଅଭିଯୁକ୍ତମାନେ ମହେଶ୍ୱରଙ୍କ ସହଯୋଗରେ ଏକ ଗୋପନ ସ୍ଥାନରେ ଲୁଚିଛନ୍ତି। ଅବସ୍ଥା ଶାନ୍ତ ପଡ଼ିବା ପର୍ଯ୍ୟନ୍ତ ସେମାନେ ଆତ୍ମଗୋପନରେ ରହିବାକୁ ଯୋଜନା ହୋଇଛି। ସାଙ୍ଗକୁ ହାଇକୋର୍ଟରୁ ଆଗୁଆ ଜାମିନ୍ ଜାଣିବାକୁ ଚେଷ୍ଟା କରାଯାଉଛି। ଏହି ଉଦ୍ୟମରେ ଗତକାଲି ଦାମୋଦରଙ୍କ ସମେତ ୬ ଅଭିଯୁକ୍ତ ହାଇକୋର୍ଟ ଯାଇ ଆଗୁଆ ଜାମିନ୍ ଆବେଦନ କରିବାକୁ ସକ୍ଷମ ହୋଇଛନ୍ତି। ତେବେ ପୁଲିସ ତାହାର ଟେର୍ ପାଇପାରିନାହିଁ।  ଅନ୍ୟପକ୍ଷରେ ରଥରେ ଚଢ଼ି ଠାକୁରଙ୍କୁ ଛୁଇଁଥିବା ଦାମୋଦରଙ୍କ ଝିଅ ଉପରେ ପୁଲିସର ନୀରବତାକୁ ନେଇ ପ୍ରଶ୍ନ ଉଠିଛି ।

ରଥ ଉପରକୁ ଜବରଦସ୍ତ ଚଢ଼ାଇବା, ପହଣ୍ଡି ବନ୍ଦ କରି ଶ୍ରୀ ସୁଦର୍ଶନଙ୍କୁ ଚାରମାଳ ଉପରେ ଛିଡ଼ା କରାଇଦେବା, ଜିଲ୍ଲାପାଳଙ୍କୁ ମାରିବାକୁ ଧମକ ଦେବା ଏବଂ ସାମ୍ବାଦିକମାନଙ୍କୁ ଆକ୍ରମଣ କରିବା ଆଦି ଅଭିଯୋଗ ଉପରେ ଦାମୋଦରଙ୍କ ସମେତ ଜୟକୃଷ୍ଣ ମହାସୁଆର, ରବି ଦାଶ, ଇପ୍ସିତ ପ୍ରତିହାରୀ, ଭୀମସେନ ପଲଙ୍କଧାରୀ, ସାଇନା ଖୁଂଟିଆ ପ୍ରମୁଖଙ୍କ ବିରୋଧରେ ଏତଲା ହୋଇଛି। ଖୋଦ୍ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୩ ଟି ଏତଲା ଦାଏର ହୋଇଛି। ଭାରତୀୟ ଦଣ୍ଡବିଧି ଆଇନର ୧୪୩, ୩୪୧, ୩୫୩, ୨୯୪,୨୯୪(କ), ୨୯୬, ୧୪୯, ୧୮୬, ୧୮୮, ୫୦୬ ଭଳି ସଙ୍ଗୀନ ଦଫାରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଖୋଜୁଛି। ତେବେ ଘଟଣା ଘଟିବା ପରେ ୨୪ ଘଂଟାର ମହଲତ ପାଇ ସେମାନେ ଫେରାର ହୋଇଯାଇଛନ୍ତି। ଇତିମଧ୍ୟରେ ପୁରୀ ପୁଲିସ ଆଉ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ସିସିଟିଭି କ୍ୟାମେରାରୁ ସମୁଦାୟ ୫୦ ଜଣ ଗଣ୍ଡଗୋଳରେ ଜଡ଼ିତ ଥିବା ଚିହ୍ନଟ କରିଛି। ଆସାମୀମାନଙ୍କୁ ଧରିବା ପାଇଁ ୪ ଟି ୧୦ ଜଣିଆ ଟିମ୍ କରି ପୁରୀ ଓ ବିଭିନ୍ନ ସ୍ଥାନକୁ ଛାନଭିନ୍ କରୁଛି। ଗିରଫଦାରୀ ଏଡାଇବା ପାଇଁ ପୁଲିସ କୌଣସି ଚାପରେ ନ ଥିବା ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ କହିଛନ୍ତି।

ତେବେ ପାୱାରଫୁଲ୍ ମହେଶ୍ୱର ମହାନ୍ତିଙ୍କ ପ୍ରଚ୍ଛନ୍ନ ସହଯୋଗରେ ଅଭିଯୁକ୍ତ ସେବାୟତମାନେ ଲୁଚିଥିବା ଗୋପନ ସୂତ୍ରରୁ ସୂଚନା ପାଇବା ପରେ ପୁଲିସର ମୁଣ୍ଡବ୍ୟଥା ବଢ଼ିଯାଇଛି। ଘଟଣାଟି ଦିନକୁ ଦିନ ଅଧିକ ବିବାଦୀୟ ମୋଡ଼ ନେଉଥିବା ଏବଂ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ଉପରେ ଚାପ ବଢ଼ୁଥିବା ବେଳେ ଏଭଳି ଖବର ପୁଲିସକୁ ଅଡୁଆରେ ପକାଇଛି। ପୁରୀରେ ମହେଶ୍ୱରଙ୍କ କାଟତି କେତେ ତାହା ପୁଲିସକୁ ଜଣାଥିବାରୁ ଅଭିଯୁକ୍ତମାନଙ୍କୁ ଯେ ସହଜରେ ଧରିହେବ ତାହା ପୁଲିସର ଚିନ୍ତା ବଢ଼ାଇ ଦେଇଛି। ସେପଟେ ମହେଶ୍ୱରଙ୍କ ଭୂମିକାକୁ ନେଇ ବିଜେଡ଼ିରେ ହୃଦ କମ୍ପନ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ମହେଶ୍ୱର ନିଜକୁ ଯେତେ ସଫେଇ ଦେଲେ ବି ତାହା କାହାରିକୁ ବିଶ୍ୱାସ ହେଉନି। ପୁରୀର ପ୍ରିୟ ମହିଆ ନନା ସେବାୟତ ନନାମାନଙ୍କୁ ସତରେ ସୁରକ୍ଷା ଦେଇଛନ୍ତି ନା ତାଙ୍କ ବିରୋଧରେ ଏଭଳି ଅପପ୍ରଚାର ହେଉଛି ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ସମସ୍ତଙ୍କ ନଜର।

Previous Post

ଆଇଏଏସ୍ ବାବୁଙ୍କ ଏକତାରେ ଫାଟ !

Next Post

ପ୍ରସାଦ-ପ୍ରଦୀପ ତୁ ତୁ ମେଁ ମେଁ

Next Post
ପ୍ରସାଦ-ପ୍ରଦୀପ  ତୁ ତୁ ମେଁ ମେଁ

ପ୍ରସାଦ-ପ୍ରଦୀପ ତୁ ତୁ ମେଁ ମେଁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA