Friday, May 8, 2026 09:53 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରସାଦଙ୍କ ନାଁକୁ ବି ଡର

by Our Correspondent
02 Jan, 2016- 07:22 PM
in News
1 min read
0
ପ୍ରସାଦଙ୍କ ନାଁକୁ ବି ଡର

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ପ୍ରସାଦ ହରିଚନ୍ଦନ ଓଡ଼ିଶା କଂଗ୍ରେସର ମଙ୍ଗ ଧରିବା ବର୍ଷେ ପୂରିଲାଣି । “ମୁଁ ନୁହେଁ ଆମେ’ ନାରା ଦେଇ ମୈଦାନକୁ ଓହ୍ଲାଇବା ବେଳେ ଅନେକଙ୍କ ଆଶା ଥିଲା କଂଗ୍ରେସକୁ ସଜାଡ଼ିବାରେ ପ୍ରସାଦ ନିଶ୍ଚିତ ସଫଳ ହେବେ । ଭଦ୍ର, ଅମାୟିକ, ମାର୍ଜିତ ଓ ବିଦ୍ୱାନ ଗୁଣ ସମ୍ପନ୍ନ ପ୍ରସାଦଙ୍କଠାରୁ ଏସବୁ ଆଶା କରିବାରେ ବି କିଛି ଅସ୍ୱାଭାବିକତା ନ ଥିଲା । ଦଳୀୟ ଗୋଷ୍ଠୀ କନ୍ଦଳରୁ ସବୁବେଳେ ନିଜକୁ ଦୂରେଇ ରଖିଥିବା ପ୍ରସାଦ ପ୍ରଥମ ପର୍ଯ୍ୟାୟରେ ଦଳର ସବୁ ବର୍ଗଙ୍କୁ ଏକାଠି ନେଇ କାମ କରିବାର ଅଭ୍ୟାସ ବି କଲେ । ମାତ୍ର ବର୍ଷେ ପରେ ତାର ସୁଫଳ ତ ମିଳିଲାନି ବରଂ ପ୍ରସାଦଙ୍କ ଉପରେ “ଆମେ ନୁହଁ ମୁଁ’ ର ଆରୋପ ଲାଗିଲାଣି । ଏଭଳି ଅପବାଦ ପଛରେ ପ୍ରସାଦଙ୍କ ଅହଙ୍କାରକୁ ଦଳର ଅନେକ ନେତା ଦାୟୀ କରିଛନ୍ତି ।
ଏହା ସତ ଯେ ତୃଣମୂଳସ୍ତରରେ ପ୍ରସାଦଙ୍କର ସାଙ୍ଗଠନିକ ଦକ୍ଷତା ନାହିଁ କହିଲେ ଚଳେ । ନିଜ ନିର୍ବାଚନମଣ୍ଡଳୀ ସତ୍ୟବାଦୀ ତାହାର ଏକ ଜ୍ୱଳନ୍ତ ଉଦାହରଣ । କର୍ମୀଙ୍କ ସହ ସମ୍ପର୍କ ରଖିବାକୁ ତାଙ୍କର ସମୟ ନ ଥାଏ । ପ୍ରଦୀପ ମହାରଥୀଙ୍କ ଭାଷାରେ ପ୍ରସାଦ ହେଉଛନ୍ତି ପୋଥି ବାଇଗଣ । ବାଡି ବାଇଗଣ ନୁହଁନ୍ତି । ଏହାର ଅର୍ଥ ବୁଝିବାକୁ ହେଲେ ପ୍ରସାଦ କର୍ମୀଙ୍କୁ ସମୟ ଦେବା ବଦଳରେ ପଢ଼ାପଢ଼ିରେ ଅଧିକ ସମୟ ଦେବାକୁ ଭଲ ପାଆନ୍ତି । ମାତ୍ର ରାଜନୀତିରେ ଏହା ଯେ ସଫଳତାର ମନ୍ତ୍ର ନୁହେଁ ତାହା ପ୍ରସାଦଙ୍କ ପରି ବିଚକ୍ଷଣ ବ୍ୟକ୍ତିତ୍ୱ ଠିକ୍‍ ବୁଝନ୍ତି । ମାତ୍ର ନିଜର (କୁ)ଅଭ୍ୟାସ ତାଙ୍କୁ ସୁଫଳ ଆଣିବାରେ ବାଧକ ସାଜିଛି ।
ପ୍ରସାଦଙ୍କର ସବୁଠୁ ଖରାପ ଗୁଣ ହେଉଛି ସମୟାନୁବର୍ତ୍ତିତାର ଅଭାବ । ଯାହା ଛୋଟ ମନେ ହେଲେ ବି ବଡ଼ ମାନେ ରଖେ । କର୍ମୀଙ୍କ କଥା ଛାଡ଼ନ୍ତୁ, କୋ÷ଣସି ପ୍ରସଙ୍ଗରେ ଟିଭି ସାମ୍ବାଦିକମାନେ ଯଦି ତାଙ୍କ ପାଖକୁ ବାଇଟ୍‍ ପାଇଁ ଯାଆନ୍ତି ତେବେ ସେଦିନଟି ବେକାର ହୋଇଗଲା ବୋଲି ଜାଣ । ୫ ମିନିଟ୍‍ ୫ ମିନିଟ୍‍ କହି ୫ ଘଂଟା ବସାଇଦେବେ ସିନା ବାଇଟ୍‍ ମିଳିବା କଷ୍ଟକର ହୋଇଯିବ । କେତେବେଳେ କହିବେ ଦାଢ଼ି ଟା ଟିକେ କାଟି ଦିଏ ତାପରେ କହିବି । ପୁଣି ଦାଢ଼ି କଟା ସରିଲେ ଗାଧୋଇବା କଥା କହିବେ । ଗାଧୋଇବା ସରିଲେ ପୂଜା କଥା କହିବେ । ଆଉ ପୂଜା ସାରି ରେଡ୍ଡି ହୋଇ ଆସିବା ପରେ ପ୍ରସଙ୍ଗ ଉପରେ କରିବେ ତର୍ଜମା । ଗମ୍ଭୀର ସବଜେକ୍ଟ ହୋଇଥିଲେ ଦି ଲାଇନ୍‍ର ବାଇଟ୍‍ ଦେବାକୁ ଦି ଖଣ୍ଡ ବହି ଘାଂଟି ଦେଇଥିବେ । ପ୍ରସାଦଙ୍କର ଏତିକି କାମ ସରିଲା ବେଳକୁ ବାଇଟ୍‍ ପାଇଁ ଯାଇଥିବା ସାମ୍ବାଦିକଙ୍କର ହୋସ୍‍ ଉଡ଼ିଯାଇଥିବ । ଦିନର ଅନ୍ୟ ସବୁ ଷ୍ଟୋରି ମାଡ଼ ଖାଇଯିବାଟା ସୁନିଶ୍ଚିତ । ଏହି ଦୃଷ୍ଟିରୁ ପ୍ରସାଦଙ୍କଠାରୁ ବାଇଟ୍‍ ଆଣିବାକୁ ପଡ଼ିଲେ ସାମ୍ବାଦିକମାନଙ୍କ ମଧ୍ୟରେ ଭାଳେଣି ପଡୁଛି ।
ଏହି କଥାରୁ ପ୍ରସାଦଙ୍କର କର୍ମୀଙ୍କ ପ୍ରତି ହାବଭାବ ବି ସ୍ପଷ୍ଟ ଅନୁମେୟ । ଖାଲି ତଳିଆ କର୍ମୀ ନୁହଁନ୍ତି ଦଳର ବରିଷ୍ଠ ନେତା ଯଦି ପ୍ରସାଦଙ୍କ ସହ ଦଳୀୟ ବ୍ୟାପାରରେ କିଛି ମନ୍ତ୍ରଣା କରିବାର ସମୟ ମାଗନ୍ତି ତାହା ବି ସହଜରେ ମିଳେନାହିଁ । ପ୍ରସାଦଙ୍କର ଏହି ଗୁଣ ସହ ଅଭ୍ୟସ୍ତ ହୋଇ ବରିଷ୍ଠ ନେତାମାନେ ବି ତାଙ୍କଠାରୁ ଦୂରେଇ ଯିବା ଆରମ୍ଭ କଲେଣି । ପ୍ରସାଦ ଆୟୋଜନ କରୁଥିବା ପ୍ରେସ୍‍ କନଫରେନ୍ସଗୁଡ଼ିକର ଅବସ୍ଥା ବି ତଦ୍ଧୂର୍ପ । ସାମାନ୍ୟ ପ୍ରେସ୍‍ କନଫରେନ୍ସ ପାଇଁ ବି ପ୍ରସାଦ ବେଳା, ନକ୍ଷତ୍ରର ଆଶ୍ରୟ ନିଅନ୍ତି । ସେହି ଅନୁଯାୟୀ ସମୟ ଧାର୍ଯ୍ୟ କରିଥାଆନ୍ତି । ସେଇ ଗ୍ରହ,ନକ୍ଷତ୍ରର ହୁକୁମ୍‍ ଧରି ପ୍ରସାଦ ସାମ୍ବାଦିକ ସମ୍ମିଳନୀକୁ ଅଖାଡୁଆ ସମୟରେ ରଖନ୍ତି । ଖାସ୍‍ ସେଥିପାଇଁ ପ୍ରସାଦଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ସେଦିନର ପ୍ରାଇମ୍‍ ବୁଲେଟିନ୍‍ ରେ ମାଡ଼ ଖାଇଯାଏ । ଯେତିକି ଗୁରୁତ୍ୱ ରଖିବା କଥା ସେତିକି ଗୁରୁତ୍ୱ ରଖେନି ।
ପ୍ରସାଦଙ୍କର ଏସବୁ ଲକ୍ଷଣ ହିଁ କଂଗ୍ରେସ ଭଳି ବିରାଟ ସଂଗଠନକୁ ଏକାଠି କରି ସକ୍ରିୟ କରିବାରେ ବିଫଳ ହୋଇଛି । ବର୍ଷେ ପୂରି ନ ଥିବାରୁ ବରିଷ୍ଠ ନେତାମାନେ ମନର କଥା ମନରେ ଚାପି ରଖୁଥିଲେ । ମାତ୍ର ଏବେ ସେମାନେ ମୁହଁ ଖୋଲିବାକୁ ଆରମ୍ଭ କରିଛନ୍ତି । ପ୍ରସାଦଙ୍କ ନମ୍ରତା ଭିତରେ ଯେ ବିରାଟ ଅହଂକାର ବସା ବାନ୍ଧିଛି ତାହା ସେମାନେ ବୁଝିସାରିଲେଣି । ନବୀନ ପଟ୍ଟନାୟକଙ୍କ ସହ ଲଢ଼େଇର ନେତୃତ୍ୱ ନେବାକୁ ପ୍ରସାଦଙ୍କ ଭଳି ନେତା ଯେ ସମ୍ପୂର୍ଣ୍ଣ ଅକ୍ଷମ ତାହା ସେମାନେ କହି ବୁଲିଲେଣି । ଏତିକିବେଳେ ଦଳର ବରିଷ୍ଠ ନେତା ଲୁଲୁ ମହାପାତ୍ରଙ୍କ ବୟାନ ଏହି ଅସନ୍ତୋଷରେ ନିଆଁ ଢ଼ାଳିବା ଭଳି ହୋଇଛି । ଜାଲ୍‍ ରାସନ୍‍ କାର୍ଡ ପ୍ରସଙ୍ଗରେ ସରକାରଙ୍କୁ ଘେରି ଜନସମର୍ଥନ ହାସଲ କରିବାର ପ୍ରଚୁର ସୁଯୋଗ ଅଛି କଂଗ୍ରେସ ପାଖରେ । ମାତ୍ର ଦଳ ସେଥିରେ ସମ୍ପୂର୍ଣ୍ଣ ଫେଲ୍‍ ମାରିଛି ବୋଲି ଲୁଲୁ ନିଜର ଅସନ୍ତୋଷକୁ ବିଦ୍ରୋହୀ କଣ୍ଠରେ ଶୁଣାଇଛନ୍ତି । ଭକ୍ତ ଦାସଙ୍କ ଭଳି ପ୍ରସାଦ ଏହାକୁ ସହଜରେ ଗ୍ରହଣ କରିନେଲେ ଆଗକୁ ବିପଦରେ ପଡ଼ିବାଟା ଥୟ ।

Previous Post

ବିଜେଡ଼ିକୁ ରାସନ୍‍ କାର୍ଡ ମାୟା

Next Post

ଧନ୍ୟରେ ପୁଅ, ଧନ୍ୟ ରାଜନୀତି

Next Post
ଧନ୍ୟରେ ପୁଅ, ଧନ୍ୟ ରାଜନୀତି

ଧନ୍ୟରେ ପୁଅ, ଧନ୍ୟ ରାଜନୀତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA