Friday, April 17, 2026 09:21 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ନବୀନ ଠିକ୍‌ ବୁଝିଛନ୍ତି

by Our Correspondent
04 Apr, 2016- 06:21 PM
in News
1 min read
0
ନବୀନ ଠିକ୍‌ ବୁଝିଛନ୍ତି

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଜଣେ ଲୋକ ୧୬ ବର୍ଷ ଧରି ରାଜ୍ୟକୁ ଶାସନ କଲେଣି । ମାତ୍ର ରାଜ୍ୟର ମାତୃଭାଷାକୁ ଜାଣିପାରିଲେନି । ଏହା ଆଜିକାଲିକା ଚର୍ଚ୍ଚା ନୁହେଁ, ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଦାୟିତ୍ୱ ନେବାର କିଛି ବର୍ଷଠାରୁ ଏହା ରାଜ୍ୟରେ ତର୍କ ବିତର୍କ ସୃଷ୍ଟି କରିଛି । ମାତ୍ର ଉକ୍ରଳ ଦିବସର ୮୦ ବର୍ଷ ପୂର୍ତ୍ତି ଅବସରରେ ପ୍ରସଙ୍ଗ ଟିକେ ଅଧିକ ଉଜ୍ଜୀବିତ ହୋଇଛି । ଅବଶ୍ୟ ଏହା ନବୀନ କିମ୍ବା ଦଳୀୟ ମାହୋଲକୁ ଅଶ୍ୱସ୍ତି ଆଣିବା ପରିବର୍ତ୍ତେ ଛାତି ଅଧିକ ଚଉଡ଼ା କରିଛି । ଲଜ୍ଜାହୀନ ଭାବେ ଓଡ଼ିଆ ଭାଷା ପ୍ରତି ନବୀନଙ୍କ କିର୍ତ୍ତୀମାନର ଗୁଣଗାନ କରିଛନ୍ତି ଛାମୁଆ ବିଜୁ ଜନତା ଦଳ ସଂଗଠନ ।
ନବୀନଙ୍କ କିର୍ତ୍ତୀମାନର ଫର୍ଦ୍ଦ ଖୋଲି ଗର୍ବରେ ଫାଟିଛନ୍ତି ଯୁବ ବିଜେଡ଼ି ନେତୃତ୍ୱ । ନବୀନଙ୍କ ଅମଳରେ ଓଡ଼ିଆ ଭାଷା ପ୍ରତିଷ୍ଠାନ,ଓଡ଼ିଆ ଭର୍ଚୁଆଲ୍‌ ଏକାଡେମୀ, ଭାଗବତ ଟୁଙ୍ଗୀର ପୁନରୁଦ୍ଧାର, ଓଡ଼ିଆ ସାହିତ୍ୟ ଏକାଡେମୀକୁ ଅଧିକ ବ୍ୟୟବରାଦ, ଜେଏନୟୁ, ବନାରସ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା କରିଛନ୍ତି ମାନ୍ୟବର ନବୀନ ପଟ୍ଟନାୟକ । ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଓ ଓରିଶାର ଓଡ଼ିଶାକୁ ନାମ ପରିବର୍ତ୍ତନ ଆମ ସମୟର ସବୁଠାରୁ ବଡ଼ ଉପଲବ୍ଧି ବୋଲି ଯୁବ ବିଜେଡ଼ି କହିଛି । ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ଓଡ଼ିଆ ବୁଝନ୍ତି ଓ କହନ୍ତି ବୋଲି ସଂଗଠନ ଦୃଢ଼ୋକ୍ତି ପ୍ରକାଶ କରିଥିଲା ବେଳେ ନବୀନ ଓଡ଼ିଆଙ୍କ ହୃଦୟର ଭାଷା ବୁଝୁଥିବାରୁ ତାଙ୍କର ଲୋକପ୍ରିୟତା ଅତୁଟ ରହିଛି ବୋଲି ଯୁକ୍ତି ଦର୍ଶାଇଛି ।
ବିଜୁ ଜନତା ଦଳର ହିସାବ ସହିତ କାହାରି ଦ୍ୱିରୋକ୍ତି ନାହିଁ । ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ହୃଦୟରେ ବସା ବାନ୍ଧିଛନ୍ତି ଏକଥାରେ ବି କାହାରି ଦ୍ୱିମତ ନାହିଁ । ମାତ୍ର ବିନା ଦେଖା ଚାହାଁରେ ନବୀନ ଓଡ଼ିଆ ଲୋକଙ୍କ ହୃଦୟର କଥା କେମିତି ବୁଝୁଛନ୍ତି ତାହାର ଯାଦୁ ଏବେ ସୁଦ୍ଧା ସମସ୍ତଙ୍କୁ ଅଜଣା । ଘରର ମୁରବୀ ଯଦି ନିଜ ପିଲାପିଲିଙ୍କ ଭାଷା ବୁଝିପାରିବେନି ସେମାନଙ୍କୁ କେମିତି ଲାଳନ ପାଳନ କରିବେ? ଆଖିରେ ଆଖି ମିଶାଇ ମନର କଥା ପାଟିରେ କହି ନ ପାରିଲେ ଜଣେ ଜଣଙ୍କୁ ବୁଝିବ କେମିତି । ଭାଷା ନ ଜାଣି ବିନା କଥାବାର୍ତ୍ତାରେ ଯଦି ନବୀନ ଓଡ଼ିଆ ଲୋକଙ୍କ ହୃଦୟର କଥା ବୁଝିପାରୁଛନ୍ତି ବୋଲି ଯୁକ୍ତି କରାଯାଉଛି ତେବେ ତାହାଠୁଁ ବେଲଜ୍ଜିଆ ଯୁକ୍ତି ଆଉ କିଛି ନାହିଁ ।
ବାସ୍ତବରେ ନବୀନଙ୍କର ଓଡ଼ିଆ ଭାଷା ଶିଖିବାର ମନବୃତ୍ତି ନାହିଁ । ଜଣେ ସର୍ବଭାରତୀୟ ସେବାର ଅଧିକାରୀ ମାସ କେଇଟାରେ ଅନ୍ୟ ରାଜ୍ୟର ଭାଷାକୁ ପ୍ରାଞ୍ଜଳ ଭାବେ ବୁଝି କହି ପାରୁଥିବା ବେଳେ ନବୀନ ୧୬ ବର୍ଷରେ ବି ଓଡ଼ିଆ କହିପାରିଲେନି କି ଲେଖିପାରିଲେନି । ବୁଝୁଛନ୍ତି କି ନାଇଁ ମା ଗଙ୍ଗେଇ ଜାଣନ୍ତି । ଇଂରାଜୀ ଶବ୍ଦରେ ଲିଖିତ ଓଡ଼ିଆ ଭାଷଣକୁ ଖଣ୍ଡ ଖଣ୍ଡ କରି ବିକୃତ ଉଚ୍ଚାରଣ କରୁଥିଲେ ବି ସେ ଓଡ଼ିଆ ପଢ଼ି ବୁଝିପାରୁଛନ୍ତି ବୋଲି ଚେଲାଚାମଣ୍ଡାମାନେ ଯୁକ୍ତି କରୁଛନ୍ତି । ଆମ ଓଡ଼ିଆମାନେ ବି ସେହି ଖଣ୍ଡି ବିକୃତ ଓଡ଼ିଆ ଶୁଣି ଯେଭଳି ତାଳିମାରୁଛନ୍ତି ତାହା ଜାତି ପାଇଁ ଲଜ୍ଜା ଓ ଦୁର୍ଭାଗ୍ୟର କଥା ।
ତେବେ ନବୀନଙ୍କ ଭଳି ଟାଲେଣ୍ଟେଡ୍‌ ଲୋକ ଯେ ଓଡ଼ିଆ ଶିଖିବାକୁ ଚେଷ୍ଟା କରି ଫେଲ୍‌ ହୋଇଛନ୍ତି ତାହା ବିଲକୁଲ୍‌ ମିଛ । ସେ ବୁଝିଛନ୍ତି ଓଡ଼ିଆ ଶିଖିଲେ ତାଙ୍କ ପାଇଁ କୀଳା । ବିନା ଓଡ଼ିଆ ପଢ଼ା ଲେଖା ଓ ବୁଝାରେ ଲୋକେ ତାଙ୍କୁ ଥରକୁ ଥର ଅଧିକ ଭୋଟ ଦେଇଚାଲିଛନ୍ତି । ଲୋକପ୍ରିୟତାରେ ତାଙ୍କର କେହି ସମକକ୍ଷ ହୋଇପାରୁନାହାନ୍ତି । ଓଡ଼ିଆ ଶିଖିଲେ ଓଡ଼ିଆ ଲୋକଙ୍କୁ ସମ୍ଭାଳିବା ଯେ ନିହାତି କାଠିକର ସେକଥା ନବୀନ ଠିକ୍‌ ବୁଝିଛନ୍ତି । ବିଜେଡ଼ି ଭଳି ଦଳରେ ଯେଉଁ ସବୁ ନେତା ଅଛନ୍ତି ତାଙ୍କୁ ଗୋଟିଏ ଗୋଠରେ ପାଣି ପିଆଇବାର ସୂତ୍ର ରହିଛି ତାଙ୍କର ଓଡ଼ିଆ ଭାଷାର ଅଜ୍ଞତା ଭିତରେ । ଭାଷା ଜାଣିଥିଲେ ଦିନକୁ ହଜାରେ ନେତା,କର୍ମୀ,ଲୋକଙ୍କଠାରୁ ହଜାର ହଜାର ଅଭିଯୋଗ ଶୁଣିବାକୁ ପଡ଼ନ୍ତା । ଆଉ ଏହି ଅଡୁଆରୁ ମୁଖ୍ୟମନ୍ତ୍ରୀଙ୍କୁ ବଞ୍ଚାଇ ଦେଇଛି କେବଳ ଭାଷା । ସେପଟେ ମନ୍ତ୍ରୀ, ଏମଏଲଏଙ୍କ ଝିନଝଟରୁ ବି ତାଙ୍କୁ ଶାନ୍ତି ଦେଇଛି ଓଡ଼ିଆ ଭାଷାର ଅଜ୍ଞତା । ମନ୍ତ୍ରୀ,ଏମଏଲଏ ନବୀନ ନିବାସ ଯାଉଛନ୍ତି । ହେଲେ ମନ ଭିତର କଥା ଯେମିତି କହିବା କଥା କହିପାରୁନାହାନ୍ତି । କାରଣ ଯାହା କହିବାକୁ ପଡୁଛି ଇଂରାଜୀ ନହେଲେ ହିନ୍ଦୀରେ । ଆଉ ଆମ ନେତାମାନେ ଖଣ୍ଡି ଇଂରାଜୀ କି ହିନ୍ଦୀରେ ନିଜ କଥା କହିଲା ବେଳକୁ ଡର ମାଡ଼ି ଆସୁଛି । ତେଣୁ ଏତେ ଝାମେଲାକୁ ଯିବେ କାହିଁକି, ମୂଳରୁ ନ କହିଲେ ଗଲା ବୋଲି ନେତାମାନେ ଅଭ୍ୟସ୍ତ ହୋଇଗଲେଣି । ଏହାଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସେମାନଙ୍କର ସମ୍ମାନ ଓ ଡର ବଢ଼ୁଛି ପଛେ କମୁନାହିଁ ।
ଆଉ କଙ୍କଡ଼ାକୁ ଗୋଳିପାଣି ସୁବିଧା ଭଳି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଏହା ବେଶ୍‌ ସୁହାଉଛି । ମାତ୍ର ମିନିଟ୍‌ କି ଦୁଇ ମିନିଟ୍‌ କଥାବାର୍ତ୍ତା କରିଦେଲେ କାମ ସରିଲା । ଝାମେଲା ଶୁଣିବାର ନାହିଁ କି ସେଥିରେ ମୁଣ୍ଡ ପୂରାଇବାର ନାହିଁ । ଏହା ହିଁ ନବୀନ ଛତ୍ରଛାୟା ତଳେ ବିଜେଡ଼ି ନେତାଙ୍କ ଶୃଙ୍ଖଳାର ମୁଖ୍ୟ କାରଣ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆ ଭାଷା ଜ୍ଞାନ ଉପରେ ସମାଲୋଚକମାନେ ଯେତେ ଯାହା କହିଲେ ବି ତାକୁ ପରବାଏ ନାହିଁ । ଓଡ଼ିଆ ଜାତିର ସ୍ୱାଭିମାନରୁ କ’ଣ ମିଳିବ? ଲୋକେ ତାଙ୍କୁ ହୃଦୟରେ ଗ୍ରହଣ କରୁଛନ୍ତି ଏବଂ ଭୋଟ ଦେଇ ଲଗାତର ୪ ଥର ମୁଖ୍ୟମନ୍ତ୍ରୀ କଲେଣି । ଓଡ଼ିଆ ଭାଷାରେ ମୁଖ୍ୟମନ୍ତ୍ରୀଙ୍କ ଅଜ୍ଞତା ହୋଇଛି ଓଡ଼ିଆ ଲୋକଙ୍କ ସ୍ୱାଭିମାନ । ଅନ୍ତତଃ ବିଜେଡ଼ି ଚେଲାଚାମଣ୍ଡାମାନେ ଏହାକୁ ମୁକ୍ତ କଣ୍ଠରେ ସ୍ୱୀକାର କରିଦେଲେ ତାକୁ ନେଇ ରାଜନୀତି ହୁଅନ୍ତାନି ।

Previous Post

କ୍ୟାଟ୍‌ ଯିବେ ତିନି ଆଇଏଏସ୍‌

Next Post

ଡି ବ୍ରଦର୍ସ ଲିଙ୍କ୍‌: ଅଜୁଙ୍କ ସ୍କର୍ପିଓ ଚଢ଼ୁଥିବା ବାପି ମାନିଲେ

Next Post
ଡି ବ୍ରଦର୍ସ ଲିଙ୍କ୍‌: ଅଜୁଙ୍କ ସ୍କର୍ପିଓ ଚଢ଼ୁଥିବା ବାପି ମାନିଲେ

ଡି ବ୍ରଦର୍ସ ଲିଙ୍କ୍‌: ଅଜୁଙ୍କ ସ୍କର୍ପିଓ ଚଢ଼ୁଥିବା ବାପି ମାନିଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA