Saturday, April 18, 2026 12:02 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics

ନାଲିବତୀରେ ଖୁସ୍

by Our Correspondent
28 Sep, 2016- 01:41 AM
in Politics
1 min read
0
ନାଲିବତୀରେ ଖୁସ୍

ଭୁବନେଶ୍ୱର, (ମିଡ-ଡେ ଓଡ଼ିଶା): ରାଜ୍ୟରେ ନବୀନ ପଟ୍ଟନାୟକଙ୍କର ଚାଲିଛି ଅଦ୍ଭୂତ ଶାସନ । ନିଜେ କିଛି ଜାଣିବାକୁ ଚାହୁଁନାହାନ୍ତି କି ତାଙ୍କ ମନ୍ତ୍ରୀମାନଙ୍କୁ ଜଣାଇବାକୁ ଚାହୁଁନାହାନ୍ତି । ମନ୍ତ୍ରୀମାନଙ୍କ ହାତରେ ବିଭାଗ ଖଣ୍ଡେ ଖଣ୍ଡେ ଧରାଇ ଦେଇଛନ୍ତି ସତ ହେଲେ କ୍ଷମତା ଦେଇନାହାନ୍ତି । ବ୍ୟୁରୋକ୍ରାଟ୍ ମାନଙ୍କ ହାତରେ ଅଖଣ୍ଡ କ୍ଷମତା ଧରାଇ ନିଜକୁ ଓ ମନ୍ତ୍ରୀମାନଙ୍କୁ ପଙ୍ଗୁ କରି ରଖିଛନ୍ତି । ମନ୍ତ୍ରୀମାନେ ବି ନାଲିବତୀ ଗାଡ଼ି ଖଣ୍ଡେ ପାଇ ଖୁସିରେ ଗଦ୍ ଗଦ୍ ହେଉଛନ୍ତି । ତେଣିକି ତାଙ୍କ କଥା କିରାଣୀ କି ପିଅନ ଶୁଣୁ ନ ଶୁଣୁ ମାଇଣ୍ଡ୍ କରିବାର ନାହିଁ । ନବୀନ ପଟ୍ଟନାୟକଙ୍କ ଶାସନକାଳରେ ଏହା ମାମୁଲି ହୋଇଥିଲେ ମଧ୍ୟ ଚତୁର୍ଥ ପାଳିର ସରକାରରେ ସୀମା ଟପିଯାଇଛି । ଜଣେ କିରାଣୀଠାରୁ ବି ହୀନ ହୋଇଯାଇଛନ୍ତି ମନ୍ତ୍ରୀ । ହାତଗଣତି ମନ୍ତ୍ରୀଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଲଜ୍ଜା ମହତ୍ ଭୁଲି ଖୁସିରେ ତାହାକୁ ଆପଣେଇ ନେଇଛନ୍ତି ।

ନବୀନଙ୍କ ଶାସନକାଳରେ ଏଭଳି ବିଚିତ୍ର ଅବସ୍ଥା ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ବିଭାଗୀୟ ସମୀକ୍ଷା କରୁଛନ୍ତି। ହେଲେ ସେଠାକୁ ମନ୍ତ୍ରୀମାନଙ୍କୁ ଡାକୁ ନାହାନ୍ତି କି ମନ୍ତ୍ରୀମାନେ ନିଷ୍ପତି ସଂକ୍ରାନ୍ତରେ ଜାଣିପାରୁନାହାନ୍ତି । ନିଜ ବିଭାଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ମନ୍ତ୍ରୀମାନେ ଟିଭିରୁ ଦେଖି ଜାଣୁଛନ୍ତି । ବିଭାଗରେ ଅଫିସର ଓ କର୍ମଚାରୀଙ୍କ ବଦଳି ହେଉଛି ହେଲେ ମନ୍ତ୍ରୀମାନଙ୍କୁ ଅନ୍ଧାରରେ ରଖାଯାଉଛି । ନାଁକୁ ମାତ୍ର ମନ୍ତ୍ରୀଙ୍କ ଦସ୍ତଖତ ପାଇଁ ଫାଇଲ୍ ଆସୁଛି । ମନ୍ତ୍ରୀ ନିଜ ଇଚ୍ଛାରେ ତାଲିକା ବଦଳେଇ ଜଣଙ୍କୁ ଆଣିପାରୁନାହାନ୍ତି କି ବିଦା କରିପାରୁନାହାନ୍ତି । ମନ୍ତ୍ରୀଙ୍କ ତାକତ୍ ଏୟା କି ନିଜ ବିଭାଗର ପିଅନ ଯଦି ମନ୍ତ୍ରୀଙ୍କୁ ଅସମ୍ମାନ କି ଗାଳି କରୁଛି ତେବେ ତୃତୀୟ ମହଲାର ବିନା ଅନୁମୋଦନରେ ମନ୍ତ୍ରୀ ତାଙ୍କଠି ହାତ ମାରି ପାରୁନାହାନ୍ତି । ମନ୍ତ୍ରୀମାନଙ୍କ କ୍ଷମତାର ପରିସର ଜାଣି ଅଫିସରଙ୍କ କଥା ଛାଡନ୍ତୁ, ତଳିଆମାନେ ବି ତାଙ୍କୁ ବାସିରେ ଖାତିର କରୁନାହାନ୍ତି । ମନ୍ତ୍ରୀମାନେ ଏକଥା ଅଙ୍ଗେ ଅଙ୍ଗେ ଅନୁଭବ କଲେ ବି ସହୁଛନ୍ତି । ନାଲିବତୀ ଖଣ୍ଡିକ ଜଗିବା ପାଇଁ ସ୍ୱାଭିମାନକୁ ଜଳାଞ୍ଜଳି ଦେଇସାରିଛନ୍ତି । ନିଜ ବିଭାଗ ବିଷୟରେ ନା ରଖୁଛନ୍ତି ଜ୍ଞାନ ନା ନିଜ ବ୍ୟକ୍ତିତ୍ୱ ଜାହିରରେ ବିଭାଗକୁ ଚଳେଇବାର ତାକତ୍ ରଖୁଛନ୍ତି ।

ଅବଶ୍ୟ ଏହି ସରକାରରେ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଓରଫ୍ ବବିଙ୍କୁ ଭାରି ପାୱାରଫୁଲ୍ କୁହାଯାଉଛି । ମୁଖ୍ୟମନ୍ତ୍ରୀ ଓ ପାଣ୍ଡଆନ୍ ଙ୍କର ସେ କୁଆଡେ ନୀଳନୟନ ବା ବ୍ଲୁ ଆଇଡ । ଏକଥା ସତ ଏଇଥିପାଇଁ ଯେ ସର୍ବକନିଷ୍ଠ ବବିଙ୍କୁ ଦେଖିଲେ ସିନିୟର୍ ମନ୍ତ୍ରୀମାନେ ବି ତରକି ଯାଉଛନ୍ତି । ସତେ ଯେମିତି ବବିଙ୍କ ହାତରେ ତାଙ୍କ ସିସିଆର୍ । ବବି ବି ଅହଂକାର ଦେଖାଇ ବଡ଼ଭାଇମାନଙ୍କୁ ପାସଙ୍ଗରେ ନେଉନାହାନ୍ତି । ସବୁ ବିଭାଗରେ ଅଖଣ୍ଡ କ୍ଷମତା ବିସ୍ତାର କରି ବିଭାଗୀୟ ମନ୍ତ୍ରୀଙ୍କୁ ନିଚ୍ଚା ମଣୁଛନ୍ତି । ଆଉ ବବିଙ୍କ ପାୱାର୍ ଆଗରେ କାକୁସ୍ଥ ହୋଇପଡୁଛନ୍ତି ଅନ୍ୟ ମନ୍ତ୍ରୀ ।

ନବୀନଙ୍କ ପଙ୍କଚର୍ ମନ୍ତ୍ରୀମଣ୍ଡଳରେ ବବିଙ୍କ ସହ ଯୁବ ବ୍ରିଗେଡ଼ଙ୍କୁ ମିଡ଼ିଆ ନିର୍ଲ୍ଲଜ ଭାବେ ପାୱାରଫୁଲ୍ କହୁଛି। ଅନ୍ଧଙ୍କ ଭିତରେ କଣା କିମ୍ବା ମୁର୍ଖଙ୍କ ଭିତରେ ଫାଷ୍ଟ ହେଲା ଭଳି ଏଇ କଥା । ଉପରକୁ ସେମାନେ ପାୱାରଫୁଲ୍ ହେଲେ ଭିତରେ ଫମ୍ପା । ଶକ୍ତି ଭଳି ଜଟିଳ ବିଭାଗର ପାଠକୁ ଏ ପର୍ଯ୍ୟନ୍ତ ଚାଷ କରି ନ ଥିବା ବବି ଦାସ ଏକ୍ସଟ୍ରା କରିକୁଲମ ପାରଦର୍ଶିତା ଦେଖାଇ ତୃତୀୟ ମହଲାର ଗୋଟାପଣ ହୋଇଛନ୍ତି । ତୃତୀୟ ମହଲାର ଆର୍ଶିବାଦ ଓ ନିଜର ବାକ୍ ଚାତୁରି ବଳରେ ସେ ବେଷ୍ଟ ମିନିଷ୍ଟର ବୋଲାଉଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ନିଜ ବ୍ୟକ୍ତିତ୍ୱର ପରାକାଷ୍ଠା ରଖି ବିଭାଗକୁ କିଛିଟା ନିୟନ୍ତ୍ରଣରେ ରଖିଛନ୍ତି । କିଛି କରିପାରନ୍ତୁ କି ନାହିଁ କିନ୍ତୁ ବିଭାଗ ଉପରେ ଜ୍ଞାନ ଆହରଣ କରି ବାବୁମାନଙ୍କୁ କରାୟତ କରିପାରିଛନ୍ତି । ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଆରତୀ ଆହୁଜାଙ୍କ ସହ ଉତମ ବୁଝାମଣା ରଖିଥିବା ଯୋଗୁଁ ବିଭାଗର ଚାବୁକ୍ ଧରି ରଖିବାରେ  ସମର୍ଥ ହୋଇଛନ୍ତି । ଯୋଗାଣମନ୍ତ୍ରୀ ସଞ୍ଜୟ ଦାସବର୍ମା ବି ନିଜ ବିଭାଗକୁ କିଛିଟା ନିୟନ୍ତ୍ରଣରେ ରଖିଛନ୍ତି । ଏହା ସମ୍ଭବ ହେଉଛି କେବଳ ନିଜର ବ୍ୟକ୍ତିତ୍ୱର ଛାପ ଯୋଗୁଁ । ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ନିଜ ବିଭାଗକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରୁଥିଲେ ମଧ୍ୟ ପାରୁନାହାନ୍ତି । ଆଇନମନ୍ତ୍ରୀ ଅରୁଣ ସାହୁ ବି ସେୟା । ନିଜ ବିଭାଗର ଅଫିସରଙ୍କଠାରୁ ଆରମ୍ଭ କରି ପିଅନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସାଥିରେ ମନଫୁଲିଆ କଥା ହୋଇ ନିଜକୁ ଶସ୍ତା କରିଦେଉଛନ୍ତି । ଦୁଇ କଲେଜ ସାଙ୍ଗକୁ ପିଏସ୍ ଓ ଓଏସ୍ଡି କରି ରଖିବା ଫଳରେ ସେମାନଙ୍କ ଉପରେ ଅତ୍ୟନ୍ତ ନିର୍ଭରଶୀଳ ହୋଇପଡିଛନ୍ତି ଅରୁଣ । ଫଳରେ ନିଜେ କୌଣସି ନିଷ୍ପତି ନେଇପାରୁନାହାନ୍ତି ସେ ।

ବରିଷ୍ଠଙ୍କ ଭିତରେ ସମବାୟ ଓ ଅବକାରୀ ମନ୍ତ୍ରୀ ଦାମୋଦର ରାଉତଙ୍କର ବିଭାଗ ଉପରେ ସମ୍ପୂର୍ଣ୍ଣ ଜ୍ଞାନ ଓ ପାରଦର୍ଶିତା ଥିଲେ ମଧ୍ୟ ଅଫିସରମାନେ ତାଙ୍କୁ ସହଯୋଗ କରୁନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ସୁନଜରରେ ନ ଥିବା ଯୋଗୁଁ ସେ ହୀନସ୍ତିଆ ହୋଇଯାଇଛନ୍ତି । କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ବଡ଼ ବଡ଼ କଥା କହି ଗର୍ଜୁଥିଲେ ମଧ୍ୟ ପିଅନ ବି ତାଙ୍କୁ ଖାତିର କରୁନାହିଁ । ଅର୍ଥମନ୍ତ୍ରୀ ପ୍ରଦୀପ ଅମାତଙ୍କର ବିଭାଗ ଉପରେ ବିଲକୁଲ୍ ଜ୍ଞାନ ନାହିଁ । ଫଳରେ ନିଜେ ନିର୍ମାୟା ମନ୍ତ୍ରୀ ହୋଇ ରହିଯାଇଛନ୍ତି । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରି ପାତ୍ରଙ୍କର କାଳ ହେଉଛି ତାଙ୍କର ଅପାରଗତା ଓ ନମ୍ରତା । ଅଫିସରଙ୍କଠାରୁ କାମ ଆଦାୟ କରିବାରେ କି ବିଭାଗକୁ ନିୟନ୍ତ୍ରଣରେ ରଖିବାର ଦକ୍ଷତା ତାଙ୍କ ପାଖରେ ନାହିଁ । ଦେବୀ ମିଶ୍ର ଅଧସ୍ତନ ଅଫିସରଙ୍କୁ ଗାଳିମନ୍ଦ କରି ବିଭାଗକୁ କିଛିଟା କବଜାରେ ରଖିଛନ୍ତି । ଏବେକୁ ସେ ମୁଖ୍ୟମନ୍ତ୍ରୀଙ୍କର ପାଖ ଲୋକ ଭାବେ ପ୍ରଭାବଶାଳୀ ହୋଇଛନ୍ତି । ବିକ୍ରମ ଆରୁଖ, ଅଶୋକ ପଣ୍ଡା, ରମେଶ ମାଝୀ, ସୁଦାମ ମାରାଣ୍ଡିଙ୍କ ଭଳି ଯେଉଁ ମନ୍ତ୍ରୀମାନେ ରହିଲେ ସେମାନଙ୍କର କିଛି ଭାଉ କି ପରାକାଷ୍ଠା ନାହିଁ । ଲାଲବିହାରି ହିମିରିକା, ଶ୍ରୀମତୀ ଉଷା ଦେବୀ, ଯୋଗେନ୍ଦ୍ର ବେହେରାଙ୍କ ଭଳି ମନ୍ତ୍ରୀ ଖାଲି ନାଁ କୁ ମାତ୍ର । ସେମାନେ ଯେ ନିଜ ବିଭାଗ ବିଷୟରେ କିଛି ଜାଣନ୍ତିନି ତାହା ଜଣାଶୁଣା ।

ତେବେ ମନ୍ତ୍ରୀମାନଙ୍କ ଦକ୍ଷତା ଓ କାଟତି ଉପରେ ମୁଖ୍ୟମନ୍ତ୍ରୀଙ୍କର କିଛି ଯାଏ ଆସେ ନାହିଁ । ମନ୍ତ୍ରୀମାନଙ୍କୁ ମେଣ୍ଢା କରି ରଖିବାରେ କୁଆଡେ ଭାରି ଆନନ୍ଦ ତାଙ୍କର । ପୂର୍ବରୁ ମନ୍ତ୍ରୀମାନଙ୍କ ସହ କେତେବେଳେ କେମିତି ପଦେ ଅଧେ କଥା ହେଉଥିଲେ ମାତ୍ର ଏବେ ବର୍ଷେ ହେଲା ସେସବୁ ବି ବନ୍ଦ । ମନ୍ତ୍ରୀମାନେ ନବୀନ ନିବାସ କି ତୃତୀୟ ମହଲା ଯାଇ ନିଜ ଆଡୁ ଯାହା କହିବା କଥା କହୁଛନ୍ତି । ମୁଖ୍ୟମନ୍ତ୍ରୀ ଶୁଣୁଛନ୍ତି ହେଲେ ଉଁ ଚୁଁ କିଛି କହୁନାହାନ୍ତି । ଏମିତି ମନ୍ତ୍ରୀମାନେ ନିଜଆଡୁ ବିଭାଗ କି ନିଜ ଅଂଚଳ ଉପରେ କିଛି କହିଲେ ମୁଖ୍ୟମନ୍ତ୍ରୀ ଅତି ବେଶୀରେ ୫ ମିନିଟ୍ର ଧୈର୍ଯ୍ୟ ରଖୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପାଟିରୁ ଥ୍ୟାଙ୍କ୍ ୟୁ ବାହାରିଲା ପରେ ମନ୍ତ୍ରୀମାନେ ବୁଝି ନେଉଛନ୍ତି ତାଙ୍କ ସମୟ ଶେଷ । ଅଧିକ କିଛି କହିବାର ଥିଲେ ଡରରେ ଆଉ କହିବାକୁ ସାହାସ କରୁନାହାନ୍ତି । ସ୍କୁଲରେ ହେଡମାଷ୍ଟରଙ୍କୁ ପିଲା ଯେମିତି ଡରେ ବିଲକୁଲ ସେମିତିକା ଅବସ୍ଥା ।

Previous Post

ନବୀନଙ୍କ ପାଇଁ ସତର୍କ ଘଣ୍ଟି

Next Post

ନବୀନଙ୍କ ମନ୍ତ୍ରୀ ବନାମ ହାକିମ୍

Next Post
ନବୀନଙ୍କ ମନ୍ତ୍ରୀ ବନାମ ହାକିମ୍

ନବୀନଙ୍କ ମନ୍ତ୍ରୀ ବନାମ ହାକିମ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA