Saturday, April 18, 2026 08:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନ-ଧର୍ମେନ୍ଦ୍ର ଭେଟଘାଟ, ଉଭୟ ଖୁସ୍

by Our Correspondent
18 Aug, 2017- 04:08 PM
in Latest News, Politics
1 min read
1
ନବୀନ-ଧର୍ମେନ୍ଦ୍ର ଭେଟଘାଟ, ଉଭୟ ଖୁସ୍
ନୂଆଦିଲ୍ଲୀ: ଆଜି ଦିଲ୍ଲୀର ଓଡ଼ିଶା ଭବନରେ ଭେଟାଭେଟି ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପାରାଦ୍ୱୀପରେ ଆଇଓସିଏଲ୍ ତୈଳ ବିଶୋଧାନଗାରର ଟିକସ ଆଦାୟ ପ୍ରସଙ୍ଗରେ ଉଭୟ ଆଲୋଚନା କରିଥିଲେ । ଟିକସ ଆଦାୟକୁ ନେଇ ଲାଗି ରହିଥିବା ଅଚଳାବସ୍ଥାର ସମାଧାନ ପାଇଁ ବାଟ ଖୋଜିଥିଲେ । ଆଲୋଚନା ସଫଳ ହୋଇଥିବା ଦୁହେଁ କହିଛନ୍ତି । ନବୀନ କହିଛନ୍ତି, ଆଲୋଚନାର ଫଳାଫଳକୁ ନେଇ ସେ ପଜିଟିଭ୍ ଅଛନ୍ତି । ଆଶା, ଓଡ଼ିଶାର ସ୍ୱାର୍ଥ ପ୍ରତି ଗୁରୁତ୍ୱ ଦିଆଯିବ । ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶା ଓ ଆଇଓପିଏଲ୍ ଉଭୟଙ୍କ ସ୍ୱାର୍ଥ ରହିଲା ଭଳି ସମାଧାନର ବାଟ ବାହାର କରାଯାଉଛି । ଆବଶ୍ୟକ ପଡ଼ିଲେ ୨୦୦୪ ଏମଓୟୁର ପୁର୍ନବିଚାର କରାଯାଇପାରେ । ସୁଫଳ ନେଇ ସେ ଆଶାବାଦୀ ।
ଦିନ ୧୧ଟାରେ ଓଡ଼ିଶା ଭବନରେ ଏକାଠି ହୋଇଥିଲେ ନବୀନ ଓ ଧର୍ମେନ୍ଦ୍ର । ସାମନା ସାମନି ବେଳେ ଉଭୟଙ୍କ ମୁହଁରେ ଭରା ସ୍ମିତହାସ୍ୟ ଥିଲା । ସ୍ୱାଗତ ପର୍ବରେ ଆଗୁଆ ନବୀନଙ୍କ ଭଲମନ୍ଦ ପଚାରିବାକୁ ଭୁଲି ନ ଥିଲେ ଧର୍ମେନ୍ଦ୍ର । ବିଷୟବସ୍ତୁ ଆଲୋଚନା କରିବା ପୂର୍ବରୁ ଉଭୟଙ୍କ ମଧ୍ୟରେ କିଛି ସମୟ ମଜାଖୁସି ହୋଇଥିଲା । ତାପରେ ହୋଇଥିଲା ଗମ୍ଭୀର ଆଲୋଚନା । ଦୀର୍ଘ ୪୦ ମିନିଟ୍ ଧରି ଆଲୋଚନା ପରେ ଉଭୟ ବାହାରକୁ ଆସି ଗଣମାଧ୍ୟମକୁ ବାଇଟ୍ ଦେଇଥିଲେ ।
ଉଲ୍ଲେଖଯୋଗ୍ୟ, ୨୦୦୪ ମସିହାରେ ଆଇଓସିଏଲ୍ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ପାରାଦ୍ୱୀପ ତୈଳ ବିଶୋଧନାଗାର ପ୍ରକଳ୍ପ ପାଇଁ ଏମଓୟୁ ସ୍ୱାକ୍ଷର ହୋଇଥିଲା । ସର୍ତ୍ତ ରହିଥିଲା ୨୦୦୯-୧୦ରେ ପ୍ରକଳ୍ପ ନିର୍ମାଣ ସରିବ । ବ୍ୟବସାୟିକ ଭିତ୍ତିରେ ଉତ୍ପାଦନ ଆରମ୍ଭ ହେବାର ୧୧ ବର୍ଷ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ରାଜ୍ୟ ସରକାର ବିକ୍ରୀ କର ଛାଡ଼ ପ୍ରୋତ୍ସାହନ ଦେବେ । ତେବେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ୬ ବର୍ଷ ବିଳମ୍ବ ହୋଇଥିବାର ଯୁକ୍ତି ଦେଖାଇ ରାଜ୍ୟ ସରକାର ଏମଓୟୁ ସର୍ତ୍ତ ମାନିବାକୁ ରାଜି ହୋଇନାହାନ୍ତି । ପ୍ରକଳ୍ପକୁ ଆର୍ଥିକ ପ୍ରୋତ୍ସାହନ ପ୍ରତ୍ୟାହାର ପାଇଁ ଗତ ଫେବୃଆରୀ ମାସରେ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲା । ଏହା ହିଁ ବିବାଦର ସୂତ୍ରପାତ କରିଛି ।
ତେବେ ରାଜ୍ୟର ସ୍ୱାର୍ଥକୁ ଗୁରୁତ୍ୱ ନ ଦେଇ ବିଜେପି ଓ ବିଜେଡ଼ି ରାଜନୈତିକ କାଦୁଅଫିଙ୍ଗାରେ ମାତିଗଲେ । ଓଡ଼ିଶା-ଆଇଓପିଏଲ୍ ଲଢ଼େଇ ନବୀନ-ଧର୍ମେନ୍ଦ୍ର ଲଢ଼େଇ ପାଲଟିଗଲା । ଇତିମଧ୍ୟରେ ରାଜ୍ୟ ସରକାର ଓ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଅଫିସରସ୍ତରରେ ଏକାଧିକ ଆଲୋଚନା ହୋଇଥିଲେ ମଧ୍ୟ ସମାଧାନର ବାଟ ବାହାରିନାହିଁ । ଉଭୟ ପକ୍ଷର ଜିଦଜାଦ୍ ୬ ମାସ ଚାଲିଲା ପରେ ଆଜି ମୁଖ୍ୟମନ୍ତ୍ରୀ ଓ ଭାବୀ ମୁଖ୍ୟମନ୍ତ୍ରୀ ଏକାଠି ବସି ସମାଧାନର ବାଟ ଖୋଜିବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।
Previous Post

ଦେଶରେ ନବୀନ ଶ୍ରେଷ୍ଠ, ଫାଇଦାରେ ବିଜେଡ଼ି

Next Post

ଶ୍ରେଷ୍ଠ ପ୍ରଶାସକ: ନବୀନଙ୍କୁ ସମ୍ମାନିତ କଲେ ପ୍ରଣବ ମୁଖାର୍ଜୀ

Next Post
ଶ୍ରେଷ୍ଠ ପ୍ରଶାସକ: ନବୀନଙ୍କୁ ସମ୍ମାନିତ କଲେ ପ୍ରଣବ ମୁଖାର୍ଜୀ

ଶ୍ରେଷ୍ଠ ପ୍ରଶାସକ: ନବୀନଙ୍କୁ ସମ୍ମାନିତ କଲେ ପ୍ରଣବ ମୁଖାର୍ଜୀ

Comments 1

  1. B Tripathy says:
    9 years ago

    “ମୁଖ୍ୟମନ୍ତ୍ରୀ ଓ ଭାବୀ ମୁଖ୍ୟମନ୍ତ୍ରୀ”
    Real punch line of your story; good writing, keep it up @Samar.

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA