ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ବିଦାୟ ନେଇଗଲା ୨୦୧୫ । ଛାଡ଼ିଗଲା ଗୁଡ଼ାଏ ସ୍ମୃତି ଆଉ ଅନୁଭବ । ସମସ୍ତଙ୍କ ଜୀବନରେ ଛାଡ଼ି ଦେଇଗଲା କିଛି ଖଟା ଓ କିଛି ମିଠାର ଅନୁଭବ । ଜୀବନର ଚଲାପଥରେ ଏମିତି ବର୍ଷ ପରେ ବର୍ଷ ଆସେ ଓ ଚାଲିଯାଏ । ଅତୀତର ଝର୍କାରେ ଅନେକ ଅଭୁଲା ସ୍ମୃତି ଉଙ୍କିମାରେ ଭବିଷ୍ୟତର ଜୀବନ ଗଢ଼ିବାକୁ । ଆଜିର ଦିନରେ ସେମିତି କିଛି ସ୍ମୃତିକୁ ଧରି ଆଗାମୀ କାଲିର ସ୍ୱପ୍ନ ଦେଖୁଛି ଆମର ନିଉଜ୍ ୱେବ୍ ପୋର୍ଟାଲ୍ “ମିଡ-ଡେ ଓଡ଼ିଶା’ । ଅଳ୍ପ ଦିନର ନିଷ୍ପାପ ଶିଶୁ ହେଉଛି “ମିଡ-ଡେ ଓଡ଼ିଶା’ । ଶିଶୁ ହେଲେ ବି ମନରେ ଅସରନ୍ତି ଶକ୍ତିକୁ ଧରି ଆଗାମୀ କାଲିର ସ୍ୱପ୍ନରେ ବିଭୋର ହୋଇଛୁ । ପାଠକ/ପାଠିକାଙ୍କ ସଦିଚ୍ଛା ଓ ଆର୍ଶିବାଦ ଧରି ଆମେ ଉଚ୍ଚା ପାହାଡ ଚଢ଼ିବାକୁ ମନ ବଳାଇଛୁ । ଏକ ସୁସ୍ଥ ଓ ଦୁର୍ନୀତିମୁକ୍ତ ସମାଜର ସ୍ୱପ୍ନ ଆମର । ଏଥିପାଇଁ ଦୁର୍ନୀତି ବିରୋଧରେ ଲଢ଼େଇ କରିବାର ଶପଥ ଆମର । ସମାଜରେ ମଣିଷମଣିଆକୁ ବଞ୍ଚାଇ ରଖିବାର ଦାୟିତ୍ୱ ପ୍ରତି ଆମେ ଖୁବ୍ ସଚେତନ । ଆଶା ଓ ବିଶ୍ୱାସ ଆମେ ଆମ ଲକ୍ଷ୍ୟ ପଥରେ ପହଞ୍ଚିବାକୁ ସଂଗ୍ରାମ ଜାରି ରଖିବୁ । ନୂଆ ବର୍ଷରେ ଏହା କେବଳ ପ୍ରତିଶ୍ରୁତି ନୁହେଁ, ଆମର ଦୃଢ଼ ସଂକଳ୍ପ । କେବଳ ଦରକାର ଆପଣମାନଙ୍କ ଭଳି ପାଠକ/ପାଠିକାଙ୍କ ସ୍ନେହ,ଶୁଭେଚ୍ଛା ଓ ଆର୍ଶିବାଦ । ନୂଆ ବର୍ଷ ୨୦୧୬ ସମସ୍ତଙ୍କ ପାଇଁ ଆନନ୍ଦମୟ ହେଉ ଏହା ହିଁ “ମିଡ-ଡେ ଓଡ଼ିଶା’ର କାମନା । ହାପି ନିୟୁ ଇଅର୍ ଟୁ ଅଲ୍ ।