Monday, May 25, 2026 05:37 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମହାନଦୀ କୁମ୍ଭୀର କାନ୍ଦଣା

by Our Correspondent
28 Jul, 2016- 08:16 PM
in News
1 min read
0
ମହାନଦୀ କୁମ୍ଭୀର କାନ୍ଦଣା

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମହାନଦୀ ଉପରେ ଛତିଶଗଡ଼ର ପ୍ରକଳ୍ପ ନିର୍ମାଣକୁ ନେଇ ରାଜ୍ୟ ରାଜନୀତି ସରଗରମ। ସମାଧାନର ସମାଧାନ ପାଇଁ ଶୁକ୍ରବାର ଦିଲ୍ଲୀରେ ଦୁଇ ରାଜ୍ୟର ଅଫିସରସ୍ତରୀୟ ବୈଠକ ବସୁଛି। ଆମ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ଜଳସମ୍ପଦ ବିଭାଗ ସଚିବ ବୈଠକରେ ଯୋଗଦେଉଛନ୍ତି। ଆଶ୍ଚର୍ଯ୍ୟର କଥା, ଦିଲ୍ଲୀଠାରୁ ପଲ୍ଲୀ ପର୍ଯ୍ୟନ୍ତ ମହାନଦୀ ପ୍ରେମରେ ଉବୁଟୁବୁ ହୋଇ ତୁମ୍ବିତୋଫାନ କରୁଥିବା ରାଜ୍ୟ ସରକାରଙ୍କ ପାଖରେ ଏ ଯାଏଁ ଛତିଶଗଡ଼ ପ୍ରକଳ୍ପ ସମ୍ପର୍କିତ କୌଣସି ତଥ୍ୟ ନାହିଁ। ବିନା ତଥ୍ୟ ଓ ଜ୍ଞାନରେ ମୁଖ୍ୟ ଶାସନ ସଚିବ ଯାଉଛନ୍ତି ଦିଲ୍ଲୀ। ଛତିଶଗଡ଼ ସରକାରଙ୍କ ସହ ଗୋଟିଏ ଟେବୁଲରେ ବସି ଓଡ଼ିଶା ସରକାର ଅନ୍ଧାରରେ ବାଡ଼ି ବୁଲାଇବେ। ଛତିଶଗଡ଼ର କେଲୋ ପ୍ରକଳ୍ପ ଛଡ଼ା ଅନ୍ୟ ୬ ଟି ପ୍ରକଳ୍ପ ବିଷୟରେ ଜ୍ଞାନ ନ ଥିବାରୁ ସେଠାରେ ଅନ୍ଧାରି ଆଲୋଚନା କରିବେ। ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ ଆଜି ଏହି ବାସ୍ତବତାକୁ ସ୍ୱୀକାର କରିଛନ୍ତି।

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ପ୍ରସଙ୍ଗରେ ମୁହଁ ଖୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହକୁ ତଥାକଥିତ କଡ଼ା ଜବାବ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ କଡ଼ା ଜବାବରେ ତଥ୍ୟ ପରିବର୍ତେ ରାଜନୀତିର ଗନ୍ଧ ପୂରା ବାରିହୋଇପଡୁଥିଲା ବହୁ କଷ୍ଟରେ ଏକ ହାତଲେଖା କାଗଜ ପଢ଼ି ମହାନଦୀ ଉପରେ ରାଜନୈତିକ ସନ୍ଦର୍ଭ ପାଠ କରିଥିଲେ ମୁଖ୍ୟମନ୍ତ୍ରୀ। ପିଲାଦିନେ ମହାନଦୀ ଉପରେ ଆମେ ଲେଖିଥିବା ରଚନା ମୁଖ୍ୟମନ୍ତ୍ରୀଙ୍କ ଏହି ସାହିତ୍ୟଭରା ସଂକ୍ଷିପ୍ତ ସନ୍ଦର୍ଭ ପାଠରେ ପ୍ରତିଫଳିତ ହୋଇଥିଲା। ଓଡ଼ିଶାର ସ୍ୱାର୍ଥ ଓ ମହାନଦୀର ସୁରକ୍ଷା ପାଇଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ବାର୍ତା ପଢ଼ିଥିଲେ। ମହାନଦୀ ଉପରେ ପ୍ରକଳ୍ପ ନିର୍ମାଣକୁ କେହି ରୋକିପାରିବେ ନାହିଁ ବୋଲି ଦିନକ ପୂର୍ବରୁ ରମଣ ସିଂ ଦେଇଥିବା ଧମକର ଏଭଳି ଥିଲା ନବୀନ ପଟ୍ଟନାୟକଙ୍କ ଜବାବ।

କେନ୍ଦ୍ର ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ ବାଲିୟନଙ୍କ ମନ୍ତବ୍ୟକୁ ନବୀନ ଦୁର୍ଭାଗ୍ୟଜନକ କହି ନିନ୍ଦା କରିବା ବି ଶୂଧ୍ ରାଜନୀତି ଛଡ଼ା କିଛି ନୁହେଁ। ଲୋକସଭାରେ ବାଲିୟନ କହିଥିଲେ ଛତିଶଗଡ଼ର ପ୍ରକଳ୍ପ ନିର୍ମାଣ ସମ୍ପର୍କରେ ଦେଢ଼ମାସ ତଳେ ଓଡ଼ିଶା ସରକାର କେନ୍ଦ୍ରକୁ ପତ୍ର ଲେଖିଥିଲେ। କେନ୍ଦ୍ର ସରକାର ଦୁଇ ରାଜ୍ୟ ସରକାରଙ୍କୁ ଜୁନ୍ ୨୭ ରେ ଆଲୋଚନା ପାଇଁ ଦିଲ୍ଲୀ ଡକାଇଥିଲେ। ମାତ୍ର ଓଡ଼ିଶା ସରକାର ଆଲୋଚନା ପାଇଁ ମାସେ ସମୟ ନେଲେ। ଅବଶ୍ୟ ସଞ୍ଜୀବ ବାଲିୟନଙ୍କ ବିରୋଧରେ ଆଜି ଲୋକସଭାରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଦେଇଛି ବିଜେଡ଼ି। ସଂସଦ ଗୃହରେ ରାଷ୍ଟ୍ରମନ୍ତ୍ରୀ ଭୁଲ୍ ତଥ୍ୟ ଦେଇଛନ୍ତି ବୋଲି ବିଜେଡ଼ି ଦର୍ଶାଇ ଏହି ସ୍ୱାଧିକାର ଭଙ୍ଗ ନୋଟିସ୍ ଦିଆଯାଇଛି। ତେବେ ବାଲିୟନ୍ ଯାହା କହିଛନ୍ତି ଛତିଶଗଡ଼ ସରକାରଙ୍କ ସୂଚନା ଆଧାରରେ। ହୁଏତ ଓଡ଼ିଶା ସରକାର ପୂର୍ବରୁ ନିଜର ତଥ୍ୟ ପହଚାଂଇଥିଲେ ବାଲିୟନ୍ ଏଭଳି ଏକପାଖିଆ ମନ୍ତବ୍ୟ ଦେବାକୁ ସାହାସ କରି ନ ଥାଆନ୍ତେ। ତେବେ ଏହା ସତ ଯେ ଆଲୋଚନା ପାଇଁ ରାଜ୍ୟ ସରକାର ମାସେ ସମୟ ନେଇଥିଲେ। ଖୋଦ୍ ଜନୈକ ବିଭାଗୀୟ ବରିଷ୍ଠ ଅଧିକାରୀ ଏକଥା ସ୍ୱୀକାର କରିଛନ୍ତି।

ଯଦି ଏହା ସତ୍ୟ ତେବେ ସାଂଘାତିକ। କାରଣ ଛତିଶଗଡ଼ର ପ୍ରକଳ୍ପ ନିର୍ମାଣ ସମ୍ପର୍କରେ ରାଜ୍ୟ ସରକାର ଜାଣି ନ ପାରିବା ଓ ଜାଣିବା ପରେ ଆଲୋଚନା ପାଇଁ ସମୟ ଗଡ଼ାଇବା ପଛରେ ରହିଛି ଆନ୍ତରିକତାର ପ୍ରଶ୍ନ। ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ସରକାର ବସିପଡ଼ିବା ଓ ଦଳକୁ ରାଜରାସ୍ତାରେ ଛିଡ଼ା କରାଇ ପ୍ରତିବାଦ ଆନ୍ଦୋଳନ କରିବାରେ ସମସ୍ୟାର ସମାଧାନ ହେବ ନାହିଁ। ମାସେ ସମୟ ନେଇଥିଲେ ମଧ୍ୟ ଜୁଲାଇ ୨୯ ବୈଠକକୁ ବିନା ତଥ୍ୟ/ଜ୍ଞାନରେ ଯିବା ବି ଆହୁରି ଲଜ୍ଜାଜନକ। ରାଜ୍ୟର ସ୍ୱାର୍ଥ ସମ୍ବଳିତ ଏତେବଡ଼ ପ୍ରସଙ୍ଗ ଉପରେ ରାଜ୍ୟ ସରକାର କେତେ ଗମ୍ଭୀର ତାହା ଏଥିରୁ ସ୍ପଷ୍ଟ। ଏଠି ପ୍ରତିବାଦ ଆନ୍ଦୋଳନ କଲେ କି ଗଣମାଧ୍ୟମକୁ ଡାକି ୧୦ ଧାଡ଼ିଆ ଲିଖିତ ବିବୃତି ଦେଲେ ଓଡ଼ିଶାର ନ୍ୟାଯ୍ୟ ଦାବି ହାସଲ ହୋଇପାରିବ ନାହିଁ। ଦିଲ୍ଲୀ ନ ହେଲେ ନାହିଁ, ଏଠି ମୁଖ୍ୟମନ୍ତ୍ରୀ ତାଙ୍କର ଚିରାଚରିତ ଲିଖିତ କାଗଜ ପଢ଼ା ଛାଡ଼ି ରମଣ ସିଂଙ୍କୁ ମୁହଁତୋଡ଼ ଜବାବ ଦେଇଥିଲେ ପ୍ରସଙ୍ଗର ଗମ୍ଭୀରତା ଆହୁରି ବଢ଼ିଥାନ୍ତା।

ଆଉ ରହିଲା ବିରୋଧୀ ଦଳଙ୍କ କଥା। ଏହି ପ୍ରସଙ୍ଗରେ ଓଡ଼ିଆ ପୁଅ ତଥା କେନ୍ଦ୍ରର ପାୱାରଫୁଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଭିମୁଖ୍ୟ ବି ସମସ୍ତଙ୍କୁ ବିସ୍ମିତ କରିଛି। ଛତିଶଗଡ଼ର ମହାନଦୀ ପ୍ରକଳ୍ପକୁ ସେ ବିରୋଧ କରିବା ପରିବର୍ତେ ଓଡ଼ିଶା ସରକାରଙ୍କୁ ଦୋଷ ଲଦି ଚାଲିଛନ୍ତି। ତେବେ ନିଜ ଘରର ଭୁଲ ଭଟକା ଧରି ଜିଦ୍ ଲଗାଇଲେ ଘରର କ୍ଷତି ହେବ ହିଁ ହେବ। ସମସ୍ୟାର ସମାଧାନ ହେବନି। କେନ୍ଦ୍ରୀୟ ଜଳ ଆୟୋଗ କିମ୍ବା ବୈଷୟିକ କମିଟିର ଭୂମିକାକୁ ଅଙ୍ଗୁଳି ଉଠାଇବା ପରିବର୍ତେ ୧୯୮୩ ରେ ମହାନଦୀ ଜଳବଂଟନକୁ ନେଇ ହୋଇଥିବା ଚୁକ୍ତି ଅନୁଯାୟୀ ଯୁଗ୍ମ ନିୟନ୍ତ୍ରଣ ବୋର୍ଡର ଗଠନ ପ୍ରସ୍ତାବ ଉପରେ ଅଟକି ରହିଛନ୍ତି ଧର୍ମେନ୍ଦ୍ର। କ’ଣ କଲେ ସମସ୍ୟାର ସମାଧାନ ହେବ ଏବଂ ମହାନଦୀ ଜଳରୁ ଓଡ଼ିଆ ବଂଚିତ ହେବେନି ତାହା ଉପରେ ମୁଣ୍ଡ ଖେଳାଉ ନାହାନ୍ତି କି ଦିପଦ କହୁନାହାନ୍ତି। ସେପଟେ ଜୁଏଲ୍ ଓରାମ୍ ଓଡ଼ିଶାରେ ବିଭିନ୍ନ ପ୍ରସଙ୍ଗ ଉପରେ ବଡ଼ ବଡ଼ କଥା କହୁଥିଲେ ମଧ୍ୟ ମହାନଦୀ ନେଇ ଦିଲ୍ଲୀରେ ପାଟି ଖୋଲୁନାହାନ୍ତି। ପାର୍ଲିଆମେଂଟରେ କଂଗ୍ରେସର ଏକମାତ୍ର ପ୍ରତିନିଧି ରଂଜୀବ ବିଶ୍ୱାଳ ବି ପାଟିରେ ଜଉମୁଦ ଦେଲା ଭଳି ବସିଛନ୍ତି। ଏଠି ବିରୋଧୀ ଦଳ ନେତା ନରସିଂହ ମିଶ୍ର ବିଧାୟକ ପ୍ରତିନିଧି ଦଳ ସହ ଛତିଶଗଡରୁ ଅନୁଧ୍ୟାନ କରି ଫେରିଥିଲେ ମଧ୍ୟ ଦିଲ୍ଲୀ ଦରବାରରେ ଦଳର ସ୍ୱର ନାହିଁ।

ତେବେ ଛତିଶଗଡ଼ ସରକାର ମହାନଦୀରେ ବ୍ୟାରେଜ ନିର୍ମାଣ କରି ଓଡ଼ିଶା ତଂଟିକୁ ଚିପିବାକୁ ବସିଥିଲା ବେଳେ ଏଠାକାର ରାଜନୈତିକ ଦଳଗୁଡ଼ିକ କୁମ୍ଭୀର କାନ୍ଦଣା କାନ୍ଦୁଥିବା କଥା ଆଉ କାହାରିକୁ ଅଛପା ନାହିଁ। ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ଏହା ସମସ୍ତଙ୍କ ପାଇଁ ଜନସମର୍ଥନ ହାସଲ କରିବାର ସୁଯୋଗ ଆଣିଥିବାରୁ ପ୍ରତିଦ୍ୱନ୍ଦିତା ତୀବ୍ର ହୋଇଛି। ରାଜ୍ୟ ସ୍ୱାର୍ଥର କୁମ୍ଭୀର କାନ୍ଦଣା କରି ରାଜନୈତିକ ସ୍ୱାର୍ଥ ହାସଲ କରିବାରେ ସମସ୍ତେ ବ୍ୟାକୁଳ। ଏଥିରେ ବିରୋଧୀ ଦଳଠାରୁ ଶାସକ ଦଳର କୁମ୍ଭୀର କାନ୍ଦଣା ଅଧିକ ବାରି ହୋଇପଡୁଛି। ମହାନଦୀ ପାଇଁ ବ୍ୟାକୁଳ ହେଉଥିଲେ ଏ ପର୍ଯ୍ୟନ୍ତ ବିନା ତଥ୍ୟରେ ଅନ୍ଧାରରେ ବାଡି ବୁଲାଉ ନ ଥାଆନ୍ତେ। ସେହିଭଳି ବିରୋଧୀ ଦଳ ନେତା ଆହ୍ୱାନ କରିଥିବା ସର୍ବଦଳୀୟ ବୈଠକକୁ ଆଖିବୁଜି ଗ୍ରହଣ କରନ୍ତା ବିଜେଡ଼ି। ହେଲେ ଏଭଳି କଲେ କାଳେ ବିରୋଧୀ ଦଳ ରାଜନୈତିକ ଫାଇଦା ପାଇଯିବ ସେହି ଡରରେ ସର୍ବଦଳୀୟ ବୈଠକ ଆମନ୍ତ୍ରଣକୁ ଗ୍ରହଣ କରୁନାହିଁ। ବିଜେଡ଼ିର ଏହି ଆଭିମୁଖ୍ୟ ରାଜ୍ୟବାସୀଙ୍କ ପ୍ରତି ଦଳର ସଂକଳ୍ପବଦ୍ଧତାକୁ ସନ୍ଦେହରେ ପକାଇଛି। ଏଭଳି ସଂକୀର୍ଣ୍ଣ ସ୍ୱାର୍ଥରୁ ବିଜେଡ଼ି ଦୂରେଇ ନ ଗଲେ ଛତିଶଗଡ଼ ସହ ମହାନଦୀ ଯୁଦ୍ଧ ବୁମେରାଂ ହେବା ହିଁ ସାର ହେବ।

Previous Post

ପ୍ରସାଦ-ପ୍ରଦୀପ ତୁ ତୁ ମେଁ ମେଁ

Next Post

ଏକ୍ ନମ୍ବର କଲେକ୍ଟରଙ୍କ ଦୋ ନମ୍ବରୀ ବାତ୍

Next Post
ଏକ୍ ନମ୍ବର କଲେକ୍ଟରଙ୍କ ଦୋ ନମ୍ବରୀ ବାତ୍

ଏକ୍ ନମ୍ବର କଲେକ୍ଟରଙ୍କ ଦୋ ନମ୍ବରୀ ବାତ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA