Tuesday, June 23, 2026 03:27 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନଙ୍କ ସଫଳ ଯୁବ ଟିମ୍‍

by Our Correspondent
31 Dec, 2015- 06:26 AM
in News
1 min read
0
ନବୀନଙ୍କ ସଫଳ ଯୁବ ଟିମ୍‍

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ନବୀନ ସରକାରର ୪ ଯୁବମନ୍ତ୍ରୀ ନିଜକୁ ବେଶ୍‍ ପ୍ରଭାବଶାଳୀ ପ୍ରତିପାଦିତ କରିଛନ୍ତି ବିଦାୟୀ ୨୦୧୫ ବର୍ଷରେ । ମନ୍ତ୍ରୀଭାବେ ନିଜ ବିଭାଗ ଉପରେ ନିୟନ୍ତ୍ରଣ ହେଉ କି ଯେ କୋଉ ବିପଦକୁ ସଫଳତା ସହ ମୁକାବିଲାର କଳା ହେଉ ବେଶ୍‍ ପାରଙ୍ଗମ ଏମାନେ । ଖାଲି ସରକାର ନୁହେଁ, ଦଳରେ କ୍ରାଇସିସ୍‍ ମ୍ୟାନେଜମେଣ୍ଟରେ ବି ସେମାନେ ବେଶ୍‍ ବିଚକ୍ଷଣ । ସୁତରାଂ ଦକ୍ଷତା, ପରିଶ୍ରମ, ନିଷ୍ଠା ଓ ଆନୁଗତ୍ୟ ଏହି ୪ ଯୁବମନ୍ତ୍ରୀଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଛି । ରାଜନୀତିର ଚାଟୁତା ଓ ପାରଦର୍ଶିତା ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ “ବ୍ଲୁ ଆଇଡ଼୍‍ ବଏ’କରାଇଛି । ଏହି ଚାରି ଯୁବମନ୍ତ୍ରୀ ହେଉଛନ୍ତି ସ୍ୱାସ୍ଥ୍ୟ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଅରୁଣ କୁମାର ସାହୁ, ଖାଦ୍ୟ ଯୋଗାଣ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସଞ୍ଜୟ ଦାସବର୍ମା ଏବଂ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ।
ଏହି ମନ୍ତ୍ରୀମାନେ ପାଇଥିବା ବିଭାଗଗୁଡ଼ିକ ସବୁବେଳେ ଚାଲେଞ୍ଜିଙ୍ଗ୍‍ । ମାତ୍ର ଚାଲେଂଜକୁ କିଭଳି ମୁକାବିଲା କରାଯାଇପାରେ ତାହାର ନିପୁଣତା ଦେଖିବାକୁ ମିଳିଛି ୧୫ ସାଲରେ । ବ୍ରହ୍ମସଂସ୍ଥାପନ ଭଳି ମହାବିଭ୍ରାଟ୍‍ର ଦୋଷ ଆସିଥିଲା ଆଇନମନ୍ତ୍ରୀ ଅରୁଣ ସାହଙ୍କୁ ଉପରକୁ । ଶବରପଲ୍ଲୀରେ ଦଇତାପତିଙ୍କ ସହ ଶୋଇ ବିବାଦକୁ ଆସିଥିଲେ ଅରୁଣ । ମାତ୍ର ନବକଳେବର ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ନିଜର ଅକ୍ଲାନ୍ତ ପରିଶ୍ରମ ଓ କର୍ମନିଷ୍ଠତା ତାଙ୍କର ପୂର୍ବ ଅପବାଦକୁ ଅଚିରେ ଘୋଡାଇ ଦେଇଥିଲା । ଓଲଟି ତାଙ୍କର ପରିଚାଳନାଗତ ସଫଳତା ସରକାରଙ୍କ ଭାବମୂର୍ତ୍ତିକୁ ସୁରକ୍ଷା ଦେବାରେ ସମର୍ଥ ହୋଇଥିଲା । ସେହିଭଳି ପଞ୍ଚାୟତିରାଜ ବିଭାଗରେ ସମନ୍ୱୟ ଆଣି ସରକାରୀ ଯୋଜନାର କାର୍ଯ୍ୟକାରିତାକୁ ଚଳଚଞ୍ଚଳ କରିପାରିଛନ୍ତି ଅରୁଣ ।
ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଅତନୁ ସବ୍ୟସାଚୀ ନାୟକଙ୍କ ଉପରେ ଭାର ପଡ଼ିଥିଲା କଟକ ଶିଶୁଭବନ ଶିଶୁ ମୃତୁ୍ୟ ଘଟଣା । ଶିଶୁମୃତୁ୍ୟ ଅପବାଦର ଦୋଷ ସିଧାସଳଖ ମନ୍ତ୍ରୀଙ୍କ ଉପରକୁ ଠେଲିଥିଲେ ବିରୋଧୀ ଦଳ । ମାତ୍ର ଅତନୁ ଧୈର୍ଯ୍ୟହରା ନ ହୋଇ ଅବିଚଳିତ ଭାବେ ଲାଗିପଡ଼ିଲେ ଶିଶୁଭବନ ସ୍ଥିତି ସୁଧାରିବାକୁ । ଦାୟୀ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନଠାରୁ ଆରମ୍ଭ କରି ଖାଲି ଥିବା ଡାକ୍ତର, ନର୍ସ ପଦବୀଗୁଡ଼ିକୁ ତୁରନ୍ତ ପୂରଣ ପାଇଁ ତତ୍‍ପର ହୋଇଉଠିଥିଲେ ଅତନୁ । ଆଉ ଅତନୁଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଶିଶୁଭବନ ଅବସ୍ଥାକୁ କମ୍‍ ଦିନରେ ସୁଧାରିବାରେ ସଫଳ ହୋଇଥିଲା । ଖାଲି ଶିଶୁଭବନ ନୁହେଁ ରାଜ୍ୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ଅବସ୍ଥାରେ ଆଖିଦୃଶିଆ ସୁଧାର ଆଣିବାରେ ସକ୍ଷମ ହୋଇପାରିଛନ୍ତି ଅତନୁ । ବିଭିନ୍ନ ଡାକ୍ତରଖାନାକୁ ମନ୍ତ୍ରୀଙ୍କ ଅଚାନକ ଗସ୍ତ ରୋଗୀସେବାରେ ସୁଧାର ଆଣିବାରେ ସହାୟକ ହୋଇଛି । ତାଙ୍କର ଅନ୍ୟ ବିଭାଗ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ବି ସମାନ ଗୁରୁତ୍ୱ ଦେଇ ଅଫିସର ଓ କର୍ମଚାରୀଙ୍କ ଉତ୍ତରଦାୟିତ୍ୱକୁ ଅଧିକ ଚଳଚଞ୍ଚଳ କରିପାରିଛନ୍ତି ଅତନୁ ।
ଯୋଗାଣ ମନ୍ତ୍ରୀ ଭାବେ ସଞ୍ଜୟ ଦାସବର୍ମାଙ୍କ ନିଷ୍ଠା ଓ କାର୍ଯ୍ୟଦକ୍ଷତା ବି ବେଶ୍‍ ସ୍ପୃହଣୀୟ । ବର୍ଷସାରା ତାଙ୍କ ବିଭାଗକୁ ସମସ୍ୟା ଛାଡୁନାହିଁ । ଅଭାବୀ ଧାନବିକ୍ରୀ ଓ ପିଡ଼ିଏସ୍‍ ରେ ବିଭିନ୍ନ ରକମର ଚଞ୍ଚକତାକୁ ଦୃଢ଼ ଭାବରେ ମୁକାବିଲା କରିଛନ୍ତି ସଞ୍ଜୟ । ଚାଷୀଙ୍କ ଚିରାଚରିତ ସମସ୍ୟାର ଦୀର୍ଘସ୍ଥାୟୀ ଯୋଜନାକୁ ନିଜେ ସଞ୍ଜୟ ତନ୍ନ ତନ୍ନ ଭାବେ ଅନୁଧ୍ୟାନ କରି କାମରେ ଲଗାଇଛନ୍ତି । ଆଳୁ,ପିଆଜ ପରି ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ବିଭାଗ ପାଇଁ ଚାଲେଞ୍ଜ ଆଣିଥିଲେ ମଧ୍ୟ ସରକାରଙ୍କ ଲିମିଟେସନ୍‍ ଭିତରେ ନିଜ ସାଧ୍ୟମତେ ସଙ୍କଟକୁ ଟାଣିବାରେ ସମର୍ଥ ହୋଇଛନ୍ତି । କଳାବଜାରୀଙ୍କ ଉପରେ ଜୋରଦାର ଚଢ଼ାଉ ଓ କାର୍ଯ୍ୟାନୁଷ୍ଠାନକୁ ସଚିନ୍ତିତ ଢ଼ଙ୍ଗରେ ତ୍ୱରାନ୍ୱିତ କରିପାରିଛନ୍ତି ସଞ୍ଜୟ । ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ୍‍ କାର୍ଡ ପ୍ରସ୍ତୁତି ଓ ବଣ୍ଟନରେ ବ୍ୟାପକ ଜାଲିଆତି ହୋଇଛି । ତେବେ ମନ୍ତ୍ରୀ ସଞ୍ଜୟ ଏହାକୁ ସ୍ୱୀକାର କରିବା ସହ ଏତେବଡ଼ ଯୋଜନାରେ ରହିଥିବା ତ୍ରୁଟି ବିଚୁ୍ୟତିରେ ସଂଶୋଧନ ଆଣିବାକୁ ନିଜର କଳ ବଳ ଖଟାଇ ସମସ୍ତଙ୍କ ପାଇଁ ଗ୍ରହଣୀୟ ହୋଇଛନ୍ତି । ସେହିଭଳି ବିବିଧ ସମସ୍ୟାରେ ଜର୍ଜରିତ ବୈଷୟିକ ଶିକ୍ଷା ବିଭାଗକୁ ସୁଧାରସ୍ଥିତିରେ ଆଣିବାରେ ଉଦ୍ୟମ ଜାରି ରଖିଛନ୍ତି ସଞ୍ଜୟ । ଏଥିପାଇଁ ତାଙ୍କର ନିଷ୍ଠା ସରକାରଙ୍କୁ ସୁବିଧାଜନକ ସ୍ଥିତିରେ ରଖିପାରିଛି ।
କାର୍ଯ୍ୟଦକ୍ଷତା ଦୃଷ୍ଟିରୁ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ବେଶ୍‍ ମାହିର ବୋଲି ନିଜକୁ ପ୍ରମାଣିତ କରିଛନ୍ତି । ବର୍ଷସାରା ରାଜ୍ୟରେ ବିଜୁଳି ସଙ୍କଟ, ମନ୍ତ୍ରୀଙ୍କ ପାଇଁ ଚାଲେଞ୍ଜ ଥିଲେ ବି ପ୍ରଣବ ନିଜର ବୁଦ୍ଧି ଓ ପାରଦର୍ଶିତା ବଳରେ ସଙ୍କଟର ସମାଧାନ ଦିଗରେ ଆଖିଦୃଶିଆ ସଫଳତା ପାଇଛନ୍ତି । ଖାଲି ମନ୍ତ୍ରୀ ଭାବେ ନୁହେଁ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଣବ ମୁଖ୍ୟ ପୁରୋଧା ହୋଇ କାର୍ଯ୍ୟକ୍ରମକୁ ସଫଳ କରାଇଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ପ୍ରବଳ ଆସ୍ଥା ରଖିଛନ୍ତି ।
୧୫ ସାଲରେ ଏହି ଚାରିମନ୍ତ୍ରୀଙ୍କର ଦୋଷ ଦୁର୍ବଳତା ଯେ ପଦାକୁ ଆସିନି ତାହା ନୁହେଁ । ମାତ୍ର ସେମାନଙ୍କର କାର୍ଯ୍ୟଶୈଳୀ,ନିଷ୍ଠା ଓ କାର୍ଯ୍ୟଦକ୍ଷତା ସେସବୁ ଦୋଷ ଦୁର୍ବଳତାକୁ ଘୋଡାଇପାରିଛି । ଖାସ୍‍ କରି ଏହି ଚାରି ଯୁବମନ୍ତ୍ରୀଙ୍କ ବଡ଼ ସଫଳତା ହେଉଛି ନିଜ ନିଜ ସଚିବମାନଙ୍କ ସହ ତାଳମେଳ । ସଚିବମାନଙ୍କୁ ସାଙ୍ଗରେ ନେଇ ବିଭାଗର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାର କଳା ସେମାନଙ୍କର ବଡ଼ ପୁଞ୍ଜି ହୋଇଛି । ବିଭାଗରେ ମନ୍ତ୍ରୀ-ସଚିବ ବିବାଦଠାରୁ ବହୁ ଦୂରରେ ଏହି ଚାରିମନ୍ତ୍ରୀ । ଏହା ହିଁ ୨୦୧୫ ରେ ସେମାନଙ୍କର ସଫଳତାର ମନ୍ତ୍ର ।

Previous Post

ଝଡ଼ଝଞ୍ଝା ଆସିଛି, କମିନି ଲୋକପ୍ରିୟତା

Next Post

ନୂଆ ସ୍ୱପ୍ନ, ନୂଆ ଆଶା- ୨୦୧୬

Next Post
ନୂଆ ସ୍ୱପ୍ନ, ନୂଆ ଆଶା- ୨୦୧୬

ନୂଆ ସ୍ୱପ୍ନ, ନୂଆ ଆଶା- ୨୦୧୬

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA