Friday, April 17, 2026 09:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics

ନବୀନଙ୍କ ପାଇଁ ସତର୍କ ଘଣ୍ଟି

by Our Correspondent
08 Sep, 2016- 10:07 AM
in Politics
1 min read
0
ନବୀନଙ୍କ ପାଇଁ ସତର୍କ ଘଣ୍ଟି

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ହାତରୁ ଖସିଯାଉଛି ଲଗାମ୍ । ଦଳୀୟ ଚାବୁକ୍ ଦୁର୍ବଳ ହୋଇଯାଉଛି । ଯେଉଁ ଚେହେରାଟି, ଉପରୁ ତଳ ସମସ୍ତଙ୍କୁ ଥରହର କରୁଥିଲା ଆଉ କାଟୁ କରୁନି। ଦଳୀୟ ଅର୍ନ୍ତଦ୍ୱନ୍ଦ ବିଜେଡ଼ି ସୁପ୍ରିମୋଙ୍କ ମୁଣ୍ଡବ୍ୟଥା ବଢ଼ାଇ ଦେଇଛି । ୬ ମାସ ଭିତରେ ଚାରି ଚାରିଟା ପୌର ପରିଷଦ ହାତଛଡ଼ା କରିଥିବା ବିଜେଡ଼ି ହାତରୁ ବ୍ୟାସନଗର ବର୍ତି ଯାଇଥିଲେ ମଧ୍ୟ ପାଣି ପିଆଇ ଦେଇଛି । ଏହା ବିଜେଡ଼ିକୁ ସାମୟିକ ଆଶ୍ୱସ୍ତି ଆଣିଛି ସତ ହେଲେ ଦଳ ଭିତରେ ବଢ଼ି ଚାଲିଥିବା ତୀବ୍ର ଅର୍ନ୍ତଦ୍ୱନ୍ଦ ସୁପ୍ରିମୋଙ୍କୁ ବିବ୍ରତ କରିଛି । ଆଗକୁ ପଂଚାୟତ ନିର୍ବାଚନ ଆସୁଥିବା ବେଳେ ଏହାକୁ କିଭଳି ସମ୍ଭାଳିବେ ତାହା ନବୀନଙ୍କ ଚିନ୍ତା ବଢ଼ାଇ ଦେଇଛି।

ଦଳୀୟ ଅର୍ନ୍ତଦ୍ୱନ୍ଦ ଯୋଗୁଁ କେନ୍ଦୁଝର, କୋରାପୁଟ, କେସିଙ୍ଗା ଓ ଢ଼େଙ୍କାନାଳ ପୌର  ପରିଷଦରେ ବିଜେଡ଼ି ନିଜର ଦଖଲ ହରାଇ ସାରିଛି। ଆନନ୍ଦପୁରରେ ବି ସମାନ ଅବସ୍ଥା। ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ କାର୍ଯ୍ୟକଳାପ ଦଳୀୟ କାଉନସିଲରଙ୍କୁ ବିଦ୍ରୋହ ବାଟରେ ନେଇଛି । ସୁପ୍ରିମୋଙ୍କ ତାଗିଦକୁ କାହାରି ଖାତିର ନାହିଁ । କେନ୍ଦୁଝର ଓ ଆନନ୍ଦପୁରରେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଯୋଗୁଁ ଦଳ ହୀନସ୍ତିଆ ହୋଇଛି । ମନ୍ତ୍ରୀଙ୍କ ଏକଚାଟିଆ ହସ୍ତକ୍ଷେପ ଏବଂ ତାଙ୍କ ସମର୍ଥକଙ୍କ ଗୁଣ୍ଡାଗର୍ଦ୍ଦି ଜିଲ୍ଲାରେ ବିଜେଡ଼ିକୁ ବଦନାମର ଭାର ବୁହାଉଛି । ତେଲକୋଇ ବିଧାୟକ ବେଦବ୍ୟାସ ନାୟକଙ୍କ ଉପରେ ବଦ୍ରି ପାତ୍ରଙ୍କ ସମର୍ଥକମାନେ ଯେଭଳି ମରଣାନ୍ତକ ଆକ୍ରମଣ କଲେ ତାହା ଦଳର ଭାବମୂର୍ତିକୁ ବିଗାଡି ଦେଇଛି। ଖୋଦ୍ ବିଧାୟକ ନିଜ ମାଆଙ୍କୁ ନବୀନ ନିବାସକୁ ସାଙ୍ଗରେ ନେଇ ନିଜର ସୁରକ୍ଷା ମାଗିବା, ସ୍ଥିତିର ଗମ୍ଭୀରତା ବୟାନ କରୁଛି । ସେହିଭଳି ଢ଼େଙ୍କାନାଳରେ ଉଭୟ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷାଙ୍କ କାରନାମା କାଉନସିଲରଙ୍କୁ ବିଦ୍ରୋହ ରାସ୍ତାରେ ନେଇ ବିଜେଡ଼ିକୁ ପ୍ରଭୂତ କ୍ଷତି ଆଣିଛି । ଦଳ ଭିତରେ ସମସ୍ତେ ପରଷ୍ପରର ଗୋଛି କାଟିବାରେ ବ୍ୟସ୍ତ । ଏଥର ବ୍ୟାସନଗରରେ ତାଳିପକା ଉଦ୍ୟମ ସଫଳ ହୋଇଥିଲେ ମଧ୍ୟ ଦଳୀୟ ବିଦ୍ରୋହର ଖଣ୍ଡା ମୁଣ୍ଡ ଉପରେ ଝୁଲୁଛି ।

ଯାଜପୁର ଜିଲ୍ଲାରେ ବିଜେଡ଼ି ଅର୍ନ୍ତଦ୍ୱନ୍ଦ ବହୁ ପୁରୁଣା। କଳ୍ପତରୁ ଦାସଙ୍କ ମୃତ୍ୟୁ ଓ ପ୍ରଫୁଲ୍ଲ ଘଡ଼ାଇଙ୍କ ବିଦାୟ ପରେ ଜିଲ୍ଲାରେ ଦଳୀୟ ଲଗାମ ବାଟବଣା ହୋଇଛି । ଯାଜପୁର, କୋରେଇ ଓ ସୁକିନ୍ଦା ବିଧାୟକ ପରଷ୍ପରର ଗୋଛି କାଟି ନିଜର ଆଧିପତ୍ୟ ଜାହିର ଉଦ୍ୟମ ଚଳାଇଛନ୍ତି । ଯାହାର ସଦ୍ୟତମ ନମୁନା ଥିଲା ବ୍ୟାସନଗର। ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡାଇଙ୍କ ସମର୍ଥିତ ଅଧ୍ୟକ୍ଷା ସବିତା ରାଉତଙ୍କୁ ହଟାଇବାକୁ ଅସନ୍ତୁଷ୍ଟ ଗୋଷ୍ଠୀ ବହୁ ଦିନରୁ ଉଦ୍ୟମ କରୁଥିଲେ । ଘଡ଼ାଇଙ୍କ ଗୋଷ୍ଠୀ ଅର୍ଦ୍ଧାଧିକ ଦଳୀୟ କାଉନସିଲରଙ୍କୁ ହାତରେ ରଖିଥିବା ଦାବି କରୁଥିଲା ବେଳେ କୋରେଇ ବିଧାୟକ ଆକାଶ ଦାସନାୟକଙ୍କ ଗୋଷ୍ଠୀ ବି ଅଧା କାଉନସିଲରଙ୍କ ଦାବିଦାର ଥିଲେ। ଦୁଇ ଗୋଷ୍ଠୀଙ୍କ କଳିରୁ ଫାଇଦା ଉଠାଇବା ପାଇଁ ଯାଜପୁର ବିଧାୟକ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଓରଫ୍ ବବି ବ୍ୟାସନଗର ସଂଖ୍ୟାଖେଳରେ ସାମିଲ ହୋଇଥିବା କୁହାଯାଉଛି । ୬ ଦଳୀୟ କାଉନସିଲର ବବିଙ୍କ ନିୟନ୍ତ୍ରଣରେ ବୋଲି ତାଙ୍କ ଶିବିର ଦାବି କରିଥିଲା । ଏକମାତ୍ର ସ୍ୱାଧୀନ କାଉନସିଲର୍ ସରୋଜିନୀ ବଳଙ୍କୁ ଅଧ୍ୟକ୍ଷା ପଦରେ ବସାଇବାକୁ ବବିଙ୍କ ଗୋଷ୍ଠୀ ଉଦ୍ୟମ କରୁଥିଲେ। ବସ୍ତୁତଃ ଏହା ହିଁ ବ୍ୟାସନଗର ପୌର ପରିଷଦ ବିବାଦର ମଂଜି ବୁଣିଥିବା କୁହାଯାଉଛି।

ପୌର ପରିଷଦରେ ବିଜେଡ଼ିର ଏହି ଅର୍ନ୍ତଦ୍ୱନ୍ଦରୁ ଫାଇଦା ଉଠାଇବାକୁ କଂଗ୍ରେସ ଚେଷ୍ଟା କରିଥିଲା। ତେବେ କୌଣସି ହାଲତରେ ତାହା ବିଜେଡ଼ି ହାତରୁ ଖସାଇ ନ ଦେବାକୁ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କୁ ଦାୟିତ୍ୱ ଦେଇଥିଲେ ସୁପ୍ରିମୋ । ପ୍ରଥମ ଆଲୋଚନାରେ ଦେବୀଙ୍କ ସମାଧାନ ଫର୍ମୂଲାକୁ ବିରୋଧୀ ଗୋଷ୍ଠୀ ଗ୍ରହଣ କରି ନ ଥିଲେ । ତେବେ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଉପସ୍ଥିତ ନ ରହିବାକୁ ଦଳୀୟ କାଉନସିଲରଙ୍କ ଉପରେ ଚାପ ପକାଇ ବିଜେଡ଼ି ପକ୍ଷରୁ ହୁଇପ୍ ଜାରି ହେଲା । ମାତ୍ର ଏହି  ହୁଇପ୍ କୁ ମାନିବେ ନାହିଁ ବୋଲି ଅର୍ଦ୍ଧାଧିକ କାଉନସିଲର ଧମକ ଦେବା ପରେ ଚିନ୍ତାରେ ପଡ଼ିଗଲେ ସୁପ୍ରିମୋ । ତାଙ୍କ ନିର୍ଦ୍ଦେଶରେ ମନ୍ତ୍ରୀ ଦେବୀ ମିଶ୍ର ପୁନର୍ବାର ଦୁଇଦିନ ଧରି ଝାଳନାଳ ହୋଇ ଅସନ୍ତୁଷ୍ଟଙ୍କୁ ମନାଇବା ଉଦ୍ୟମ କଲେ ଏବଂ ବହୁ କଷ୍ଟରେ ସଫଳ ହେଲେ। ଖୋଦ୍ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଓ ଦଳୀୟ ହୁଇପ୍ କୁ କର୍ପୋରେଟରମାନେ ଅମାନ୍ୟ କରିବେ ବୋଲି ଯେଭଳି ଆଶଙ୍କା ଉପୁଜିଲା ତାହା ବିଜେଡ଼ି ପାଇଁ ସତର୍କ ଘଂଟି ବୋଲି ରାଜନୈତିକ ବିଶାରଦମାନେ ମତ ଦେଇଛନ୍ତି। ଆଗକୁ ସାରା ରାଜ୍ୟରେ ଏଭଳି ସମସ୍ୟା ନବୀନଙ୍କ ପାଇଁ ଚାଲେଂଜ ହେବ ବୋଲି ସେମାନେ କହିଛନ୍ତି।

Previous Post

ମୁଖ୍ୟମନ୍ତ୍ରୀଙ୍କୁ ଚିତା କାଟିଲେ ମେୟର

Next Post

ନାଲିବତୀରେ ଖୁସ୍

Next Post
ନାଲିବତୀରେ ଖୁସ୍

ନାଲିବତୀରେ ଖୁସ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA