Friday, May 8, 2026 09:55 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡ଼ିକୁ ରାସନ୍‍ କାର୍ଡ ମାୟା

by Our Correspondent
02 Jan, 2016- 03:41 PM
in News
1 min read
0
ବିଜେଡ଼ିକୁ ରାସନ୍‍ କାର୍ଡ ମାୟା

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଉପର ଏଇ ଫଟୋଟିକୁ ଦେଖନ୍ତୁ । ଏହି ବ୍ୟକ୍ତିଜଣଙ୍କ ନାଁ ହେଉଛି ଧୀର ପଲେଇ । ନିଆଳୀ ଅଞ୍ଚଳରେ ଘର ତାଙ୍କର । ବୟସ ପାଖାପାଖି ୫୦ । ପିଲାଦିନୁ ପୋଲିଓଗ୍ରସ୍ତ । ଭାରି ଅଭାବୀ ପରିବାର ତାଙ୍କର । ନିଜ ପରିବାର ପେଟକୁ ଦାନା ଯୋଗାଡ଼ କରିବା ପାଇଁ ଭୁବନେଶ୍ୱର ଆସି ଛୋଟେଇ ଛୋଟେଇ ଚା’ ବିକୁଛନ୍ତି । ପାଖାପାଖି ୨୫ ବର୍ଷ ହେଲା ଏଠି ଚା’ ବିକି ପରିବାରର ପେଟ ଚାଖଣ୍ଡ ପୋଷୁଥିଲେ ମଧ୍ୟ ଅଭାବ ତାଙ୍କ ପିଛା ଛାଡୁନି । ରାସନ୍‍ କାର୍ଡ ପାଇଁ ଆବେଦନ କରିଥିଲେ । ରାସନ୍‍ କାର୍ଡ ପାଇବାର ସବୁ ଯୋଗ୍ୟତା ତାଙ୍କର ଥିଲା । ମାତ୍ର ଦଉଡ଼ି ଦଉଡ଼ି ନୟାନ୍ତ ହେଲେ ପଛେ ରାସନ୍‍ କାର୍ଡ ପାଇଁ ସରକାରୀ ବାବୁମାନେ ତାଙ୍କୁ ଯୋଗ୍ୟ ମଣିଲେନି । ଖାଲି ଧୀର ନୁହଁନ୍ତି, ଏମିତି ଲକ୍ଷ ଲକ୍ଷ ଧୀର ଅଛନ୍ତି ଯେଉଁମାନେ ରାସନ୍‍ କାର୍ଡର ପ୍ରକୃତ ହିତାଧିକାରୀ । ମାତ୍ର ସରକାରଙ୍କ ଆଖିରେ ସେମାନେ ପଇସାବାଲା, ବିତ୍ତଶାଳୀ ।
ସେପଟେ କିନ୍ତୁ ବିଜେଡ଼ି ବିଧାୟକଙ୍କଠାରୁ ଆରମ୍ଭ କରି ମେୟର, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ପୋ÷ରାଧ୍ୟକ୍ଷ, କର୍ପୋରେଟର, କାଉନସିଲର, ସରପଞ୍ଚ, ସମିତି ସଭ୍ୟଙ୍କ ପରିବାରକୁ ମିଳିଛି ରାସନ୍‍ କାର୍ଡ । ଗୋଟେ ଯୋଡେ ଜାଗାରେ ନୁହେଁ, ସାରା ଓଡ଼ିଶାର ବିଛେଇ ହୋଇପଡ଼ିଛନ୍ତି ଅଯୋଗ୍ୟ ରାସନକାର୍ଡଧାରୀ ବିଜେଡ଼ି ଚେଲାଚାମଣ୍ଡା । ତିନି ତିନି ଥର ସର୍ଭେ, ଯାଞ୍ଚର ଜାଲରେ ସେମାନେ ଧରାପଡ଼ିନାହାନ୍ତି । ନିର୍ଲ୍ଲଜ ଭାବେ ଆବେଦନ କରିଛନ୍ତି ଆଉ ସରକାରୀ ବାବୁମାନେ ନିର୍ଲଜ ଭାବେ ସେମାନଙ୍କୁ ହିତାଧିକାରୀ ଚୟନ କରି କାର୍ଡ ଦେଇଛନ୍ତି । ଗରିବଙ୍କ ପାଇଁ ଉଦ୍ଧିଷ୍ଟ ଖାଦ୍ୟ ସୁରକ୍ଷା ଆଇନରୁ ବଞ୍ଚିତ ହୋଇଛନ୍ତି ଦୁଇଓଳି ପେଟକୁ ଭାତମୁଠେ ପାଉ ନ ଥିବା ସମାଜର ଅତି ତଳସ୍ତରର ଲୋକେ । ସେମାନଙ୍କର ହର୍ତ୍ତା କର୍ତ୍ତା ନ ଥିବାରୁ ରାସନ୍‍ କାର୍ଡ ସେମାନଙ୍କୁ ମୁହଁ ବୁଲାଇଦେଇଛି । ଆଜିର ଏହା ନିଚ୍ଛକ ବାସ୍ତବତା ଯାହାକି ସରକାର ମାନିବାକୁ ବାଧ୍ୟ ହେବେ ।
ତେବେ ସରକାର ଓ ପ୍ରଶାସନିକ କଳର ଦୋଷ ଦୁର୍ବଳତା ଘୋଡାଇବାକୁ ବିଜେଡ଼ିର ବଡ଼ପଣ୍ଡାମାନେ ଯେଭଳି ଉଦ୍ୟମ ଆରମ୍ଭ କରିଛନ୍ତି ତାହା ବି ଆହୁରି ସାଂଘାତିକ । ଅଯୋଗ୍ୟ ହିତାଧୀକାରୀଙ୍କୁ ୧୫ ଦିନିଆ ମହଲତ୍‍ ଦେଇ ସରକାର ସୁରକ୍ଷା ଢ଼ାଲ୍‍ ଦେଖାଇଛନ୍ତି । ସବୁ ଦୋଷ ଦୁର୍ବଳତା ସତ୍ତ୍ୱେ ଖୋଦ୍‍ ଯୋଗାଣମନ୍ତ୍ରୀ ନିଜ ସ୍ୱଚ୍ଛତାର ସଫେଇ ପରେ ସଫେଇ ଦେଉଛନ୍ତି । ବାଲିଗୁଡ଼ା ବିଧାୟକଙ୍କ ପତ୍ନୀଙ୍କ ନାଁରେ ଇସୁ୍ୟ ହୋଇଥିବା ରାସନ୍‍ କାର୍ଡ ସେ କୁଆଡେ ଦେଢ଼ମାସ ତଳୁ ସରେଣ୍ଡର କରିଛନ୍ତି । ଖୋଦ୍‍ ଯୋଗାଣମନ୍ତ୍ରୀ ପ୍ରେସ୍‍ କନଫରେନ୍ସ କରି ଏହି ସଫେଇ ଦେବା ନିର୍ବୋଧତା ଛଡ଼ା କିଛି ନୁହେଁ । ଯୋଗାଣମନ୍ତ୍ରୀ ଭୁଲିଯିବା କଥା ନୁହେଁ ଯେ ବିଧାୟକଙ୍କ ପତ୍ନୀ କେଉଁ ଆଧାରରେ ରାସନ୍‍ କାର୍ଡ ପାଇଁ ଆବେଦନ କରିଥିଲେ? ତାଙ୍କର ଆବେଦନ କରିବାଟା ଅପରାଧ ନୁହେଁ କି? ଏଥିରେ ବିଧାୟକଙ୍କର ସ୍ୱଚ୍ଛତା ଆସିଲା କେଉଁଠୁ? ଆଉ ଦଳୀୟ ବିଧାୟକଙ୍କୁ ସୁରକ୍ଷା ଦେବାକୁ ଯୋଗାଣମନ୍ତ୍ରୀ ଏଭଳି ସଫେଇ ଦେଇ ଦଳର ଭାବମୂର୍ତ୍ତି ବଢ଼ାଇଲେ ନା ଛିଣ୍ଡାଇଲେ ତାହାର ଉତ୍ତର ସେ ଦେଇପାରିବେ ।
କିନ୍ତୁ ଏକଥା ସତ ଯେ ଲକ୍ଷ ଲକ୍ଷ ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ୍‍ ପଡ଼ିଥିବା ବେଳେ ୫୦ ଲକ୍ଷରୁ ଉଦ୍ଧ୍ୱର୍ ଅଯୋଗ୍ୟ ହିତାଧିକାରୀ ହାତେଇ ନେଇଛନ୍ତି ରାସନ୍‍ କାର୍ଡ । ସହର, ଗାଁ ଗଣ୍ଡା ବୁଲି ଦେଖିଲେ ଏହି ସତ୍ୟ ଜଳ ଜଳ ଦିଶୁଛି । ବିଜେଡ଼ି ମାମଲତିଙ୍କ ଜରିଆରେ ସରକାରୀ ବାବୁଙ୍କୁ ପ୍ରଭାବିତ କରି ଅଧିକାଂଶ ବିଜେଡ଼ି କର୍ମୀ ଓ ସମର୍ଥକମାନେ ହାତେଇଛନ୍ତି ରାସନ୍‍ କାର୍ଡ । ସେଥିରେ ଧନୀ,ଗରିବ ବାଛବିଚାର ଦେଖାଯାଇନାହିଁ । ମନ୍ତ୍ରୀ ଏହାର ସତ୍ୟତା ଅଙ୍ଗେ ନିଭାଉଥିଲେ ମଧ୍ୟ ସତ ମାନିବାକୁ ଡରିବା ସ୍ୱାଭାବିକ କଥା । ଏହାକୁ ସ୍ୱଚ୍ଛ କରିବା ପାଇଁ ସାନି ଉଦ୍ୟମ ଆରମ୍ଭ ହୋଇଥିବା ମନ୍ତ୍ରୀ କହୁଥିଲେ ମଧ୍ୟ ଏତେ ବଡ଼ ପ୍ରକ୍ରିୟାକୁ ପୁଣି ସେ ସଠିକ୍‍ ସଜାଡ଼ିପାରିବେ ତାହା ବିଶ୍ୱାସ କରିବା ବି ପାପ । ମିଡ଼ିଆରେ ରାସନ୍‍ କାର୍ଡ ପ୍ରସଙ୍ଗରେ ଯେବେ ଲେଖା ବନ୍ଦ ହେବ ସେବେଠୁଁ ସଂଶୋଧନ ପ୍ରକି୍ରୟା ଧୀମେଇ ଯିବ । ଅଯୋଗ୍ୟ ବ୍ୟକ୍ତିମାନେ ସରକାରଙ୍କ ନାକତଳେ ବସି ଏହାର ସୁବିଧା ନେଉଥିବେ । ଆଉ ଗରିବ ଗୁରୁବାମାନେ ଭକୁଆ ହୋଇ ଚାହିଁଥିବେ ।

Previous Post

ନୂଆ ସ୍ୱପ୍ନ, ନୂଆ ଆଶା- ୨୦୧୬

Next Post

ପ୍ରସାଦଙ୍କ ନାଁକୁ ବି ଡର

Next Post
ପ୍ରସାଦଙ୍କ ନାଁକୁ ବି ଡର

ପ୍ରସାଦଙ୍କ ନାଁକୁ ବି ଡର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA