Monday, May 25, 2026 06:28 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରସାଦ-ପ୍ରଦୀପ ତୁ ତୁ ମେଁ ମେଁ

by Our Correspondent
25 Jul, 2016- 12:04 PM
in Politics
1 min read
0
ପ୍ରସାଦ-ପ୍ରଦୀପ  ତୁ ତୁ ମେଁ ମେଁ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କର ଖୁସି ଏବେ କୁଆଡେ କହିଲେ ନ ସରେ। ପ୍ରଦୀପ ମାଝୀ ହୀରୋ ବନିବା ବେଳକୁ ସିସୋର ଅଛଚାଂ କୀଳା ପ୍ରସାଦଙ୍କର ମନ ଖୁସି କରିଦେଇଛି। ଏମିତି ବି ଆଲୋଚନା ହେଉଛି, ସିସୋର ଲିଙ୍କ୍ ରେ ପ୍ରଦୀପଙ୍କୁ ଫସାଇବା ପଛରେ ପ୍ରସାଦଙ୍କର ହାତ ଅଛି। ଅବଶ୍ୟ ଓଡ଼ିଶା କଂଗ୍ରେସର ଘରୋଇ କଳି ଏକ ଟ୍ରାଡ଼ିସିନାଲ୍ କନସେପ୍ଟ। ବିଜେଡ଼ି ଭଳି ଏକକ ନେତୃତ୍ୱରେ ଦଳ ବିଶ୍ୱାସ କରେ ନାହିଁ। ପ୍ରସାଦଙ୍କ ଶ୍ୱଶୁର ସୁର ରାଉତରାୟଙ୍କ ଭାଷାରେ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ଆଶାୟୀଙ୍କ ସଂଖ୍ୟା ୧୦ ଟପିଛି। ପିସିସି ନେତୃତ୍ୱ ବିରୋଧରେ ବିଦ୍ରୋହ ସ୍ୱରଟି ଏହି ଜାତୀୟ ଦଳର ହାବଭାବ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ପ୍ରସାଦ ହରିଚନ୍ଦନଙ୍କୁ ବଦଳେଇବା ଦାବିର ତୀବ୍ର ସ୍ୱର ଏ ଯାଏଁ ଦିଲ୍ଲୀ ଯାଇ ନ ଥିଲେ ମଧ୍ୟ ଭୁବନେଶ୍ୱରରେ ତାହା ଉଷୁମୋଉଛି। ଅପରପକ୍ଷେ ଆଗକୁ ବିପଦ ସୁନିଶ୍ଚିତ ଜାଣି ବୁଦ୍ଧିମାନ ପ୍ରସାଦ ବି ରାଜନୈତିକ ଗୋଟିଚାଳନାରେ ପଛେଇ ନାହାନ୍ତି। ପ୍ରଦୀପ ମାଝୀ ଲୋକଙ୍କ ମନ କିଣିନେଲେ ତାଙ୍କର କ୍ଷତି ହେବାର ଆକଳନ ଧରି ସେ ବି ଖୁର ବୁଲାଇବା ଆରମ୍ଭ କରିଛନ୍ତି।

ପୂର୍ବତନ ସାଂସଦ ତଥା ଆଦିବାସୀ ନେତା ପ୍ରଦୀପ ମାଝୀ ଏମିତିରେ ଦଳର ଜଣେ ଟାଣୁଆ ଯୁବନେତା। ପୂର୍ବରୁ ପିସିସି ସଭାପତି ଚର୍ଚ୍ଚାରେ ତାଙ୍କ ନାଁ ବି ଆସିଥିଲା। ତେବେ ସଭାପତି ସିନା ହୋଇପାରିଲେନି ହେଲେ ନିଜର ରାଜନୈତିକ କାର୍ଯ୍ୟକଳାପ ତାଙ୍କୁ ବଂଚାଇ ରଖିଲା। ରାଇଘରରେ ଆଦିବାସୀଙ୍କ ସ୍ୱାର୍ଥ ପାଇଁ ଲଢ଼ି ଜେଲ୍ ଯିବା ପରେ ସେ ହୀରୋ ହୋଇଗଲେ। ଆଦିବାସୀଙ୍କ ମନ କିଣିନେଲେ। ପରେ ପରେ ଗୁମୁଡୁମାହାରେ ଜବାନଙ୍କ ଗୁଳିମାଡ଼ରେ ୫ ଆଦିବାସୀଙ୍କ ହତ୍ୟା ତାଙ୍କ ପାଇଁ ପୁଣି ଏକ ସୁଯୋଗ ପାଲଟିଗଲା। ଘଟଣା ଘଟିବାର ୨୪ ଘଂଟା ନ ପୂରୁଣୁ ପ୍ରଦୀପ ଜିଲ୍ଲା ଛାମୁଆ ସଂଗଠନର କର୍ମକର୍ତାଙ୍କୁ ଧରି ପ୍ରଥମେ ସେଠାରେ ପହଚିଂଥିଲେ ଏବଂ ଆଦିବାସୀଙ୍କ ସମବେଦନା ସାଉଁଟିନେଲେ। ଦଳୀୟ ମହଲର ଚର୍ଚ୍ଚା ଅନୁଯାୟୀ, ପ୍ରଦୀପଙ୍କର ଏହି ବାହାବା ପ୍ରସାଦ ହରିଚନ୍ଦନଙ୍କୁ ଅସହ୍ୟ କରିଛି। ଘଟଣାସ୍ଥଳକୁ ସେ ନିଜେ ଯାଇଥିଲେ ମଧ୍ୟ ପ୍ରଦୀପଙ୍କ ଶ୍ରେୟ ଆଗରେ ଫିକା ପଡ଼ିଯାଇଥିଲେ। ଆଉ ଏହି ରାଗରେ ବର୍ଷିଥିଲେ ସଂଗଠନର ସ୍ଥାନୀୟ ନେତୃତ୍ୱ ଉପରେ। ତାଙ୍କର ବିନା ଅନୁମତି ଓ ପରାମର୍ଶରେ କିଭଳି ସେମାନେ ଆଗୁଆ ଗଲେ ବୋଲି ବର୍ଷିଥିଲେ ପ୍ରସାଦ। ପ୍ରସାଦଙ୍କର ରାଗରେ ଥିବା ଅସହିଷ୍ଣୁତାକୁ ସେଦିନ ବାରି ନେଇଥିଲେ ଛାମୁଆ ନେତା।

ତେବେ ସେ ଯାହା ହେଉ, କଂଗ୍ରେସର ପାୱାର ପଲିଟିକ୍ସରେ ଏହା ଆଦୌ ନୂଆ ହୋଇ ନ ଥିଲେ ମଧ୍ୟ ପ୍ରଦୀପଙ୍କ ସିସୋର ଲିଙ୍କ୍ ର ଗୁମର ପେଡ଼ି ପ୍ରସାଦଙ୍କ ପେଟିରୁ ଖୋଲିଥିବାର ଚର୍ଚ୍ଚା ଦଳର ଆଭ୍ୟନ୍ତରୀଣ ବିବାଦକୁ ଶାଣିତ କରିଛି। ଏହି ଚର୍ଚ୍ଚାକୁ ଆଧାର କରି ପ୍ରଦୀପ ମାଝୀଙ୍କ ଗୋଷ୍ଠୀ ଏବେ ପ୍ରସାଦଙ୍କୁ ଟାର୍ଗେଟ୍ କରିଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପ୍ରସାଦ ହରିଚନ୍ଦନଙ୍କର ଭିତିରି ଯୋଗସୂତ୍ର ଥିବା ନେଇ ଏବେ ସେହି ମହଲ ପ୍ରଚାର କରିବା ଆରମ୍ଭ କରିଛନ୍ତି। ଏହିସବୁ ଚର୍ଚ୍ଚା ଭିତରେ ସତ୍ୟତା କାହାକୁ ଜଣା ନ ଥିଲେ ମଧ୍ୟ କଂଗ୍ରେସକୁ ଏଥିପାଇଁ ପ୍ରଭୃତ କ୍ଷତି ସହିବାକୁ ପଡ଼ିପାରେ। 

Previous Post

ନନାଙ୍କ ସୁରକ୍ଷାରେ ମହିଆ ନନା !!

Next Post

ମହାନଦୀ କୁମ୍ଭୀର କାନ୍ଦଣା

Next Post
ମହାନଦୀ କୁମ୍ଭୀର କାନ୍ଦଣା

ମହାନଦୀ କୁମ୍ଭୀର କାନ୍ଦଣା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA